ଆଖି ବୁଜିଲେ ବିଷ୍ଣୁ ଦାସ; ଆପୋଲୋ ହସପିଟାଲରେ ୬୬ ବର୍ଷ ବୟସରେ ପରଲୋକ ହେଲା

ଜନ ନାୟକ ବିଜୁ ପଟ୍ଟନାୟକଙ୍କ ଅନ୍ୟତମ ଘନିଷ୍ଠ ସହଯୋଗୀ ଥିବା ବିଷ୍ଣୁ ଦାସ ଜଗତସିଂହପୁର ଜିଲ୍ଲାରୁ ଛଅ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ଓ ଥରେ ମନ୍ତ୍ରୀ ପଦ ବି ସମ୍ଭାଳିଥିଲେ । ସେ ରାଜ୍ୟ ସଭାକୁ ବି ଥରେ ନିର୍ବାଚିତ ହୋଇଥିଲେ ।

ଆଖି ବୁଜିଲେ ବିଷ୍ଣୁ ଦାସ; ଆପୋଲୋ ହସପିଟାଲରେ ୬୬ ବର୍ଷ ବୟସରେ ପରଲୋକ ହେଲା
ବିଷ୍ଣୁ ଦାସ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ବରିଷ୍ଠ ବିଜେଡି ନେତା ତଥା ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସଙ୍କ ପରଲୋକ ହୋଇଛି । ଭୁବନେଶ୍ବରର ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ଆଜି ସନ୍ଧ୍ୟାରେ ସେ ଆଖି ବୁଜିଛନ୍ତି । ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା । ବିଷ୍ଣୁ ଚରଣ ଦାସ ବହୁ ଦିନ ଧରି ଅସୁସ୍ଥ ଥିଲେ ।

ଜନ ନାୟକ ତଥା ପୂର୍ବ ମୁଖ୍ୟ ମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଅନ୍ୟତମ ଘନିଷ୍ଠ ସହଯୋଗୀ ଥିବା ବିଷ୍ଣୁ ଦାସ ଛଅ ଛଅ ଥର ବିଧାୟକ ଭାବେ ନିର୍ବାଚିତ ହେବା ସହ ଥରେ ମନ୍ତ୍ରୀ ପଦ ବି ସମ୍ଭାଳିଥିଲେ । ସେ ଥରେ ରାଜ୍ୟ ସଭାକୁ ବିଜେଡି ସାଂସଦ ଭାବେ ନିର୍ବାଚିତ ବି ହୋଇଥିଲେ । ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ପଦରେ ବି ସେ ଥିଲେ ।

ଜଗତସିଂହପୁର ଜିଲ୍ଲାରୁ ଛଅ ଥର ବିଧାୟକ ହୋଇଥିଲେ ବିଷ୍ଣୁ ଦାସ । ଜଗତସିଂହପୁର ବିଧାନ ସଭା ଆସନରୁ ପାଞ୍ଚ ଥର ଓ ତିର୍ତ୍ତୋଲ ବିଧାନ ସଭା ଆସନରୁ ଥରେ ନିର୍ବାଚିତ ହୋଇଥିଲେ ସେ ।

କିଛି ସହଯୋଗୀଙ୍କ ସହ ବିଷ୍ଣୁ ଦାସ


ବିଷ୍ଣୁ ଦାସ ୨୦୦୪ରୁ ୨୦୦୬ ପର୍ଯ୍ୟନ୍ତ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ମନ୍ତ୍ରୀ ଥିଲେ । ତାଙ୍କ ବିୟୋଗରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ରାଜ୍ୟର ସବୁ ଦଳର ନେତାମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି । ବିଷ୍ଣୁଙ୍କୁ ଜଣେ ‘‘ଲୋକପ୍ରିୟ ରାଜନେତା, ଦକ୍ଷ ସଙ୍ଗଠକ ଓ ପ୍ରଶାସକ’’ ବୋଲି କହିଛନ୍ତି ନବୀନ । ମନ୍ତ୍ରୀ, ସାଂସଦ ଓ ବିଧାୟକ ଭାବେ ତାଙ୍କର ଅବଦାନ ଅତୁଳନୀୟ ଓ ଦଳିତ ଏବଂ ଅବହେଳିତଙ୍କ କଲ୍ୟାଣ ପାଇଁ ସେ ଉତ୍ସର୍ଗୀକୃତ ଥିଲେ ବୋଲି କହିଛନ୍ତି ମୁଖ୍ୟ ମନ୍ତ୍ରୀ ।

ମୁଖ୍ୟ ମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଜାରି ହୋଇଥିବା ଶୋକ ବାର୍ତ୍ତା


୧୯୫୪ ଅକ୍ଟୋବର ୯ ତାରିଖରେ ଜଗତସିଂହପୁରରେ ଜନ୍ମ ଗ୍ରହଣ କରିଥିବା ବିଷ୍ଣୁ ଦାସ ଛାତ୍ର ଜୀବନରୁ ରାଜନୀତି ସହ ଜଡ଼ିତ ଥିଲେ । ସେ ତିନି ଥର ଏସ୍‌.ଭି.ଏମ୍. କଲେଜ ଛାତ୍ର ସଂସଦର ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ସେତେବେଳର ବହୁଚର୍ଚ୍ଚିତ ଛବିରାଣୀ ହତ୍ୟାକାଣ୍ଡ ଘଟଣାରେ ଆନ୍ଦୋଳନ କରି ସେ ଜେଲ୍ ଯାଇଥିଲେ । ପରେ ବିଜୁ ପଟ୍ଟନାୟକଙ୍କ ସହ ସେ ଘନିଷ୍ଠ ହୋଇଥିଲେ ଓ ରାଜ୍ୟ ଜନତା ଦଳର ସାଧାରଣ ସମ୍ପାଦକ ହୋଇଥିଲେ ।

ଏହା ବି ପଢ଼ନ୍ତୁ: ୪ ବର୍ଷର ପ୍ରେମ ପରେ ବିବାହ ହେଲା, ହେଲେ ବିବାହର ୪ ଦିନ ପରେ ପତି ଓ ପତ୍ନୀ ଆତ୍ମହତ୍ୟା କଲେ

ଏହା ବି ପଢ଼ନ୍ତୁ: ବଲିଉଡରେ କାମ ମାଗିଲେ ପ୍ରଡ୍ୟୁସରମାନେ କହୁଥିଲେ ରାତିରେ ଆସି ଦେଖା କର: ଶେର୍ଲିନ୍ ଚୋପ୍ରା

ଜଣେ ଦୃଢ଼ ସଙ୍ଗଠକ ଭାବେ ଜଣାଶୁଣା ବିଷ୍ଣୁ ଦାସ ୧୯୮୫ ମସିହାରେ ପ୍ରଥମ ଥର ନିର୍ବାଚନ ଲଢ଼ି ହାରିଯାଇଥିଲେ । ତା’ ପରେ ୧୯୯୦ ମସିହାରୁ ସେ ଲଗାତର ଜଗତସିଂହପୁର ଜିଲ୍ଲାରୁ ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ୨୦୧୪ ସାଧାରଣ ନିର୍ବାଚନରେ ସେ ହାରିଯାଇଥିଲେ । ତା’ ପରେ ବିଜେଡି ତାଙ୍କୁ ରାଜ୍ୟ ସଭାକୁ ପଠାଯାଇଲା । ୨୦୧୯ ମସିହାରେ ଦାସ ତିର୍ତ୍ତୋଲ ବିଧାନ ସଭା ଆସନରୁ ବିଜେଡି ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ବହୁ ଭୋଟରେ ବିଜୟୀ ହୋଇଥିଲେ ।
Published by: Anand Shankar Thankur Das
First published: July 6, 2020, 9:21 PM IST
corona virus btn
corona virus btn
Loading