ଧାମନଗର ଉପନିର୍ବାଚନ; ଆଗାମୀ ୨ ଦିନରେ ବିଜେଡ଼ି ବ୍ୟାପକ ଟଙ୍କା ବାଣ୍ଟିବ; ଲେଖାଶ୍ରୀ

ଆଗାମୀ ଦୁଇ ଦିନରେ ବିଜେଡ଼ି ବ୍ୟାପକ ଟଙ୍କା ବାଣ୍ଟିବ ବୋଲି ବିଜେପି ଅଭିଯୋଗ କରିଛି । ମଦ, ମାଂସରେ ଭୋଟରଙ୍କୁ ବୁଡାଇବେ । ଗାଁ ଗାଁରେ ସରକାରୀ ଅଧିକାରୀ, ଏସଏଚଜି ମହିଳା ଓ ଗୋଟିଏ ପଞ୍ଚାୟତରେ ସରକାର ସହ ଲିଙ୍କ ଥିବା ୩୦ ଜଣଙ୍କୁ ଲଗାଇ ବିଜେଡ଼ି ଟଙ୍କା ବାଣ୍ଟିବ ବୋଲି ବିଜେପି ଆଶଙ୍କା କରୁଛି ।

ଧାମନଗର ଉପନିର୍ବାଚନ; ଆଗାମୀ ୨ ଦିନରେ ବିଜେଡ଼ି ବ୍ୟାପକ ଟଙ୍କା ବାଣ୍ଟିବ; ଲେଖାଶ୍ରୀ

ଧାମନଗର ଉପନିର୍ବାଚନ; ଆଗାମୀ ୨ ଦିନରେ ବିଜେଡ଼ି ବ୍ୟାପକ ଟଙ୍କା ବାଣ୍ଟିବ; ଲେଖାଶ୍ରୀ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର : ଧାମନଗର ଉପନିର୍ବାଚନକୁ ନେଇ ବିଜେଡ଼ି ବିଜେପି ମୁହାଁ ମୁହିଁ ହୋଇଛନ୍ତି । ଲେଖଶ୍ରୀ ସାମନ୍ତସିଂହାର ସାମ୍ବାଦିକ ସମ୍ମିଳନୀ କରି ବିଜେଡିକୁ ଟାର୍ଗେଟ କରି କହିଛନ୍ତି । ଆଜି ପ୍ରଚାର ଆଜି ଶେଷ ହେଉଛି । ଆଗାମୀ ଦୁଇ ଦିନରେ ବିଜେଡ଼ି ବ୍ୟାପକ ଟଙ୍କା ବାଣ୍ଟିବ ବୋଲି ବିଜେପି ଅଭିଯୋଗ କରିଛି । ମଦ, ମାଂସରେ ଭୋଟରଙ୍କୁ ବୁଡାଇବେ । ଗାଁ ଗାଁରେ ସରକାରୀ ଅଧିକାରୀ, ଏସଏଚଜି ମହିଳା ଓ ଗୋଟିଏ ପଞ୍ଚାୟତରେ ସରକାର ସହ ଲିଙ୍କ ଥିବା ୩୦ ଜଣଙ୍କୁ ଲଗାଇ ବିଜେଡ଼ି ଟଙ୍କା ବାଣ୍ଟିବ ବୋଲି ବିଜେପି ଆଶଙ୍କା କରୁଛି । ସମ୍ବେଦନଶୀଳ ବୁଥ୍ ଗୁଡ଼ିକରେ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀ ମୁତୟନ ପାଇଁ ବିଜେପି ଅନୁରୋଧ କରିଥିଲା । ଧାମନଗର ଉପନିର୍ବାଚନରେ ହେଉଥିବା ବିଭିନ୍ନ ଅନିୟମିତତା ନେଇ ଶାସକ ଦଳକୁ ଟାର୍ଗେଟ କରିଛି ବିଜେପି ।

ବିଜେପି ଦାୟୀତ୍ୱବୋଧ ସହ ସ୍ୱଚ୍ଛ, ଅବାଧ ଓ ନିରପେକ୍ଷ ନିର୍ବାଚନ କରିବା ପାଇଁ ଦାୟୀତ୍ୱ ନିର୍ବାହନ କରିଛି । ବିଜେଡ଼ି ତଥ୍ୟ ପ୍ରମାଣ ଦେଉ, କେଉଁ ସବୁ ଘଟଣାକୁ ନେଇ ସିଇଓଙ୍କ ପାଖକୁ ଯାଇଛି । କେଉଁ ଘଟଣା ଉପରେ ସିଇଓ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି, ତାହାର ପ୍ରମାଣ ଦେଉ ବିଜେଡ଼ି । ବିଜେଡ଼ି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖକୁ ବିଜେପିକୁ ବାଦ କରି ଯାଉଥିଲା। ଯେଉଁ ସବୁ ଘଟଣା ସାମ୍ନାକୁ ଆସିଛି । ନିର୍ବାଚନ ଆୟୋଗ ଆଗରେ ରଖିଛି ବିଜେପି। ତଥ୍ୟ ପ୍ରମାଣିତ ହେବା ପରେ ସିଇଓ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ସମସ୍ତ ଅଭିଯୋଗ ସତ୍ୟ ବୋଲି ନିର୍ବାଚନ ଅଧିକାରୀ ମୋହର ମାରିଛନ୍ତି । ଉପନିର୍ବାଚନରେ କଳ, ବଳ, କୌଶଳ ବ୍ୟବହାର କରି ଅଗଣତାନ୍ତ୍ରିକ ମାଧ୍ୟମରେ ଭୋଟ ହାତେଇବାକୁ ଚେଷ୍ଟା କରୁଛି ବିଜେଡ଼ି । ଅନୈତିକ ପ୍ରତିଶୃତି ଦେଉଛି ଶାସକ ଦଳ ବୋଲି ଲେଖଶ୍ରୀ ସାମନ୍ତସିଂହାର କହିଛନ୍ତି ।

ସେପଟେ ବିଜେଡି ଏହାକୁ କାଉଣ୍ଟର କରିଛି । ବିଜେଡିର ୭ ଜଣିଆ ପ୍ରତିନିଧି ଦଳ ସିଇଓଙ୍କୁ ଭେଟି ବିଜେପି ବିରୋଧରେ ଫେରାଦ ହୋଇଛନ୍ତି । ପ୍ରଚାର ସମୟରେ ମହିଳାଙ୍କ ଉପରେ ବିଜେପି ଆକ୍ରମଣ କରୁଥିବା ଅଭିଯୋଗ କରିଛି ବିଜେଡି । ଧାମନଗର ଉପନିର୍ବାଚନରେ ମହିଳାଙ୍କୁ ଶାରୀରିକ, ମାନସିକ ନିର୍ଯ୍ୟାତନା ଓ ରାଜନୈତିକ ଆକ୍ରମଣ କରୁଛି ବିଜେପି । ଅଶୋଭନୀୟ ଆଚରଣ କରିବା ସହ ଗାଳିଗୁଲଜ କରୁଛନ୍ତି । ମହିଳାଙ୍କ ମହନୀୟତାକୁ କ୍ଷୁର୍ଣ୍ଣ କରୁଛି ବିଜେପି । ବହୁ ବ୍ୟବଧାନରେ ହାରିବା ଭୟରେ ବିଜେପି ଏପରି କରୁଥିବା ଅଭିଯୋଗ କରିଛି ବିଜେଡି । ବିଜେପିର ଗୁଣ୍ଡାଗର୍ଦ୍ଦି ଦିନକୁ ଦିନ ବଢ଼ିବାରେ ଲାଗିଛି । ମହିଳା ଏସଏଜିଙ୍କ ବିରୋଧରେ ଫେକ ଭିଡ଼ିଓ କରିଥିଲା ବିଜେପି । ଏହା ଦ୍ବାରା ଧାମନଗରର ନାରୀ ଶକ୍ତି ଓ ମହିଳା ଏସଏଜିଙ୍କ ଗାରିମାଙ୍କୁ ନଷ୍ଟ କରିବାକୁ ଚେଷ୍ଟା କରିଛି ବିଜେପି । ବରିଷ୍ଠ ମନ୍ତ୍ରୀଙ୍କୁ ଗାଳିଗୁଲଜ କରିଥିଲା ବିଜେପି । ଜଣେ ମହିଳା ମମତା ଆଚାର୍ଯ୍ୟଙ୍କୁ ଆକ୍ରମଣ କରିବା ସହ ତାଙ୍କ ମିଠା ଦୋକାନ ଭଙ୍ଗାରୁଜ୍ଜା କରିଥିଲେ । ବିଜେପିର ଜଣେ କ୍ୟାଡ଼ର ଏହି କାର୍ଯ୍ୟ କରିଛନ୍ତି । ଏନଏସଏରେ ବୁକ ହୋଇଥିବା ଜଣେ ଅପରାଧି କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ନେତୃତ୍ୱରେ ବିଜେପିର କର୍ମୀ ଏହି କାର୍ଯ୍ୟ କରିଛନ୍ତି । ବିଜେପିର ଏହି ମହିଳା ବିରୋଧୀ ଆଚରଣକୁ ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର ନିନ୍ଦା କରିଛନ୍ତି । ସେହିପରି ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି। ନିର୍ବାଚନ ହାରିବା ଭୟ ବିଜେପିକୁ ଘାରିଛି ।
Published by:Soubhagya Mishra
First published: