ଚା' ବିକାଳୀଙ୍କ ଏ. ରାଜୁଙ୍କୁ ଟିକେଟ ଦେଲା BJD
News18 Odia Digital
ଭୁବନେଶ୍ବର: ସରକାରୀ ସଫଳତା ବନାମ ଲୋକଙ୍କ ସମସ୍ୟା। ଭୁବନେଶ୍ବର ମହାନଗର ନିର୍ବାଚନ ପାଇଁ ପ୍ରଚାରରେ ପ୍ରାର୍ଥୀଙ୍କ ଏ ହେଉଛି ପ୍ରସଙ୍ଗ। ନିଜ ୱାର୍ଡ ବୁଲିବା ସମୟରେ ବିଜେଡି ସରକାରଙ୍କ ସଫଳତା ଓ ସହରରେ ଆଗକୁ କ'ଣ କରାଯିବା ଦରକାର ତାହା ପ୍ରତିଶୃତି ଦେଉଥିବା ବେଳେ କଂଗ୍ରେସ ୱାର୍ଡ଼ ସମସ୍ୟାକୁ କରିଛି ବଡ଼ ଅସ୍ତ୍ର। ସେପଟେ ଜଣେ ଚା' ବାଲାକୁ ଟିକେଟ ଦେଇ ଚର୍ଚ୍ଚାରେ ବିଜେଡି।
ୱାର୍ଡ ନମ୍ବର ୨୯। ଭୋଟର ୯ ହାଜର ୩୦୦। ବିଜୁ ଜନତା ଦଳର ପ୍ରାର୍ଥୀ ହେଉଛନ୍ତି ଏ ରାଜୁ. ପେଶାରେ ସେ ଚା' ବାଲା। ଆଚାର୍ଯ୍ୟ ବିହାର ଯିବା ରାସ୍ତାରେ ଆନନ୍ଦ ବଜାର ଛକରେ ରହିଛି ତାଙ୍କର ଚା ଦୋକାନ।
୨୦ ବର୍ଷ ଧରି ବିଜେଡି ପାଇଁ ବିହାରରେ କାମ କରିବା ପରେ ତାଙ୍କ ଉପରେ ଆସ୍ଥା ରଖି ଟିକେଟ ଦେଇଛି। ଗ୍ରାସ ରୁଟ ଓ ବସ୍ତିର ଭଲ ଲୋକ ଭାବରେ ଜଣାଶୁଣା ଏ. ରାଜୁଙ୍କୁ ବିଜେଡି ଦେଇଛି ଦଳୀୟ ଟିକେଟ। ସବୁଠାରୁ ବଡ଼ କଥା ହେଉଛି ଏହି ୨୯ ନମ୍ବର ୱାର୍ଡ଼ ଲଗାତାର ୬ ଥର ଜିତି ୩୦ ବର୍ଷ କାଳ କର୍ପୋରେଟର ଭବରେ ରାଜ କରୁଥିଲେ ଶେଖ୍ ନିଜାମ ଉଦ୍ଦିନ। ହେଲେ ଏଥର ତାଙ୍କୁ ଦଳ ଟିକେଟ ଦେଇନି।
ନୂଆ ମୁହଁ ହୋଇଥିବା ଏ. ରାଜୁ ଏବେ ଦଳୀୟ କର୍ମୀଙ୍କୁ ଧରି ଘର ଘର ବୁଲୁଛନ୍ତି। ଭୋଇ ନଗର, ଶନି ବିହାର, ଶୁକ ବିହାର ଓ ଲକ୍ଷ୍ମୀନାରାୟଣ ବସ୍ତିରେ ରହୁଥିବା ଭୋଟରଙ୍କୁ ଭେଟିଛନ୍ତି। ଆଗାମୀ ଦିନରେ ଦଳ କିଭଳି ସୁଦୃଢ଼ ହେବ ସେ ନେଇ କର୍ମୀଙ୍କୁ ଏକାଠି କରି ପ୍ରତି ଘରକୁ ଘର ବୁଲୁଛନ୍ତି। ଏହି ୨୯ ନମ୍ବର ୱାର୍ଡ଼ ପାଖରେ ଅଛି ୨୮ ନମ୍ବର ୱାର୍ଡ଼।
ସେହିପରି କଂଗ୍ରେସ ପକ୍ଷରୁ ହେଉଛି ଜୋରଦାର ପ୍ରଚାର। ଅଞ୍ଜଳୀ ସାହୁ ହାତରୁ ଲଢୁଛନ୍ତି। ଅଞ୍ଜଳୀ ନିଜ ସ୍ୱାମୀ ମନୋଜ ଓ କିଛି କର୍ମୀଙ୍କୁ ଧରି ଘର ଘର ବୁଲୁଛନ୍ତି। ୨୮ ନମ୍ବର୍ ୱାର୍ଡ଼ରେ ମୋଟ ଭୋଟର ୧୧,୦୦୦। ସାଇନ୍ସ ପାର୍କ ବସ୍ତି, ନିଉ ଏଜି କଲୋନୀ, ଆଚାର୍ଯ୍ୟ ବିହାର ପୋଲିସ କଲୋନୀ, ଶବର ସାହି, ନନ୍ଦିନୀ କଲୋନୀ ଆଦି ଭୋଟରଙ୍କ ଉପରେ ଆଖି ରଖିଛି ଦଳ। ବସ୍ତି ସମସ୍ୟା, ଜାଗା ମିସନ, ପାଣି, ରାସ୍ତା ଆଦି ସମସ୍ୟାକୁ ଅସ୍ତ୍ର କରି ଭୋଟରଙ୍କ ମନ ଜିଣିବାକୁ ଚେଷ୍ଟା କରୁଛନ୍ତି ଅଞ୍ଜଳୀ। ଦିନକୁ ଦିନ ପ୍ରଚାର ଜମୁଛି। ନେତା ବୁଲୁଛନ୍ତି ଘରକୁ ଘର। ତେବେ ଦେଖାଯାଉ ଭୋଟର କାହାକୁ ଦେଇଛନ୍ତ ଭୋଟ।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।