ସୁପ୍ରିମୋ ନେଇଥିବା କାର୍ଯ୍ୟାନୁଷ୍ଠାନକୁ ମୁଣ୍ଡପାତି ସହିନେଇଛି: ରାଜେନ୍ଦ୍ର ଦାସ

ଧାମନଗର ପୁର୍ବତନ ବିଧାୟକ ରାଜେନ୍ଦ୍ର ଦାସଙ୍କୁ ଦଳରୁ ବହିଷ୍କୃତ କରିଛି ବିଜେଡି। ବିଜେଡି ଟିକଟ ନଦେବାରୁ ବିଦ୍ରୋହୀ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି ରାଜେନ୍ଦ୍ର।

ରାଜେନ୍ଦ୍ର ଦାସ (ପ୍ରତୀକାତ୍ମକ ଛବି)

ରାଜେନ୍ଦ୍ର ଦାସ (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନେଶ୍ୱର: ଧାମନଗର ପୁର୍ବତନ ବିଧାୟକ ରାଜେନ୍ଦ୍ର ଦାସଙ୍କୁ ଦଳରୁ ବହିଷ୍କୃତ କରିଛି ବିଜେଡି। ବିଜେଡି ଟିକଟ ନଦେବାରୁ ବିଦ୍ରୋହୀ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି ରାଜେନ୍ଦ୍ର। ବହିଷ୍କାର ପରେ ରାଜେନ୍ଦ୍ର କହିଛନ୍ତି ସୁପ୍ରିମୋ ଗ୍ରହଣ କରିଥିବା କାର୍ଯ୍ୟାନୁଷ୍ଠାନକୁ ମୁଣ୍ଡ ପାଣି ସହିନେଉଛି। ଧାମନଗରବାସୀ ଏହାର ବିଚାର କରିବେ।

ବିଜେଡିରୁ ବହିଷ୍କୃତ ହେଲେ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ। ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ରାଜୁ ଦାସଙ୍କୁ ବହିଷ୍କାର କରିଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ। ଚଳିତ ଧାମନଗର ଉପ-ନିର୍ବାଚନରେ ଦଳୀୟ ଟିକେଟନ ମିଳିବା ପରେ ସ୍ୱାଧୀନ ପ୍ରାର୍ଥୀ ଭାବେ ମୈଦାନକୁ ଓହ୍ଲାଇଛନ୍ତି ରାଜୁ ଦାସ। ଦଳର ନିଷ୍ପତ୍ତି ବିରୋଧରେ ଯାଇ ସ୍ୱାଧୀନ ପ୍ରାର୍ଥୀ ହୋଇଥିବାରୁ ଏହାକୁ ଦଳବିରୋଧୀ କାର୍ଯ୍ୟ ଭାବେ ଗ୍ରହଣ କରାଯାଇଛି। ଆଉ ଏଥି ପାଇଁ ରାଜେନ୍ଦ୍ର ଦାସଙ୍କୁ ବିଜୁ ଜନତା ଦଳରୁ ବହିଷ୍କୃତ କରାଯାଇଛି। ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ରାଜୁଙ୍କୁ ଦଳରୁ ବହିଷ୍କାର କରିଥିବା ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ପ୍ରେସ୍‌ରିଲିଜ୍‌ ମାଧ୍ୟମରେ ସୂଚନା ଦେଇଛନ୍ତି। ସେପଟେ ରାଜେନ୍ଦ୍ର ଦାସ କହିଛନ୍ତି କାର୍ଯ୍ୟାନୁଷ୍ଠାନକୁ ଖାତିର ନାହିଁ। ଛାତ୍ର ସମୟରୁ ରାଜନୀତି କରିଆସିଛି , ଲୋକଙ୍କ ସେବା କରୁଛି। ସୁପ୍ରିମୋ ନେଇ ଥିବା କାର୍ଯ୍ୟାନୁଷ୍ଠାନକୁ ମୁଣ୍ଡ ପାତି ସହିନେଉଛି। ଧାମନଗରବାସୀ ଏହାର ବିଚାର କରିବେ।

ଏନେଇ ରାଜନୈତିକ ସମୀକ୍ଷକ ରବି ଦାସ କହିଛନ୍ତି ରାଜେନ୍ଦ୍ର ଦାସଙ୍କ ନିଜସ୍ଵ ଭୋଟ ରହିଛି। ରାଜୁ ଦାସଙ୍କ ପ୍ରତି ଲୋକଙ୍କ ସମର୍ଥନ ରହିଛି। ତାଙ୍କ ସମର୍ଥକଙ୍କ ପାଇଁ ସେ ନିର୍ବାଚନ ଲଢୁଛନ୍ତି। ନିର୍ବାଚନ ସମୟରେ କାର୍ଯ୍ୟାନୁଷ୍ଠାନ ବିଜେଡି ପାଇଁ ବୁମେ ହେବ। ଏହା ଦ୍ବାରା ସେ ଲୋକଙ୍କ ସିମ୍ପାଥି ମିଳିବ। ବିଜେପିକୁ ଫାଇଦା ଦେବ।

ରାଜେନ୍ଦ୍ର ଦାସ ୨୦୦୯ରୁ ୨୦୧୪ ଯାଏଁ ଧାମନଗର ଆସନରୁ ବିଜେଡିର ବିଧାୟକ ରହିଥିବା ବେଳେ ୨୦୧୪ରେ ଟିକେଟ ପାଇନଥିଲେ । ୨୦୧୯ରେ ପୁଣିଥରେ ପ୍ରାର୍ଥୀ ହୋଇଥିଲେ ମଧ୍ୟ ବିଷ୍ଣୁ ଦାସଙ୍କ ନିକଟରୁ ହାରିଥିଲେ। ପରେ ବିଜେପି ବିଧାୟକ ବିଷ୍ଣୁ ଦାସଙ୍କ ଦେହାନ୍ତ ପରେ ଖାଲି ପଡିଥିବା ଧାମନଗର ଆସନରେ ଉପ-ନିର୍ବାଚନ ହେଉଛି।
Published by:Soumya Das
First published: