୫ଜି ସେବାକୁ ନେଇ ବିଜେଡି ତଥ୍ୟ ଆଧାରିତ ବିତର୍କ କରୁ; ବଜେପି
- News18 Odia
- Last Updated :
- Bhubaneswar, India
News 18 Odia Digital
ଭୁବନେଶ୍ୱର; ଆଜି ଓଡ଼ିଶା ପାଇଁ ଏକ ଐତିହାସିକ ଦିନ । ଓଡ଼ିଶାରେ ଆଜି ନିର୍ଦ୍ଧାରିତ ସମୟଠାରୁ ଆଗୁଆ ୫ଜି ସେବା ଶୁଭାରମ୍ଭ କରାଯାଇଛି । ଓଡ଼ିଶାରେ ଟେଲି ସେବା ଯୋଗାଇବା ନେଇ ମୋଦି ସରକାରଙ୍କର ଅବଦାନ ଐତିହାସିକ । ବିଜୁ ଜନତା ଦଳ ୫ଜିର ସେବାକୁ ନେଇ ଆଦୌ ବିବ୍ରତ ନହେଉ । ଯେପର୍ଯ୍ୟନ୍ତ କେନ୍ଦ୍ରରେ ମୋଦି ସରକାର ଅଛିି ସେତେବେଳ ପର୍ଯ୍ୟନ୍ତ ଓଡ଼ିଶାର ଜନତାଙ୍କର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ପ୍ରାଥମିକତାରେ ରହିଛି । ୨୨ ବର୍ଷ ଶାସନରେ ରହିବା ପରେ ବି ପାଖାପାଖି ୧୦ ହଜାର ଗାଁକୁ ସବୁ ଦିନିଆ ରାସ୍ତା ନିର୍ମାଣ କରିବାରେ ବିଫଳ ହୋଇଥିବା ବିଜୁ ଜନତା ଦଳର ସାଂସଦ ଅମର ପଟ୍ଟନାୟକ ଆଜି ଟେଲି ଡେନସିଟ କଥା କହିବା ଅତ୍ୟନ୍ତ ହାସ୍ୟାସ୍ପଦ ବୋଲି ବିଧାୟକ ଡ. ମୁକେଶ ମହାଲିଙ୍ଗ କହିଛନ୍ତି।
ସବୁବେଳେ କେନ୍ଦ୍ର ଅବହେଳାର ମିଛ ବୟାନବାଜି କରୁଥିବା ବିଜୁ ଜନତା ଦଳ ତଥ୍ୟ ଉପରେ ବିତର୍କ କରୁ । ୨୦୧୪ରେ ଓଡ଼ିଶାରେ ଟେଲି ଡେନସିଟ ଥିଲା ୬୦, ଏବେ ମୋଦି ସରକାରଙ୍କ ୮ ବର୍ଷରେ ଏହା ପହଞ୍ଚିଲାଣି ୭୫ରେ । ସେହି ୮ ବର୍ଷରେ ଜାତୀୟ ହାର ୯% ବଢିଥିବା ବେଳେ ଓଡ଼ିଶାରେ ଏହା ୧୫% ବଢିଛି । ସେହିଭଳି ୨୦୧୪ରେ ଓଡ଼ିଶାରେ ମାତ୍ର ୭୫୬୨ଟି ଟେଲିକମ ଟାଓାର ଥିଲା । ମୋଦି ସରକାରଙ୍କ ୮ ବର୍ଷରେ ଏହା ବଢି ୨୪୬୯୨ରେ ପହଞ୍ଚିଲାଣି । ୨୦୧୪ରେ ଅପ୍ଟିକାଲ ଫାଇବର ଥିଲା ମାତ୍ର ୪୦ ହଜାର କିମିର । ଏବେ ଏହା ପହଞ୍ଚିଲାଣି ୧ ଲକ୍ଷ ୨୦ ହଜାର କିମିରେ । ସେହିଭଳି ବ୍ରଡବ୍ୟାଣ୍ଡ କନେକସନ ଓଡ଼ିଶାରେ ଥିଲା ମାତ୍ର ୬ ଲକ୍ଷ, ଆଜି ଏହା ୨ କୋଟି । ଏବେ କେନ୍ଦ୍ର ସରକାର ପୁଣି ୫ ହଜାର କୋଟି ଟଙ୍କା ଅନୁମୋଦନ କରିଛନ୍ତି ଓଡ଼ିଶାରେ ଆଉ ୫ହଜାର ଟେଲିକମ ଟାଓାର ପାଇଁ । ତେଣୁ ଓଡ଼ିଶାରେ ଟେଲିକମ ସେବାର ବିକାଶ ନେଇ କେନ୍ଦ୍ରରେ ଥିବା ବିଜେପି ସରକାର ସବୁବେଳେ ଅଗ୍ରାଧୀକାର ଦେଇ ଆସିଛି ବୋଲି ଡ. ମହାଲିଙ୍ଗ କହିଛନ୍ତି । ବିଜୁ ଜନତା ଦଳ ପାଖରେ ଏବେ କେନ୍ଦ୍ର ଅବହେଳାର କୁମ୍ଭୀର କାନ୍ଦଣା କାନ୍ଦିବା ଛଡା ସେମାନଙ୍କ ପାଖରେ ଏବେ ଆଉ କିଛ ରାଜନୈତିକ ପ୍ରସଙ୍ଗ ନାହିଁ । ଓଡ଼ିଶାରେ ପ୍ରତି ଗାଁକୁ ଅପ୍ଟିକାଲ ଫାଇବାର ସଂଯୋଗ ପାଇଁ କେନ୍ଦ୍ର ସରକାର ୧୦୮୦ କୋଟି ଟଙ୍କାର ଅନୁଦାନ ରାଜ୍ୟ ସରକାରଙ୍କୁ ଯୋଗାଇ ଦେଇଛନ୍ତି । ସେହି କାମ କେତେବାଟ ଗଲା ବିଜୁ ଜନତା ଦଳ ଜବାବ ରଖୁ ବୋଲି ଡ.ମହାଲିଙ୍ଗ କହିଛନ୍ତି।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।