୨୦୨୪ ନିର୍ବାଚନରେ ସଫଳତା ପାଇଁ ପାଇଁ ବିଜେଡିର ବଡ଼ ପ୍ଲାନ୍‌, ମିଳିଗଲା ସଙ୍କେତ !

୨୦୧୯ ଲୋକସଭା ନିର୍ବାଚନରେ ୩୩ ପ୍ରତିଶତ ମହିଳାଙ୍କୁ ପାର୍ଥୀ କରିବା ପରେ ୨୦୨୪ ରେ ବିଜେଡି ବିଧାନସଭାରେ ଦଳୀୟ ଭିତ୍ତିରେ ୩୩ ପ୍ରତିଶତ ପାର୍ଥି ଦେବା ନେଇ ଚର୍ଚ୍ଚା !

୨୦୨୪ ନିର୍ବାଚନ ପାଇଁ ବିଜେଡିର ବଡ଼ ପ୍ଲାନ୍‌ !

୨୦୨୪ ନିର୍ବାଚନ ପାଇଁ ବିଜେଡିର ବଡ଼ ପ୍ଲାନ୍‌ !

  • News18 Odia
  • Last Updated :
  • Odisha (Orissa), India
  • Share this:
News18 Odia Digital

Election 2024: ୨୪ ନିର୍ବାଚନ ପାଇଁ ବିଜେଡିର ବଡ଼ ପ୍ଲାନ୍‌ ! ରାଜନୀତି କ୍ଷେତ୍ରରେ ମହିଳାଙ୍କୁ ନେଇ ଦଳ ନୂଆ ଯୋଜନା କରୁଥିବା ନେଇ ଚର୍ଚ୍ଚା ହେଉଛି । ମହିଳା କାର୍ଡ ଖେଳିପାରେ ବିଜୁ ଜନତା ଦଳ (Biju Janata Dal)  । ଲୋକସଭା ନିର୍ବାଚନ (General Election)ରେ ୩୩ ପ୍ରତିଶତ ମହିଳାଙ୍କୁ ପ୍ରାର୍ଥୀ କରିବା ପରେ ୨୦୨୪ ବିଧାନସଭା ନିର୍ବାଚନରେ ବି ଦଳ ଏହା ଲାଗୁ କରିବ ବୋଲି କୁହାଯାଉଛି ।

ଶେଷ ୪ଟି ଉପନିର୍ବାଚନ (By Election)ରେ ୪ ଜଣ ମହିଳାଙ୍କୁ ବିଜେଡି ପ୍ରାର୍ଥୀ କରିଛି ବିଜେଡି । ବ୍ରଜରାଜ ନଗରରେ ଅଳକା ମହାନ୍ତି, ଧାମନଗରରେ ଅବନ୍ତୀ ଦାସ, ପଦ୍ମପୁରରେ ବର୍ଷା ସିଂ ବରିହା ଓ ଏବେ ଝାରସୁଗୁଡାରେ ଦିପାଳୀ ଦାସ୍‌ ପ୍ରାର୍ଥୀ ହୋଇଛନ୍ତି । କେବଳ ଏହି ୪ ଉପନିର୍ବାଚନ ନୁହେଁ ୨୦୧୯ ପରେ ହୋଇଥିବା ୯ଟି ଉପନିର୍ବାଚନରୁ ବିଜେଡି ୬ ମହିଳା ପ୍ରାର୍ଥୀ ଦେଇସାରିଛି । ଏହାଛଡ଼ା ଗତ ଜିଲ୍ଲା ପରିଷଦ ନିର୍ବାଚନରେ ବି ଅଧ୍ୟକ୍ଷ ଆସନରେ ୭୦ ପ୍ରତିଶତରୁ ଅଧିକ ମହିଳା ପ୍ରାର୍ଥୀ ଦେଇଥିଲା ଦଳ। ବିଜେଡିର ଏହି ଆଭିମୁଖ୍ୟ ସଙ୍କେତ ଦେଉଛି ଯେ ଦଳ ୨୦୨୪ ସାଧାରଣ ନିର୍ବାଚନରେରେ ଅଧିକ ମହିଳାଙ୍କୁ ସାମ୍ନାକୁ ଆଣିପାରେ । ଦଳୀୟ ଭିତ୍ତିରେ ୩୩ ପ୍ରତିଶତ ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷଣ ନେଇ ଯୋଜନା କରୁଛି ବିଜେଡି । ଆଉ ଏଥିପାଇଁ ଉପଯୁକ୍ତ ପାର୍ଥୀ ଚୟନ କରିବାକୁ ଦଳ ଆଭ୍ୟନ୍ତରୀଣ ସର୍ଭେ କରୁଥିବା କୁହାଯାଉଛି । ମହିଳା ପ୍ରାର୍ଥୀରେ ସ୍ଵଂୟ ସହାୟକ ଗୋଷ୍ଠୀର ସଦସ୍ୟାଙ୍କୁ ପ୍ରାଥମିକତା ଦେଇପାରେ ଦଳ। ୨୦୧୯ ରେ ଲୋକସଭା କ୍ଷେତ୍ରରେ ଦଳୀୟ ଭିତ୍ତିରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ରଖିଥିଲା ବିଜେଡି। ବିଧାନସଭାରେ ଏକ ତୃତୀୟାଶ ସ୍ଥାନ ସଂରକ୍ଷଣ ନେଇ ବିଲ୍‌ ପାସ କରିବାକୁ କ୍ରମାଗତ ଚାପ ପକାଉଛି ଶାସକ ଦଳ। ଗତ ସଂସଦ ଅଧିବେଶନରେ ବି ମହିଳା ସଂରକ୍ଷଣ ବିଲ ପାସ କରିବାକୁ ଦାବି ଉପସ୍ଥାପାନ କରିଥିଲା ବିଜେଡି। ବିଜେଡିର ଏଭଳି ଆଭିମୁଖ୍ୟ ସଂକେତ ଦେଉଛି ମହିଳାଙ୍କୁ ନେଇ ବିଜେଡିର ରହିଛି ବଡ଼ ଯୋଜନା।

ରାଜନୀତିକ ସମୀକ୍ଷକ ରବି ଦାସ କହିଛନ୍ତି ସାମାଜିକ ଓ ରାଜନୀତିକ କ୍ଷେତ୍ରରେ ମହିଳାଙ୍କୁ ଅଗ୍ରାଧିକାର ଦେଉଛି ବିଜେଡି। ଆଗାମୀ ନିର୍ବାଚନରେ ଦଳୀୟ ଭିତ୍ତିରେ ଏକ ତୃତୀୟାଂଶ ମହିଳାଙ୍କୁ ପ୍ରାର୍ଥୀ କରି ମାଷ୍ଟର ଷ୍ଟ୍ରୋକ ଖେଳିପାରେ ଶାସକ ଦଳ । ମହିଳା ସଂରକ୍ଷଣ ନେଇ ବିଜେଡି ସ୍ୱର ଉଠାଇଥିବା ବେଳେ ଦଳୀୟ ଭିତ୍ତିରେ ପ୍ରାର୍ଥୀ ଦେଇ ଦେଶର ଅନ୍ୟ ଦଳ ପାଇଁ ବିଜେଡି ଉଦାହରଣ ସୃଷ୍ଟି କରିପାରେ। ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି ମୁଖ୍ୟମନ୍ତ୍ରୀ ସଦାବେଳେ ମହିଳାଙ୍କୁ ଅଗ୍ରାଧିକାର ଦେଇଛନ୍ତି। କିନ୍ତୁ ୩୩ ପ୍ରତିଶତ ସଂରକ୍ଷଣ ନେଇ କଣ ହେବ ସେ ନିଷ୍ପତ୍ତି ବି ମୁଖ୍ୟମନ୍ତ୍ରୀ ନେବେ । ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ବିଜେଡି ସଦାବେଳେ ମହିଳାଙ୍କୁ ନେଇ ରାଜନୀତି କରୁଛି, ବିଜୟ ସମ୍ଭାବନା ଥିବା ପ୍ରାର୍ଥୀଙ୍କୁ ବିଜେପି ଟିକେଟ ଦେବ ବୋଲି ସେ କହିଛନ୍ତି । ଏକ ତୃତୀୟାଂଶ ସଂରକ୍ଷଣ ସପକ୍ଷରେ ମତ ବାଢ଼ିଛି କଂଗ୍ରେସ। ବିଧାୟକ ସୁର ରାଉତରାୟ କହିଛନ୍ତି ମହିଳାଙ୍କୁ ଦଳ ସଦାବେଳେ ପ୍ରାଥମିକତା ଦେଇଥିବା ବେଳେ ୨୦୨୪ ରେ ବି ମହିଳାଙ୍କୁ ମିଳିବ ଅଗ୍ରାଧିକାର।

୨୦୧୯ ସାଧାରଣ ନିର୍ବାଚନରେ ୨୧ ରୁ ୭ଟି ଲୋକସଭା କ୍ଷେତ୍ରରେ ବିଜେଡି ମହିଳା ପ୍ରାର୍ଥୀ ଦେଇଥିବା ବେଳେ ନିର୍ବାଚିତ ହୋଇଛନ୍ତି ୫ ସାଂସଦ। ବିଧାନସଭାରେ ଏକ ତୃତୀୟାଂଶ ସଂରକ୍ଷଣ ନେଇ ସବୁ ରାଜନୈତିକ ଦଳକୁ ଭେଟି ସମର୍ଥନ ଲୋଡିଥିଲେ ବିଜେଡି ପ୍ରତିନିଧି। ବିଲ୍‌ ଆଣିବାକୁ ସଂସଦରେ କ୍ରମାଗତ ଭାବେ ବିଜେଡି ସ୍ୱର ଉଠାଉଥିବାରୁ ଆଗାମୀ ସାଧାରଣ ନିର୍ବାଚନରେ ଦଳୀୟ ଭିତ୍ତିରେ ୩୩ ପ୍ରତିଶତ ମହିଳାଙ୍କୁ ପ୍ରାର୍ଥୀ କରିବା ସମ୍ଭାବନା ଅଧିକ ବୋଲି ରାଜନୈତିକ ବିଶେଷଜ୍ଞ ଆକଳନ କରିଛନ୍ତି ।

ପଢନ୍ତୁ ଏହି ଖବର :  ଶସ୍ତାରେ ମିଳୁଛି Xiaomi 12 Pro ଫୋନ୍‌; ସବୁକିଛି ନମ୍ବର ୧ !
Published by:Soubhagya Mishra
First published: