ବିଶ୍ଵ ଖାଦ୍ୟ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ପ୍ରଶଂସା କଲେ ପ୍ରାନ୍ତୀୟ ନିର୍ଦ୍ଦେଶକ ବିଶୋ ପାରାଜୁଲି

ଗଣମାଧ୍ୟମକୁ ପାରାଜୁଲି କହିଛନ୍ତି, ‘‘ସମସ୍ତଙ୍କ ପାଇଁ ଖାଦ୍ୟ କାର୍ଯ୍ୟକ୍ରମ ରାଜ୍ୟ ସରକାରଙ୍କ ସହଭାଗିତାରେ ସୁରୁଖୁରରେ ପରିଚାଳିତ ହେଉଛି। ବିଶେଷ କରି ଏହି କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା କାର୍ଯ୍ୟକ୍ରମ ଉଚ୍ଚ ପ୍ରଶଂସନୀୟ।’’

ବିଶ୍ଵ ଖାଦ୍ୟ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ପ୍ରଶଂସା କଲେ ପ୍ରାନ୍ତୀୟ ନିର୍ଦ୍ଦେଶକ ବିଶୋ ପାରାଜୁଲି

ବିଶ୍ଵ ଖାଦ୍ୟ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ପ୍ରଶଂସା କଲେ ପ୍ରାନ୍ତୀୟ ନିର୍ଦ୍ଦେଶକ ବିଶୋ ପାରାଜୁଲି

  • Share this:
News18 Odia Digital

ଭୁବନେଶ୍ବର: ରାଜ୍ୟ ସରକାରଙ୍କୁ ୟୁନାଇଟେଡ଼ ନେସନର ୱାଲ୍ଡ ଫୁଡ଼ ଯୋଜନାର ଉଚ୍ଚ ପ୍ରଶଂସା। ବିଶେଷ କରି ରାଜ୍ୟରେ ଶିଶୁମାନଙ୍କ ଅପପୃଷ୍ଟି ରୋକିବା ସହିତ ଶିଶୁମାନଙ୍କୁ ବିଭିନ୍ନ ଯୋଜନା ମାଧ୍ୟମରେ ପୌଷ୍ଟିକ ଆହାର ପ୍ରଦାନ କରିବା କାର୍ଯ୍ୟକ୍ରମ ପାଇଁ ମୁଖ୍ୟ ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ୱାଲ୍ଡ ଫୁଡ଼ କାର୍ଯ୍ୟକ୍ରମର ପ୍ରାନ୍ତୀୟ ନିର୍ଦ୍ଦେଶକ ବିଶୋ ପାରାଜୁଲି। ଶନିବାର ଅପରାହ୍ନରେ ମୁଖ୍ୟ ମନ୍ତ୍ରୀଙ୍କୁ ନବୀନ ପଟ୍ଟନାୟକଙ୍କ ନିବାସରେ ଭେଟିବା ପରେ ଗଣମାଧ୍ୟମକୁ ସେ ଏହି ସୂଚନା ଦେଇଛନ୍ତି।

ଗଣମାଧ୍ୟମକୁ ପାରାଜୁଲି କହିଛନ୍ତି, ‘‘ସମସ୍ତଙ୍କ ପାଇଁ ଖାଦ୍ୟ କାର୍ଯ୍ୟକ୍ରମ ରାଜ୍ୟ ସରକାରଙ୍କ ସହଭାଗିତାରେ ସୁରୁଖୁରରେ ପରିଚାଳିତ ହେଉଛି। ବିଶେଷ କରି ଏହି କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା କାର୍ଯ୍ୟକ୍ରମ ଉଚ୍ଚ ପ୍ରଶଂସନୀୟ। ଆଗକୁ ସରକାରୀ ସହଯୋଗିତା ଆଧାରରେ ଏହି କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯିବ। ମିଶନ ଜିରୋ ବା ବିନା ଖାଦ୍ୟରେ ଯେଭଳି ଜଣେ ବି ଲୋକ ନ ରୁହନ୍ତି ସେ ଦିଗରେ ରାଜ୍ୟ ସରକାରଙ୍କ ଉଦ୍ୟମ ଜାରି ରହିଛି। ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ସରକାରଙ୍କ ସହ କାନ୍ଧକୁ କାନ୍ଧ ମିଳାଇ ୱାଲ୍ଡ ଫୁଡ଼ ପ୍ରୋଗ୍ରାମ ଜାରି ରହିବ।’’

ସେ ଆହୁରି କହିଛନ୍ତି ରାଜ୍ୟରେ ଶିଶୁଙ୍କ ଅପପୃଷ୍ଟି ସମସ୍ୟା ଏକଦା ଏକ ଚର୍ଚ୍ଚିତ ପ୍ରସଙ୍ଗ ହୋଇଥିଲା। କିନ୍ତୁ ସରକାରଙ୍କ ଆନ୍ତରିକ ଉଦ୍ୟମ ତଥା ସହଯୋଗିତା କାରଣରୁ ଏହା ଆଉ ସମସ୍ୟା ହୋଇ ରହିନାହିଁ। ଏ କ୍ଷେତ୍ରରେ ସରକାରଙ୍କ ପକ୍ଷରୁ ନିଆଯାଇଥିବା କାର୍ଯ୍ୟକ୍ରମ ପ୍ରଶଂସନୀୟ। ଆଗାମୀ ସମୟରେ ଏହି ଯୋଜନା ଯେଭଳି ତ୍ୱରାନ୍ୱିତ ହୋଇପାରିବ ଓ ସମସ୍ତଙ୍କ ପାଖରେ ପହଞ୍ଚପାରିବ ସେ ନେଇ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି, ଯାହାକୁ ୱାଲ୍ଡ ଫୁଡ଼ ପ୍ରୋଗ୍ରାମ ଗୁରୁତ୍ୱ ଦେଉଛି।

ସେହିଭଳି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲାରେ ଓଡ଼ିଶା ଏକ ଉଦାହରଣ ପାଲଟିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି ପାରାଜୁଲି । ଏହାଦ୍ୱାରା ଧନ ଓ ଜୀବନ ରକ୍ଷା ହୋଇପାରୁଛି, ଯାହା ବିଶ୍ୱବାସୀଙ୍କ ଦୃଷ୍ଟି ଆକର୍ଷଣ କରିପାରିଛି । ସେହିଭଳି ମହିଳା ସଶକ୍ତିକରଣ ପାଇଁ ମିଶନ ଶକ୍ତି କାର୍ଯ୍ୟକ୍ରମ ଉଚ୍ଚ ପ୍ରଶଂସନୀୟ ବୋଲି ସେ କହିଛନ୍ତି ।

ମିଶନଶକ୍ତି କାର୍ଯ୍ୟକ୍ରମ ଦ୍ୱାରା ଅଧିକରୁ ଅଧିକ ମହିଳାମାନେ ସମାଜରେ ମୁଖ୍ୟସ୍ରୋତରେ ସାମିଲ ହେବା ସହିତ ସ୍ୱାବଲମ୍ବି ପାଲଟିଛନ୍ତି, ଯାହା ଏକ ବଡ଼ ସଫଳ ଉଦ୍ୟମ। ଏହା ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି। ୱାଲ୍ଡ ଫୁଡ଼ କାର୍ଯ୍ୟକ୍ରମ ରାଜ୍ୟ କୃଷି ବିଭାଗ ସହିତ ମିଳିତ ଭାବେ ସମସ୍ତଙ୍କ ପାଇଁ ଖାଦ୍ୟ କାର୍ଯ୍ୟକ୍ରମ ଜାରି ରଖିଛି। ଏହା ଆଗାମୀ ସମୟ ପାଇଁ ଚାଲୁ ରହିବ ବୋଲି ସେ ସ୍ପଷ୍ଟ କରିଛନ୍ତି।

ଏହାସହ ୧୯୭୨ ମସିହାରୁ ବିଶ୍ୱରେ ଆରମ୍ଭ ହୋଇଥିବା ୱାଲ୍ଡ ଫୁଡ଼ ପ୍ରୋଗ୍ରାମ ଚଳିତ ବର୍ଷ ୫୦ତମ ଜୟନ୍ତୀ ପାଳନ କରୁଥିବା ବେଳେ ଇଟାଲୀର ରୋମ୍ ସହରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ ମୁଖ୍ୟ ମନ୍ତ୍ରୀ ଯୋଗ ଦେବାକୁ ଆମନ୍ତ୍ରଣ କରିଥିଲେ ପାରାଜୁଲି।
Published by:Lipina Das
First published: