News 18 Odia Digital
ଭୁବନେଶ୍ୱର: ନବ ଦାସ ହତ୍ୟା ମାମଲା (naba das murder case) ଓ ଆଇନଶୃଙ୍ଖଳା ପ୍ରସଙ୍ଗ ଉଠାଇ ବିଧାନସଭା ଭିତରେ ଓ ବାହାରେ ବିଜେପିର ହଙ୍ଗାମା । ଏପଟେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ (pm awas yojna) କେନ୍ଦ୍ରୀୟ ଅବହେଳା କଥା କହି ବିଜେଡି (bjd) କରିଛି ଆନ୍ଦୋଳନ (protest) । ବିଧାନସଭାରେ ଆବାସ ପ୍ରସଙ୍ଗରେ କେନ୍ଦ୍ର ବିରୋଧରେ ନାରାବାଜି କରିଥିବା ବେଳେ ରାଜଭବନ ଯାଇ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେଇଛନ୍ତି ବିଜେଡି ବିଧାୟକଙ୍କ ପ୍ରତିନିଧି ଦଳ । ବିଜେଡି ଅଭିଯୋଗ କରିଛି, ଆବାସ ଯୋଜନାରେ କେନ୍ଦ୍ର ସରକାର ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ଦେଖାଉଛନ୍ତି । ଯାହାକୁ କାଉଣ୍ଟର କରିଛି ବିଜେପି (bjp) ।
କେନ୍ଦ୍ର ଅବହେଳାରକୁ ପ୍ରସଙ୍ଗ କରି ରାଜଭବନ ଆଗରେ ବିଜେଡି ପକ୍ଷରୁ ଆନ୍ଦୋଳନ କରାଯାଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶାକୁ ଅବହେଳା କରାଯାଇଥିବା କହି କେନ୍ଦ୍ର ବିରୋଧରେ ନାରା ଦେଇଛି ଶାସକ ଦଳ । ବିଧାନସଭାରୁ ପଦଯାତ୍ରାରେ ଯାଇ ରାଜଭବନରେ ପହଞ୍ଚିଥିଲେ ବିଜେଡି ବିଧାୟକଙ୍କ ପ୍ରତିନିଧି ଦଳ । ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ । ଦଳୀୟ ବିଧାୟକ ଅଭିଯୋଗ କରିଛନ୍ତି, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟକୁ ୧୫ ଲକ୍ଷ ଘର ଆବଶ୍ୟକ ଥିବା ବେଳେ ମିଳିଛି ମାତ୍ର ୮ ଲକ୍ଷ ଘର। ବାରମ୍ବାର ସ୍ବର ଉଠାଇବା ପରେ କେନ୍ଦ୍ର ସରକାର ମାତ୍ର ଏତିକି ଆବାସ ଦେଇଛନ୍ତି । ବିଗତ ୩ ବର୍ଷ ଧରି ଅନ୍ୟ ରାଜ୍ୟ ପାଇଁ ଆବାସ ପୋର୍ଟାଲ ଖୋଲାଯାଇଥିଲେ ମଧ୍ୟ ଓଡ଼ିଶା ପାଇଁ ବନ୍ଦ ରହିଛି ।
ମଙ୍ଗଳବାର ବିଧାନସଭାରେ ପ୍ରସଙ୍ଗ ଉଠାଇଥିଲା ବିଜେଡି । ଶୂନ୍ୟକାଳରେ ବିଜେଡି ସଦସ୍ୟମାନେ ନିଜ ନିଜ ସିଟରେ ଛିଡ଼ା ହୋଇ କେନ୍ଦ୍ର ବିରୋଧୀ ନାରା ଦେଇଥିଲେ । ବ୍ୟାନର ଧରି ପ୍ରତିବାଦ କରିଥିଲେ ବିଜେଡି ସଦସ୍ୟ । ୨୦୨୨ ସୁଦ୍ଧା ସବୁ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଦେବାକୁ କହି କେନ୍ଦ୍ର ସରକାର ଠକିଥିବା ଅଭିଯୋଗ କରିଥିଲେ । ସେପଟେ ନବ ଦାସ ହତ୍ୟାକାଣ୍ଡ ପ୍ରସଙ୍ଗ ଉଠାଇ ହଙ୍ଗାମା କରିଥିଲା ବିଜେପି । ବିଜେପି ସଦସ୍ୟମାନେ ବାଚସ୍ପତିଙ୍କ ପୋଡ଼ିୟମ ଆଡ଼କୁ ଆସି ନାରାବାଜି କରିଥିଲେ । କଂଗ୍ରେସ କିନ୍ତୁ ଉଠାଇଥିଲା ଗୋବିନ୍ଦ ସାହୁ ଆତ୍ମହତ୍ୟା ପ୍ରସଙ୍ଗ । ଏ ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଆଣି ଆଲୋଚନା ପାଇଁ ଦାବି ରଖିଥିଲେ । ତିନି ଦଳର ହୋହଲ୍ଲା ଓ ହଙ୍ଗାମା ଦେଖି ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି । ବିଜେପି କହିଛି, ପ୍ରଧାନମନ୍ତ୍ରୀ ଆବାସକୁ ନେଇ ବିଜେଡି ଯେଉଁ ସବୁ ଅଭିଯୋଗ ଆଣୁଛି, ତାର କିଛି ମାନେ ନାହିଁ । ପ୍ରେସମିଟ୍ କରି ବିଜେପି ପ୍ରଶ୍ନ କରିଛି ଯେ, ନିର୍ଦ୍ଧାରିତ ସମୟ ୨୦୧୯ ଭିତରେ ରାଜ୍ୟ ସରକାର ହିତାଧିକାରୀଙ୍କ ସର୍ଭେ କାହିଁକି ସାରିଲେ ନାହିଁ ? ଦଳୀୟ ଆଧାରରେ ହିତାଧିକାରୀ ଚୟନ କରି ସରକାର କାହିଁକି ଚଞ୍ଚକତା କରିଛନ୍ତି? ବସୁନ୍ଧରା ଯୋଜନାରେ କେତେ ଭୂମିହୀନଙ୍କୁ ଘର ଦେଇଛନ୍ତି ରାଜ୍ୟ ସରକାର ?
ଏହି ଖବର ପଢ଼ନ୍ତୁ-
http://ITR Data leak case: ବାବୁରାମଙ୍କୁ ଫସାଇଥିବା ଯୁବତୀ ହାଇଦ୍ରାବାଦର !୨୦୧୬-୧୭ ମସିହାରୁ ୨୦୨୦-୨୧ ମଧ୍ୟରେ କେନ୍ଦ୍ରରୁ ମିଳିଥିଲା ୧୮ ଲକ୍ଷ ୭୮ ହଜାର ୩୨୪ ପକ୍କା ଘର । ସେ ଭିତରୁ ୧ ଲକ୍ଷ ୬୮ ହଜାର ୧୦୬ ପକ୍କା ଘର ନିର୍ମାଣ କାର୍ଯ୍ୟ ବର୍ତ୍ତମାନ ସୁଦ୍ଧା ଶେଷ ହୋଇନାହିଁ । ୨୦୨୧-୨୨ ମସିହାରୁ ୨୦୨୨-୨୩ ମସିହା ମଧ୍ୟରେ କେନ୍ଦ୍ରରୁ ମିଳିଥିବା ପକ୍କା ଘର ପାଇଁ ଚୂଡ଼ାନ୍ତ ହିତାଧିକାରୀ ତାଲିକା ପ୍ରକ୍ରିୟା ଜାରି ରହିଥିବା ପଞ୍ଚାୟତିରାଜ ମନ୍ତ୍ରୀ ତଥ୍ୟ ରଖିଛନ୍ତି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।