ବିଜେପିର ମିଶନ ୧୨୦କୁ BJDର କଟାକ୍ଷ; କହିଲା ନବୀନ ଥିବା ଯାଏ କିଛି ସମ୍ଭବ ନୁହେଁ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଥିବା ଯାଏ ସମ୍ଭବ ନୁହେଁ। ବିଜେଡି ଉପରେ କୌଣସି ପ୍ରଭାବ ପଡିବ ନାହିଁ। ଶାହଙ୍କ ଓଡ଼ିଶା ଗସ୍ତ ପରେ କଟାକ୍ଷ କରି କହିଛି ବିଜେଡ଼ି ।

ବିଜେପିର ମିଶନ ୧୨୦କୁ BJDର କଟାକ୍ଷ (ପ୍ରତୀକାତ୍ମକ ଛବି)

ବିଜେପିର ମିଶନ ୧୨୦କୁ BJDର କଟାକ୍ଷ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ୨୦୨୪ ସରକାର କରିବ ବିଜେପି ! ମହାରାଷ୍ଟ୍ର, କର୍ଣ୍ଣାଟକ ପରେ ଓଡ଼ିଶାରେ ବିଜେପି ସରକାର କରିବ । ଏଥିପାଇଁ ବୁଥ ସ୍ତରକୁ ଯାଇ ଲୋକଙ୍କ ସହ ଯୋଡ଼ି ହେବାକୁ ଦଳୀୟ ନେତାଙ୍କୁ ଶାହ ଦେଇଛନ୍ତି ଗୁରୁମନ୍ତ୍ର। ଓଡ଼ିଶା ଗସ୍ତ ସମୟରେ ବିଜେପି ରଣନିତିକାର ଅମିତ ଶାହଙ୍କ ଏଭଳି ଦମ୍ଭୋକ୍ତି ରାଜ୍ୟ ବିଜେପିକୁ ସଞ୍ଜୀବନୀ ଦେଇଛି। କିନ୍ତୁ ବିଜେପିର ଆଗାମୀ ଯୋଜନାକୁ ନେଇ କଟାକ୍ଷ କରିଛି ବିଜେଡି।

ବିଜେପି ଚାଣକ୍ୟଙ୍କ ରଣନୀତି ଆଧାରରେ ୨୦୧୯ରେ ଦଳ ଦୁଇ ନମ୍ବର ହୋଇଥିବା ବେଳେ ଏକ ନମ୍ବର ହେବାକୁ ମେଗା ଯୋଜନା କରିଛି। ବିଜେପି ସାଧାରଣ ସମ୍ପାଦକ ପୃଥିବୀରାଜ ହରିଚନ୍ଦନ କହିଛନ୍ତି "୨୦୨୪ରେ ଓଡ଼ିଶାରେ ବିଜେପି ସରକାର କରିବ। ଏହାକୁ ନେଇ ଏକ ସ୍ପଷ୍ଟ ଚିତ୍ର ଓ ଗୁରୁ ମନ୍ତ୍ର ଦେଇଛନ୍ତି କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଦଳକୁ ପ୍ରସ୍ତୁତ କରିବା ପାଇଁ ପରାମର୍ଶ ଦେଇଛନ୍ତି। ଏହି ପ୍ରକ୍ରିୟାରେ ଅମିତ ଶାହ ମାର୍ଗଦର୍ଶନ, ସହଯୋଗ ଓ ଉପସ୍ଥିତି ମିଳିବ ବୋଲି ଆଶ୍ୱାସନା ଦେଇଛନ୍ତି। ମିଶନ ୧୨୦କୁ ପୁଣି ଆଉଥରେ କାର୍ଯ୍ୟ କରିବା ନେଇ ଗୁରୁମନ୍ତ୍ର ଦେଇଛନ୍ତି । ଦଳ ଆଗକୁ ଯିବ,"।

ଦଳକୁ ଅଧିକ ସଂଗଠିତ କରିବା ସହ ସଫଳତା ବଜାୟ ପାଇଁ ପ୍ରସ୍ତୁତ ବିଜେଡି। ବିଜେପିର ସ୍ବପ୍ନକୁ ଦିବା ସ୍ବପ୍ନ କହି ୧୨୦ ମିଶନକୁ କଟାକ୍ଷ କରିଛି ଶାସକ ଦଳ। ବିଜେଡି ନେତା ସୁଦାମ ମାରାଣ୍ଡି କହିଛନ୍ତି " ଅମିତ ଶାହଙ୍କ ଗସ୍ତର ବିଜେଡି ଉପରେ କୌଣସି ପ୍ରଭାବ ପଡିବ ନାହିଁ। ୨୦୨୪ ରେ ମଧ୍ୟ ବିଜେଡି ସରକାର ଗଠନ କରିବ। ବିଜେପି ୨୦୨୪ରେ ସରକାର ଗଢିବାର ଦିବା ସ୍ୱପ୍ନ ସହ ସମାନ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଥିବା ଯାଏ ଏହା ସମ୍ଭବ ନୁହେଁ। ଗତ ଥର ବି ମିଶନ ୧୨୦ କହିଥିଲେ, କଣ ହେଲା ସମସ୍ତେ ଦେଖିଛନ୍ତି ବୋଲି ସେ କହିଛନ୍ତି। କଂଗ୍ରେସ ବି ବିଜେପିର ୧୨୦ ମିଶନକୁ କଟାକ୍ଷ କରିଛି। ୯ ଆସନରେ ସୀମିତ ଥିବା କଂଗ୍ରେସ ୯୦ ଆସନ ଲକ୍ଷ୍ୟରେ ଆଗକୁ ବଢୁଛି। ଲୋକଙ୍କ ନିକଟତର ହେବାକୁ ବର୍ଷୱାରି କାର୍ଯ୍ୟକ୍ରମ ତାଲିକା ପ୍ରସ୍ତୁତ କରିଛନ୍ତି ରାଜ୍ୟ ମୁଖିଆ।

ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି,"ରାଜ୍ୟରେ ବିଜେପି ବିଜେଡ଼ି ମଶିକି ଅଛନ୍ତି। ଆମେ ୯ରୁ ୯୦ ମିଶନ ନେଇ କାମ କରୁଛୁ। ଲୋକ ଆମକୁ ଆଶୀର୍ବାଦ କରିବେ। ନିର୍ବାଚନକୁ ଆହୁରି ଦେଢ଼ ବର୍ଷରୁ ଅଧିକ ସମୟ ବାକି। ପଞ୍ଚାୟତ ଓ ପୌର ନିର୍ବାଚନର ଏକ ପାଖିଆ ବିଜୟ ପରେ ଫାଇନାଲ ଲଢେଇରେ ବି ବାଜିମାତ ପାଇଁ ଶାସକ ଦଳ ପ୍ରସ୍ତୁତ"।
Published by:Soumya Das
First published: