ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଭୁବନେଶ୍ବର OUATରେ କୁକୁଡ଼ାଙ୍କୁ ବାର୍ଡ ଫ୍ଲୁ ଧରିଛି, ଆଜି ଠୁ କୁକୁଡ଼ା ମରା ଅଭିଯାନ; ଚ଼ିକେନ ନ ଖାଇବା ଭଲ

ଭୁବନେଶ୍ବର OUATରେ କୁକୁଡ଼ାଙ୍କୁ ବାର୍ଡ ଫ୍ଲୁ ଧରିଛି, ଆଜି ଠୁ କୁକୁଡ଼ା ମରା ଅଭିଯାନ; ଚ଼ିକେନ ନ ଖାଇବା ଭଲ

OUATର ପଲଟ୍ରି ଫାର୍ମରେ ଓ ସଂକ୍ରମିତ ସ୍ଥାନର ଏକ କିଲୋମିଟର ଅଞ୍ଚଳରେ ଥିବା କୁକୁଡ଼ା ଫାର୍ମ ଓ ମାଂସ ଦୋକାନଗୁଡ଼ିକରେ ମଧ୍ୟ କୁକୁଡା ମରାଯିବ । ସେ ଅଞ୍ଚଳର ଘର ଘର ବୁଲି ମଧ୍ୟ କୁକୁଡ଼ା ମରାଯିବ । ବାର୍ଡ ଫ୍ଲୁକୁ ନଜରରେ ରଖି ନନ୍ଦନ କାନନର ପକ୍ଷୀ ବିହାରକୁ ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ୍ କରାଯାଇଛି ।

ଭୁବନେଶ୍ବର OUATରେ କୁକୁଡ଼ାଙ୍କୁ ବାର୍ଡ ଫ୍ଲୁ ଧରିଛି, ଆଜି ଠୁ କୁକୁଡ଼ା ମରା ଅଭିଯାନ; ଚ଼ିକେନ ନ ଖାଇବା ଭଲ
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: January 28, 2020, 1:52 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ରାଜଧାନୀର OUAT (ଓଡ଼ିଶା ୟୁନିଭରସିଟି ଅଫ୍‌ ଏଗ୍ରିକଲ୍‌ଚ଼ର ଆଣ୍ଡ୍‌ ଟେକନଲୋଜି) ରେ ଥିବା କୁକୁଡ଼ାମାନଙ୍କ ମଧ୍ୟରେ ବାର୍ଡ ଫ୍ଲୁ ମାତିଛି । ଏହି ଭୂତାଣୁଜନିତ ଭୟଙ୍କର ଓ ସଂକ୍ରାମକ ରୋଗକୁ ବଢ଼ିବାକୁ ନ ଦେବା ପାଇଁ ରାଜ୍ୟ ସରକାରଙ୍କ ଆଦେଶରେ କୁକୁଡ଼ାମାନଙ୍କୁ ଆଜି (ମଙ୍ଗଳ ବାର) ଠାରୁ ମାରିବା ପାଇଁ ଏକ କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଛି ।

OUATର ଗବେଷଣା କେନ୍ଦ୍ରରେ ଥିବା କୁକୁଡ଼ାମାନଙ୍କର ଗତ କିଛି ଦିନ ମଧ୍ୟରେ ଅସ୍ୱାଭାବିକଭାବେ ମୃତ୍ୟୁ ହେବା ପରେ ସେଠାକାର କର୍ତ୍ତୃପକ୍ଷ ଭୋପାଳରେ ଥିବା ପ୍ରାଣୀ ରୋଗ ଲେବରେଟରୀକୁ କିଛି ନମୂନା ପଠେଇଥିଲା । ତା’ର ପରୀକ୍ଷା ହେବା ପରେ କୁକୁଡ଼ାମାନଙ୍କୁ ବାର୍ଡ ଫ୍ଲୁ ରୋଗ ଧରିଥିବା ଜଣାପଡ଼ିଛି ।

ଏ ବିଷୟରେ ରାଜ୍ୟ ସରକାର ଅବଗତ ହେବା ପରେ ମଙ୍ଗଳବାର ଠାରୁ କୁକୁଡ଼ା ମରା ଅଭିଯାନ ଆରମ୍ଭ କରିବାକୁ ଆଦେଶ ଦେଇଛନ୍ତି । କୁକୁଡ଼ାମରା ଅଭିଯାନ ପାଇଁ ୧୨ଟି ରାପିଡ ରେସପୋନ୍ସ ଟିମ୍ ଗଠନ କରାଯାଇଛି । ସେଥି ମଧ୍ୟରୁ ୭ଟି ଦଳ କୁକୁଡା ମରା କାର୍ଯ୍ୟରେ ନିୟୋଜିତ ହେବୋ । ବାକି ପାଞ୍ଚଟି ଟିମ୍ ନିରୀକ୍ଷଣ ଅଞ୍ଚଳରେ ରୋଗ ନିୟନ୍ତ୍ରଣ କରିବେ ।

ସଂକ୍ରମିତ ସ୍ଥାନର ଏକ କିଲୋମିଟର ଅଞ୍ଚଳରେ ଥିବା କୁକୁଡ଼ା ଫାର୍ମ ଓ ମାଂସ ଦୋକାନଗୁଡ଼ିକରେ ମଧ୍ୟ କୁକୁଡା ମରାଯିବ । ସେ ଅଞ୍ଚଳର ଘର ଘର ବୁଲି ମଧ୍ୟ କୁକୁଡ଼ା ମରାଯିବ । OUAT ଠାରୁ ଦଶ କିଲୋମିଟର ଭିତରେ ଥିବା ଅଞ୍ଚଳକୁ ନୀରିକ୍ଷଣ ଇଲାକା (surveillance zone) ଭାବେ ଅଭିହିତ କରି ସେଠାରେ ଥିବା କୁକୁଡ଼ାମାନଙ୍କ ନମୂନା ପରୀକ୍ଷା କରିବେ ଗବେଷକମାନଙ୍କ ଟିମ୍‌ ।

ବାର୍ଡ ଫ୍ଲୁକୁ ନଜରରେ ରଖି ନନ୍ଦନ କାନନର ପକ୍ଷୀ ବିହାରକୁ ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ୍‌ କରାଯାଇଛି । ଏହା ସାରା ଦେଶରେ ଏ ବର୍ଷର ପ୍ରଥମ ଆଭିଆନ୍‌ ଇନଫ୍ଲୁଏଞ୍ଜା ବା ବାର୍ଡ଼ ଫ୍ଲୁ ମାମଲା ହୋଇଥିବାରୁ ରାଜ୍ୟ ସରକାର ଏହାକୁ ଅଧିକ ଗୁରୁତ୍ୱ ଦେଉଥିବା ଜଣାପଡ଼ିଛି ।
First published: January 28, 2020, 1:52 AM IST