ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଆସୁଛି ନିର୍ବାଚନ: BJD ମହିଳା ଶାଖାର ରାଜ୍ୟସ୍ତରୀୟ କର୍ମକର୍ତ୍ତା ଘୋଷଣା କଲା; ଆଜି BJP କାର୍ଯ୍ଯକାରିଣୀ ବୈଠକ

ଆସୁଛି ନିର୍ବାଚନ: BJD ମହିଳା ଶାଖାର ରାଜ୍ୟସ୍ତରୀୟ କର୍ମକର୍ତ୍ତା ଘୋଷଣା କଲା; ଆଜି BJP କାର୍ଯ୍ଯକାରିଣୀ ବୈଠକ

ବିଜୁ ମହିଳା ଜନତା ଦଳରେ ପାଞ୍ଚ ଜଣ ନେତ୍ରୀଙ୍କୁ ଉପଦେଷ୍ଟା, ସାତ ଜଣଙ୍କୁ ଜୋନାଲ୍ ସଭାପତି, ନଅ ଜଣଙ୍କୁ ବରିଷ୍ଠ ଉପସଭାପତି ଓ ୨୭ ଜଣଙ୍କୁ ଉପସଭାପତି ଭାବେ ନିଯୁକ୍ତି ଦିଆଯାଇଛି । ସ୍ନେହାଙ୍ଗିନୀ ଛୁରିଆଙ୍କ ସୁପାରିଶ କ୍ରମେ ଏହି ସବୁ ନିଯୁକ୍ତି ଦେଇଛନ୍ତି ନବୀନ ।

ଆସୁଛି ନିର୍ବାଚନ: BJD ମହିଳା ଶାଖାର ରାଜ୍ୟସ୍ତରୀୟ କର୍ମକର୍ତ୍ତା ଘୋଷଣା କଲା; ଆଜି BJP କାର୍ଯ୍ଯକାରିଣୀ ବୈଠକ
ନବୀନ ପଟ୍ଟନାୟକ ରାଜ୍ୟର ମହିଳାମାନଙ୍କ ମଧ୍ୟରେ ଜନପ୍ରିୟ ଅଛନ୍ତି । (ଫାଇଲ୍ ଫଟୋ)
  • News18 Odia
  • Last Updated: June 27, 2021, 11:32 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଥିବାରୁ ବେଳ ଥାଉଁଣୁ ସଙ୍ଗଠନକୁ ସୁଦୄଢ଼ କରିବାରେ ଲାଗିପଡିଛନ୍ତି ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ । ଏହି କ୍ରମରେ ବିଜେଡି ଆଗରେ ରହିଛି । ଜିଲ୍ଲା ପର୍ଯ୍ୟବେକ୍ଷକ ନିଯୁକ୍ତ କରିବାର ଦିନକ ପରେ ରବିବାର ଦିନ ବିଜେଡି ନିଜ ମହିଳା ଶାଖାର ରାଜ୍ୟସ୍ତରୀୟ କର୍ମକର୍ତ୍ତା ଘୋଷଣା କରିଛି ।

ବିଜୁ ମହିଳା ଜନତା ଦଳର ଉପଦେଷ୍ଟା ଭାବେ ପାଞ୍ଚ ଜଣଙ୍କୁ ନିଯୁକ୍ତି ଦିଆଯାଇଛି । ସେମାନେ ହେଉଛନ୍ତି ରାଜଶ୍ରୀ ମଲ୍ଲିକ, ମଞ୍ଜୁଲତା ମଣ୍ଡଳ, ରୀତା ତରାଇ, ଲତିକା ପ୍ରଧାନ ଓ ନନ୍ଦିନୀ ଦେବୀ । ଆଉ ତିନି ଜଣ ନେତ୍ରୀଙ୍କୁ କାର୍ଯ୍ୟକାରୀ ସଭାପତି କରାଯାଇଛି । ସେମାନେ ହେଉଛନ୍ତି ସୁବାସିନୀ ଜେନା, ସୁଲତା ଦେଓ ଓ ନିବେଦିତା ମହାନ୍ତି । କସ୍ତୁରୀ ମହାପାତ୍ର ମହାସଚିବ ଭାବେ ନିଯୁକ୍ତି ପାଇଥିବା ବେଳେ କୋଷାଧ୍ୟକ୍ଷ ଦାୟିତ୍ୱ ଜୟଶ୍ରୀ ଦାସଙ୍କୁ ଦିଆଯାଇଛି । ମାନସୀ ସୁନ୍ଦରରାୟଙ୍କୁ ସୋଶାଲ୍ ମିଡି଼ଆ ସଂଯୋଜକ କରାଯାଇଛି । ବିଜୁ ମହିଳା ଜନତା ଦଳର ସଭାପତି ତଥା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କ ସୁପାରିଶ କ୍ରମେ ଦଳର ସଭାପତି ତଥା ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସବୁ ନିଯୁକ୍ତି ଦେଇଛନ୍ତି ।

ଏହା ବି ପଢ଼ନ୍ତୁ | ବାବା କା ଢାବା ମାଲିକ ୮୧ ବର୍ଷର ବୁଢ଼ା ଆତ୍ମହତ୍ୟା ଉଦ୍ୟମ କଲେ; ହସପିଟାଲରେ ଭର୍ତ୍ତି ହୋଇଛନ୍ତି

ସାତ ଜଣ ନେତ୍ରୀଙ୍କୁ ଜୋନାଲ୍‌ ସଭାପତି ଭାବେ ନିଯୁକ୍ତ କରାଯାଇଛି । ଭୁବନେଶ୍ୱର ଜୋନ୍‌ ପାଇଁ ରଞ୍ଜୁଲତା ରାୟଙ୍କୁ ସଭାପତି କରାଯାଇଥିବା ବେଳେ ଶୁଭଶ୍ରୀ ଦାସଙ୍କୁ କଟକ, ବୀଣାପାଣି ସାହୁଙ୍କୁ ବାଲେଶ୍ୱର, ସବିତା ଆଚାର୍ଯ୍ୟଙ୍କୁ ସମ୍ବଲପୁର, କଲ୍ୟାଣୀ ନାୟକଙ୍କୁ ବଲାଙ୍ଗିର, ମମତା ବିଷୋୟୀଙ୍କୁ ଗଞ୍ଜାମ ଓ ରୀତା ପାଣିଗ୍ରାହୀଙ୍କୁ କୋରାପୁଟ ଜୋନର ସଭାପତି କରାଯାଇଛି ।

ବିଜୁ ମହିଳା ଜନତା ଦଳର ସଭାପତି ତଥା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ (ଡାହାଣ)


ବରିଷ୍ଠ ଉପସଭାପତି ଭାବେ ନଅ ଜଣ ନେତ୍ରୀଙ୍କୁ ନିଯୁକ୍ତି ଦିଆଯାଇଛି ଓ ୨୭ ଜଣଙ୍କୁ ଉପସଭାପତି କରାଯାଇଛି । ସନ୍ଧ୍ୟାରାଣୀ ବିଶ୍ୱାଳ, ସଂଯୁକ୍ତା ମହାନ୍ତି, ପଦ୍ମିନୀ ଶେଖର ଦେଓ, ଜ୍ୟୋତି ପାଣିଗ୍ରାହୀ, ନିବେଦିତା ନାୟକ, କନକ ପ୍ରଭା ଲେଙ୍କା, ପ୍ରଭାସିନୀ ନନ୍ଦ, ସଂଯୁକ୍ତା ମହଲ ଓ ଉମିଲତା ଦାସ ବରିଷ୍ଠ ଉପସଭାପତି ଭାବେ ନିଯୁକ୍ତି ପାଇଛନ୍ତି । ୩୫ ଜଣଙ୍କୁ ସାଧାରଣ ସମ୍ପାଦିକା, ୩୬ ଜଣଙ୍କୁ ସମ୍ପାଦିକା ଓ ୨୮ ଜଣଙ୍କୁ ଯୁଗ୍ମ ସମ୍ପାଦିକା ଭାବେ ନିଯୁକ୍ତି ଦିଆଯାଇଛି । ମହିଳା ଭୋଟରମାନକୁ ଆକୄଷ୍ଟ କରିବା ଦାୟିତ୍ଵ ଏହି ନୂଆ ଟିମ୍‌ ଉପରେ ରହିବ ।

ଏହା ବି ପଢ଼ନ୍ତୁ | ବଦଳିଲା ସୁନା ଗହଣା ସହ ଜଡ଼ିତ ଏହି ଜରୁରୀ ନିୟମ; ଗ୍ରାହକ ଦୋକାନୀ ସମସ୍ତେ ଜାଣିବା ଉଚିତ

‘‘ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଉଛି । ଓଡ଼ିଶା ଏକ ମାତ୍ର ରାଜ୍ୟ ଯେଉଁଠି ମହିଳା ସଶକ୍ତିକରଣର ପ୍ରତ୍ୟେକ କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଇଛି । ଦୀର୍ଘ ଦିନର ପରିଶ୍ରମରେ ସେମାନେ ସକ୍ଷମ ଓ ସ୍ୱାବଲମ୍ବୀ ହୋଇଛନ୍ତି। ମୁଁ ଚେଷ୍ଟା କରିବି ମହିଳା ସଙ୍ଗଠନ ମଜବୁତ କରିବାକୁ । ଓଡ଼ିଶା ଦେଶର ଏକ ମାତ୍ର ରାଜ୍ୟ ଯେଉଁଠି ବିଧାନ ସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ପାରିତ ହୋଇଛି । ହେଲେ କେନ୍ଦ୍ର ସରକାର କିଛି କଲେନି । ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ନିର୍ବାଚନରେ ୩୩ ପ୍ରତିଶତ ମହିଳାଙ୍କୁ ସାଂସଦ ପ୍ରାର୍ଥୀ କରିଥିଲେ,’’ କହିଛନ୍ତି ଉପଦେଷ୍ଟା ଦାୟିତ୍ଵ ପାଇଥିବା ଲତିକା ପ୍ରଧାନ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ପତ୍ନୀଙ୍କ ମୃତ୍ୟୁ ପରେ ଯୁବକ ଏତେ ଭାଙ୍ଗିପଡ଼ିଲେ ଯେ ଦୁଇ ଝିଅଙ୍କୁ ହତ୍ୟା କରି ନିଜ ପ୍ରାଣ ନେଲେ

ରାଜ୍ୟର ମୁଖ୍ୟ ବିରୋଧୀ ଦଳ ବିଜେପି ବି ପଛରେ ପଡ଼ିନି । ସଙ୍ଗଠନକୁ ଅଧିକ କ୍ରିୟାଶୀଳ କରିବା ପାଇଁ ବିଜେପିର ରାଜ୍ୟ କାର୍ଯ୍ୟକାରୀଣୀ ବୈଠକ ସୋମବାର ଦିନ ବସିବାକୁଯାଉଛି । ଏ ନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି । ସେ କହିଛନ୍ତି ଯେ ଭର୍ଚ୍ଚୁଆଲ୍‌ ମୋଡରେ ହେବାକୁ ଥିବା ଏହି ବୈଠକରେ ଚିଠା ପ୍ରସ୍ତାବ ଆଗତ ହେବ ଓ ଦଳର ଆଗାମୀ ରଣନୀତି ନେଇ ବିସ୍ତାର ଭାବେ ଆଲୋଚନା କରାଯିବ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଶେଷ VIDEO: ଟ୍ରକ୍ କାର୍ ମଧ୍ୟରେ ମୁହାଁମୁହିଁ ଧକ୍କାରେ କାରରେ ଥିବା ଗୋଟିଏ ପରିବାରର ୧୦ ଜଣଙ୍କ ମୃତ୍ୟୁ

‘‘ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଦଳ କିଭଳି ରଣନୀତି କରିବ ସେ ନେଇ ମଧ୍ୟ ଆଲୋଚନା କରାଯିବ । ଏହି ବୈଠକରେ ରାଜ୍ୟ ପ୍ରଭାରୀ ପୁରେନ୍ଦଶ୍ଵରୀଙ୍କ ସମେତ ଦୁଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଢଙ୍ଗୀ ଓ ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତା ପ୍ରମୁଖ ଯୋଗଦେବେ । ଏହା ସହ ଦଳର ଛାମୁଆ ସଙ୍ଗଠନର ମୁଖ୍ୟମାନେ ଯୋଗଦେବାର କାର୍ଯ୍ୟକ୍ରମ ବି ରହିଛି,’’ କହିଛନ୍ତି ସମୀର ମହାନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଯାଆଁଳା ଭଉଣୀଙ୍କୁ ଜଣେ ଯୁବକଙ୍କ ସହ ପ୍ରେମ ହେଲା; ଦୁହେଁ ତାଙ୍କୁ ବାହା ହୋଇ ଏକାଠି ଗର୍ଭବତୀ ହେବେ

ବରିଷ୍ଠ କଂଗ୍ରେସ ନେତା ପ୍ରଦୀପ ମାଝୀ କହିଛନ୍ତି, ‘‘କଂଗ୍ରେସ ଦଳ ସଙ୍ଗଠନ କୁ ସୁଦୃଢ଼ କରୁଛି । ସଙ୍ଗଠନକୁ କିଭଳି ମଜବୁତ୍ କରାଯିବ ସେ ନେଇ ଦଳ ପ୍ରସ୍ତୁତ ହେଉଛି । ବିଭିନ୍ନ ପ୍ରସଙ୍ଗ ଅଛି ଯାହାକୁ ନେଇ ଦଳ ଲୋକଙ୍କ ପାଖକୁ ଯିବ। କୋଭିଡ ଠାରୁ ଆରମ୍ଭ କରି ଦରଦାମ୍‌ ବୃଦ୍ଧି ଆଦି ବହୁ ପ୍ରସଙ୍ଗରେ ଦଳ ଲୋକଙ୍କ ପାଖକୁ ଯାଇ ଜନମତ ସଂଗ୍ରହ କରିବ ।’’



୨୦୧୭ର ପଞ୍ଚାୟତ ନିର୍ବାଚନରେ ବିଜେଡିକୁ ଆଶାଜନକ ସଫଳତା ମିଳି ନ ଥିବା ବେଳେ ବିଜେପି ଭଲ ସ୍ଥିତିରେ ଥିଲା । ୨୦୧୯ ସାଧାରଣ ନିର୍ବାଚନରେ ସ୍ଥିତି ଓଲଟିଯାଇଥିଲା । ବିଜେଡି ଆଗାମୀ ପଞ୍ଚାୟତ ନିର୍ବାଚନରେ ଶତ ପ୍ରତିଶତ ବାଜିମାତ୍‌ ଲକ୍ଷରେ ଥିବା ବେଳେ ବିଜେପି ୨୦୧୭ର ସଫଳତାକୁ ବଜାୟ ରଖିବା ପାଇଁ ଚେଷ୍ଟା କରିବାକୁ ଯାଉଛି । କଂଗ୍ରେସର ସ୍ଥିତି କ’ଣ ହେବ ତାହା ସମୟ କହିବ ।
Published by: Anand ST Das
First published: June 27, 2021, 11:32 PM IST