ହୀରାକୁଦ ଜଳଭଣ୍ଡାରରେ ପକ୍ଷୀ ଗଣନା ଶେଷ; ବନ ବିଭାଗର ୧୫ଟି ଟିମ୍ ହୋଇଥିଲେ ସାମିଲ

ମୋଟର ଚାଳିତ ଡଙ୍ଗାରେ ବନ ବିଭାଗ କର୍ମଚାରୀମାନେ ଜଳଭଣ୍ଡାର ଭିତରକୁ ଯାଇ ବାଇନାକୁଲାର ସାହାଯ୍ୟରେ ପକ୍ଷୀମାନଙ୍କୁ ଗଣନା କରିବା ସହ ପକ୍ଷୀମାନଙ୍କ ପ୍ରଜାତି ଚିହ୍ନଟ କରିଥିଲେ ।

ହୀରାକୁଦ ଜଳଭଣ୍ଡାରରେ ପକ୍ଷୀ ଗଣନା ଶେଷ; ବନ ବିଭାଗର ୧୫ଟି ଟିମ୍ ହୋଇଥିଲେ ସାମିଲ

ହୀରାକୁଦ ଜଳଭଣ୍ଡାରରେ ପକ୍ଷୀ ଗଣନା ଶେଷ; ବନ ବିଭାଗର ୧୫ଟି ଟିମ୍ ହୋଇଥିଲେ ସାମିଲ

  • News18 Odia
  • Last Updated :
  • Sambalpur, India
  • Share this:
News 18 Odia Digital

ସମ୍ୱଲପୁର; ହୀରାକୁଦ ଡ୍ୟାମରେ ବନ ବିଭାଗ ପକ୍ଷରୁ ହୋଇଛି ବିଦେଶାଗତ ପକ୍ଷୀଙ୍କ ଗଣନା । ଏଥିପାଇଁ ୧୫ଟି ଟିମ୍ ଗଠନ କରାଯାଇଥିଲା । ୩୦ ଜଣ ବାର୍ଡ ଏକ୍ସପର୍ଟଙ୍କୁ ଏହି ଟିମରେ ସାମିଲ କରାଯାଇଛି । ମୋଟର ଚାଳିତ ଡଙ୍ଗାରେ ବନ ବିଭାଗ କର୍ମଚାରୀମାନେ ଜଳଭଣ୍ଡାର ଭିତରକୁ ଯାଇ ବାଇନାକୁଲାର ସାହାଯ୍ୟରେ ପକ୍ଷୀମାନଙ୍କୁ ଗଣନା କରିବା ସହ ପକ୍ଷୀମାନଙ୍କ ପ୍ରଜାତି ଚିହ୍ନଟ କରିଥିଲେ ।

ପ୍ରତି ବର୍ଷ ଶିତ ଋତୁ ସମୟରେ ହୀରାକୁଦ ଜଳଭଣ୍ଡାରକୁ ବହୁ ବିଦେଶାଗତ ପକ୍ଷୀ ଆସିଥାନ୍ତି । ଏ ବର୍ଷ ମଧ୍ୟ ଜଳଭଣ୍ଡାରକୁ ବହୁ ବିଦେଶାଗତ ପକ୍ଷୀ ଆସିଥିବାରୁ ସେମାନଙ୍କ ପ୍ରଜାତି ଜାଣିବା ପାଇଁ ବନ ବିଭାଗ ତରଫରୁ ପକ୍ଷୀ ଗଣନା କରାଯାଇଛି । ହୀରାକୁଦ ବନ୍ୟଜନ୍ତୁ ଡିଭିଜନ, ଝାରସୁଗୁଡା ଓ ବରଗଡର ନୋଡାଲ ଡିଭିଜନ ଏହି ପକ୍ଷୀ ଗଣନାରେ ସାମିଲ ହୋଇଥିବା ବେଳେ ବହୁ ବାର୍ଡ ଏକ୍ସପର୍ଟ ମଧ୍ୟ ଏହି ଗଣାନାରେ ସାମିଲ ହୋଇଥିଲେ ।

‘‘ ଅତ୍ୟଧିକ ଥଣ୍ଡାରୁ ବଞ୍ଚିବା ପାଇଁ ବିଦେଶରୁ ବହୁ ପକ୍ଷୀ ଭାରତକୁ ଆସିଥାନ୍ତି । ସେମାନଙ୍କ ମଧ୍ୟରୁ କିଛି ପକ୍ଷୀ ହୀରାକୁଦ ଜଳ ଭଣ୍ଡାରକୁ ଆସିଥାନ୍ତି । ଆମେମାନେ ବାଇନାକୁଲାର ସାହାଯ୍ୟରେ ପକ୍ଷୀମାନଙ୍କୁ ଚିହ୍ନଟ କରିଥାଉ । ଏଥିସହ ପକ୍ଷୀମାନଙ୍କ ଦଳକୁ ଦେଖି ତାହାକୁ ଗଣନା କରାଯାଏ ବୋଲି ବାର୍ଡ ଏକ୍ସପର୍ଟ ସନ୍ତ କୁମାର ରାଉତ କହିଛନ୍ତି । ’’ହୀରାକୁଦରୁ ଛତିଶଗଡ ବଡର ପର୍ଯ୍ୟନ୍ତ ପକ୍ଷୀ ଗଣନା କରାଯାଉଥିବା ବେଳେ ହୀରାକୁଦ ଜଳଭଣ୍ଡାରକୁ ୧୫ଟି ସେକ୍ଟରରେ ଭାଗ କରାଯାଇଛି । ଏଥି ପାଇଁ ୧୫ଟି ଟିମ୍ ଗଠନ କରାଯାଇଥିବା ବେଳେ ୩୦ ଜଣ ବାର୍ଡ ଏକ୍ସପର୍ଟଙ୍କୁ ଏହି ଟିମରେ ସାମିଲ କରାଯାଇଛି । ‘‘ ଗୋଟିଏ ଟିମରେ ଦୁଇ ଜଣ ବାର୍ଡ ଏକ୍ସପର୍ଟଙ୍କ ସହ ଫଟୋଗ୍ରାଫର ଓ ଭିଡିଓଗ୍ରାଫର ମଧ୍ୟ ଅଛନ୍ତି ବୋଲି ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ଡିଏଫଓ ଅଂଶୁପ୍ରଜ୍ଞା ଦାଶ କହିଛନ୍ତି । ’’ମୋଟର ଚାଳିତ ଡଙ୍ଗାରେ ଜଳଭଣ୍ଡାର ମଧ୍ୟକୁ ଯାଇ ବାଇନାକୁଲାର ସହାୟତାରେ ପକ୍ଷୀଙ୍କ ପ୍ରଜାତି ଚିହ୍ନଟ କରି କରାଯାଉଛି ଗଣନା । ଜିପିଏସ ମେସିନର ମଧ୍ୟ ସହାୟତା ନିଆଯାଇଥିଲା । ସକାଳ ୬ ଟାରୁ ଆରମ୍ଭ ହୋଇଥିବା ଏହି ପକ୍ଷୀ ଗଣନା ସଂଧ୍ୟା ୫ ଟାରେ ଶେଷ ହୋଇଥିଲା ।
Published by:Soubhagya Mishra
First published: