ପିପିଲିରେ ବାଜିମାତ୍ ପାଇଁ ପ୍ରସ୍ତୁତି ଆରମ୍ଭ କଲେ BJP ଓ BJD, ହେଲେ କଂଗ୍ରେସ ପ୍ରାର୍ଥୀ ଖୋଜୁଛି

ପିପିଲି ବ୍ଲକ ପାଇଁ ମନ୍ତ୍ରୀ ସମୀର ରଞ୍ଜନ ଦାଶ ଓ ବିଧାୟକ ଅତନୁ ସବ୍ୟସଚୀ ନାୟକ ଓ ଡେଲାଙ୍ଗ ବ୍ଲକ ପାଇଁ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ସହ ପ୍ରାୟ ୨୦୦ ଯୁବ, ଛାତ୍ର ଓ ମହିଳା ନେତ୍ରୀଙ୍କୁ ପଞ୍ଚାୟତ ଦାୟିତ୍ୱ ଦେଇ ପ୍ରସ୍ତୁତି ଆରମ୍ଭ କରିଛି ବିଜେଡି ।

ଆଶ୍ରିତ ପଟ୍ଟନାୟକ ଓ (ଡାହାଣ) ରୁଦ୍ର ପ୍ରତାପ ମହାରଥୀ

ଆଶ୍ରିତ ପଟ୍ଟନାୟକ ଓ (ଡାହାଣ) ରୁଦ୍ର ପ୍ରତାପ ମହାରଥୀ

  • Share this:
News18 Odia Digital

ଭୁବନେଶ୍ୱର: ପିପିଲି ଉପନିର୍ବାଚନ ପାଇଁ ରାଜ୍ୟର ତିନୋଟି ପ୍ରମୁଖ ରାଜନୈତିକ ଦଳ ସଜବାଜ ହେବା ଆରମ୍ଭ କରିଛନ୍ତି । ଉପନିର୍ବାଚନ ତାରିଖ ନିକଟ ହେଉଥିବା ବେଳେ ପ୍ରସ୍ତୁତି ଜୋର୍‌ କରିଛନ୍ତି ପ୍ରମୁଖ ରାଜନୈତିକ ଦଳମାନେ । ବିଜେପି ଓ ବିଜେଡି ନିଜ ନିଜ ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ କଂଗ୍ରେସ ଏ ଯାଏଁ ପ୍ରାର୍ଥୀ ଘୋଷଣା କରିନି । କିନ୍ତୁ ପିପିଲି ଦଖଲ ପାଇଁ ତିନି ଦଳ ଜୋରଦାର୍‌ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ଅଭିନୟ ବ୍ୟତୀତ ଏହି ସାତ ଜଣ ଭାରତୀୟ ଅଭିନେତ୍ରୀଙ୍କର ପେଶା ହେଉଛି ଦେହ ବ୍ୟବସାୟ

ଗୁରୁବାର ଦିନ ବିଜେପି ଆଶ୍ରିତ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରି ମଇଦାନକୁ ଓହ୍ଲାଇଥିବା ବେଳେ ଶୁକ୍ରବାର ଦିନ ଦିବଙ୍ଗତ ପିପିଲି ବିଧାୟକ ତଥା ବିଜେଡିର ବରିଷ୍ଠ ନେତା ପ୍ରଦାପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀଙ୍କୁ ସାମ୍ନାକୁ ଆଣି ପରିବାର କାର୍ଡ଼ ଖୋଲିଛି ଶାସକ ଦଳ । ମାର୍ଚ୍ଚ ୩୦ ନାମାଙ୍କନ ଦାଖଲର ଶେଷ ତାରିଖ ଥିବା ବେଳେ ସେଦିନ ପ୍ରାର୍ଥୀପତ୍ର ଦାଖଲ କରିବେ ରୁଦ୍ର ପ୍ରତାପ ।

ଏହା ବି ପଢ଼ନ୍ତୁ | ଏହି ଟଙ୍କିକିଆ ମୁଦ୍ରା ଆପଣଙ୍କୁ ମାଲାମାଲ୍ କରିଦେବ! ଆପଣଙ୍କୁ ମିଳିପାରେ ଲକ୍ଷ ଟଙ୍କା

ନାମାଙ୍କନ ଦିନ ଦମ୍ଭ ଦେଖାଇବା ଲାଗି ଏବେ ଠାରୁ ପ୍ରସ୍ତୁତି ଆରମ୍ଭ କରିଛି ବିଜେଡି। ଡେଲାଙ୍ଗ ବ୍ଲକ ଦାୟିତ୍ୱରେ ଥିବା ମନ୍ତ୍ରୀ ସୁଶାନ୍ତ ସିଂଙ୍କ ବାସଭବନରେ ଶୁକ୍ରବାର ଦିନ ବସିଥିଲା ବିଜେଡିର ଏକ ପ୍ରସ୍ତୁତି ବୈଠକ । ଡେଲାଙ୍ଗ ବ୍ଲକ ୨୧ଟି  ପଞ୍ଚାୟତ ଦାୟିତ୍ୱରେ ଥିବା ଛାତ୍ର, ଯୁବ ଓ ମହିଳା ନେତାଙ୍କୁ ଏକାଠି କରି ମନ୍ତ୍ର ଦେଇଛନ୍ତି ବିଜେଡିର ନେତାମାନେ । ନାମାଙ୍କନ ସହ ପଞ୍ଚାୟତ ସ୍ତରରେ ଦଳର ରଣନୀତି କ’ଣ ରହିବ ସେ ନେଇ ବିସ୍ତୃତ ଆଲୋଚନା ହୋଇଛି । ସରକାରଙ୍କ ଲୋକାଭିମୁଖୀ ଯୋଜନା, ନବୀନଙ୍କ ଭାବମୂର୍ତ୍ତି, ତିର୍ତ୍ତୋଲ ଓ ବାଲେଶ୍ଵର ଉପନିର୍ବାଚନରେ ସଫଳତା ଏବଂ ପିପିଲି ନିର୍ବାଚନମଣ୍ଡଳୀ ପ୍ରତି ମହାରଥୀଙ୍କ ଅବଦାନକୁ ଆଧାର କରି ଦଳ ନିର୍ବାଚନ ଲଢ଼ିବା ସହ ପୁନର୍ବାର ପିପିଲି ଦଖଲ କରିବ ବୋଲି ଦୃଢୋକ୍ତି କରିଛି ବିଜେଡି ।

ମନ୍ତ୍ରୀ ସୁଶାନ୍ତ ସିଂଙ୍କ ବାସଭବନରେ ବସିଥିବା ବିଜେଡିର ପ୍ରସ୍ତୁତି ବୈଠକର ଏକ ଦୃଶ୍ୟ


ପିପିଲି ବ୍ଲକ ପାଇଁ ମନ୍ତ୍ରୀ ସମୀର ରଞ୍ଜନ ଦାଶ ଓ ବିଧାୟକ ଅତନୁ ସବ୍ୟସଚୀ ନାୟକ ଓ ଡେଲାଙ୍ଗ ବ୍ଲକ ପାଇଁ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ସହ ପ୍ରାୟ ୨୦୦ ଯୁବ, ଛାତ୍ର ଓ ମହିଳା ନେତ୍ରୀଙ୍କୁ ପଞ୍ଚାୟତ ଦାୟିତ୍ୱ ଦେଇ କ୍ଷେତ୍ର ପ୍ରସ୍ତୁତ କରିଛି ଦଳ।

ଏହା ବି ପଢ଼ନ୍ତୁ | ଅଯୋଧ୍ୟାରେ ରାମ ମନ୍ଦିର ପାଇଁ ଖନନ ସମୟରେ ମିଳିଲା ଏହି ବିଶେଷ ବସ୍ତୁ; ସଂରକ୍ଷିତ ରଖାଯାଇଛି

‘‘ରୁଦ୍ର ପ୍ରତାପଙ୍କ ନାମାଙ୍କନ ପତ୍ର ଦାଖଲ ପାଇଁ ଆଜି ପ୍ରସ୍ତୁତି ବୈଠକ ହୋଇଥିଲା। ପ୍ରଦୀପ ମହାରଥୀଙ୍କ ପ୍ରତି ଲୋକଙ୍କ ଆସ୍ଥା ଜାରି ରହିଥିବା ବେଳେ ଉପନିର୍ବାଚନରେ ଏହା ପ୍ରତିଫଳିତ ହେବ । ପୁନର୍ବାର ବିଜେଡି ପିପିଲିରେ ବାଜିମାତ କରି ନିଜ ଗଡ଼କୁ ଦଖଲ କରିବ,’’ କହିଛନ୍ତି ବିଜେଡିର ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ଏଶା ଗୁପ୍ତା ଫ୍ଲୋରାଲ୍ ବିକିନି ପିନ୍ଧି ଇଣ୍ଟରନେଟ୍ରେ ତାପମାତ୍ରାକୁ ପୁଣି ଥରେ ବଢ଼େଇଦେଲେ

ଶୁକ୍ରବାର ଦିନ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ପ୍ରାର୍ଥୀପତ୍ର ଦାଖଲ କରି ରଣାଙ୍ଗନକୁ ଓହ୍ଲାଇସାରିଛନ୍ତି । ସାଧାରଣ ନିର୍ବାଚନରେ ପ୍ରଦୀପ ମହାରଥୀଙ୍କ ଠାରୁ ତାଙ୍କୁ ମିଳିଥିବା ପରାଜୟକୁ ଭୁଲି ସେ ପିପିଲି ଦଖଲ ପାଇଁ ବଳ ଲଗାଇବା ଆରମ୍ଭ କରିଛନ୍ତି । ‘‘କେନ୍ଦ୍ର ସରକାରଙ୍କ ସଫଳତା ଓ ରାଜ୍ୟ ସରକାରଙ୍କ ବିଫଳତା’’କୁ ପ୍ରମୁଖ ଅସ୍ତ୍ର କରି ନିର୍ବାଚନ ବୈତରଣୀ ପାର ହେବାକୁ ଯୋଜନା କରୁଛି ବିଜେପି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ସୀତା ରୂପରେ ଆଲିଆ ଭଟ୍ଟଙ୍କ ପ୍ରଥମ ଛବି ଆସିଲା; ଅଭିନେତ୍ରୀ କରୋନା ଯୋଗୁଁ ଘରେ ଅଛନ୍ତି

ଗତ ନିର୍ବାଚନରେ ଆଶ୍ରିତଙ୍କୁ ବିଜେଡି କଡ଼ା ଟକ୍କର ଦେଇଥିବାରୁ ଏ ଥର ଉପନିର୍ବାଚନ ଜିତି ପ୍ରତିଶୋଧ ନେବାକୁ ପ୍ଲାନ୍‌ ପ୍ରସ୍ତୁତ କରିଛି ବିଜେପି । ଦଳର ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ କହିଛନ୍ତି, ‘‘ପିପିଲିରେ ଭାଇଚାରାର ଲଢ଼େଇ ହେବ। ରୁଦ୍ର ପ୍ରଥମ ଥର ଲଢ଼େଇ କରିବେ, ନୂଆ ଅଭିଜ୍ଞତା ନେବେ । ଭୋଟର୍‌ ଯିଏ ଯାହାକୁ ଭୋଟ ଦେବେ । କିନ୍ତୁ ନିର୍ବାଚନ ନେଇ ବିଜେପିର ପ୍ଲାନ ହୋଇସାରିଛି ।’’



କଂଗ୍ରେସ କିନ୍ତୁ ଏ ଯାଏଁ କାର୍ଡ ଖୋଲିନି। ପ୍ରାର୍ଥୀ ନେଇ ଦଳ ଆଗରେ ତିନୋଟି ଚଏସ୍‌ ଥିବା ବେଳେ ଖୁବ୍‌ ଶୀଘ୍ର ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ ବୋଲି କହିଛି ଦଳ । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ‘‘କଂଗ୍ରେସ ଖୁବ୍‌ ଶୀଘ୍ର ପ୍ରାର୍ଥୀଙ୍କ ନା ଘୋଷଣା କରିବ । ଆମେ ପିପିଲିରେ ଭଲ କରିବୁ ।’’
Published by:Anand Shankar Thankur Das
First published: