ପଦ୍ମପୁରକୁ ନେଇ ପୂର୍ବାନୁମାନ କଲେ ବିଶେଶ୍ୱର ଟୁଡୁ; କହିଲେ ପଦ୍ମ ଜିତିବ

ପଦ୍ମପୁର ଉପନିର୍ବାଚନରେ ପଦ୍ମ ଫୁଟିବ । ପଦ୍ମପୁର ଉପନିର୍ବାଚନକୁ ନେଇ ପୂର୍ବାନୁମାନ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁ।

ବିଶେଶ୍ୱର ଟୁଡୁ (ପ୍ରତୀକାତ୍ମକ ଛବି)

ବିଶେଶ୍ୱର ଟୁଡୁ (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ମୟୁରଭଞ୍ଜ: ପଦ୍ମପୁର ଉପନିର୍ବାଚନକୁ ନେଇ ପୂର୍ବାନୁମାନ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁ। ପଦ୍ମପୁର ଉପନିର୍ବାଚନରେ ପଦ୍ମ ଫୁଟିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ। ୨୨ବର୍ଷ ଧରି ରାଜ୍ୟରେ ଶାସନ କିଭଳି ଚାଲିଛି ତାହା ଲୋକ ବୁଝିସାରିଲେଣି ବୋଲି ସେ କହିଛନ୍ତି।

ଯେଉଁ ଉଦ୍ଦେଶ୍ୟରେ ଅଟଳ ବିହାରୀ ବାଜପେୟୀ ମହିଳା ସଶକ୍ତି କରଣ ମହିଳା ମାନଙ୍କୁ ଆଗକୁ ଆଣିଥିଲେ ସେହି ଉଦ୍ଦେଶ୍ୟକୁ ବିଜେଡି ସରକାର ବଦଳାଇ ନାମ ପରିବର୍ତ୍ତନ କରି ମହିଳାମାନଙ୍କୁ ଜବରଦସ୍ତି ବିଭିନ୍ନ କ୍ଷେତ୍ରରେ ବ୍ୟବହାର କରି ନିର୍ବାଚନ ଜିତୁଥିଲେ। ତାହା ଏବେ ଜଣାପଡିଛି। ନିରୀହ ମହିଳାମାନଙ୍କୁ ଅପବ୍ୟବହାର କରି ଶାସନ କଳକୁ ବ୍ୟବହାର କରି ନିର୍ବାଚନ ଜିତୁଥିଲେ ବୋଲି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ। ହେଲେ ଆଉ ନୁହେଁ ଲୋକେ ବୁଝି ସାରିଲେଣି। ଏଥର ପଦ୍ମ ଫୁଟିବ ଦୃଢୋକ୍ତି କରିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ।

ଧାମନଗରର ବିଜେପିର ନୂଆ ବିଧାୟକ ସୂର୍ଯ୍ୟବଂଶୀ ସୂରଜ ଆଜି ଶପଥପାଠ କରିଛନ୍ତି। ବିଧାନସଭାରେ ବାଚସ୍ପତି ବିକ୍ରମ ସିଂ ଆରୁଖ ନବ ନିର୍ବାଚିତ ବିଧାୟକ ସୂର୍ଯ୍ୟବଂଶୀଙ୍କୁ ଶପଥପାଠ କରାଇଛନ୍ତି। ଦଳର ବରିଷ୍ଠ ନେତା ସୂରଜଙ୍କ ସହ ଆଲୋଚନା କରିଥିଲେ। ଏହା ବ୍ୟତୀତ ପଦ୍ମପୁର ଉପନିର୍ବାଚନରେ ପ୍ରଚାର କରିବେ ସେ, ଯାହାକୁ ନେଇ ଚର୍ଚ୍ଚା। ଧାମନଗର ନିର୍ବାଚନରେ ବିଜୟ ହାସଲ କରିଥିବାରୁ ସୂରଜଙ୍କୁ ପଦ୍ମପୁରରେ ଦଳ ବ୍ୟବହାର କରିବ।



ଏ ନେଇ ସୂଚନା ଦେଇଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର। ଧାମନଗର ଭଳି ପଦ୍ମପୁରରେ ମଧ୍ୟ ବିଜେପି ଜୋରସୋରରେ ଲଢ଼େଇ କରିବ। ଏଥିପାଇଁ ଦଳ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି। ତିନି ବରିଷ୍ଠ ନେତାଙ୍କୁ ଦାୟିତ୍ୱ ଦିଆଯାଇଛି।

କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ବରଗଡ଼ ସାଂସଦ ସୁରେଶ ପୂଜାରୀ ଓ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଦାୟିତ୍ୱରେ ରହିଛନ୍ତି। ବିଧାନସଭାରେ ଆମେ ୨୩ ବିଧାୟକ ନିର୍ବାଚିତ ହୋଇଥିଲୁ। ବାଲେଶ୍ଵର ଉପନିର୍ବାଚନରେ ହାରିବା ଏବଂ ଧାମନଗରରେ ଜିତିବା ପରେ ଆମର ସଂଖ୍ୟା ୨୨ ହୋଇଛି। ପଦ୍ମପୁରରେ ଜିତି ଆମେ ଏହି ସଂଖ୍ୟାକୁ ୨୩ରେ ପହଞ୍ଚାଇବୁ। ଆଉ ୨୦୨୪ରେ ଦୁଇ ତୃତୀୟଂଶ ସିଟ ନେଇ ଆମେ ସରକାର ଗଢିବୁ ବୋଲି କହିଛନ୍ତି ଜୟ ନାରାୟଣ ମିଶ୍ର।

ସେପଟେ ବିଜେଡି କହିଛି ଯେ ପଦ୍ମପୁର ଆମର ଥିଲା ଆମର ହିଁ ରହିବ। ଆମେ ନିଶ୍ଚିତ ବିଜୟ ହାସଲ କରିବୁ। ଯେଉଁମାନେ କହୁଛନ୍ତି ସେମାନେ କେବଳ ପ୍ରଚାର ପାଇଁ କହୁଛନ୍ତି। ଧାମନଗର ନିର୍ବାଚନ ଫଳାଫଳ ଆସିବା ପରେ ପଦ୍ମପୁର ଉପନିର୍ବାଚନ ପାଇଁ ଏବେଠୁ ପ୍ରସ୍ତୁତି ଆରମ୍ଭ କରିଛି ବିଜେଡି।

ଧାମନଗର ଉପନିର୍ବାଚନରେ ପରାଜୟ ପରେ ଆଗାମୀ ପଦ୍ମପୁର ଉପନିର୍ବାଚନ ପାଇଁ ପୁରୁଣା ନେତାଙ୍କୁ ପୁଣି ଥରେ ଖୋଜିଛି ବିଜେଡି। ପୁରୁଣା ନେତାଙ୍କ ନେତୃତ୍ୱରେ ପଦ୍ମପୁର ଉପନିର୍ବାଚନ ଲଢ଼ିବାକୁ ଦାୟୀତ୍ୱ ବାଣ୍ଟିଛି ଦଳ।

ଦଳର ନିଷ୍ପତ୍ତି ଅନୁସାରେ ପଦ୍ମପୁର ଉପନିର୍ବାଚନ ପ୍ରଚାରର ମଙ୍ଗ ଧରିବେ ପ୍ରସନ୍ନ ଆଚାର୍ଯ୍ୟ। ନିର୍ବାଚନମଣ୍ଡଳୀ ପରିଚାଳନା ଦାୟିତ୍ୱରେ ରହିବେ ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ। ୩ ବ୍ଲକ ଦାୟିତ୍ୱରେ ରହିବେ ୩ ଜଣ ମନ୍ତ୍ରୀ। ପଦ୍ମପୁର ବ୍ଲକ ଦାୟିତ୍ୱରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ପାଇକମାଳ ବ୍ଲକ ଦାୟିତ୍ୱର ମନ୍ତ୍ରୀ ନବ ଦାସ, ଝାରବନ୍ଧ ଦାୟିତ୍ୱରେ ମନ୍ତ୍ରୀ ରାଜେନ୍ଦ୍ର ଢ଼ୋଲକିଆ ରହିବେ। ଜୋନ ଦାୟିତ୍ୱରେ ମଧ୍ୟ ପଶ୍ଚିମ ଓଡ଼ିଶାର ନେତା ରହିବେ। ମନ୍ତ୍ରୀ ଟୁକୁନି ସାହୁ, ଦେବେଶ ଆଚାର୍ଯ୍ୟ, ସ୍ନେହାଙ୍ଗୀନ ଛୁରିଆ, ରିତା ସାହୁ, ସରୋଜ ମେହେର, ପୁଷ୍ପେନ୍ଦ୍ର ସିଂ ଦେଓ ପ୍ରମୁଖ ଜୋନ ଦାୟିତ୍ୱରେ ରହିବେ।
Published by:Soumya Das
First published: