ବିଜେବି ଛାତ୍ରୀ ରୁଚିକାଙ୍କ ମୃତ୍ୟୁକୁ ନେଇ ସରୁନି ପ୍ରହେଳିକା; ଆତ୍ମହତ୍ଯା ପୂର୍ବର ଘଟଣା ବଖାଣିଲେ ମା

ରୁଚିକାଙ୍କ ସାମାନ୍ୟ ଦେହ ଖରାପ ଥିଲା। ମୋତେ ଫୋନ ଆସିଥିଲେ ବି ମୁଁ ଗୁରୁତ୍ୱ ଦେଇନଥିଲି...ପରେ ହଷ୍ଟେଲରେ ପହଞ୍ଚିବା ବେଳକୁ ସବୁ ଓଲଟପାଲଟ ହୋଇଯାଇଥିଲା ବୋଲି କହିଛନ୍ତି ରୁଚିକାଙ୍କ ମା'।

ରୁଚିକାଙ୍କ ମା

ରୁଚିକାଙ୍କ ମା

  • Share this:
News18 Odia Digital

ଭୁବନେଶ୍ୱର: ବିଜେବି କଲେଜ ଯୁକ୍ତ ୩ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ଯା ଘଟଣା ଧିରେ ଧିରେ ବିସ୍ଫୋରକ ହେବାରେ ଲାଗିଛି। ସାମ୍ନାକୁ ରୁଚିକାଙ୍କ ସୁଇସାଇଡ଼ ନୋଟ ଆସିବା ପରେ ଅନେକ ପ୍ରସଙ୍ଗକୁ ନେଇ ଏବେ ଉଠିଛି ପ୍ରଶ୍ନ। କୁହାଯାଇଛି ଯେ ସୁଇସାଇଡ଼ ନୋଟରେ ସାଙ୍ଘାତିକ ସତ ଲେଖିଛନ୍ତି ରୁଚିକା । ବିଜେବି କଲେଜ ଲେଡିଜ ହଷ୍ଟେଲରେ ହେଉଛି ରାଗିଂ। ପରେ ଘଟଣା ଧୀରେ ଧୀରେ ନୂଆ ମୋଡ଼ ନେବାରେ ଲାଗିଛି।

ବିଜେବି ସ୍ଵୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ତିନି ଶ୍ରେଣୀ ଛାତ୍ରୀ ରୁଚିକା ମହାନ୍ତି  ଶନିବାର ଛାତ୍ରୀ ନିବାସରେ ଆତ୍ମହତ୍ୟା କରିଥିଲେ। ଏହି ଘଟଣା ପରେ ଶନିବାର ସନ୍ଧ୍ୟାରେ ରୁଚିକା ରହୁଥିବା କାରୁବାକି ହଷ୍ଟେଲରେ ପହଞ୍ଚିଥିଲେ ତାଙ୍କ ବାପା ମାଆ ଓ ସମ୍ପର୍କୀୟ । ସେମାନେ ଆଣିଛନ୍ତି ସାଂଘାତିକ ଅଭିଯୋଗ। ରୁଚିକାଙ୍କ ମାଆଙ୍କ ଅଭିଯୋଗ ଅନୁସାରେ, ପୂର୍ବରୁ ଛୁଟିରେ ଘରକୁ ଯିବା ସମୟରେ ଏଭଳି କିଛି ସିନିୟର ତାଙ୍କୁ ହଇରାଣ କରୁଥିବା କଥା କହିଥିଲେ ରୁଚିକା। କିନ୍ତୁ ସେ ଏହାକୁ ଗୁରୁତ୍ୱ ଦେଇ ନ ଥିଲେ। ହୁଏତ୍ ସେ ସମୟରେ ଝିଅର କଥାକୁ ଗୁରୁତ୍ୱ ଦେଇଥିଲେ ଏଭଳି ଅଘଟଣ ଘଟି ନଥାନ୍ତା । ଆଜି ହଷ୍ଟେଲ ତରଫରୁ ତାଙ୍କୁ ଫୋନ କରାଯାଇଥିଲା । କୁହାଯାଇଥିଲା ରୁଚିକା ଅସୁସ୍ଥ। ତେଣୁ ଶୀଘ୍ର ଆସନ୍ତୁ।

ଗଣମାଧ୍ୟମ ଆଗରେ ସେ କହିଛନ୍ତି, ରୁଚିକାଙ୍କର ସାମାନ୍ୟ ଦେହ ଖରାପ ଥିଲା । ତେଣୁ ଫୋନ କଲକୁ ସେ ଗୁରୁତ୍ୱ ଦେଇ ନ ଥିଲେ । ବରଂ କହିଥିଲେ ତାକୁ ହସ୍ପିଟାଲ ନିଅ, ଯାହା ଖର୍ଚ୍ଚ ହେବ ମୁଁ ଦେଇଦେବି। କିନ୍ତୁ ହଷ୍ଟେଲ କର୍ତ୍ତୃପକ୍ଷ ତାଙ୍କୁ ଜଲଦି ଆସିବାକୁ ବାରମ୍ବାର କହିବାରୁ ତାଙ୍କୁ ଘଟଣାଟି ଅସହଜ ଲାଗିଥିଲା । ଆଉ ଝିଅ ହଷ୍ଟେଲରେ ପହଞ୍ଚିଲା ବେଳକୁ ସବୁ ଯେମିତି ଓଲଟପାଲଟ ହୋଇଯାଇଥିଲା । ମୁଁ ଆଶ୍ଚର୍ଯ୍ୟ ହେଉଛି କୌଣସି ଡ଼ାକ୍ତରକୁ ନ ଡ଼ାକି କଲେଜ ଓ ହଷ୍ଟେଲ କର୍ତ୍ତୃପକ୍ଷ ତାକୁ ମୃତ ବୋଲି ଘୋଷଣା କଲେ କେମିତି । ଏହା ପଛରେ ବଡ଼ ଷଡ଼ଯନ୍ତ୍ର ଅଛି ।

ସେହିଭଳି ରୁଚିକାଙ୍କ ବାପା ଅଭିଯୋଗ କରିଛନ୍ତି ଯେ, ମୁଁ ନିଜେ ଜଣେ ଅଧ୍ୟାପକ । କଲେଜରୁ ଫେରୁଥିଲି । ମୋର ଜଣେ ଆଡ଼ଭୋକେଟ ବନ୍ଧୁ, ଯିଏକି ରୁଚିକାର ଲୋକାଲ ଗାଡ଼ିଆନ ମୋତେ ଫୋନ କଲେ । ସେ କହିଲେ ଜଲଦି ଆସ । ତାଙ୍କ କଥା ଶୁଣିବା ପରେ ମନକୁ ପାପ ଛୁଇଁଲା । ଆଉ ଏଠାରେ ପହଞ୍ଚିବା ବେଳକୁ ସବୁ ଶେଷ । ସେ ଆତ୍ମହତ୍ୟା କରିନି । ତାକୁ ମାରି ଦେଇଛନ୍ତି । ତାକୁ ମାନସିକ ସ୍ତରରେ ସିନିୟରମାନେ ନିର୍ଯାତନା ଦେଇଛନ୍ତି । ଏହି ଘଟଣା ପାଇଁ ଅନୁଷ୍ଠାନର ମୁଖ୍ୟ ହିସାବରେ ପ୍ରିନ୍ସପାଲକୁ ମୁଁ ଦାୟୀ କରୁଛି ।

ଏହି ଘଟଣା ପଛରେ ବଡ଼ ଷଡ଼ଯନ୍ତ୍ର ରହିଥିବା ଅଭିଯୋଗ କରି ଛାତ୍ର କଂଗ୍ରେସ ପ୍ରତିବାଦ ପାଇଁ ଡ଼ାକରା ଦେଇଛି ।
Published by:Soumya Das
First published: