ମହିଳା ସଶକ୍ତିକରଣକୁ ଗୁରୁତ୍ୱ ଦେଉଛି BJD; ଖାଲି ପ୍ରଚାର କରୁଛି ଶାସକ ଦଳ: ବିରୋଧୀ

୭୦ ପ୍ରତିଶତ ବା ୨୧ଟି ଆସନରେ ମହିଳାଙ୍କୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ କରି ରାଜନୀତି ଇତିହାସରେ ବିଜେଡ଼ି ନୂଆ ଫର୍ଦ୍ଦ ଯୋଡ଼ିଛି। ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ବିଜେଡ଼ି ଏପରି କରୁଛି ବୋଲି ବିରୋଧୀ କହିଛି ।

ମହିଳା ସଶକ୍ତି କରଣକୁ ଗୁରୁତ୍ୱ ଦେଉଛି ବିଜେଡ଼ି (ପ୍ରତୀକାତ୍ମକ ଛବି)

ମହିଳା ସଶକ୍ତି କରଣକୁ ଗୁରୁତ୍ୱ ଦେଉଛି ବିଜେଡ଼ି (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ମହିଳା ସଶକ୍ତି କରଣକୁ ବିଜେଡ଼ିର ଗୁରୁତ୍ୱ । ମହିଳାଙ୍କ ହାତରେ ଦେଉଛି ଜିଲ୍ଲା ଦାୟିତ୍ୱ । ୩୦ଟି ଜିଲ୍ଲା ପରିଷଦ ଆସନରେ ବିଜେଡ଼ି ବିଜୟୀ ହୋଇଥିବା ବେଳେ ୨୧ଟି ଜିଲ୍ଲାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ହୋଇଛନ୍ତି ମହିଳା । ଯାହାଦ୍ୱରା ଆଗକୁ ଆସୁଥିବା ୨୦୨୪ ନିର୍ବାଚନରେ ମହିଳା ଭୋଟରଙ୍କୁ ବିଜେଡ଼ି ନିଜ ପାଖରେ ରଖିବାକୁ ସକ୍ଷମ ହେବ ।

ଉପକୂଳରୁ ଉପାନ୍ତ, ପଶ୍ଚିମରୁ ଦକ୍ଷିଣ ସବୁଠି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୋଛି ନେଇଛି ବିଜୁ ଜନତା ଦଳ। ୭୦ପ୍ରତିଶତ ବା ୨୧ଟି ଆସନରେ ମହିଳାଙ୍କୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ କରି ରାଜନୀତି ଇତିହାସରେ ବିଜେଡ଼ି ନୂଆ ଫର୍ଦ୍ଦ ଯୋଡ଼ିଛି। ୩୦ରୁ୩୦ ଜିଲ୍ଲାରେ ଅଧକ୍ଷ ପଦ ହାତେଇବା ଓଡ଼ିଶା ଇତିହାସରେ ପ୍ରଥମ।

ବିଜେଡି ଉପସଭାନେତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି,"ମହିଳାଙ୍କୁ ଅଗ୍ରାଧିକାର ଦେବା ନେଇ ମୁଖ୍ୟମନ୍ତ୍ରୀ ସବୁ ବ୍ୟବସ୍ଥା କରୁଛନ୍ତି। ପଞ୍ଚାୟତ ନିର୍ବାଚନରେ ଦିଆଯାଇଛି ପୌର ନିର୍ବାଚନରେ ବି ଦିଆଯିବ। ଆଗାମୀ ସାଧାରଣ ନିର୍ବାଚନରେ ମହିଳାଙ୍କୁ ଅଗ୍ରାଧିକାର ଦେବା ନେଇ ମୁଖ୍ୟମନ୍ତ୍ରୀ ଚିନ୍ତା କରିବେ"। ଏହି ସଫଳତା ପାଇଁ ସାମ୍ବାଦିକ ସମ୍ମିଳନୀ କରି ବିଜେଡି ରାଜ୍ୟବାସୀଙ୍କ କୃତଜ୍ଞତା ଜଣାଇଛି।

ବିଜେଡ଼ି ମୁଖପାତ୍ର ସୁଲତା ଦେଓ କହିଛନ୍ତି", ଐତିହାସିକ ବିଜୟର ଶ୍ରେୟ ଓଡିଶାବାସୀଙ୍କୁ ଯିବ। ମୁଖ୍ୟମନ୍ତ୍ରୀଙ୍କ ଉପରେ ରାଜ୍ୟବାସୀ ଆଶା ଓଜାଡ଼ି ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟ ବିକାଶ ପଥରେ ଆଗେଇ ଚାଲିଛି। ୩୦ ଜିଲ୍ଲା ପରିଷଦ ଆସନରେ କେବେ କୌଣସି ଦଳ ଅଧ୍ୟକ୍ଷ ରହିନାହାଁନ୍ତି। ନବୀନ ପଟ୍ଟନାୟକ କଥାରେ ନୁହେଁ କାମରେ ବିଶ୍ୱାସ କରନ୍ତି। ବିଜେଡ଼ିର ଲ୍ୟାଣ୍ଡ ସ୍ଲାଇଡ଼ ଭିକ୍ଟ୍ରି ହୋଇଛି। ବିଜେଡ଼ିର କାର୍ଯ୍ୟ ଏପରି ଭାବେ ଅବ୍ୟାହତ ରହିବ। ମହିଳାଙ୍କୁ କିପରି ଆଗକୁ ଅଣାଯାଇ ପାରିବ, ଓଡିଶା ସୁଦୃଢ଼ ହେବ,ସଶକ୍ତ ହେବ ସେନେଇ ମୁଖ୍ୟମନ୍ତ୍ରୀ ପ୍ରୟାସ ଜାରି ରଖିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି,"ପଞ୍ଚାୟତିରାଜ ବ୍ୟବସ୍ଥାରେ ୫୦ ଭାଗ ମହିଳାଙ୍କ ପାଇଁ ସଂରକ୍ଷିତ ଥିଲେ ବି ୭୦ ପ୍ରତିଶତ ମହିଳାଙ୍କୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ କରାଯାଇଛି। ଯେଉଁ ମହିଳାମାନେ ଜିତିଛନ୍ତି ତାଙ୍କ ବୟସ ୪୧ ରୁ କମ।ସେମାନଙ୍କର କାମ କରିବାର ଉତ୍କଣ୍ଠା ରହିଛି। ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମ ଜିଲ୍ଲାରେ ବି ଜଣେ ଶିକ୍ଷିତ ମହିଳାଙ୍କୁ ଅଧ୍ୟକ୍ଷ କରାଯାଇଛି। ଅଣସଂରକ୍ଷିତ ଥିବା ୧୮ ଆସନରୁ ୧୨ ଜଣ ପଛୁଆ ବର୍ଗ। ଯେଉଁମାନଙ୍କ ସଂଖ୍ୟା ୬୭ ପ୍ରତିଶତ। ସ୍ୱାଭିମାନ ଅଞ୍ଚଳରେ ଯୁକ୍ତ ୨ ପଢ଼ୁଥିବା ଯୁବତୀଙ୍କ ଉପରେ ଆସ୍ଥା ରଖିଛନ୍ତି ନବୀନ। ଗାଁକୁ କାମ ମା'କୁ ସମ୍ମାନ ଆଭିମୁଖ୍ୟ ନେଇ ମୁଖ୍ୟମନ୍ତ୍ରୀ କାମ କରୁଛନ୍ତି"।

ବିଜେପି ନେତ୍ରୀ ପିଙ୍କି ପ୍ରଧାନ କହିଛନ୍ତି," ବିଜେପି ସବୁବେଳେ ମହିଳାଙ୍କୁ ପ୍ରାଧାନ୍ୟ ଦେଇଥାଏ। ଆଗକୁ ବି ବହୁତ ମହିଳା ଆସିବେ। ବିଜେଡ଼ି ପ୍ରଚାର ପାଇଁ ମହିଳାଙ୍କୁ ସାମ୍ନାକୁ ଆଣୁଛି କିନ୍ତୁ ବାସ୍ତବରେ ମହିଳା ଅବହେଳିତ"।

କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି,"ଶାସକ ବିଜେଡ଼ି ବିରୋଧୀ ଶୁନ୍ୟ କରିଦେଲେ। ଭୋଟରଙ୍କୁ ପ୍ରଭାବିତ କରିଛନ୍ତି। ପ୍ରକୄତରେ ଏହା ମହିଳା ଶସକ୍ତିକରଣ ନୁହଁ ପ୍ରଲୋଭନ। ଏହାର କୌଣସି ପ୍ରଭାବ ୨୦୨୪ ଉପରେ ପଡ଼ିବ ନାହିଁ। ୨୦୧୭ରେ ବିଜେଡ଼ି ୨୦ଟି ଜିଲ୍ଲାରେ ପରିଷଦ ଗଠନ କରିଥିବା ବେଳେ ବିଜେପି ୮ଟିରେ ଓ କଂଗ୍ରେସ ୨ଟି ଜିଲ୍ଲାରେ ଅଧକ୍ଷ ପଦ ହାତେଇଥିଲା"।
Published by:Soumya Das
First published: