ବିଚ୍ ରାସ୍ତାରେ ଜନ୍ମଦିନ ପାଳନ; ଖଣ୍ଡାରେ କଟିଲା ଜନ୍ମଦିନର କେକ୍
- News18 Odia
- Last Updated :
- Bhubaneswar, India
News 18 Odia Digital
ଭୁବନେଶ୍ୱର; ଆପଣ ମଧ୍ୟ ଜନ୍ମଦିନ ପାଳନ କରୁଥିବେ । ନିଜ ଘରେ, କାର୍ଯ୍ୟାଳୟରେ କିମ୍ୱା କୌଣସି ହୋଟେଲରେ । କିନ୍ତୁ ଆଜି ଯେଉଁ ଚିତ୍ର ସାମ୍ନାକୁ ଆସିଛି ତାହା ସମ୍ପୂର୍ଣ୍ଣ ଭିନ୍ନ । କାରଣ ଜନ୍ମଦିନ ପାଳନ ହୋଇଛି ବିଚ୍ ରାସ୍ତା ଉପରେ । ଛୁରିରେ ନୁହେଁ ଖଣ୍ଡାରେ କଟାଯାଇଛି ଜନ୍ମଦିନର କେକ୍ । ଜଣେ ଯୁବକ ନିଜ ଗ୍ୟାଙ୍ଗ୍ ସଦସ୍ୟଙ୍କ ସହ ଜନ୍ମଦିନର କେକକୁ ଖଣ୍ଡାରେ କାଟୁଥିବା ଦେଖିବାକୁ ମିଳିଛି ।
ଘଟଣା ସାମ୍ନାକୁ ଆସିଛି ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରୁ । ଗତ ଦୁଇଦିନ ତଳେ କିଛି ଯୁବକ ଖଣ୍ଡା ସାହାଯ୍ୟରେ କେକ କାଟି ଉତ୍ସବ କରିଛନ୍ତି । କିଛି କମ ବୟସର ଯୁବକ ଏକାଠି ହୋଇ ଜନ୍ମଦିନ କେକ କାଟୁଥିବା ଭାଇରାଲ ହୋଇଥିବା ଫଟୋ ଓ ଭିଡିଓରେ ଦେଖିବାକୁ ମିଳିଛି । ଭିଡ଼ିଓଟି ସୋସିଆଲ ମିଡ଼ିଆରେ ପୋଷ୍ଟ ହୋଇଥିଲା । ଭିଡ଼ିଓ ସାମ୍ନାକୁ ଆସିବା ପରେ ଏବେ ପୋଲିସ ସମ୍ପୃକ୍ତ ଯୁବକମାନଙ୍କୁ ଧରିବା ପାଇଁ ଚଢ଼ାଉ ଜାରି ରଖିଛି । ସେପଟେ ଗତ କିଛି ମାସ ତଳେ କେବିଏନ ଗ୍ୟାଙ୍ଗ ଖଣ୍ଡା ଧରି ବିଚ ରାସ୍ତାରେ ଆତଙ୍କ ଖେଳୁଥିବା ଚିତ୍ର ସାମ୍ନାକୁ ଆସିଥିଲା ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।