ବାଲେଶ୍ୱର ଓ ତିର୍ତ୍ତୋଲ Bypoll: ଉଭୟ BJD ଓ BJP ଜିତିବେ ବୋଲି କହୁଛନ୍ତି; ପଛକୁ ହଟିଲା କଂଗ୍ରେସ

୨୦୧୯ର ସାଧାରଣ ନିର୍ବାଚନ ପରେ ଆୟୋଜିତ ଏହି ପ୍ରଥମ ଉପନିର୍ବାଚନରେ ଦୁଇଟି ଯାକ ଆସନରେ ବିଜୟୀ ହେବେ ବୋଲି ଆଶାୟୀ ଅଛନ୍ତି ଉଭୟ BJD ଓ BJP । ଏହି ଦୁଇ ଦଳଙ୍କ ‘‘ଅର୍ଥ ବଳ ସାମନାରେ’’ ପଛରେ ପଡ଼ିଯାଇଛି ବୋଲି କହିଛି କଂଗ୍ରେସ ।

ବାଲେଶ୍ୱର ଓ ତିର୍ତ୍ତୋଲ Bypoll: ଉଭୟ BJD ଓ BJP ଜିତିବେ ବୋଲି କହୁଛନ୍ତି; ପଛକୁ ହଟିଲା କଂଗ୍ରେସ
ତିର୍ତ୍ତୋଲରେ ଏକ ବୁଥରେ ଧାଡ଼ି ବାନ୍ଧିଥିବା ମହିଳା ଭୋଟରମାନେ
  • News18 Odia
  • Last Updated: November 4, 2020, 10:44 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ସରିବା ପରେ ଫଳାଫଳକୁ ନେଇ ଆରମ୍ଭ ହୋଇଛି ଅଙ୍କକଷା । କିଏ କେତେ ଭୋଟ ପାଇବ ଆକଳନ କରିବା ଏବେ ମୁସ୍କିଲ ହୋଇଥିଲେ ବି ରାଜନୈତିକ ଦଳମାନେ କିନ୍ତୁ ଭବିଷ୍ୟବାଣୀ କରିବାରୁ ପଛାଇ ନାହାନ୍ତି । ଦୁଇଟି ଆସନରେ ବାଜିମାତ ନେଇ ଦୃଢୋକ୍ତି କରିଛନ୍ତି ଉଭୟ ବିଜେଡି ଓ ବିଜେପି । ହେଲେ ଗାଦି ମାଡ଼ିବସିବାକୁ କଂଗ୍ରେସ ଆରମ୍ଭରୁ ବଳ ଲଗାଇଥିଲେ ବି ନିର୍ବାଚନ ପରେ ପଛକୁ ହଟିଛି ।

ଦୁଇଟି ଆସନ ପାଇଁ ଇଭିଏମରେ ସିଲ ହୋଇସାରିଛି ୧୫ ଜଣ ପ୍ରାର୍ଥୀଙ୍କ ଭାଗ୍ୟ । ବାଲେଶ୍ୱରରେ ଛଅ ଜଣ ପ୍ରାର୍ଥୀ ଥିବା ବେଳେ ତିର୍ତ୍ତୋଲରେ ନଅ ଜଣ ପ୍ରାର୍ଥୀ ଥିଲେ । ନିଜ ନିଜ ପସନ୍ଦର ପ୍ରାର୍ଥୀଙ୍କୁ ବାଛିଛନ୍ତି ଜନତା । ୧୦ ତାରିଖରେ ଗଣତି ଥିଲେ ବି ଫଳାଫଳକୁ ନେଇ ଅଙ୍କକଷା ଆରମ୍ଭ କରିଛନ୍ତି ତିନି ପ୍ରମୁଖ ଦଳ । ଦୁଇଟି ଆସନକୁ ନେଇ ଆଶା ବାନ୍ଧିଛନ୍ତି ଉଭୟ ବିଜେପି ଓ ବିଜେଡି ।

ଏହା ବି ପଢ଼ନ୍ତୁ | ଅର୍ଣ୍ଣବ ଗୋସ୍ୱାମୀ ଗିରଫ ହେଲେ; ଇଣ୍ଟେରିୟର ଡିଜାଇନରଙ୍କୁ ଆତ୍ମହତ୍ୟା ପାଇଁ ଉସୁକାଇବା ଅଭିଯୋଗ

ବିଜେଡି ଉପସଭାପତି ତଥା ମୁଖପାତ୍ର ଦେବୀ ପ୍ରସାଦ ମିଶ୍ର


‘‘ଦୁଇଟି ଯାକ ଆସନରେ ବିଜେଡି ବିଜୟୀ ହେବ। ଯାହା ଲୋକଙ୍କର ମୁଡ଼ ରହିଛି ସେଥିରୁ ନବୀନଙ୍କ ନେତୃତ୍ୱ ପ୍ରତି ଓ ବିକାଶ ପ୍ରତି ଲୋକେ ଆସ୍ଥା ପ୍ରକାଶ କରିଥିବା ଜଣାପଡ଼ିଛି । କିନ୍ତୁ ଲୋକଙ୍କ ମୁଡ଼ ଯାହା, ତିର୍ତ୍ତୋଲରେ ବିଶାଳ ବିଜୟ ହେବ । ବାଲେଶ୍ୱରରେ ଯେତେ ଭୋଟରେ ହାରିଥିଲୁ ତାହା ଠୁ ଅଧିକ ଭୋଟରେ ଜିତିବୁ । ବିଜେଡି ଓ ନବୀନଙ୍କ ପ୍ରତି ଲୋକଙ୍କ ସମ୍ମାନ ରହିଛି,’’ କହିଛନ୍ତି ବିଜେଡି ଉପସଭାପତି ଦେବୀ ମିଶ୍ର ।

ଏହା ବି ପଢ଼ନ୍ତୁ | Bihar Assembly Polls: ପ୍ରଚାର ବେଳେ ପପ୍ପୁ ଯାଦବଙ୍କ ମଞ୍ଚ ଭାଙ୍ଗିଗଲା, ଆହତ ହେଲେ; ଦେଖନ୍ତୁ VIDEO

ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ‘‘ଆମର ଆକଳନ ପଜିଟିଭ ରହିଛି । ଦୁଇଟି ସ୍ଥାନରେ ସରକାରଙ୍କ ପ୍ରତି ଯେଉଁ ଅବିଶ୍ୱାସ ଥିଲା ତାହା ଜଣାପଡିଛି । ବିଜେପି ଦୁଇଟି ସ୍ଥାନରେ ଭଲ ଭାବେ କ୍ୟାମ୍ପେନ୍‌ ପରିଚାଳନା କରିଛି । ଦୁଇଟି ସ୍ଥାନରେ ବିଜେପି ଭଲ କରିବ । ଦୁଇଟି ସ୍ଥାନରେ ଫଳାଫଳ ସରକାର ବିରୁଦ୍ଧରେ ଯିବା । ବିଜେପି ସପକ୍ଷରେ ଯିବାର ଯଥେଷ୍ଟ ସମ୍ଭାବନା ରହିଛି । ଆମେ ଦୁଇଟିରେ ଜିତିବୁ ।’’

ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ


ହେଲେ କିଛି ଦିନ ପୂର୍ବରୁ ଦମ୍ଭୋକ୍ତି କରୁଥିବା କଂଗ୍ରେସ ଆଗୁଆ ପରାଜୟ ସ୍ୱୀକାର କରିବା ସହ ୨୦୨୪ ପାଇଁ ସ୍ୱପ୍ନ ଦେଖିବା ଆରମ୍ଭ କରିଛି । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ‘‘ବିଜେଡି ଓ ବିଜେପିର ଅର୍ଥ ବଳ ସାମନାରେ କଂଗ୍ରେସ ପଛରେ ପଡ଼ିଯାଇଛି । ହେଲେ ଦଳ ପୂର୍ବାପେକ୍ଷା ଭଲ ଫାଇଟ ଦେଇଛି । ୨୦୨୪ ନିର୍ବାଚନରେ ଆମେ ଖୁବ୍‌ ଭଲ ନିଶ୍ଚୟ କରିବୁ ।’’

୨୦୧୯ର ସାଧାରଣ ନିର୍ବାଚନ ପରେ ଏହା ପ୍ରଥମ ଉପନିର୍ବାଚନ ଥିଲା । ପୂରା ବଳ ଲଗାଇଥିଲେ ତିନି ପ୍ରମୁଖ ଦଳ । ଏପରିକି ବାଲେଶ୍ୱରରେ ସ୍ୱାଧୀନ ପ୍ରାର୍ଥୀଙ୍କ ନାଁ ବି ବେଶ୍‌ ଚର୍ଚ୍ଚାରେ ରହିଥିଲା ।

ଏହା ବି ପଢ଼ନ୍ତୁ | ଆମିର୍ ଖାନଙ୍କ ଝିଅ ଇରା ଖାନ୍ କହିଲେ, ‘’୧୪ ବର୍ଷ ବୟସରେ ମୋ ଯୌନ ଶୋଷଣ ହୋଇଥିଲା’’

ଉପନିର୍ବାଚନ ମତଦାନ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏସ.କେ.ଲୋହାନୀ ସୁଚନା ଦେଇ କହିଛନ୍ତି ଯେ ବାଲେଶ୍ୱରରେ ୭୦.୬୯ ପ୍ରତିଶତ ଓ  ତିର୍ତ୍ତୋଲରେ ୬୯.୬୬ ପ୍ରତିଶତ ଭୋଟିଂ ହୋଇଛି । ‘‘ସାଧାରଣ ନିର୍ବାଚନରେ ବାଲେଶ୍ୱରରେ ଭୋଟିଂ ପ୍ରତିଶତ ୭୧.୨୯ ଓ ତିର୍ତ୍ତୋଲରେ ୭୪.୦୯ ଥିଲା । ପୋଷ୍ଟାଲ ବ୍ୟାଲାଟରେ ତିର୍ତ୍ତୋଲରେ ୩,୦୯୩ ଜଣ ଓ ବାଲେଶ୍ୱରରେ ୧,୬୩୧ ଜଣ ଭୋଟ ଦେଇଛନ୍ତି । ତିର୍ତ୍ତୋଲରେ ୧୦୪ ଜଣ କୋଭିଡ ରୋଗୀ ଥିବା ବେଳେ ଛଅ ଜଣ ଥିଲେ ବାଲେଶ୍ୱରରୁ । ଶେଷ ଘଣ୍ଟାରେ ତିର୍ତ୍ତୋଲରେ ୨୩ ଜଣ ନିଜର ମତାଧିକାର ସାବ୍ୟସ୍ତ କରିଥିଲେ । ୨୧ ଜଣ କୋଭିଡ ହୋମ ଆଇସୋଲେସନରେ ଥିବା ବେଳେ ଦୁଇ ଜଣଙ୍କର ତାପମାତ୍ରା ଅଧିକ ଥିଲା,’’ ସେ କହିଛନ୍ତି ।



ପାରାଦୀପରେ ଜଣେ ରୋଗୀ ଆମ୍ବୁଲାନ୍ସରେ ଆସି ବି ଭୋଟ ଦେଇଥିଲେ । ଶେଷ ଘଣ୍ଟାରେ ବାଲେଶ୍ୱରରେ ୨୮ ଜଣ କୋଭିଡ ରୋଗୀ ଭୋଟ ଦେଇଥିଲେ । ଦୁଇଟି ଯାକ ଷ୍ଟ୍ରଙ୍ଗ ରୁମକୁ ସିଏପିଏଫ ଗାର୍ଡ଼ କରୁଛି । ୨୪ ଘଣ୍ଟିଆ ସିସିଟିଭି ବ୍ୟବସ୍ଥା ରହିଛି । ‘‘ଆଶାକର୍ମୀ ଓ ପୋଲିସ ବଳ ନିଜ ଦାୟିତ୍ୱ ସୁଚାରୁ ରୂପେ ନିର୍ବାହ କରିଥିଲେ ଓ ସ୍ୱାସ୍ଥ୍ୟ ବିଭାଗ ବହୁତ ସହଯୋଗ କରିଥିଲା,’’ କହିଛନ୍ତି ଲୋହାନୀ । ବାଲେଶ୍ୱରରେ ୧୨୪ ଜଣ ଭୋଟର ଭୋଟ ବର୍ଜନ କରିଥିଲେ ।
Published by: Anand Shankar Thankur Das
First published: November 4, 2020, 10:44 PM IST
corona virus btn
corona virus btn
Loading