ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ; ୧୬ ହଜାର ୯୮୩ ୟୁନିଟ୍ ରକ୍ତ ସଂଗ୍ରହ

ମୁଖ୍ୟମନ୍ତ୍ରୀଙ୍କ ୭୭ ତମ ଜନ୍ମଦିନ ଅବସରରେ ବିଜୁ ଯୁବ-ଛାତ୍ର ଜନତା ଦଳ ପକ୍ଷରୁ ସମଗ୍ର ରାଜ୍ୟରେ "ସେବା ଦିବସ" ରୂପେ ପାଳନ କରାଯାଇଛି । ଆଜି ୧୬ ହଜାର ୯୮୩ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ; ୧୬ ହଜାର ୯୮୩ ୟୁନିଟ୍ ରକ୍ତ ସଂଗ୍ରହ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ; ୧୬ ହଜାର ୯୮୩ ୟୁନିଟ୍ ରକ୍ତ ସଂଗ୍ରହ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର;  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେଇଛି ବିଜେଡି । ବିଜୁ ଜନତା ଦଳ କାର୍ଯ୍ୟାଳୟରେ ବିଜେଡି ପକ୍ଷରୁ ଜୀବନବିନ୍ଦୁ କାର୍ଯକ୍ରମ କରାଯାଇଛି । ବହୁ ସଂଖ୍ୟାରେ ନେତା ଓ କର୍ମୀ ଯୋଗ ନେଇ ରକ୍ତଦାନ କରିଛନ୍ତି । କେବଳ ରକ୍ତଦାନ ଶିବିର ନୁହେଁ ନବୀନଙ୍କ ଜନ୍ମଦିନ ଅବସରରେ  ରୋଗୀ ମାନଙ୍କୁ ଫଳ ବଣ୍ଟନ କରାଯାଇଛି ।  କ୍ୟାପିଟାଲ ହସ୍ପିଟାଲରେ ରୋଗୀ ମାନଙ୍କୁ ଫଳ ବଣ୍ଟନ କରିଛନ୍ତି ଦଳର ନେତା ଓ କର୍ମୀ ।

ମୁଖ୍ୟମନ୍ତ୍ରୀ ୭୭ ବର୍ଷରେ ପଦାର୍ପଣ କରିଥିବା ବେଳେ ତାଙ୍କ ଦିର୍ଘ୍ୟାୟୁ କାମନା କରି ବିଜେଡି ପକ୍ଷରୁ ବହୁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ମେକ ଇନ ଓଡ଼ିଶା କାର୍ଯ୍ୟକ୍ରମ ପାଇଁ ମୁଖ୍ୟମନ୍ତ୍ରୀ ହାଇଦ୍ରାବାଦ ଗସ୍ତରେ ଯାଇଥିବାରୁ ନବୀନ ନିବାସ ନ ଆସିବାକୁ ଅନୁରୋଧ କରିଥିଲେ ନବୀନ । ବିଜେଡି ପକ୍ଷରୁ କୁହାଯାଇଛି "ନୂତନ ଓଡ଼ିଶାର ବିନ୍ଧାଣୀ, ବିକଶିତ ଓଡ଼ିଶାର ରୂପକାର, ସାଢେ ଚାରି କୋଟି ଓଡ଼ିଆଙ୍କ ସୁଖଦୁଃଖର ସାଥୀ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ୭୭ତମ  ଜନ୍ମଦିନ ଅବସରରେ ବିଜୁ ଯୁବ-ଛାତ୍ର ଜନତା ଦଳ ପକ୍ଷରୁ  ସମଗ୍ର ରାଜ୍ୟରେ "ସେବା ଦିବସ" ରୂପେ ପାଳନ କରାଯାଇଛି । ସେବା ଦିବସ ପାଳନ କରିବା ଅବସରରେ ସମଗ୍ର  ରାଜ୍ୟରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର, ବୃକ୍ଷ ରୋପଣ, ଅଙ୍ଗଦାନ ଶିବିର, ବିଭିନ୍ନ ଚିକିତ୍ସାଳୟରେ ରୋଗୀମାନଙ୍କୁ ଫଳ ବଣ୍ଟନ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥିଲା । ବିଜେଡି ସାଂଗଠନିକ ସଂପାଦକ ତଥା ମାନ୍ୟବର ବିଧାୟକ ଶ୍ରୀ ପ୍ରଣବ ପ୍ରକାଶ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ, ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆଦର୍ଶର ପ୍ରତିବିମ୍ବ, 'ସାମାଜିକ ପ୍ରତିବଦ୍ଧତା'ର ନିଦର୍ଶନକୁ ଯୁବ-ଛାତ୍ର ବିଜେଡି ଅଭିନବ ଢ଼ଙ୍ଗରେ ପ୍ରଦର୍ଶନ କରି ସମଗ୍ର ସମାଜକୁ ଏକ ସାମାଜିକ ବାର୍ତ୍ତା ପ୍ରଦାନ କରିଛି । ଏହି ସାମାଜିକ ପ୍ରତିବିମ୍ବ ସଦୃଶ ଓଡ଼ିଶା ମୋ ପରିବା ବା-ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରର ସମଗ୍ର ରାଜ୍ୟରେ ରକ୍ତଦାନ ଶିବିରମାନ ଆୟୋଜନ କରି ଯୁବ-ଛାତ୍ର ବିଜେଡି ଅଦ୍ଭୁତପୂର୍ବ ସଫଳତା ହାସଲ କରିଛି । ଗୋଟିଏ ଦିନରେ ସର୍ବମୋଟ ୧୬ ହଜାର ୯୮୩ ୟୁନିଟ୍ ରକ୍ତ ସଂଗ୍ରହ କରି ଏକ ରାଜନୈତିକ ଦଳ ଭାବରେ ସର୍ବକାଳୀନ ରେକର୍ଡ଼ ହାସଲ  କାରିବାର ଗୌରବ ଅର୍ଜନ କରିପାରିଛି । ଫଳସ୍ଵରୂପ ସମଗ୍ର ରାଜ୍ୟର ୧୬ ହଜାର ୯୮୩ ଜୀବନକୁ ରକ୍ଷାକରି ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ରାଜ୍ୟ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ମନ୍ତ୍ର "ପ୍ରତ୍ୟେକ ଜୀବନ ଆମ ପାଇଁ ମୂଲ୍ୟବାନ"ର ବାର୍ତ୍ତା  ଚରିତାର୍ଥ ହୋଇପାରିଛି ।

ବିଜୁ ଜନତା ଦଳ  "କଥା ରେ ନୁହେଁ, କାମ ରେ ବିଶ୍ୱାସ କରେ" ବୋଲି ରେକର୍ଡ ସଂଖ୍ୟକ ୧୬ ହଜାର ୯୮୩ ୟୁନିଟ୍ ରକ୍ତ ସଂଗ୍ରହ ହିଁ ଆଜି ପୁନର୍ବାର ପ୍ରମାଣିତ କରିଦେଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ  "ସାଢ଼େ ଚାରିକୋଟି ଓଡ଼ିଆ ହେଉଛନ୍ତି ମୋ ପରିବାର" ଉକ୍ତିକୁ ପ୍ରତ୍ୟେକ ଯୁବ-ଛାତ୍ର ନିଜର ଆଦର୍ଶ ଭାବେ ଗ୍ରହଣ କରି ସାଢ଼େ ଚାରିକୋଟି ଓଡ଼ିଆଙ୍କ ମୁଖିଆଙ୍କୁ ତାଙ୍କର ଶୁଭ ଜନ୍ମଦିନ ଅବସରରେ ରାଜ୍ୟବାସୀଙ୍କ ପାଇଁ ରକ୍ତ ସଂଗ୍ରହ କରି ଯେଉଁ ସାମାଜିକ ଉପହାର ସମର୍ପି ଦେଇଛନ୍ତି, ଏହା  ନିଶ୍ଚିତ ଭାବେ ଓଡ଼ିଶାର ଇତିହାସରେ ଲିପିବଦ୍ଧ ହୋଇ ରହିବ । ସମଗ୍ର ରାଜ୍ୟରେ ଏହି ଐତିହାସିକ "ସେବା ଦିବସ" କାର୍ଯ୍ୟକ୍ରମକୁ  ବିଜେଡ଼ି ରାଜ୍ୟ ସାଧାରଣ ସଂପାଦକ(ଯୁବ-ଛାତ୍ର ବ୍ୟାପାର) ତଥା ମାନ୍ୟବର ବିଧାୟକ ଶ୍ରୀ ପ୍ରଣବ କୁମାର ବଳବନ୍ତରାୟ, ବିଜୁ ଯୁବ ଜନତାଦଳର  ରାଜ୍ୟ ସଭାପତି ତଥା ମାନ୍ୟବର ବିଧାୟକ  ଡ଼ଃ ବ୍ୟୋମକେଶ  ରାୟ ଏବଂ ବିଜୁ ଛାତ୍ର ଜନତା ଦଳର  ରାଜ୍ୟ ସଭାପତି ତଥା ମାନ୍ୟବର ବିଧାୟକ ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀ ପ୍ରମୁଖ  ପ୍ରତ୍ୟକ୍ଷ ପରିଚାଳନା କରିଥିଲେ ।
Published by:Soubhagya Mishra
First published: