ପିପିଲି Bypoll: କଂଗ୍ରେସ୍‌ ବିଶ୍ବକେଶନ ହରିଚନ୍ଦନ ମହାପାତ୍ରଙ୍କୁ ପ୍ରାର୍ଥୀ ଘୋଷଣା କଲା

Congress Announces Pipili Bypoll Candidate | କଂଗ୍ରେସର ମୂଳ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କର କରୋନା ସଂକ୍ରମଣରେ ଦେହାନ୍ତ ପରେ ତାଙ୍କ ପତ୍ନୀ ବନ୍ଦନା ମଙ୍ଗରାଜଙ୍କୁ ପ୍ରାର୍ଥୀ କରିବାକୁ ଦଳ ଚେଷ୍ଟା କରିଥିଲା । ହେଲେ ପତି ଓ ଶାଶୁଙ୍କ ଅସମୟ ଦେହାନ୍ତ ଯୋଗୁଁ ଭାଙ୍ଗି ପଡ଼ିଥିବା ବନ୍ଦନା ରାଜି ହୋଇ ନ ଥିଲେ ।

ବିଶ୍ବକେଶନ ହରିଚନ୍ଦନ ମହାପାତ୍ର

ବିଶ୍ବକେଶନ ହରିଚନ୍ଦନ ମହାପାତ୍ର

  • Share this:
News18 odia Digital
ଭୁବନେଶ୍ୱର: ମେ ମାସ ୧୬ ତାରିଖରେ ହେବାକୁ ଥିବା ପିପିଲି ବିଧାନ ସଭା ଉପନିର୍ବାଚନ ପାଇଁ କଂଗ୍ରେସ ନିଜ ଦିବଙ୍ଗତ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ସ୍ଥାନରେ ପୁରୀ ଜିଲ୍ଲାରେ ଦଳର ଯୁବ ଚେହେରା ବିଶ୍ବକେଶନ ହରିଚନ୍ଦନ ମହାପାତ୍ରଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛି । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଶୁକ୍ରବାର ଦିନ ବିଶ୍ବକେଶନଙ୍କ ନାମ ଘୋଷଣା କରିଛନ୍ତି ।

କଂଗ୍ରେସର ମୂଳ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କର କରୋନା ସଂକ୍ରମଣରେ ଦେହାନ୍ତ ହେବା ପରେ ମେ’ ୧୭ ତାରିଖରେ ହେବାକୁ ଥିବା ଉପନିର୍ବାଚନକୁ ଘୁଞ୍ଚାଇ ଦିଆଯାଇଥିଲା । ତା’ ପରେ ଦଳ ପକ୍ଷରୁ ମଙ୍ଗରାଜଙ୍କ ପତ୍ନୀ ବନ୍ଦନା ମଙ୍ଗରାଜଙ୍କୁ ପ୍ରାର୍ଥୀ କରିବା ପାଇଁ ରାଜ୍ୟ କଂଗ୍ରେସ ନେତୃତ୍ୱ ଇଚ୍ଛା ପ୍ରକାଶ କରିଥିଲା । ଦଳ ପକ୍ଷର ବନ୍ଦନାଙ୍କ ସହ କ୍ରମାଗତ ଭାବେ ଯୋଗାଯୋଗ କରାଯାଇଥିଲା । ହେଲେ ପତିଙ୍କ ଅସମୟ ଦେହାନ୍ତ ଓ ତା’ର ମାତ୍ର ଦୁଇ ଦିନ ପରେ ଶାଶୁଙ୍କ ଦେହାନ୍ତ ଯୋଗୁଁ ଭାଙ୍ଗି ପଡ଼ିଥିବା ବନ୍ଦନା ଏହି ଉପନିର୍ବାଚନରେ ପ୍ରାର୍ଥୀ ହେବାକୁ ରାଜି ହୋଇ ନ ଥିଲେ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି ।

ଏହା ବି ପଢ଼ନ୍ତୁ | କରୋନା ଟିକାର ପ୍ରଥମ ଡୋଜ୍ ନେବା ପରେ ସଂକ୍ରମିତ ହେଲେ ଦ୍ୱିତୀୟ ଡୋଜ୍ କେବେ ନେବା ଉଚିତ?

୪୪ ବର୍ଷୀୟ ବିଶ୍ବକେଶନ ହରିଚନ୍ଦନ ମହାପାତ୍ର ପେଶାରେ ଓକିଲ । ଡେଲାଙ୍ଗ ଥାନା ଅନ୍ତର୍ଗତ ଝାରପଡ଼ା ଗ୍ରାମରେ ଜନ୍ମ ହୋଇଥିବା ମହାପାତ୍ର ପୁରୀ ସହରରେ ରହନ୍ତି । ସେ ଏବେ ପୁରୀ ଜିଲ୍ଲା କଂଗ୍ରେସ ସେବା ଦଳର ସେ ମୁଖ୍ୟ ସଞ୍ଚାଳକ ଅଛନ୍ତି । ପୁରୀ ଜିଲ୍ଲା କଂଗ୍ରେସରେ ସେ ଜଣେ ସକ୍ରିୟ ଓ କର୍ମଠ ନେତା ଭାବେ ପରିଗଣିତ ହୁଅନ୍ତି ।

ବରିଷ୍ଠ କଂଗ୍ରେସ ନେତା ପ୍ରଦୀପ ମାଝିଙ୍କ ସହ ବିଶ୍ବକେଶନ ହରିଚନ୍ଦନ ମହାପାତ୍ର (ବାମ)


ଏହା ବି ପଢ଼ନ୍ତୁ | ଗ୍ରାହକଙ୍କୁ ଲାଗିବ ଝଟକା! ଏବେ ଏହି ବ୍ୟାଙ୍କରୁ ଟଙ୍କା କାଢ଼ିବା ମହଙ୍ଗା ହେଲା; SMS ଚାର୍ଜ ବି ବଢ଼ିଲା

‘‘ମୋତେ ଔପଚାରିକ ଭାବେ ଏ ପର୍ଯ୍ୟନ୍ତ ସୂଚନା ମିଳି ନାହିଁ (ପ୍ରାର୍ଥୀ ହେବା ବିଷୟରେ), ହେଲେ ମୁଁ ଅନେକ ସହଯୋଗୀଙ୍କ ଠାରୁ ଏ ବିଷୟରେ ଫୋନ୍‌ କଲ୍‌ ପାଇଛି । ମୋତେ ପ୍ରାର୍ଥୀ କରି ମୋ’ ଉପରେ ବିଶ୍ୱାସ ସ୍ଥାପନ କରିଥିବାରୁ ମୁଁ ଦଳର ରାଜ୍ଯ ଓ କେନ୍ଦ୍ରୀୟ ନେତୃତ୍ୱକୁ ଧନ୍ୟବାଦ ଜଣାଉଛି । ପିପିଲି-ଡେଲାଙ୍ଗ ବାସୀ ଏ ଥର କଂଗ୍ରେସକୁ ଜୟଯୁକ୍ତ କରିବେ ବୋଲି ମୋ’ର ବିଶ୍ୱାସ,’’ ଶୁକ୍ରବାର ରାତିରେ ନିଜ ପ୍ରଥମ ପ୍ରତିକ୍ରିୟାରେ କହିଛନ୍ତି ବିଶ୍ୱକେଶନ ମହାପାତ୍ର ।

ଏହା ବି ପଢ଼ନ୍ତୁ | ଗ୍ରାହକଙ୍କୁ ଲାଗିବ ଝଟକା! ଏବେ ଏହି ବ୍ୟାଙ୍କରୁ ଟଙ୍କା କାଢ଼ିବା ମହଙ୍ଗା ହେଲା; SMS ଚାର୍ଜ ବି ବଢ଼ିଲା

ରାଜ୍ୟ କଂଗ୍ରେସ ସୂତ୍ରଙ୍କ ଅନୁସାରେ ଅଜିତ ମଙ୍ଗରାଜଙ୍କ ପରଲୋକ ପରେ ପିପିଲିରେ କଂଗ୍ରେସର ପ୍ରାର୍ଥୀ ହେବା ପାଇଁ ତାଙ୍କ ପତ୍ନୀ ବନ୍ଦନାଙ୍କ ବ୍ୟତୀତ ନିଶିକାନ୍ତ ମିଶ୍ର ଓ ପୂର୍ଣ୍ଣ ସ୍ୱାଇଁଙ୍କ ନାଁ ଉପରେ ଚର୍ଚ୍ଚା ହୋଇଥିଲା । ଏହି ଦୁଇ ନେତା ମଧ୍ୟ ପ୍ରାର୍ଥୀ ହେବା ପାଇଁ ନିଜ ଇଚ୍ଛା ପ୍ରକାଶ କରିଥିବା ଜଣାପଡି଼ଥିଲା । ହେଲେ ଦଳୀୟ ନେତୃତ୍ୱ ବିଶ୍ୱକେଶନ ମହାପାତ୍ରଙ୍କୁ ପ୍ରାର୍ଥୀ ଭାବେ ଚୟନ କରିଛି ।

ଅଜିତ ମଙ୍ଗରାଜଙ୍କ ସହ ପତ୍ନୀ ବନ୍ଦନା ମଙ୍ଗରାଜ


ଏହା ବି ପଢ଼ନ୍ତୁ | ଗ୍ରାହକଙ୍କୁ ଲାଗିବ ଝଟକା! ଏବେ ଏହି ବ୍ୟାଙ୍କରୁ ଟଙ୍କା କାଢ଼ିବା ମହଙ୍ଗା ହେଲା; SMS ଚାର୍ଜ ବି ବଢ଼ିଲା

ପିପୁଲ୍ସ ରିପ୍ରେଜେଣ୍ଟେଟିଭ୍ ଆକ୍ଟ, ୧୯୫୧, ଅନୁଯାୟୀ ନାମାଙ୍କନ ଭରିଥିବା କୌଣସି ସ୍ବୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରାର୍ଥୀଙ୍କର ମୃତ୍ୟୁ ହେଲେ ନିର୍ବାଚନକୁ ସ୍ଥଗିତ କରାଯାଏ ଓ ପରବର୍ତ୍ତୀ ତାରିଖର ନିର୍ବାଚନରେ କେବଳ ସେହି ଦଳକୁ ପ୍ରାର୍ଥୀ ଦେବାର ସୁଯୋଗ ଦିଆଯାଏ । ତେଣୁ ଏବେ କେବଳ କଂଗ୍ରେସ ହିଁ ପ୍ରାର୍ଥୀ ଦେଇଛି । ଶାସକ ଦଳ ବିଜେଡି ଓ ମଖ୍ୟ ବିରୋଧୀ ଦଳ ବିଜେପିର ପ୍ରାର୍ଥୀ ଦ୍ୱୟ – ଯଥା କ୍ରମେ ରୁଦ୍ର ପ୍ରତାପ ମହାରଥୀ ଓ ଆଶ୍ରିତ ପଟ୍ଟନାୟକ – ଅପରିବର୍ତ୍ତିତ ରହିଛନ୍ତି ।

ଏହା ବି ପଢ଼ନ୍ତୁ | ମହାରାଷ୍ଟ୍ରରେ ଏପ୍ରିଲ୍୨୨ରୁ ସମ୍ପୂର୍ଣ୍ଣ ଲକଡାଉନ୍ ଜାରି ହୋଇଛି; ମେ ମାସ ତାରିଖ ପର୍ଯ୍ୟନ୍ତ ଲାଗୁ ରହିବ

ପିପିଲି ଉପନିର୍ବାଚନ ପାଇଁ ତିନି ଦଳ ପକ୍ଷରୁ ଜୋରଦାର୍‌ କ୍ୟାମ୍ପେନ୍‌ କରାଯାଇଥିଲା । ହେଲେ ଭୋଟ୍‌ ଗ୍ରହଣକୁ ମାତ୍ର ତିନି ଦିନ ବାକି ଥିବା ବେଳେ ଅଜିତ ମଙ୍ଗରାଜ ଆଖି ବୁଜିବାରୁ ଏହି ଉପନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା । ଏପ୍ରିଲ ୧୭ ତାରିଖରେ ହେବାକୁ ଥିବା ଭୋଟିଂ‌ ସ୍ଥାନରେ ସାନି ଉପନିର୍ବାଚନ ମେ ୧୩ ତାରିଖରେ କରିବା ପାଇଁ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଥିଲା । କିନ୍ତୁ ଇଦ୍‌ ଉଲ୍‌ ଫିତର୍‌ ମେ ୧୩ରେ ପାଳିତ ହେବାର ସମ୍ଭାବନା ଥିବାରୁ ଏହା ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଲୋକଙ୍କ ପାଇଁ ମତଦାନରେ ବାଧା ସୃଷ୍ଠି କରିପାରେ ବୋଲି ମେ ୧୩ ତାରିଖ ବଦଳରେ ୧୬ ତାରିଖରେ କରିବା ପାଇଁ ନୀତିଗତ ନିଷ୍ପତ୍ତି ନିଆଯାଇଥିଲା ।



ପିପିଲି ଉପନିର୍ବାଚନର ଭୋଟ୍ ଗଣତି ମେ ୧୯ ତାରିଖରେ ହେବ। ସମସ୍ତ ନିର୍ବାଚନ ପ୍ରକ୍ରିୟା ମେ ୨୧ ମଧ୍ୟରେ ସରିବ । କଂଗ୍ରେସ ପ୍ରାର୍ଥୀ ବିଶ୍ବକେତେନ ଖୁବ୍‌ ଶୀଘ୍ର ପ୍ରାର୍ଥୀ ପତ୍ର ଦାଖଲ କରିବେ ବୋଲି ଦଳ ପକ୍ଷରୁ କୁହାଯାଇଛି ।
Published by:Anand S.T. Das
First published: