ଉପନିର୍ବାଚନ: BJDର ତିର୍ତ୍ତୋଲ୍ ପ୍ରାର୍ଥୀ ଚୟନ ଦଳ ଭିତରେ ଅନେକଙ୍କୁ କାହିଁକି ଚକିତ କରିଛି?

ସ୍ୱର୍ଗତ ବିଷ୍ଣୁ ଦାସ ସ୍କୁଲ ଓ ଗଣ ଶିକ୍ଷା ମନ୍ତ୍ରୀ ଥିବା ବେଳେ ମାର୍କ ଜାଲିଆତି ନେଇ ବିବାଦ ଘେରକୁ ଆସିଥିଲେ ଉଭୟ ବାପ ଓ ପୁଅ । ବିଷ୍ଣୁ ଦାସଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା । ସେହି କାଣ୍ଡକୁ ଉଭୟ ବିଜେପି ଓ କଂଗ୍ରେସ ଏଥର ପ୍ରଚାରରେ ହତିଆର କରିବେ ।

ଉପନିର୍ବାଚନ: BJDର ତିର୍ତ୍ତୋଲ୍ ପ୍ରାର୍ଥୀ ଚୟନ ଦଳ ଭିତରେ ଅନେକଙ୍କୁ କାହିଁକି ଚକିତ କରିଛି?
ବିଜେଡିର ତିର୍ତ୍ତୋଲ ପ୍ରାର୍ଥୀ ବିଜୟ ଶଙ୍କର ଦାସ
  • News18 Odia
  • Last Updated: October 14, 2020, 9:17 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କଂଗ୍ରେସର ଗଡ଼ ବୋଲି କୁହଯାଉଥିବା ତିର୍ତ୍ତୋଲକୁ ତିନି ପାଳି ହେବ ବିଜେଡି ମାଡ଼ି ବସିଥିବା ବେଳେ ଆସନ୍ତା ଉପନିର୍ବାଚନ ପାଇଁ ଦଳ କାହାକୁ ପ୍ରାର୍ଥୀ କରିବ ତାହାକୁ ନେଇ ସବୁ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇ ସେଠାକାର ଦିବଙ୍ଗତ ବିଧାୟକ ତଥା ପୂର୍ବ ମନ୍ତ୍ରୀ ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ଦାସଙ୍କୁ ଦଳ ପ୍ରାର୍ଥୀ କରିଛି। ଅନୁକମ୍ପା ଭୋଟ ହାତେଇବାକୁ ବିଜେଡି ଉଦ୍ୟମ କରୁଥିବା ଚର୍ଚ୍ଚା ହେଉଥିବା ବେଳେ ରାଜନୀତିରେ ଅନଭିଜ୍ଞ ବିଜୟଙ୍କୁ ଟିକେଟ ମିଳିବା ପରେ ତାଙ୍କ ପାର୍ଥୀତ୍ୱଙ୍କୁ ଏକ ଭିନ୍ନ ଚର୍ଚ୍ଚା ସରଗରମ ହୋଇଛି ।

ସ୍ୱର୍ଗତ ବିଷ୍ଣୁ ଦାସ ରାଜ୍ୟର ସ୍କୁଲ ଓ ଗଣ ଶିକ୍ଷା ମନ୍ତ୍ରୀ ଥିବା ବେଳେ ମାର୍କ ଜାଲିଆତି ନେଇ ବିବାଦ ଘେରକୁ ଆସିଥିଲେ ଉଭୟ ବାପ ପୁଅ । ସେହି ଜାଲିଆତି ଉଜାଗର ହେବା ପରେ ବିଷ୍ଣୁ ଦାସଙ୍କୁ ମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡ଼ିଥିଲା । ସେହି କାଣ୍ଡକୁ ଉଭୟ ବିଜେପି ଓ କଂଗ୍ରେସ ଏଥର ପ୍ରଚାରରେ ଅନ୍ୟତମ ହତିଆର କରିବେ ବୋଲି କହିସାରିଛନ୍ତି । ତେବେ ଛଅ ଥର ବିଧାୟକ ରହିଥବା ବିଷ୍ଣୁ ଦାସଙ୍କ ଦେହାନ୍ତ ପରେ ତାଙ୍କ ରାଜନୈତିକ ଉତ୍ତରାଧିକାରୀ ଭାବେ ଉଭା ହୋଇଛନ୍ତି ବିଜୟ । ତାଙ୍କ ପାର୍ଥୀତ୍ୱ ଉପରେ ମୋହର ମାରି ବିଜେଡି ତିର୍ତ୍ତୋଲ ସିଟ୍‌ ବଜାୟ ରଖିବାକୁ ଷ୍ଟ୍ରାଟେଜି କରିଛି ।

ହେଲେ ଏତେ କମ୍‌ ବୟସରେ ଶାସକ ଦଳର ଟିକେଟ ପାଇବା ପରେ ବିଜୟ ଶଙ୍କରଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ବି ଚର୍ଚ୍ଚା ଆରମ୍ଭ ହୋଇଛି । ବିଷ୍ଣୁ ଦାସଙ୍କର ଏକ ମାତ୍ର ପୁଅ ହୋଇଥିବାରୁ ବିଜୟ ଚାରି-ପାଞ୍ଚ ବର୍ଷ ହେବ ବାପାଙ୍କ ସହିତ ବିଭିନ୍ନ ସ୍ଥାନକୁ ଯାଉଥିବା କୁହାଯାଉଛି ।

ବିଜୟ ଶଙ୍କର ଦାସଙ୍କ ବାପା ସ୍ୱର୍ଗତ ବିଷ୍ଣୁ ଦାସ


ବିଜୟ ଶଙ୍କର ରାଜନୀତିରେ ବେଶ୍‌ କିଛି ବର୍ଷ ଧରି ରୁଚି ରଖି ଆସିଛନ୍ତି। ଇଞ୍ଜିନିୟରିଂ ପାସ୍‌ କରିବା ପର ଠାରୁ ଜିଲ୍ଲାର ଛାତ୍ର ରାଜନୀତିରେ ସେ ସକ୍ରିୟ ଅଛନ୍ତି। ଯୁବ ସଙ୍ଗଠନକୁ ସୁଦୃଢ କରିବା ସହ ରକ୍ତଦାନ କାର୍ଯ୍ୟକ୍ରମ ପରି ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରି ଆସିଛନ୍ତି ବିଜୟ ।

ଟିକେଟ ପାଇବା ପରେ ବିଜୟ ଶଙ୍କର କହିଛନ୍ତି, ‘‘ବାପାଙ୍କ ଅଧୁରା ସ୍ୱପ୍ନ ପୂରଣ କରିବା ମୋ’ର ପ୍ରମୁଖ ଲକ୍ଷ । ଚାଷୀଙ୍କ ସମସ୍ୟା ସହ ସ୍ଥାନୀୟ ସମସ୍ୟାକୁ ମୁଖ୍ୟ ପ୍ରସଙ୍ଗ କରି ଲୋକଙ୍କ ସମର୍ଥନ ମାଗିବି । ନିଶ୍ଚିତ ସଫଳ ହେବି ବୋଲି ମୋ’ର ବିଶ୍ୱାସ ।’’

ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତି ଓ ସରକାରଙ୍କ ବିକାଶମୂଳକ କାର୍ଯ୍ୟକୁ ଆଧାର କରି ବିପୁଳ ବିଜୟ ଲାଭ କରିବାକୁ ଆଶା ରଖିଛନ୍ତି ବିଜୟ ଶଙ୍କର। ଦଳର ବରିଷ୍ଠ ନେତାଙ୍କୁ ସାଙ୍ଗରେ ନେଇ କାମ କରିବା ସହ ପୂର୍ବାପେକ୍ଷ ଅଧିକ ମାର୍ଜିନରେ ବିଜୟ ଲାଭ କରିବେ ବୋଲି ଦୃଢୋକ୍ତି କରିଛନ୍ତି ସେ ।

ଏହା ବି ପଢ଼ନ୍ତୁ | ୭ ବର୍ଷର ବାଳକ ଭୋକରେ ମରିଗଲା; ତା’ ମା’ ମୃତ ଦେହ ପାଖରେ ୩ ଦିନ ବସିରହିଲା

ପ୍ରତ୍ୟକ୍ଷ ରାଜନୀତିରେ ଅନଭିଜ୍ଞ ହୋଇଥିଲେ ବି ନିଜ ବାପାଙ୍କ ଭାବମୂର୍ତ୍ତି ହିଁ ହେବ ବିଜୟ ଶଙ୍କରଙ୍କ ପ୍ରମୁଖ ଆଧାର । ‘‘ମୁଁ ତିର୍ତ୍ତୋଲ ବାସୀଙ୍କ ସମସ୍ୟା ସହିତ ସଦା ବେଳେ ଯୁଝିଥିବାରୁ ମୋ’ର ସେମାନଙ୍କ ସମର୍ଥନ ଉପରେ ଭରସା ଅଛି,’’ କହିଛନ୍ତି ବିଜୟ ଶଙ୍କର।

ବିଜେଡିର ଏକାଧିକ ଗୋଷ୍ଠି ତିର୍ତ୍ତୋଲ ପାଇଁ ଟିକେଟ ଲବିରେ ଥିବା ବେଳେ ଏହି ଆସନକୁ ୨୦୦୯ରୁ ଲଗାତର ଜିତି ଆସୁଥିବା ବିଜେଡି ତିନି ଥର ନୂଆ ପାର୍ଥୀଙ୍କୁ ଟିକେଟ ଦେଇଛି । ୧୯୮୦ରୁ ୨୦୦୦ ଯାଏଁ ଏହି ସିଟରେ ଲଗାତର କଂଗ୍ରେସ ଜିତି ଆସୁଥିଲା । ୨୦୦୦ ମସିହାରୁ ବିଜେଡି ପାର୍ଥୀ ଦେବାଶିଷ ସାମନ୍ତରାୟ କଂଗ୍ରେସ ବିଜୟ ଧାରାରେ ରୋକ ଲଗାଇଥିଲେ।

ଏହା ବି ପଢ଼ନ୍ତୁ | କୁକୁରକୁ ରଙ୍ଗ ଲଗେଇ ବାଘ ବନେଇଦେଲେ; ‘ମିନି ଟାଇଗର’କୁ ଦେଖି ପଶୁ ପ୍ରେମୀ ନାରାଜ ହେଲେ

୨୦୦୪ରେ କଂଗ୍ରେସ ଜିତିଥିଲା, ହେଲେ ୨୦୦୯ ପର ଠୁ ବିଜେଡି ଭିନ୍ନ ଭିନ୍ନ ପ୍ରାର୍ଥୀ ଦେଇ ଲଗାତାର ବାଜି ମାରି ଆସୁଛି । ୨୦୧୯ ନିର୍ବାଚନରେ ବିଷ୍ଣୁ ଦାସଙ୍କୁ ଦଳ ପ୍ରାର୍ଥୀ କରିଥିଲା, ଆଉ ସେ ପ୍ରାୟ ୪୦ ହଜାର ଭୋଟ୍‌ ମାର୍ଜିନରେ ବିଜେପି ପ୍ରାର୍ଥୀ ଉମାକାନ୍ତ ଭୋଇଙ୍କୁ ପରାସ୍ତ କରିଥିଲେ ।



ଏଥର ଉପନିର୍ବାଚନରେ ତିର୍ତ୍ତୋଲର ରାଜନୈତିକ ତାସ୍‌ ମୁଠା ଫେଣ୍ଟିହୋଇଯାଇଛି । ସେଠାରୁ ୨୦୧୯ରେ ବିଜେପିର ପ୍ରାର୍ଥୀ ହୋଇଥିବା ରମାକାନ୍ତ ଭୋଇ ବିଜେଡିରେ ସାମିଲ ହୋଇଥିବା ବେଳେ ୨୦୧୪ ନିର୍ବାଚନରେ କଂଗ୍ରେସର ପ୍ରାର୍ଥୀ ଥିବା ରାଜକିଶୋର ବେହେରାଙ୍କୁ ବିଜେପି ନିଜ କ୍ୟାମ୍ପକୁ ନେଇ ପ୍ରାର୍ଥୀ କରିଛି । ଏପରି ସ୍ଥଳେ ବିଜୟଙ୍କୁ ପ୍ରାର୍ଥୀ କରି ଅନୁକମ୍ପା ଭୋଟ ହାତେଇବାକୁ ବିଜେଡି ସଜବାଜ ହୋଇ କୌଣସି ସୁଯୋଗ ହାତଛଡ଼ା କରିବାକୁ ଚାହୁଁନି।
Published by: Anand Shankar Thankur Das
First published: October 14, 2020, 9:17 PM IST
corona virus btn
corona virus btn
Loading