ପ୍ରେମରେ ବାଧା ମିଳିବାରୁ ହାତ କାଟିଲେ BJB କଲେଜ୍ ଛାତ୍ର; ରକ୍ତରେ ଲେଖିଲେ ପ୍ରେମିକାର ନାଁ

ଏକ ରେଜର୍ ବ୍ଲେଡ୍‌ ଆଣି ଶୁଭେନ୍ଦୁ ନିଜ ହାତ କାଟିବାକୁ ଉଦ୍ୟମ କରିଥିଲା । ସେ ପୋଲିସକୁ ଫୋନ କରିବା ସହ ଡାକ୍ତରଙ୍କୁ ବି ନାଲି ଆଖି ଦେଖାଇଥିଲା । ସେହି ରକ୍ତରେ ନିଜ ପ୍ରେମିକାର ନାଁ ଲେଖିଥିଲା । କାନ୍ଦି କାନ୍ଦି ଗଣମାଧ୍ୟମ ଓ ପୋଲିସକୁ ବି ଦାୟୀ କରିଥିଲା ।

ପ୍ରେମରେ ବାଧା ମିଳିବାରୁ ହାତ କାଟିଲେ BJB କଲେଜ୍ ଛାତ୍ର; ରକ୍ତରେ ଲେଖିଲେ ପ୍ରେମିକାର ନାଁ
ଶୁଭେନ୍ଦୁର ହ୍ୱାଟ୍ସ ଆପ୍ ମେସେଜରୁ ଏକ ସ୍କ୍ରିନ୍-ଶଟ୍
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ପ୍ରେମକୁ ଭଲ କରି ବୁଝିବା ପୂର୍ବରୁ ପ୍ରେମ ପାଇଁ ନିଜ ଜୀବନ ଦେବାକୁ ଆଗେଇ ଆସିଥିବା ଅଳ୍ପବୟସ୍କ ଛାତ୍ରଛାତ୍ରୀଙ୍କ ତାଲିକାରେ ଆଉ ଏକ ନାଁ ଯୋଡ଼ିହୋଇଯାଇଛି । ଏମିତି ଏକ ଘଟଣା ଘଟିଛି ସ୍ମାର୍ଟ ସିଟି ଭୁବନେଶ୍ୱରରେ । ଅଭାବନୀୟ କାଣ୍ଡ ଘଟାଇ ଚର୍ଚ୍ଚାକୁ ଆସିଥିବା ଯୁକ୍ତ ୨ର ଛାତ୍ରଙ୍କ ଜୀବନ ରକ୍ଷା ହୋଇଯାଇଥିବାରୁ ତାଙ୍କ ପରିବାର ଭଗବାନଙ୍କୁ ଧନ୍ୟବାଦ ଦେଇଛନ୍ତି ।

ବିଜେବି ସ୍ୱୟଂଶାସିତ ମହିବିଦ୍ୟାଳୟରେ ଯୁକ୍ତ ଦୁଇ ବିଜ୍ଞାନର ଛାତ୍ର ଶୁଭେନ୍ଦୁ ସାହୁ ନିଜର ଜଣେ ସହପାଠୀଙ୍କ ପ୍ରତି ଏତେ ମାତ୍ରାରେ ଆକର୍ଷିତ ହୋଇପଡ଼ିଥିଲେ ଯେ ତାଙ୍କ ସହ କଥାବାର୍ତ୍ତା ହୋଇ ନ ପାରିବାରୁ ସେ ନିଜ ଜୀବନ ହାରିବା ଉଦ୍ୟମ କରିଥିଲେ ।

ଏହା ବି ପଢ଼ନ୍ତୁ | ନିଜ ମାଲିକକୁ ହତ୍ୟା କରିଥିବା କୁକୁଡ଼ାକୁ ଥାନାକୁ ଆଣିଲା ପୋଲିସ; ତାକୁ କୋର୍ଟରେ ପେଶ୍ କରିବ

ନିଜ କ୍ଲାସରେ ପ୍ରେମ ପାଗଳ ଭାବରେ ପରିଚିତ ଶୁଭେନ୍ଦୁ କ୍ୟାପିଟାଲ୍‌ ହସପିଟାଲରେ ପହଞ୍ଚି ଏକ ରେଜର୍‌ ବ୍ଲେଡ଼ ଆଣି ନିଜ ହାତ କାଟିବାକୁ ଉଦ୍ୟମ କରିଥିଲା । ସେଠାରେ ଥିବା ଲୋକେ ଓ ଡାକ୍ତରମାନେ ତାକୁ ସେମିତି କରିବାରୁ ବାରଣ କରିଥିଲେ, ହେଲେ ସେ ପୋଲିସକୁ ଫୋନ କରିବା ସହ ଡାକ୍ତରଙ୍କୁ ବି ନାଲି ଆଖି ଦେଖାଇଲା । ଶେଷରେ ବ୍ଲେଡ଼ରେ ନିଜ ହାତକୁ କାଟିଥିଲା ।

‘‘ମୁଁ ମରିଗଲେ ବି ତୁମ ଝିଅକୁ ଭୁଲି ପାରିବିନି,’’ ଲେଖିଥିଲା ଶୁଭେନ୍ଦୁ ।


ଏତେ ଜୋରରେ ଶୁଭେନ୍ଦୁ ନିଜ ହାତକୁ କାଟିଲା ଯେ ସେଥିରୁ ରକ୍ତ ବାହାରିବା ବନ୍ଦ ହେଲାନି । ତା’ପରେ ସେ ସେହି ରକ୍ତରେ ନିଜ ପ୍ରେମିକାର ନାଁ ଲେଖିଥିଲା । ସେହି ସମୟରେ ସେ କାନ୍ଦି କାନ୍ଦି ଗଣମାଧ୍ୟମ ଓ ପୋଲିସକୁ ଦାୟୀ ବି କରିଥିଲା । ଖବର ପାଇ କ୍ୟାପିଟାଲ ପୋଲିସ ସେଠାରେ ପହଞ୍ଚିଥିଲା ଓ ଶୁଭେନ୍ଦୁକୁ ବୁଝାଇଥିଲା ।

ଏହା ବି ପଢ଼ନ୍ତୁ | ଅଜୟ ଦେବଗନ୍ ୨୨ ବର୍ଷ ପରେ ସଞ୍ଜୟ ଲୀଲା ଭନସାଲୀଙ୍କ ସହ କାମ କରିବେ ଏହି ଫିଲ୍ମରେ

ପୋଲିସ ସୂତ୍ରରୁ ପ୍ରକାଶ ଯେ କ୍ୟାପିଟାଲ ହସ୍ପିଟାଲ ନିକଟ ୬ ନମ୍ବର ବସ୍ତିର ବାସିନ୍ଦା ଶୁଭେନ୍ଦୁ ସାହୁ ଜଣେ ସହପାଠିନୀଙ୍କୁ ପ୍ରେମ କରୁଥିଲେ । ବର୍ଷେ ଭିତରେ ସେମାନଙ୍କ ସମ୍ପର୍କ ବହୁତ ଆଗକୁ ବଢିଯାଇଥିଲା। କିନ୍ତୁ ଝିଅଟିର ଘର ଲୋକେ ଏ କଥା ଜାଣିବା ପରେ ପ୍ରବଳ ବିରୋଧ କରିଥିଲେ । ଶୁଭେନ୍ଦୁକୁ ସେମାନେ ବାରଣ କରିଥିଲେ ଝିଅଟି ସହ ସମ୍ପର୍କ ରଖିବାରୁ ।

ଏହା ବି ପଢ଼ନ୍ତୁ | ଆସୁଛିନୂଆ ଜିଓଫୋନ୍ ୨୦୨୧ଅଫର୍‌; ଅସୀମିତ କଲ୍ ଅନେକ ଡାଟା; ଭାରତ ହେବ ୨ଜି-ମୁକ୍ତ

ଝିଅଟି ଘର ଲୋକଙ୍କ କଥା ମାନି ରହି ଯାଇଥିଲା । ତା’ ଟିଉସନ୍‌ ଆସିବା ବି ବନ୍ଦ କରିଦିଆଯାଇଥିଲା । ସେ ବ୍ୟବହାର କରୁଥିବା ଫୋନ୍‌ ବି ତା’ ହାତରୁ ନେଇଯାଇଥିଲେ ପରିବାର ଲୋକେ । ସବୁ ସୋସିଆଲ ମିଡି଼ଆ ଠାରୁ ଝିଅଟିକୁ ଦୁରେଇ ନିଆଯାଇଥିଲା । ଏ ସବୁ ଶୁଭେନ୍ଦୁକୁ ଭୀଷଣ କଷ୍ଟ ଦେଇଥିଲା ।

ଏହା ବି ପଢ଼ନ୍ତୁ | ସୁନା ଦର ଆହୁରି କମିଲା; ପର୍ଯ୍ୟନ୍ତ ୧୦,୦୦୦ ଟଙ୍କା ଶସ୍ତା ହେଲାଣି; ଏବେ କିଣିବାର ଭଲ ସମୟ

ଠିଅଟି ସହ ଦେଖା କରିବାକୁ ବହୁ ଚେଷ୍ଟା କରି ବିଫଳ ହୋଇଥଲା ଶୁଭେନ୍ଦୁ । ସବୁ ଆଡୁ ନିରାଶ ହେବା ପରେ ସେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲା ।



‘‘ଏହି ଘଟଣାରେ ପୋଲିସ ପାଖରେ କିଛି ଅଭିଯୋଗ ହୋଇନି । ଗଣମାଧ୍ୟମରୁ ଖବର ପାଇ ହସପିଟାଲରେ ପହଁଚିଥିଲା ପୋଲିସ। ଯୁବକ ଅତ୍ୟଧିକ ଇମୋସନ ହୋଇଥିବାରୁ ମାନସିକ ଭାବରେ ଦୁର୍ବଳ ହୋଇ ଏପରି କାଟିଛି ।"
Published by: Anand Shankar Thankur Das
First published: March 1, 2021, 5:44 PM IST