ରାଉରକେଲାକୁ ବିମାନ ଉଡାଣ ନେଇ ବିଜେଡି ବିଜେପି ମୁହାଁମୁହିଁ

କାର୍ଯ୍ୟକ୍ରମ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ନ ଲଗା ଯିବା ନେଇ କ୍ଷୋଭ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ।

ରାଉରକେଲାକୁ ବିମାନ ଉଡାଣ ନେଇ ବିଜେଡି ବିଜେପି ମୁହାଁମୁହିଁ

ରାଉରକେଲାକୁ ବିମାନ ଉଡାଣ ନେଇ ବିଜେଡି ବିଜେପି ମୁହାଁମୁହିଁ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ରାଜଧାନୀରୁ ରାଉରକେଲା ବିମାନ ଚଳାଚଳ ଆରମ୍ଭ ହୋଇଛି । ତେବେ କାର୍ଯ୍ୟକ୍ରମ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ନ ଲଗା ଯିବା ନେଇ କ୍ଷୋଭ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ।

କାର୍ଯ୍ୟକ୍ରମ ଅବସରରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍‌ବୋଧନ ଦେଇ କହିଛନ୍ତି ଓଡ଼ିଶାର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ଅହରହ ପ୍ରଚେଷ୍ଟା  କରିଆସିଛନ୍ତି। କିନ୍ତୁ କୌଣସି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦିଆ ଯାଉନାହିଁ। କୌଣସି ପୋଷ୍ଟର କି ବ୍ୟାନରରେ ପ୍ରଧାନମନ୍ତ୍ରୀଙ୍କ ପଟୋ ନାହିଁ। କିନ୍ତୁ କିଛି  ନ କରି ବାହାବା ନେଉଛନ୍ତି ରାଜ୍ୟ ସରକାର। ଗତକାଲି  କିମ୍ବା ଆଜିର କାର୍ଯ୍ୟକ୍ରମରେ ମଧ୍ୟ ମୋଦିଜୀଙ୍କୁ ଶ୍ରେୟ ଦେବାକୁ ଭଲିଯାଉଛନ୍ତି ଓଡ଼ିଶା ସରକାର। ହୀନମନ୍ୟତା ଓଡ଼ିଶାର ପରମ୍ପାରା ନୁହେଁ ବୋଲି କହି କ୍ଷଭୋ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସେହିପରି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଓଡ଼ିଶାବାସୀଙ୍କୁ ଏହା ପ୍ରଧାନମନ୍ତ୍ରୀଙ୍କ ଭେଟି । ପ୍ରଧାନମନ୍ତ୍ରୀ ଯେବେ ଦେଶର କାର୍ଯ୍ୟଭାର ଗ୍ରହଣ କଲେ, ସେବେଠୁ ଦେଶର ସାଧାରଣ ନାଗରିକଙ୍କ ବିମାନ ଯାତ୍ରା ଲାଗି ଉଡାଣ ସ୍କିମ ଆରମ୍ଭ କରିଛନ୍ତି । ଆଜି ସେହି ସ୍କିମରେ ଭୁବନେଶ୍ଵର ରାଉରକେଲା ବିମାନ ଉଡାଣ ଆରମ୍ଭ ହୋଇଛି । ୧୨ରୁ ଆନୁଷ୍ଠାନିକ ବିମାନ ସେବା ଆରମ୍ଭ ହେବ । ତେବେ ମନରେ ଦୁଃଖ ହେଉଛି, ଆଜି ଖବରକାଗଜ ଓ ବଡ ବଡ ହୋର୍ଡିଂରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଅଛି । କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ଫଟୋ ନାହିଁ । ମୁଖ୍ୟମନ୍ତ୍ରୀ, ସେମାନଙ୍କ ସଲାହକର, ବିଭାଗୀୟ ମନ୍ତ୍ରୀଙ୍କୁ ପ୍ରଶ୍ନ କରିବାକୁ ଚାହେଁ, ଏହି ଫ୍ଲାଇଟ ପାଇଁ ପ୍ରଧାନମନ୍ତ୍ରୀଙ୍କ ୧୦୦ ପ୍ରତିଶତ ଅବଦାନ ରହିଛି । ୧୦୦ ପ୍ରତିଶତ ଟଙ୍କା କେନ୍ଦ୍ର ସରକାର ଯୋଗାଇଛନ୍ତି । କିନ୍ତୁ କୌଣସି ହୋର୍ଡିଂ ଓ ଖବରକାଗଜରେ ପ୍ରଧାନମନ୍ତ୍ରୀଙ୍କ ଚିତ୍ର ନାହିଁ । ଆଶ୍ଚର୍ଯ୍ୟର କଥା, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ପାଇଁ କାହା ମୁହଁରୁ ଶବ୍ଦଟିଏ ବି ବାହାରିଲାନି । ଆମେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଅପେକ୍ଷା ରଖୁଛୁ, ଏହି ବିମାନ ଉଡାଣ ଲାଗି ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦିଅନ୍ତୁ । ୩ କୋଟି ୨୫ ଲକ୍ଷ ଓଡ଼ିଆ ଲୋକଙ୍କୁ ମାଗଣାରେ ଚାଉଳ ଦେବାକୁ ମଧ୍ୟ ପ୍ରଧାନମନ୍ତ୍ରୀ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ସେଥିଲାଗି ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦିଅନ୍ତୁ ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି ଯେ, ବିରୋଧୀଙ୍କ କାମ ଅଭିଯୋଗ କରିବା। ବିରୋଧୀ ସବୁବେଳେ ବିଭିନ୍ନ ପ୍ରକାର ଅଭିଯୋଗ କରନ୍ତି। ଆଜି ୨୨ ବର୍ଷର ଶାସନରେ ମୁଖ୍ୟମନ୍ତ୍ରୀ ଉନ୍ନତି ପରେ ଉନ୍ନତି କରୁଛନ୍ତି। ମୁଖ୍ୟମନ୍ତ୍ରୀ ସବୁବେଳେ ଲୋକଙ୍କ ପାଇଁ କାମ କରୁଛନ୍ତି। ଆଜି ଜନ ସାଧାରଣଙ୍କ ହୃଦୟରେ ଅଛନ୍ତି। ବହୁ ଦିନର ଦାବି ଥିଲା ପଶ୍ଚିମ ଓଡ଼ିଶାର ରାଉରକେଲାକୁ ବିମାନ ଉଡାଣ ପାଇଁ। ଯାହା ଆଜି ପୂରଣ ହୋଇଛି। ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବି। ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ ଚିନ୍ତାଧାରା ଓଡ଼ିଶାର କୋଣ ଅନୁକୋଣରେ ସହଯୋଗ କରିବା ପାଇଁ ଚେଷ୍ଟା କରିଛନ୍ତି। ଜାତୀୟ ସ୍ତରର ହକିକୁ ଓଡ଼ିଶା ଆଣି ବିଶ୍ୱ ଦରବାରରେ ପହଞ୍ଚାଇଛନ୍ତି। ସେହି ହକି ଚାଲିଥିବା ବେଳେ ଖେଳାଳିମାନଙ୍କ ପାଇଁ ଆଜି ଚାର୍ଟଡ଼ ପ୍ଲେନ ଲାଗିବ। ୧୨ ତାରିଖରୁ କମରସିଆଲ ପ୍ଲେନ ରେଗୁଲାର ଚାଲିବ। ଧନ୍ୟବାଦ ଦେଉଛି ମୁଖ୍ୟମନ୍ତ୍ରୀ ଓ ଭାରତ ସରକାରଙ୍କ ସହଯୋଗ ଲାଗି। ଆଜି ଓଡ଼ିଶା ଜନ ସାଧାରଣ ଖୁସି। ଲୋକଟିଏ ଖୁସି ଦୂରତା କମିଛି। ସମସ୍ତଙ୍କର ସମୟ ଉପଯୋଗ ହୋଇପାରିବ। କିନ୍ତୁ ଉଦ୍ଘାଟନ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ କୌଣସି ଫଟୋ ଲାଗି ନଥିବାରୁ କ୍ଷୋଭ ପ୍ରକାଶ କରିଥିଲେ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହାର କୌଣସି ଉତ୍ତର ରଖିଲେ ନାହିଁ ମନ୍ତ୍ରୀ ଟୁକୁନି ସାହୁ। ୨୨ ବର୍ଷର ସରକାରରେ ଆମେ ସମସ୍ତଙ୍କୁ ପ୍ରାଧାନ୍ୟ ଦେଇଛୁ। ମୁଖ୍ୟମନ୍ତ୍ରୀଙ୍କ ପ୍ରୟାସ ପାଇଁ ଆମେ ଗର୍ବ ଅନୁଭବ କରୁଛୁ ବୋଲି ଟୁକୁନି ସାହୁ କହିଛଛନ୍ତି।
Published by:Soubhagya Mishra
First published: