UPSC ପରୀକ୍ଷା ଓଡ଼ିଆ ଛାତ୍ରଙ୍କ ସଫଳତା; ବିନା କୋଚିଂରେ ପାଇଲେ ୨୩୨ ନମ୍ବର ରାଙ୍କି

କୁହାଯାଏ ଉଦ୍ୟମ ଦ୍ୱାରା ସବୁକିଛି ସମ୍ଭବ। ପୂର୍ବରୁ ୨ ଥର ପ୍ରିଲିମନାରୀ ପରୀକ୍ଷାରେ ସଫଳତା ପାଇ ପାରି ନ ଥିବା ବିଶ୍ୱ ନିଜର ତୃତୀୟ ଉଦ୍ୟମରେ ଏହି ସଫଳତା ହାସଲ କରି ପାରିଛନ୍ତି ।

UPSC ପରୀକ୍ଷା ୨୩୨ ରାଙ୍କିରେ ରହିଛନ୍ତି ବିଶ୍ୱ ବିସୃତ ତ୍ରିପାଠୀ (ପ୍ରତୀକାତ୍ମକ ଛବି)

UPSC ପରୀକ୍ଷା ୨୩୨ ରାଙ୍କିରେ ରହିଛନ୍ତି ବିଶ୍ୱ ବିସୃତ ତ୍ରିପାଠୀ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: କୁହାଯାଏ ଉଦ୍ୟମ ଦ୍ୱାରା ସବୁକିଛି ସମ୍ଭବ । ଆଉ ଏ କଥାକୁ ପ୍ରମାଣ କରିଛନ୍ତି ଭୁବନେଶ୍ୱର ବାସିନ୍ଦା ଯୁବକ ବିଶ୍ୱ ବିସୃତ ତ୍ରିପାଠୀ । ଏନଆଇଟି ରାଉରକେଲାରେ ଶିକ୍ଷାଲାଭ କରିବା ପରେ ଓଡ଼ିଶା ପ୍ରଶାସନିକ ସେବାରେ କାର୍ଯ୍ୟରତ ବିଶ୍ୱ ୨୩୨ ନମ୍ବର ର‌୍ୟାଙ୍କରେ ସର୍ବ ଭାରତୀୟ ପ୍ରଶାସନିକ ସେବା ପାଇଁ ମନୋନୀତ ହୋଇଛନ୍ତି । ପୂର୍ବରୁ ୨ ଥର ପ୍ରିଲିମନାରୀ ପରୀକ୍ଷାରେ ସଫଳତା ପାଇ ପାରି ନ ଥିବା ବିଶ୍ୱ ନିଜର ତୃତୀୟ ଉଦ୍ୟମରେ ଏହି ସଫଳତା ହାସଲ କରି ପାରିଛନ୍ତି ।

ଜଗତ୍‌ସିଂହପୁର ଜିଲାର ମୂଳବାସିନ୍ଦା ହୋଇଥିବା ବିଶ୍ୱ ଏବେ ଭୁବନେଶ୍ୱରରେ ସପରିବାର ରହୁଛନ୍ତି ।  ନ୍ୟୁଜ୍ ୧୮ ଓଡ଼ିଆକୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ବିଶ୍ୱ କହିଛନ୍ତି, ୨ ଥରର ବିଫଳତା ପରେ ମୁଁ ଆଶା ଛାଡ଼ି ନ ଥିଲି । ବରଂ ପୂର୍ବ ଅପେକ୍ଷା ଅଧିକ ପ୍ରସ୍ତୁତି ଉପରେ ଗୁରୁତ୍ୱ ଦେଉଥିଲି । ଏନ୍‌ଆଇଟି ରାଉରକେଲାରେ କମ୍ପ୍ୟୁଟର ପାଠ୍ୟକ୍ରମ ପରେ ସର୍ବ ଭାରତୀୟ ପ୍ରଶାସନିକ ସେବା ପାଇଁ ମୋର ଆଗ୍ରହ ବଢିଥିଲା । ଏଥିପାଇଁ ଇତିହାସ ବିଷୟକୁ ବାଛିଥିଲି । ତେବେ ପ୍ରଥମ ଦୁଇଥର ମୋ ପ୍ରସ୍ତୁତି ଏତେଟା ସନ୍ତୋଷଜନକ ନ ଥିଲା ଯେଉଁ କାରଣରୁ ମୁଁ ପ୍ରିଲିମ୍‌ନାରୀ ପରୀକ୍ଷାରେ କୃତୀତ୍ୱ ପାଇ ନ ଥିଲି"।

ଗତବର୍ଷ ଓଡ଼ିଶା ପ୍ରଶାସନିକ ସେବାରେ ସଫଳ ହୋଇ ଚାକିିରିରେ ଯୋଗ ଦେଇଥିଲେ ମଧ୍ୟ ସର୍ବ ଭାରତୀୟ ପ୍ରଶାସନିକ ସେବା ପାଇଁ ମୋର ଥିଲା ଆକର୍ଷଣ । ଶେଷରେ ଏହି ସଫଳତା ମିଳିଥିବାରୁ ମୁଁ ଖୁସି ।

ବିଶ୍ୱ କହିଛନ୍ତି,"ଏହି ପରୀକ୍ଷା ପାଇଁ ସେ କୌଣସି ପ୍ରଶିକ୍ଷଣ ନେଇ ନ ଥିଲେ । କେବଳ ବାଛିଥିବା ବିଷୟ ଇତିହାସକୁ ଭଲ ଭାବେ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲି। ପରୀକ୍ଷା ପାଇଁ କୋଚିଂ ଯିବା ନିହାତି ଆବଶ୍ୟକ ନୁହେଁ ବୋଲି ମୁଁ ମନେ କରେ। ସେହି କାରଣରୁ ବିନା କୋଚିଂରେ ମୁଁ ଏହି ସଫଳତା ପାଇବା ପାଇଁ ଉଦ୍ୟମ କରିଥିଲି ଓ ସେଥିରେ ମୁଁ ସଫଳ ହୋଇଛି । ତେବେ ଏକଥା ସତ ଯେ, କୋଚିଂ ନେଲେ ଏହା ଭଲ ର‌୍ୟାଙ୍କ ରଖିବାରେ ସହାୟକ ହୋଇପାରିବ ।

ଓଡ଼ିଶାରୁ କାହିଁକି ଅଧିକ ଛାତ୍ରଛାତ୍ରୀ ସର୍ବଭାରତୀୟ ପ୍ରଶାସନିକ ସେବାରେ ଥିବା କୃତକାର୍ଯ୍ୟ ହେଉନାହାନ୍ତି ପ୍ରଶ୍ନରେ ବିଶ୍ୱ କହିଛନ୍ତି, ଓଡ଼ିଶାରେ ଭଲ କୋଚିଂ ସେଂଟରର ଆବଶ୍ୟକତା ରହିଛି । ଦିଲ୍ଲୀ ଓ ଅନ୍ୟାନ୍ୟ ସ୍ଥାନରେ କୋଚିଂ ପାଇଁ ବିଶେଷ ବ୍ୟବସ୍ଥା ରହିଥିବା ବେଳେ ଓଡ଼ିଶାରେ ମଧ୍ୟ ସେଭଳି ବ୍ୟବସ୍ଥା ଉପଲବ୍ଧ ହେବା ଆବଶ୍ୟକ। ତେବେ ନିଜର ଏହି ସଫଳତା ପାଇଁ ପରିବାର ଲୋକଙ୍କ ସହଯୋଗ ଓ ଆର୍ଶିବାଦ ରହିଛି ବୋଲି କହିଛନ୍ତି ବିଶ୍ୱ ।

ବିଶ୍ୱଙ୍କ ଏହି ସଫଳତାରେ ତାଙ୍କ ପରିବାର ଖୁବ୍ ଖୁସି । ତାଙ୍କ ବାପା ସନ୍ତୋଷ ତ୍ରିପାଠୀ ହେଉଛନ୍ତି ଉତ୍କଳ ବିଶ୍ୱ ବିଦ୍ୟାଳୟର ଓଡ଼ିଆ ବିଭାଗର ବରିଷ୍ଠ ଅଧ୍ୟାପକ । ସେ କହିଛନ୍ତି, ତାଙ୍କ ପୁଅ ବିଶ୍ୱ ସଫଳତା ପାଇବ ବୋଲି ତାଙ୍କର ଆଶା ଥିଲା । ଏହି ଆଶା ଏବେ ପୁରଣ ହୋଇଛି ।
Published by:Soumya Das
First published: