ରାଜ୍ୟ ସରକାରଙ୍କ OBC ସର୍ଭେ ପ୍ରୟାସକୁ ନେଇ ପୁଣି ଥରେ BJD ଓ BJP ମୁହାଁମୁହିଁ ହେଲେ

ସମ୍ବିଧାନର ଅନୁସାରେ କୌଣସି ରାଜ୍ୟ ପାଖରେ ଓବିସି ବା ଏସ୍.ଇ.ବି.ସି.ଙ୍କ ତାଲିକା ପ୍ରକାଶ କରିବାର କ୍ଷମତା ନାହିଁ ବୋଲି କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ କହିବା ପରେ ରାଜ୍ୟ ସରକାରଙ୍କ ଓବିସି ଜନଗଣନା ପ୍ରୟାସର ଅନ୍ତ ହୋଇଛି ବୋଲି କହିଛି ବିଜେପି ।

ଓବିସି ଜନଗଣନା ପ୍ରୟାସକୁ ନେଇ ଓଡ଼ିଶାରେ ରାଜନୀତି ଗରମ ହୋଇଛି । (ପ୍ରତୀକାତ୍ମକ ଛବି)

ଓବିସି ଜନଗଣନା ପ୍ରୟାସକୁ ନେଇ ଓଡ଼ିଶାରେ ରାଜନୀତି ଗରମ ହୋଇଛି । (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ରାଜ୍ଯସଭାରେ ପଛୁଆ ବର୍ଗଙ୍କ ଜନଗଣନା ଉପରେ ସର୍ଭେ ନେଇ କେନ୍ଦ୍ର ସରକାରଙ୍କ ଉତ୍ତର ଆସିବା ପରେ ଓଡ଼ିଶାରେ ଶାସକ ଦଳ ବିଜେଡି ଓ ମୁଖ୍ୟ ବିରୋଧୀ ଦଳ ବିଜେପି ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି । ସମ୍ବିଧାନର ନିୟମ ଅନୁସାରେ କୌଣସି ରାଜ୍ୟ ପାଖରେ ଓବିସି ବା ଏସ୍‌.ଇ.ବି.ସି.ଙ୍କ ତାଲିକା ପ୍ରକାଶ କରିବାର କ୍ଷମତା ନାହିଁ ବୋଲି ବିଜେପି ସାଂସଦ ସୁଶୀଲ କୁମାର ମୋଦିଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ କହିଥିଲେ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ।

ରାଜ୍ୟ ବିଜେପିର ସାଧାରଣ ସମ୍ପାଦକ ପୄଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ କେନ୍ଦ୍ର ମନ୍ତ୍ରୀଙ୍କ ଉତ୍ତର ପରେ ରାଜ୍ୟ ସରକାରଙ୍କ ଓବିସି ଜନଗଣନା ପାଇଁ ପ୍ରୟାସରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । କଂଗ୍ରେସ ଏହି ମାମଲାକୁ ନେଇ ଉଭୟ ବିଜେଡି ଓ ବିଜେପିକୁ ସମାଲୋଚନା କରିଛି l ହେଲେ ସରକାରୀ ଦଳ ବିଜେଡିର ମୁଖ୍ୟ ସଚେତିକା ପ୍ରମିଳା ମଲ୍ଲିକ ପଛୁଆ ବର୍ଗର (ଓବିସି) ସର୍ଭେରେ ବିଜେପିର ଅସୁବିଧା କ’ଣ ଅଛି ବୋଲି ପଚାରି କହିଛନ୍ତି ଯେ ସମ୍ବିଧାନର ବିଧି ବ୍ୟବସ୍ଥା ଭିତରେ ରାଜ୍ୟ ସରକାର ସବୁ କରୁଛନ୍ତି ।

ଏହା ବି ପଢ଼ନ୍ତୁ | ପ୍ରତି ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକର ଦାମ୍ କେତେ? ତାକୁ ବଜାରରେ ବିକିଲେ କେତେ ଟଙ୍କା ମିଳିବ ଜାଣନ୍ତୁ

‘‘ସମ୍ବିଧାନ ଅନୁଯାୟୀ ଓବିସି ସର୍ଭେ ରାଜ୍ୟ ସରକାର କରି ପାରିବେ ନାହିଁ । ଓବିସି ଆଧାରରେ ଯେଉଁ ଏସ୍‌.ସି.ବି.ସି. ତାଲିକା ଅଛି ସେହି ତାଲିକାକୁ ଆଧାର କରି ରାଜ୍ୟ ସରକାର ଏଠି ବିଭିନ୍ନ ପ୍ରକାର ଯୋଜନାର ସୁଫଳ ତାଙ୍କ ପାଖରେ ପହଞ୍ଚାଇବା ପାଇଁ ଉଦ୍ୟମ କରିବା ଦରକାର । ରାଜ୍ୟ ସରକାର କେବଳ କାର୍ଯ୍ୟାନ୍ଵୟନ କରିପାରିବେ । କିନ୍ତୁ ରାଜ୍ୟ ସରକାର ଯେଉଁ ଓବିସି ଜାତି ଆଧାରରେ ଏକ ପଲିଟିକାଲ୍‌ କାର୍ଡ଼ ଖେଳିବାକୁ ଚେଷ୍ଟା କରୁଥିଲେ ରାଜ୍ୟସଭାରେ ମନ୍ତ୍ରୀଙ୍କ ଉତ୍ତର ପରେ ତା’ ଉପରେ ପୂର୍ଣ୍ଣଛେଦ ପଡି଼ଛି,’’ କହିଛନ୍ତି ରାଜ୍ୟ ବିଜେପିର ସାଧାରଣ ସମ୍ପାଦକ ପୄଥ୍ୱୀରାଜ ହରିଚନ୍ଦନ ।

ଏହା ବି ପଢ଼ନ୍ତୁ | UPରେ ଯୋଗୀ ଆଦିତ୍ୟନାଥଙ୍କ ଯୁବ ପିଢ଼ିକୁ ଚେତାବନୀ: ‘ଭୁଲ୍ କାମ କଲେ ସମ୍ପତ୍ତି ଜବତ ହେବ

ସମ୍ବିଧାନ ବିଶାରଦ ଅମରେଶ୍ବର ମିଶ୍ର କହିଛନ୍ତି, ‘‘ଓବିସି ହେଉ ବା ଅନ୍ୟ କୌଣସି ବର୍ଗ, ଜନଗଣନା ବା ସେନସସ୍‌ କେନ୍ଦ୍ର ସରକାରଙ୍କ କ୍ଷମତା ଅଧୀନରେ ଅଛି । ରାଜ୍ୟ ତା’ର ସ୍ବତନ୍ତ୍ର ଏକ ନିର୍ଦ୍ଦିଷ୍ଟ ପ୍ରସଙ୍ଗ ନେଇ ଯଦି ଚାହିଁବ ଯେ ଓବିସି କେତେ ଅଛନ୍ତି, ସେହି କ୍ଷେତ୍ରରେ ତାହା କରିପାରିବ । କିନ୍ତୁ ଏହା ସାରା ଦେଶ ପାଇଁ ଲାଗୁ ନୁହେଁ । ରାଜ୍ୟ ସରକାରମାନେ ନିଜସ୍ବ ଯୋଜନା ଲାଗୁ କରିବା ପାଇଁ ପରିସଂଖ୍ୟାନ ଉଦ୍ଦେଶ୍ୟରେ ଏହା କରିପାରିବେ ।’’

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଯୁବତୀ ରାସ୍ତାରେ କାନ୍ଦି କହୁଥିଲେସୋନା ବାବୁ, ସୋନା ବାବୁ…;’ ପ୍ରେମିକ ଆଉ କାହାକୁ ବାହା ହେଉଥିଲା

୨୦୨୦ ଜାନୁଆରୀରେ ଓଡ଼ିଶା ସରକାର ବିଧିବଦ୍ଧ ଭାବେ ଓବିସି କମିଶନ୍‌ ଗଠନ କରିଥିଲେ । ଓଡ଼ିଶା ହାଇ କୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌ ରଘୁନାଥ ବିଶ୍ବାଳ ଏହି କମିଶନର ଅଧକ୍ଷ ଅଛନ୍ତି । ପ୍ରଫେସର ଡଃ ନବନୀତା ରଥ, ପ୍ରଫେସର୍‌ ଡଃ ମିତାଲି ଚିନ୍ନାରା ଓ ଡଃ ପ୍ରସନ୍ନ କୁମାର ପାତ୍ର ଏହାର ସଦସ୍ୟ ଭାବେ ନିଯୁକ୍ତି ପାଇଛନ୍ତି । ଆଇ.ଏ.ଏସ୍‌. ଅଧିକାରୀ ବୀର ବିକ୍ରମ ଯାଦବ ଓବିସି କମିସନର ସଦସ୍ୟ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି ।



ଚଳିତ ୨୦୨୧-୨୨ ଶିକ୍ଷା ବର୍ଷରୁ ମେଡିକାଲ୍‌ ଓ ଡେଣ୍ଟାଲ୍‌ ପାଠ୍ୟକ୍ରମରେ ସ୍ନାତକ ଓ ସ୍ନାତକୋତ୍ତର ବିଭାଗରେ ସର୍ବଭାରତୀୟ କୋଟା (ଏଆଇକ୍ୟୁ) ଯୋଜନାରେ ଓବିସିଙ୍କୁ ୨୭ ପ୍ରତିଶତ ଓ ଆର୍ଥକ ଦୁର୍ବଳ ଶ୍ରେଣୀ (ଇ.ଡବ୍ଲୁ.ଏସ.) ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ୧୦ ପ୍ରତିଶତ ସ୍ଥାନ ସଂରକ୍ଷଣ ଯୋଜନା ଲାଗୁ ହେବ । ସିଟ୍‌ ସଂଖ୍ୟା ହ୍ରାସ କରା ନ ଯାଇ ନିଆଯାଇଥିବା ଏହି ପଦକ୍ଷେପ ଦ୍ୱାରା ଓଡ଼ିଶା ସମେତ ସାରା ଦେଶରେ ପଛୁଆ ଓ ଆର୍ଥକ ରୂପେ ଦୁର୍ବଳ ଥିବା ୫,୫୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀମାନେ ଉପକୃତ ହେବେ ବୋଲି କୁହାଯାଉଛି ।
Published by:Anand S.T. Das
First published: