News18 Odia Digital
ଭୁବନେଶ୍ବର: ନିଜର ନିକଟତମ ପ୍ରତୀଦ୍ୱନ୍ଦୀଙ୍କୁ ହରାଇ ବାଜି ମାରିନେଇଛନ୍ତି ବିଜେଡ଼ି ପ୍ରାର୍ଥୀନି ବର୍ଷା ସିଂ ବରିହା । ପଦ୍ମପୁର ଉପନିର୍ବାଚନରେ ବିଜୁ ଜନତା ଦଳ ବିଜୟୀ ହୋଇଛି। ସ୍ବର୍ଗତ ବିଜୟ ରଂଜନ ସିଂ ବରିହାଙ୍କ ସୁକନ୍ୟା ତଥା ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କୁ ୧,୧୯,୫୧୨ ଖଣ୍ଡ ଭୋଟ୍ ମିଳିଛି।ବର୍ତ୍ତମାନ ସୁଦ୍ଧା ବିଧିବଦ୍ଧ ଭାବରେ କୌଣସି ଘୋଷଣା ହୋଇନଥିଲେ ହେଁ ବିଜେଡି ଜିତିବା ସ୍ପଷ୍ଟ ହୋଇଛି ।
ବର୍ଷା ସିଂ ବରିହା ୪୨,୦୬୫ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିବା ଜଣାପଡ଼ିଛି। ତାଙ୍କର ନିକଟତମ ପ୍ରାର୍ଥୀ ବିଜେପିର ପ୍ରଦୀପ ପୁରୋହିତଙ୍କୁ ୭୭,୪୪୭ ଖଣ୍ଡ ଭୋଟ୍ ମିଳିଛି। ସେହିପରି କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁଙ୍କୁ ୩୫୪୮ ଖଣ୍ଡ ଭୋଟ୍ ମିଳିଛି।
ଆଜି ସକାଳ ୮ଟାରୁ ପଦ୍ମପୁର ଆରଏମସି ପରିସର କେନ୍ଦ୍ରରେ ଭୋଟ ଗଣତି ଆାରମ୍ଭ ହୋଇଥିଲା। ୧୪ ଟେବୁଲରେ ଗଣତି ୨୩ ରାଉଣ୍ଡରେ ଶେଷ କରାଯାଇଥିଲା । ବିଜେଡି, ଭାଜପା ଏବଂ କଂଗ୍ରେସ ପ୍ରାର୍ଥୀଙ୍କ ସମେତ ୧୦ଜଣ ଏହି ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ। ଏହି ଉପନିର୍ବାଚନରେ ଗତ ୫ ତାରିଖ ଦିନ ରେକର୍ଡ ସଂଖ୍ୟକ ଅର୍ଥାତ୍ ୮୧.୨୯ ପ୍ରତିଶତ ମତଦାନ ହୋଇଥିଲା। ନିର୍ବାଚନ ମଣ୍ଡଳୀର ସମୁଦାୟ ୨ଲକ୍ଷ ୫୭ହଜାର ୪୭୪ ଭୋଟରଙ୍କ ମଧ୍ୟରୁ ୨ଲକ୍ଷ ୯ହଜାର ୩୦୯ ଭୋଟର ୩୧୯ ବୁଥରେ ମତଦାନ କରିଥିଲେ।
କଡ଼ା ସୁରକ୍ଷା ବ୍ୟବସ୍ଥା ସହିତ ପଦ୍ମପୁର ଆରଏମସି ପରିସରେ ଭୋଟ ଗଣତି ଚାଲିଥିଲା। ସମୁଦାୟ ୧୪ ଟେବୁଲରେ ଗଣତି କାର୍ଯ୍ୟକ୍ରମ ଚାଲିଥିଲା । ସମୁଦାୟ ୨୩ ରାଉଣ୍ଡରେ ଗଣତି କାର୍ଯ୍ୟ ସରିବ। ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କ ସମେତ ୧୦ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ଚାଲିଥିଲା । ପ୍ରଥମ ପର୍ଯ୍ୟାୟରେ ବିଜେଡି ୫୫୦୧, ବିଜେପି ୩୭୮୯, କଂଗ୍ରେସକୁ ୨୦୬ ଖଣ୍ଡ ଭୋଟ ମିଳିଥିଲା । ପ୍ରଥମ ରାଉଣ୍ଡରେ ୧୭୧୨ ଖଣ୍ଡ ଭୋଟରେ ବିଜେଡି ବିଜେପିଠାରୁ ଆଗରେ ରହିଥିଲା । ଯାହାକୁ ନେଇ ଆରମ୍ଭରୁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ସେହିପରି ୨ୟ ରାଉଣ୍ଡରେ ମଧ୍ୟ ବିଜେଡି ଆଗୁଆ ରହିଥିଲା । ୩ହଜାର ୭୦ଖଣ୍ଡ ଭୋଟରେ ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହା ଆଗୁଆ ରହିଥିଲେ । ୩ୟ ପର୍ଯ୍ୟାୟ ସୁଦ୍ଧା ବିଜେଡି ୫୭ପ୍ରତିଶତ ଭୋଟ ପାଇଥିଲା । ବିଜେପି ୩୭ ପ୍ରତିଶତ ଏବଂ କଂଗ୍ରେସକୁ ମିଳିଥିଲା ୨ପ୍ରତିଶତ । । ୪ୟ ରାଉଣ୍ଡରେ ୨୧ହଜାର ୮୩୭ ଖଣ୍ଡ ଭୋଟ ମିଳିଥିଲା ବିଜେଡିକୁ । ୮୧୭୮ ଖଣ୍ଡ ଭୋଟରେ ବର୍ଷା ସିଂ ବରିହା ଆଗୁଆ ରହିଥିଲେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।