ହାଣ୍ଡି ଛାଡ ନୁହେଁ ହେବ ହାଣ୍ଡି ଯୋଡ; ଅଧା ଓଡ଼ିଶାରେ ବିରିୟାନୀ ପାର୍ଟି

ହାଣ୍ଡି ଛାଡରେ ଖୋଲାଖୋଲି ଭେଜ ଓ ନନ୍ ଭେଜ ବିରୟାନି ଖାଇବେ ହେତୁବାଦୀ। ଏହାକୁ ବିରୋଧ କରିବାକୁ ପ୍ରସ୍ତୁତ ହେଲେଣି ମନ୍ଦିର ସେବାୟତ ସଂଘ। ହେତୁବାଦୀ ମଧ୍ୟ ପ୍ରତି ଜବାବ ଦେବାକୁ ପ୍ରସ୍ତୁତ।

ଅଧା ଓଡ଼ିଶାରେ ବିରିୟାନୀ ପାର୍ଟି (ପ୍ରତୀକାତ୍ମକ ଛବି)

ଅଧା ଓଡ଼ିଶାରେ ବିରିୟାନୀ ପାର୍ଟି (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନେଶ୍ବର: ଆଜି ଚନ୍ଦ୍ର ଗ୍ରହଣ। ପାକ ନିଷେଧ ବା ହାଣ୍ଡି ଛାଡରେ ଖୋଲାଖୋଲି ଭେଜ ଓ ନନ୍ ଭେଜ ବିରୟାନି ଖାଇବେ ହେତୁବାଦୀ। ଏ ନେଇ ଆରମ୍ଭ ହେଲାଣି ସୋସିଆଲ ମିଡ଼ିଆରେ ଲେଖା। ଏହାକୁ ବିରୋଧ କରିବାକୁ ତୟାର୍ ହେଲେଣି ମନ୍ଦିର ସେବାୟତ ସଂଘ। ହେତୁବାଦୀ ମଧ୍ୟ ପ୍ରତି ଜବାବ ଦେବାକୁ ପ୍ରସ୍ତୁତ। ସୂର୍ଯ୍ୟ ପରାଗରେ ବିରିଆନି ଖିଆକୁ ନେଇ ବଢ଼ିଛି ବିବାଦ।

ଆଜି ଚନ୍ଦ୍ର ଗହଣ। ହାଣ୍ଡି ଛାଡ - ହାଣ୍ଡି ଯୋଡ ଗୋଷ୍ଠୀ ହୋଇଛନ୍ତି ସାମ୍ନା ସାମ୍ନି। ପରାଗରେ ସମବେତ ହୋଇ ଚିକେନ ବିରିଆନି ଖାଇବା ବ୍ରହ୍ମପୁର କି ଭୁବନେଶ୍ବର ଭିତରେ ସୀମିତ ହୋଇ ରହିବ ନାହିଁ। ଏହା ସାରା ରାଜ୍ୟରେ ଆୟୋଜନ ହେବ। ଏଥିପାଇଁ ସୋସିଆଲ ମିଡ଼ିଆ ରେ ଆରମ୍ଭ ହୋଇଛି ଫାଇଟ। କିଏ, କୋଉଠି ଓ କେତେବେଳେ କଣ ଖାଇବ ସେ ନେଇ ହେତୁବାଦୀ ନିଜ ଫେସବୁକ୍ ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ହେଲେ ଏହାକୁ କଠୋର ଭାଷାରେ ନିନ୍ଦା କରି ଖୋଲା ବିତର୍କ କରିବା ପାଇଁ ଆହ୍ବାନ ଦେଇଛନ୍ତି ମନ୍ଦିର ସେବାୟତ ସଂଘ। ଯୁକ୍ତି ଓ ତଥ୍ୟ ସଂଗତ ମତରେ ବିତର୍କକୁ ଯିବା ପାଇଁ ହେତୁବାଦୀ ବି ରାଜି। ଗ୍ରହଣରେ ଚିକେନ ବିରିଆନି ଖାଇବା ନେଇ ହେତୁବାଦୀ କହିବା ପରେ ଏବେ ଏହାକୁ ନେଇ ବଢ଼ିଛି ବିବାଦ।

ଗୋଟିଏ ପଟେ ହେତୁବାଦୀ ଅନ୍ୟପଟେ ପରମ୍ପରା ବାଦି। ଏହି ବିରିୟାନି ଖିଆକୁ ନେଇ ବଢ଼ିଛି ବିବାଦ। ଓଡ଼ିଶା ମନ୍ଦିର ସେବାୟତ ସଂଘ, ସୁଦର୍ଶନ ରାଷ୍ଟ୍ର ନିର୍ମାଣ ଓଡ଼ିଶା, ରାଷ୍ଟ୍ରୀୟ ବଜରଙ୍ଗ ସେବା ପକ୍ଷରୁ ହେତୁବାଦୀଙ୍କ କାର୍ଯ୍ୟକଳାପକୁ ନିନ୍ଦା କରାଯିବା ସହିତ ଚନ୍ଦ୍ର ଗହଣ ଦିନ ପ୍ରବଳ ବିରୋଧ କରାଯିବ ବୋଲି ସୂଚନା ଦିଆଯାଇଛି। ଓଡ଼ିଶାର ଯେଉଁ ଜାଗାରେ ରନ୍ଧା ଖାଦ୍ୟ ଆୟୋଜନ କରି ସମବେତ ଖାଦ୍ୟର ଆସର ଖୋଲିବ ସେ ସ୍ଥାନରେ ବିରୋଧ କରାଯିବ ।

ବିଜ୍ଞାନ ମତକୁ ଆଧାର କରି ସାମୁହିକ ବିରିୟାନି ପାର୍ଟିର ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛି ଆମ୍ବେଦକର ଲୋହିଆ ବିଚାର ମଞ୍ଚ। ଆସନ୍ତା କାଲି ସେମାନେ ଭୁବନେଶ୍ବରର ଭି ଏସ ଏସ ନଗର, ଯାଜପୁରର ବଡ଼ ଚଣା, ଜଗତସିଂପୁରର କୁଜଙ୍ଗ, କେନ୍ଦ୍ରାପଡ଼ାର ପାଟକୁରା, ତାଳଚେର, ଅନୁଗୁଳ, ପିପିଲି ଓ ପୁରୀରେ ଏହି ଚିକେନ ଵିରିଆନି ପାର୍ଟିର ଆୟୋଜନ ହୋଇଛି। ଯଦି ଯିଏ ଏହାକୁ ବିରୋଧ କରିବା ପାଇଁ ଆସିବ, ସେମାନଙ୍କୁ ଆପ୍ୟାୟିତ ମାଧ୍ୟମରେ ସ୍ବାଗତ କରାଯିବ। ଯଦି କିଏ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିବ ତାଙ୍କୁ ସେହିଭଳି ଢଙ୍ଗରେ ବିରୋଧ କରାଯିବ।

ସୂଚନା ଅନୁସାରେ, ଫ୍ରି ଥଟ ପାର୍ଟି ଅଫ୍ ଇଣ୍ଡିଆ, ବାମବାଦୀ ଓ ମୁକ୍ତ ଚିନ୍ତନ ବାଦି, ନିରିଶ୍ୱର ବାଦି ଓ ଆମ ଫୋଇ ପକ୍ଷରୁ ରାଜଧାନୀର ଖଣ୍ଡଗିରିର ଧର୍ମ ବିହାରରେ ଆୟୋଜନ କରିବେ ଭେଜ-ନନ୍ ଭେଜ ବିରିୟାନୀ ପାର୍ଟି। ଯେଉଁଥିରେ ମୁକ୍ତ ଚିନ୍ତାଧାରା ସହିତ ଏକମତ ଥିବା ଛାତ୍ର, ଛାତ୍ରୀ, ବୁଦ୍ଧିଜୀବୀ, ସାମାଜିକ ସଂଗଠନ, ଡାକ୍ତର , ଶିକ୍ଷାବିତଙ୍କ ସହିତ ବୈଜ୍ଞାନିକ ବୈଜ୍ଞାନିକ ଯୋଗ ଦେବେ।
Published by:Soumya Das
First published: