ଚ଼ିଲିକାରେ ପକ୍ଷୀ ଗଣନା ପାଇଁ ପ୍ରସ୍ତୁତି ଶେଷ; କାଲି ସକାଳ ଠାରୁ ଆରମ୍ଭ ହେବ ଗଣନା

ଗତ ବର୍ଷ ଅପେକ୍ଷା ଏଥର ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଥିବା କହିଛନ୍ତି ଡିଏଫଓ । ଗଣନା କାର୍ଯ୍ୟରେ ଓୟୁଏଟିର ଛାତ୍ରଛାତ୍ରୀ, ୱାଇଲ୍ଡ ଲାଇଫ୍‌, ଡବ୍ଲୁଡବ୍ଲୁଏଫର ସଦସ୍ୟମାନେ ସାମିଲ ହେଉଛନ୍ତି ।

ଚ଼ିଲିକା ହ୍ରଦରେ ପକ୍ଷୀମାନଙ୍କ ସମାଗମର ଏକ ଦୃଶ୍ୟ

ଚ଼ିଲିକା ହ୍ରଦରେ ପକ୍ଷୀମାନଙ୍କ ସମାଗମର ଏକ ଦୃଶ୍ୟ

  • Share this:
News18 Odia Digital

ଓଡ଼ିଶାର ଅନ୍ୟତମ ପର୍ଯ୍ୟଟନ ସ୍ଥଳୀ ଚ଼ିଲିକାରେ ସୋମବାର (ଜାନୁଆରୀ ୬) ଠାରୁ ଆରମ୍ଭ ହେବ ପକ୍ଷୀ ଗଣନା । ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ) ସମ୍ମିଳନୀ କକ୍ଷରେ ଆୟୋଜିତ ବୈଠକରେ ଏହି ନିଷ୍ପତ୍ତି ନିଆଯିବା ସହ ପକ୍ଷୀ ଗଣନା ନେଇ ସମସ୍ତ ପ୍ରସ୍ତୁତି ସରିଛି ।

ଚିଲିକାରେ ପକ୍ଷୀ ଗଣନା ହେଉଥିବାର ଫାଇଲ ଫୋଟ


ଚ଼ିଲିକା ଡିଏଫଓ ଆଲୋକ ରଞ୍ଜନ ହୋତା ଓ ବମ୍ବେ ନାଚୁରାଲ ହିଷ୍ଟ୍ରି ଆଣ୍ଡ ସୋସାଇଟିର ଉପ ନିର୍ଦ୍ଦେଶକ ଏସ. ବାଲଚନ୍ଦ୍ରନଙ୍କ ମିଳିତ ନେତୃତ୍ବରେ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି ।

ଚ଼ଳିତ ଥର ଗଣନା କାର୍ଯ୍ୟରେ ୧୫୦ ଜଣ ନିୟୋଜିତ ହେବେ । ବାଲୁଗାଁ, ଟାଙ୍ଗୀ, ଚିଲିକା, ରମ୍ଭା ଓ ସାତପଡ଼ା ରେଞ୍ଜକୁ ନେଇ ଚିଲିକା ଗଠିତ ହୋଇଥିବା ବେଳେ ୨୧ଟି ଦଳକୁ ନେଇ ଚିଲିକାର ସମସ୍ତ ଅଞ୍ଚଳରେ ପକ୍ଷୀ ଗଣନା କରାଯିବ ବୋଲି କହିଛନ୍ତି ଡିଏଫ୍‌ଓ ।

ସୋମବାର ସକାଳ ୫ଟାରୁ ମଧ୍ୟାହ୍ଣ ୧୨ଟା ଯାଏ ଗଣତି କରାଯିବ । ଦିନ ୧ଟାରୁ ୫ଟା ମଧ୍ୟରେ ସମୀକ୍ଷା କରାଯାଇ ଫଳାଫଳ ଘୋଷଣା କରାଯିବ ବୋଲି ବିଭାଗୀୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ଗତ ବର୍ଷ ଅପେକ୍ଷା ଏଥର ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ଡିଏଫଓ ଶ୍ରୀ ହୋତା ପ୍ରକାଶ କରିଛନ୍ତି । ଗଣନା କାର୍ଯ୍ୟରେ ଓୟୁଏଟିର ଛାତ୍ରଛାତ୍ରୀ, ୱାଇଲ୍ଡ ଲାଇଫ୍‌, ଡବ୍ଲୁଡବ୍ଲୁଏଫର ସଦସ୍ୟମାନେ ସାମିଲ ହୋଇଛନ୍ତି ।
Published by:Sibanava Panda
First published: