ଗୁଣ୍ଡଗର୍ଦ୍ଦି ନେଇ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲେ ବିଜେଡି-ବିଜେପି

ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି " ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ସବୁବେଳେ ନିଜ କାର୍ଯ୍ୟ ପାଇଁ କୁଖ୍ୟାତି ଅର୍ଜନ କରିଛନ୍ତି । କେତେବେଳେ ଖଣ୍ଡା ବୁଲେଇ ତ କେତେବେଳେ ଆକ୍ରମଣ କରି ଚର୍ଚ୍ଚାରେ ରହିଛନ୍ତି । କିନ୍ତୁ ପଦ୍ମପୁରରେ ଚଳିତଥର ସମ୍ପୂର୍ଣ୍ଣ ସୀମା ଉଲଂଘନ କରିଛନ୍ତି ।

ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି " ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ସବୁବେଳେ ନିଜ କାର୍ଯ୍ୟ ପାଇଁ କୁଖ୍ୟାତି ଅର୍ଜନ କରିଛନ୍ତି । କେତେବେଳେ ଖଣ୍ଡା ବୁଲେଇ ତ କେତେବେଳେ ଆକ୍ରମଣ କରି ଚର୍ଚ୍ଚାରେ ରହିଛନ୍ତି । କିନ୍ତୁ ପଦ୍ମପୁରରେ ଚଳିତଥର ସମ୍ପୂର୍ଣ୍ଣ ସୀମା ଉଲଂଘନ କରିଛନ୍ତି ।

ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି " ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ସବୁବେଳେ ନିଜ କାର୍ଯ୍ୟ ପାଇଁ କୁଖ୍ୟାତି ଅର୍ଜନ କରିଛନ୍ତି । କେତେବେଳେ ଖଣ୍ଡା ବୁଲେଇ ତ କେତେବେଳେ ଆକ୍ରମଣ କରି ଚର୍ଚ୍ଚାରେ ରହିଛନ୍ତି । କିନ୍ତୁ ପଦ୍ମପୁରରେ ଚଳିତଥର ସମ୍ପୂର୍ଣ୍ଣ ସୀମା ଉଲଂଘନ କରିଛନ୍ତି ।

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନ ପାଇଁ ଜମୁଛି ପ୍ରଚାର । ମଇଦାନକୁ ଓହ୍ଲାଇଛନ୍ତି ମାଳ ମାଳ ହେଭିୱେଟ ନେତା । ଗୋଟେ ପଟେ ପ୍ରଚାର ଜମୁଥିବା ବେଳେ ଆରୋପ ପ୍ରତ୍ୟାରୋପ ବି ତେଜୁଛି । ଉଭୟ ଉଭୟଙ୍କ ବିରୁଦ୍ଧରେ ବିଶୋଦଗାର କରୁଛନ୍ତି । ପ୍ରତିଦିନ ପରସ୍ପର ବିରୁଦ୍ଧରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇ ଅଭିଯୋଗ ବାଢୁଛନ୍ତି । ଆଜି ଏହି କ୍ରମରେ ଉଭୟ ଉଭୟଙ୍କ ବିରୁଦ୍ଧରେ ଭିନ୍ନ ଅଭିଯୋଗ ନେଇ ଫେରାଦ ହୋଇଛନ୍ତି । ଦୁଇଟି ଦଫାରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇ ଭିନ୍ନ ଭିନ୍ନ ଅଭିଯୋଗ ଆଣିଛି ବିଜେଡି ।



ବିରୋଧିଦଳ ନେତା ଜୟ ନାରାୟଣ ମିଶ୍ରଙ୍କ ବିରୁଦ୍ଧରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଓ ମହିଳା କମିଶନଙ୍କ ନିକଟରେ ଅଭିଯୋଗ କରିଛି ବିଜେଡି । ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି " ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ସବୁବେଳେ ନିଜ କାର୍ଯ୍ୟ ପାଇଁ କୁଖ୍ୟାତି ଅର୍ଜନ କରିଛନ୍ତି । କେତେବେଳେ ଖଣ୍ଡା ବୁଲେଇ ତ କେତେବେଳେ ଆକ୍ରମଣ କରି ଚର୍ଚ୍ଚାରେ ରହିଛନ୍ତି । କିନ୍ତୁ ପଦ୍ମପୁରରେ ଚଳିତଥର ସମ୍ପୂର୍ଣ୍ଣ ସୀମା ଉଲଂଘନ କରିଛନ୍ତି । ସମ୍ପୂର୍ଣ୍ଣ ମହିଳା ଜାତି ପାଇଁ ଯେଉଁ କୁତ୍ସିତ ବକ୍ତବ୍ୟ ଦେଇଛନ୍ତି ତାହା ନିନ୍ଦନୀୟ । ତାଙ୍କର ଦୁର୍ଭାଗ୍ୟଜନକ ବକ୍ତବ୍ୟ ଅତ୍ୟନ୍ତ ନିମ୍ନ ମାନର ଓ ସାରା ମହିଳା ଜାତି ପାଇଁ ଘୃଣ୍ୟ । ଜଣେ ଆଇନ ପ୍ରଣେତାଙ୍କଠାରୁ ଏହା ଆଶା କରାଯାଇନପାରେ ।

ନିର୍ବାଚନ ଆସେ ଏବଂ ଯାଏ ନିଜ ଉଚ୍ଚାରଣ ଏବଂ ଆଚରଣ ଭିତରେ ସାମଞ୍ଜସ୍ୟ ନ ଆଣିଲେ ଲୋକେ କେବେ ପସନ୍ଦ କରିବେ ନାହିଁ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ପ୍ରମାଣ ସହ ଫେରାଦ ହୋଇଛି ବିଜେଡି । ଉପ ନିର୍ବାଚନ ପ୍ରଚାରରୁ ତାଙ୍କୁ ବାଦ୍ ଦେବାକୁ ବିଜେଡି ଦାବି କରିଛି । ସେହିପରି ଅପରାହ୍ନରେ ବି ପୁନର୍ବାର ଫେରାଦ ହୋଇ ସଙ୍ଗୀନ ଅଭିଯୋଗ ଆଣିଛି ଶାସକ ଦଳ । ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି" ପଦ୍ମପୁର ଉପନିର୍ବାଚନରେ ବିଜେପି ଗୁଣ୍ଡଗିରି କରୁଛି । ଛତିଶଗଡ଼ରୁ ଆମଦାନୀ ନେତାମାନଙ୍କୁ ଆଣି ଟଙ୍କା ବାଣ୍ଟୁଛି ବିଜେପି ।

ସେପଟେ ବିଜେପି ମଧ୍ୟ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି । ବିରୋଧିଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ନେତୃତ୍ୱରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି । ବିଜେପି ଅଭିଯୋଗ କରିଛି ବିଜେଡି ହିଂସାକାଣ୍ଡ କରୁଛି । ପଦ୍ମପୁରରେ ଆଇନଶୃଙ୍ଖଳା ବୋଲି କିଛି ନାହିଁ । ୧୫ ରୁ ଉର୍ଦ୍ଧ୍ବ ମନ୍ତ୍ରୀ ପଦ୍ମପୁରରେ ଥିବା ବେଳେ ସେମାନେ ବିଜେପି କର୍ମୀଙ୍କ ଉପରେ ଆକ୍ରମଣ କରୁଛନ୍ତି, ଅଭିଯୋଗ ସତ୍ତ୍ଵେ ବି କୌଣସି କାର୍ଯ୍ୟାନୁଷ୍ଠାନ ହେଉ ନାହିଁ । ମନ୍ତ୍ରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିବା ସହ କୌଣସି କାର୍ଯ୍ୟାନଷ୍ଠାନ ନ ହେଲେ ବିଧାନସଭାରେ ଉଠାଇବାକୁ ଚେତାବନୀ ଦେଇଛି ବିଜେପି । ନିର୍ବାଚନ ଆଚରଣ ବିଧି ଉଲଂଘନ କରାଯାଉଛି । ସ୍ୱାସ୍ଥ୍ୟମନ୍ତ୍ରୀ ଗୁଣ୍ଡା ଲଗାଇ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଆକ୍ରମଣ କରୁଛନ୍ତି । ବିଧାୟକ ମନୋହର ରାନ୍ଧରି କମ୍ବଳ ବାଣ୍ଟୁଛନ୍ତି । ପୋଲିସ ସରକାରୀ ଦଳକୁ ସୁହାଇଲା ପରି କାର୍ଯ୍ୟ କରୁଥିବାରୁ କେନ୍ଦ୍ରୀୟ ଫୋର୍ସ ମୁତୟନ ପାଇଁ ଦାବି କରିଛି ବିଜେପି । ଦାବି ପରେ କାର୍ଯ୍ୟାନୁଷ୍ଠାନ ନହେଲେ ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇବାକୁ ଚେତାବନୀ ଦେଇଛି ।
Published by:Soubhagya Mishra
First published: