ବିଜେଡି ପାଳିଲା ୨୫ତମ ଜୟନ୍ତୀ; ଏମିତି ଆହ୍ବାନ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ପୁରୀ ଠାରେ ଆୟୋଜିତ ହୋଇଯାଇଛି ବିଜେଡି ରୌପ୍ୟ ଜୟନ୍ତୀ। ଏହି ଉତ୍ସବରେ ୧୦୦ ବର୍ଷ ପାଇଁ ଦଳ ରାଜ୍ୟ ପାଇଁ କାମ କରିବ ବୋଲି ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଏମିତି ଆହ୍ବାନ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଏମିତି ଆହ୍ବାନ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ପୁରୀ: ବିଜେଡି କେବଳ ରାଜନୈତିକ ଦଳ କିମ୍ବା ଜଣେ ଦୁଇଜଣଙ୍କ ଉପରେ ନିର୍ଭରଶୀଳ ଦଳ ନୁହେଁ। ଏହା ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି। କେବଳ ୨୫ ବର୍ଷ ନୁହେଁ ଆଗାମୀ ୫୦ ଏପରିକି ୧୦୦ ବର୍ଷ ପାଇଁ ଦଳ ରାଜ୍ୟ ପାଇଁ କାମ କରିବ ବୋଲି ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ପୁରୀ ଠାରେ ଆୟୋଜିତ ବିଜେଡି ରୌପ୍ୟ ଜୟନ୍ତୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଏଭଳି ବାର୍ତ୍ତା ଦେଇଛନ୍ତି। ବିଜେଡି ଦଳରେ ପ୍ରତିଟି କର୍ମକର୍ତ୍ତା ହେଉଛନ୍ତି ଜଣେ ଜଣେ ସେବକ। ଆଉ ଏହାହିଁ ସୋମବାର ବିଜେଡିକୁ ସଫଳତା ଦେଇଛି ବୋଲି କହିଛନ୍ତି ବିଜେଡି ଉପସଭାପତି ଦେବୀ ମିଶ୍ର। ଦଳରେ ଶୃଙ୍ଖଳା ରହିଛି ଓ ଆଗାମୀ ଦିନରେ ତାହାକୁ ନେଇ ବରିଷ୍ଠମାନେ ଯୁବକ ଓ ମହିଳାମାନଙ୍କ ଦିଗଦର୍ଶକ ହେଇ କାର୍ଯ୍ୟ କରିବେ ବୋଲି କହିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ପୁରୀ ଜିଲା ସଭାପତି ମହେଶ୍ୱର ମହାନ୍ତି।

ଧାମନଗର ନିର୍ବାଚନ ଆମକୁ ଶିକ୍ଷା ଦେଇଥିଲା ଓ ଆମେ ତାହାକୁ ପାଥେୟ କରି ପଦ୍ମପୁର ଓ ୨୦୨୪ ନିର୍ବାଚନରେ ସଫଳ ହେବୁ ବୋଲି କହିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ। ପୁଣି ୫ଟି ରୁପାନ୍ତରିତ ଯୋଜନା ଆମର ଅମୋଘ ଅସ୍ତ୍ର ବୋଲି କହିଛନ୍ତି ସାଂସଦ ସସ୍ମିତ ପାତ୍ର। ତେବେ ବିଜେଡି ଇତିହାସରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ରାଜ୍ୟର ପ୍ରମୁଖ ନେତୃବୃନ୍ଦ, ଛାମୁଆ ସଙ୍ଗଠନ, ମନ୍ତ୍ରୀ, ସାଂସଦ ଓ ପ୍ରାୟ ୫୦ ହଜାରରୁ ଉର୍ଦ୍ଧ୍ବ ଦଳୀୟ କର୍ମକର୍ତ୍ତା ଏହି ସମାରୋହରେ ସାମିଲ ହୋଇଥିଲେ। ଓଡ଼ିଶାର ସ୍ୱାର୍ଥ, ସ୍ୱାଭିମାନ, ପରମ୍ପରା ଓ ବିଜୁ ବାବୁଙ୍କୁ ଆଦର୍ଶକୁ ରକ୍ଷା କରିବା ସହ ଶିକ୍ଷା, ସ୍ୱାସ୍ଥ୍ୟ ନାରୀ ସଶକ୍ତି କରଣ, କୃଷି, ପ୍ରଭୁତି କ୍ଷେତ୍ରରେ ଓଡ଼ିଶାର ପ୍ରଗତି ଦିଗରେ କାର୍ଯ୍ୟ କରିବାକୁ ଦଳର‌ ଅନ୍ୟ ନେତୃବୃନ୍ଦମାନେ ଆହ୍ବାନ ଦେଇଛନ୍ତି।‌

କେବଳ ୨୫ ବର୍ଷ ନୁହେଁ ଆଗାମୀ ୫୦ ଏପରିକି ୧୦୦ ବର୍ଷ ପାଇଁ ଦଳ ରାଜ୍ୟ ପାଇଁ କାମ କରିବ ବୋଲି ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଜେଡି ଦଳରେ ପ୍ରତିଟି କର୍ମକର୍ତ୍ତା ହେଉଛନ୍ତି ଜଣେ ଜଣେ ସେବକ। ଆଉ ଏହାହିଁ ଆଜି ବିଜେଡିକୁ ସଫଳତା ଦେଇଛି ବୋଲି କହିଛନ୍ତି ବିଜେଡି ଉପସଭାପତି ଦେବୀ ମିଶ୍ର।

ଦଳରେ ଶୃଙ୍ଖଳା ରହିଛି ଓ ଆଗାମୀ ଦିନରେ ତାହାକୁ ନେଇ ବରିଷ୍ଠମାନେ ଯୁବକ ଓ ମହିଳାମାନଙ୍କ ଦିଗଦର୍ଶକ ହେଇ କାର୍ଯ୍ୟ କରିବେ ବୋଲି କହିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ପୁରୀ ଜିଲା ସଭାପତି ମହେଶ୍ୱର ମହାନ୍ତି। ଧାମନଗର ନିର୍ବାଚନ ଆମକୁ ଶିକ୍ଷା ଦେଇଥିଲା ଓ ଆମେ ତାହାକୁ ପାଥେୟ କରି ପଦ୍ମପୁର ଓ ୨୦୨୪ ନିର୍ବାଚନରେ ସଫଳ ହେବୁ ବୋଲି କହିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ।

ସେପଟେ ବିଜେଡି ପାଇଁ ଥିଲା ସୋମବାର ଏକ ଐତିହାସିକ ମୁହୁର୍ତ୍ତ। ଶଙ୍ଖକ୍ଷେତ୍ର ଶ୍ରୀକ୍ଷେତ୍ରରେ ବିଜେଡି ମହାସମାରୋହରେ ପାଳନ କରିଛି ରୋପ୍ୟ ଜୟନ୍ତୀ ଉତ୍ସବ। ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ୫୦ ହଜାରରୁ ଉର୍ଦ୍ଧ୍ଵ ନେତା ଓ କର୍ମୀ ଏହି ଉତ୍ସବରେ ସାମିଲ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ଦଳୀୟ ନେତା ଓ ସାଙ୍ଗଠନିକ କର୍ମକର୍ତ୍ତାଙ୍କୁ ଏହି ଅବସରରେ ଶୁଭେଚ୍ଛା ଜଣାଇଥିଲେ। ବିଜେଡି ଏବେ ଜଣେ ଦୁଇଜଣଙ୍କ ଉପରେ ନିର୍ଭର କରୁଥିବା ଦଳ ନୁହେଁ ବରଂ ଏହା ଏକ ବଡ଼ ଜନ ଆନ୍ଦୋଳନର ରୂପ ନେଇଛି।

ମୁଖ୍ୟମନ୍ତ୍ରୀ ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ବିଜେଡି ୨୫ ବର୍ଷ ଧରି ଦେଇଥିବା ସେବାର ସ୍ମୁତି ଚାରଣ କରିଥିଲେ।‌ ରାଜ୍ୟର ସ୍ୱାର୍ଥ ସ୍ୱାଭିମାନ, ସଂସ୍କୃତି, ପରାମ୍ପରା ସହ ବିଜୁ ବାବୁଙ୍କୁ ଆଦର୍ଶକୁ ପାଳନ କରିବା ଲାଗି ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ। ନାରୀ ସଶକ୍ତି କରଣ, ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ସହ ରାଜ୍ୟର ସର୍ବାଙ୍ଗୀନ ଉନ୍ନତି ପାଇଁ ବିଜେଡିର ନେତା ଓ କର୍ମୀମାନେ କାମ କରନ୍ତୁ ବୋଲି ଏହି ପରାମର୍ଶ ଦେଇଥିଲେl

ତେବେ ବିଜେଡି ଇତିହାସରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ରାଜ୍ୟର ପ୍ରମୁଖ ନେତୃବୃନ୍ଦ, ଛାମୁଆ ସଙ୍ଗଠନ, ମନ୍ତ୍ରୀ, ସାଂସଦ ଓ ପ୍ରାୟ ୫୦ ହଜାରରୁ ଉର୍ଦ୍ଧ୍ବ ଦଳୀୟ କର୍ମକର୍ତ୍ତା ଏହି ସମାରୋହରେ ସାମିଲ ହୋଇଥିଲେ।
ଓଡ଼ିଶାର ସ୍ୱାର୍ଥ, ସ୍ୱାଭିମାନ, ପରମ୍ପରା ଓ ବିଜୁ ବାବୁଙ୍କୁ ଆଦର୍ଶକୁ ରକ୍ଷା କରିବା ସହ ଶିକ୍ଷା, ସ୍ୱାସ୍ଥ୍ୟ ନାରୀ ସଶକ୍ତି କରଣ, କୃଷି, ପ୍ରଭୁତି କ୍ଷେତ୍ରରେ ଓଡ଼ିଶାର ପ୍ରଗତି ଦିଗରେ କାର୍ଯ୍ୟ କରିବାକୁ ଦଳର‌ ଅନ୍ୟ ନେତୃବୃନ୍ଦମାନେ ଆହ୍ବାନ ଦେଇଛନ୍ତି। ‌ତେବେ ସେବା, ବିଜେଡିର ସଫଳତା, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣେ ନେତାଙ୍କୁ ପାଥେୟ କରି ଦଳ ଆଜି ୨୫ ବର୍ଷ ପୂର୍ତ୍ତି ଓ ୨୬ ବର୍ଷର ପ୍ରତିଷ୍ଠା ଦିବସ ପୁରୀରେ ପାଳିଛି। ତୃଣମୂଳ ସ୍ତରରେ କିଭଳି କାର୍ଯ୍ୟ ହେବ ତାହା ଆମେର ଗୁରୁମନ୍ତ୍ର।

ଦେଶରେ ବିଜେଡି ଏକମାତ୍ର ଆଞ୍ଚଳିକ ଦଳ ଯିଏକୁ ନିଜ ମାଟିର କଥାକୁ ନେଇ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ଆଉ ବିଜେଡି ପୁରୀରେ ଆରମ୍ଭ ହୋଇଥିଲା ଓ ଆଜି ୨୬ ବର୍ଷର ପ୍ରତିଷ୍ଠା ଦିବସ ପୁଣି ପୁରୀରେ ପାଳନ କରି ମହାପ୍ରଭୁଙ୍କ ଆଶିର୍ବାଦ ନେଇ ୨୦୨୪ରେ ପୁଣି ବାଜିମାତ କରିବ ତାହା ହିଁ ଆମର ଗୁରୁମନ୍ତ୍ର ବୋଲି କହିଛନ୍ତି ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା। ମୁଖ୍ୟମନ୍ତ୍ରୀ ମଧ୍ୟାହ୍ନ ୧୨ଟାରେ ପୁରୀ ତାଳବଣିଆ ହେଲିପ୍ୟାଡ଼ ଠାରେ ପହଞ୍ଚିବା ପରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ତାଙ୍କୁ ସଭାସ୍ଥଳକୁ ପାଛୋଟି ନିଆଯାଇଥିଲା।‌ ସଭା ମଞ୍ଚରେ ମୁଖ୍ୟମନ୍ତ୍ରୀଙ୍କ ସହ ବିଜେଡି ବରିଷ୍ଠ ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ, ସୌମ୍ୟ ରଞ୍ଜନ ପଟ୍ଟନାୟକ, ପ୍ରସନ୍ନ ପାଟ୍ଟଶାଣୀ, ଦେବୀପ୍ରସାଦ ମିଶ୍ରଙ୍କ ସହ ଦଳର ଛାମୁଆଁ ସଙ୍ଗଠନର ପ୍ରମୁଖ ପ୍ରମିଳା ମଲ୍ଲିକ, ସୁଦାମ ମାରାଣ୍ଡି‌ ଓ ପ୍ରଣବ ପ୍ରକାଶ ଦାସ ମଞ୍ଚାସୀନ ହୋଇଥିଲେ। ମୁଖ୍ୟମନ୍ତ୍ରୀ ସଭାସ୍ଥଳକୁ ଆସିବା ପୂର୍ବରୁ ବିଜେଡିର ବରିଷ୍ଠ ନେତୃବୃନ୍ଦମାନେ ବିଜେଡି ଦଳର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରିବା ସହ ରାଜ୍ୟର ବୃହତର ସ୍ବାର୍ଥ ପାଇଁ ଦଳର‌ କର୍ମକର୍ତ୍ତା ଓ ନେତାମାନେ ନିଷ୍ଠାର ସହ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ।

ରୌପ୍ୟ ଜୟନ୍ତୀ ପାଳନ ଅବସରରେ ପୁରୀରେ ରାଜ୍ୟର ବରିଷ୍ଠ କର୍ମକର୍ତ୍ତାଙ୍କ ସହ ସମସ୍ତ ଜିଲ୍ଲା, ବ୍ଲକ ଓ ପଞ୍ଚାୟତ ସ୍ତରର‌ ନେତା ଓ କର୍ମକର୍ତ୍ତାମାନଙ୍କୁ ଦେଖିବାକୁ ମିଳିଥିଲା। ଆଗାମୀ ୨୦୨୪ରେ ସାଧାରଣ ନିର୍ବାଚନ ଥିବାରୁ ଦଳୀୟ ନେତା ଓ କର୍ମୀମାନେ ଏହି ଦିବସକୁ ଉତ୍ସାହର ସହ ମହାସମାରୋହରେ ଏହାକୁ ପାଳନ କରିଥିଲେ।
Published by:Lipina Das
First published: