ଶ୍ରୀକ୍ଷେତ୍ରରେ ରଣହୁଙ୍କାର ଦେବେ ବିଜେଡି ଏବଂ ବିଜେପି; ପୁରୀରୁ ଲଢେଇ ଆରମ୍ଭ 

ପୁରୀରେ ବିଜେଡି ପ୍ରତିଷ୍ଠା ଦିବସ ଆଳରେ ଡିସେମ୍ବର ୨୬ରେ ଶକ୍ତି ପ୍ରଦର୍ଶନ କରିବ ଶାସକ ଦଳ। ସେପଟେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓଡ଼ିଶା ଗସ୍ତରେ ଆସୁଛନ୍ତି।

ଶ୍ରୀକ୍ଷେତ୍ରରେ ରଣହୁଙ୍କାର ଦେବେ ବିଜେଡି ଏବଂ ବିଜେପି; ପୁରୀରୁ ଲଢେଇ ଆରମ୍ଭ 

ଶ୍ରୀକ୍ଷେତ୍ରରେ ରଣହୁଙ୍କାର ଦେବେ ବିଜେଡି ଏବଂ ବିଜେପି; ପୁରୀରୁ ଲଢେଇ ଆରମ୍ଭ 

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ୨୦୨୪ ପାଇଁ ଆରମ୍ଭ ହେଲାଣି ସମରସଜ୍ଜା। ଶ୍ରୀକ୍ଷେତ୍ର ରଣହୁଙ୍କାର ଦେବେ ବିଜେଡି ଏବଂ ବିଜେପି। ପୁରୀରେ ବିଜେଡି ପ୍ରତିଷ୍ଠା ଦିବସ ଆଳରେ ଡିସେମ୍ବର ୨୬ରେ ଶକ୍ତି ପ୍ରଦର୍ଶନ କରିବ ଶାସକ ଦଳ। ଏହି ଅଵସରରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳୀୟ ନେତାଙ୍କୁ ସମ୍ବଧିତ କରିବେ। ସେପଟେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓଡ଼ିଶା ଗସ୍ତରେ ଆସୁଛନ୍ତି। ଡିସେମ୍ବର ୨୭ ଓ ୨୮ ତାରିଖ ଦୁଇ ଦିନ ବ୍ୟାପି ଓଡ଼ିଶାରେ ରହିବେ ରାଷ୍ଟ୍ରୀୟ ଅଧ୍ୟକ୍ଷ । ଦୁଇଟି ଲୋକସଭା କ୍ଷେତ୍ରରେ ହେବ କାର୍ଯ୍ୟକ୍ରମ । କନ୍ଧମାଳ ଓ ପୁରୀ ଲୋକସଭା କ୍ଷେତ୍ରକୁ ଗସ୍ତ କରିବେ ନଡ୍ଡା ।

ପ୍ରତିବର୍ଷ ଡିସେମ୍ବର ୨୬ରେ ବିଜେଡି ତାର ପ୍ରତିଷ୍ଠା ଦିବସ ପାଳନ କରେ। ଏଥର ପୁରୀରେ ବିଜେଡି ପ୍ରତିଷ୍ଠା ଦିବସ ଆଳରେ ଶକ୍ତି ପ୍ରଦର୍ଶନ କରିବ। ଧାମନଗର ଉପନିର୍ବାଚନରେ ପରାଜୟ। କିନ୍ତୁ ପଦ୍ମପୁରରେ ମାର୍ଜିନ ଭୋଟରେ ବିଜେଡିର ବିଜୟକୁ ନେଇ ଦଳର ୨୪ ପାଇଁ ଅଙ୍କ କସିବା ଆରମ୍ଭ କରି ଦେଇଛନ୍ତି। ସବୁଠାରୁ ବଡ଼ କଥା ୨୦୨୪ ରେ ପଦ୍ମପୁର ମଦେଲକୁ କିଭଳି ସମସ୍ତ ବିଧାନସଭା କ୍ଷେତ୍ରରେ ଦଳୀୟ ନେତା କାର୍ଯ୍ୟକାରୀ କରିବେ। ତାକୁ ନେଇ ଗୁରୁ ମନ୍ତ୍ର ଦେବେ ବିଜେଡି ସୁପ୍ରିମୋ। ପୁରୀ ପ୍ରତିଷ୍ଠା ଦିବସ ସମାବେଶରୁ ହିଁ ପଡିବ ଭିତ୍ତିପ୍ରସ୍ତର ବୋଲି ଦଳୀୟ ନେତା କହିଛନ୍ତି। ବିଜେଡିର ରାଜ୍ୟ ତଥା ଜିଲ୍ଲା, ବ୍ଲକ ଓ ସହରାଞ୍ଚଳ କର୍ମକର୍ତ୍ତା ଓ ନିର୍ବାଚିତ ପ୍ରତିନିଧି ପୁରୀ ପ୍ରତିଷ୍ଠା ଦିବସରେ ଯୋଗ ଦେବେ। ସେହିପରି ବିଜେଡିର ତୁଙ୍ଗ ନେତା, ସାଂସଦ, ବିଧାୟକ ଏବଂ ମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ। ଏହାକୁ ନେଇ ପୁରୀରେ ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ବୈଠକରେ ଦଳର ହେଭିୱେଟ ଖସଡ଼ା ପ୍ରସ୍ତୁତ କରିଥିଲେ। ଆଗକୁ ସାଧାରଣ ନିର୍ବାଚନ ଥିବାରୁ  ଏଥର ପ୍ରତିଷ୍ଠା ଦିବସ ଅନେକ ଗୁରୁତ୍ୱ ରହିଛି। ମୁଖ୍ୟମନ୍ତ୍ରୀ ଯାହା ବାର୍ତା ଦେବେ ଆଗକୁ ସେହି ଅନୁସାରେ କାମ ହେବ ବୋଲି ବିଜେଡିର ବରିଷ୍ଠ ବିଧାୟକ ଦେବୀ ମିଶ୍ର କହିଛନ୍ତି।

ସେପଟେ ବିଜେଡିକୁ ଚେକ ଦେବା ପାଇଁ କାଉଣ୍ଟର ଷ୍ଟାଟେଜି ଆପଣେଇଛି ବିଜେପି। ବିଜେଡି ପରି ପଦ୍ମ କ୍ୟାମ୍ପ ମଧ୍ୟ ପୁରୀ କରିବ ମହାସମାବେଶ। ଯାହାକୁ ନେଇ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଦୁଇ ଦିନିଆ ଓଡ଼ିଶା ଗସ୍ତ କରିବେ ଜେ.ପି ନଡ୍ଡା। ଦୁଇଟି ଲୋକସଭା କ୍ଷେତ୍ରରେ ହେବ କାର୍ଯ୍ୟକ୍ରମ । କନ୍ଧମାଳ ଓ ପୁରୀ ଲୋକସଭା କ୍ଷେତ୍ରକୁ ଗସ୍ତ କରିବେ ନଡ୍ଡା । କିଛି ଦିନ ପୂର୍ବରୁ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ଦିନିକିଆ ଓଡ଼ିଶା ଗସ୍ତ କରି ଧାମନଗର ଏବଂ ପଦ୍ମପୁର ଉପନିର୍ବାଚନର ପୋଷ୍ଟମଟମ କରିଛନ୍ତି।  ଦଳୀୟ ନେତାଙ୍କୁ ୨୪ ପାଇଁ ଟାସ୍କ ଦେଇଛନ୍ତି। ଏବେ ନଡ୍ଡା ରାଜ୍ୟ ବିଜେପିର ତୁଙ୍ଗ ନେତାଙ୍କଠାରୁ ଫିଡ଼ ବ୍ୟାକ ନେବେ। ଶଙ୍ଖ କ୍ଷେତ୍ରରୁ ନଡ୍ଡା ଓଡ଼ିଶା ଦଖଲର ପ୍ରସ୍ତୁତ କରିବେ ବ୍ଲୁ ପ୍ରିଣ୍ଟ। ନୂଆ ବର୍ଷରୁ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ନୂଆ ଯୋଜନା। ଟାର୍ଗେଟରେ ୨୦୨୪ । ଆଉ ବିଜେପି ଫୋକସ ପଏଣ୍ଟ ହେଉଛି ଓଡ଼ିଶା ଦଖଲ। କର୍ମୀ ସମ୍ମିଳନୀ ଓ ସାଧାରଣ ସଭା କରିବେ । ରାଜ୍ୟ ନେତୃତ୍ୱ ଓ ଜିଲ୍ଲା ସ୍ତରର ନେତୃତ୍ୱଙ୍କ ସହ ସମୀକ୍ଷା ଏବଂ ଆଲୋଚନା କରିବେ ନଡ୍ଡା । ସଙ୍ଗଠନ ବିସ୍ତାର ସାଧାରଣ ନିର୍ବାଚନ ପ୍ରସ୍ତୁତି ନେଇ ଆଲୋଚନା ହୋଇପାରେ ବୋଲି ବିଜେପିର ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାର କହିଛନ୍ତି।

୨୦୨୪ ପାଇଁ ଏବେଠୁ କସରତ ଆରମ୍ଭ ହୋଇଛି। ବିଜେଡି ଏବଂ ବିଜେପି ଏହାକୁ ନେଇ ପାଗ ଭିଡ଼ିଛନ୍ତି। ଯାହାର ମୂଳଦୁଆ ପଡିବ ପୁରୀ ମାଟିରୁ। ଗୋଟିଏ ପଟେ ବିଜେଡିର ମଙ୍ଗ ଧରିବେ ନବୀନ। ଅନ୍ୟପଟେ ରାଜ୍ୟ ବିଜେପି କିଭଳି ଓଡ଼ିଶା ଦଖଲ କରିବ। ତାକୁ ନେଇ ଗୁରୁମନ୍ତ୍ର ଦେବେ ଜେପି ନଡ୍ଡା।
Published by:Soubhagya Mishra
First published: