News 18 Odia Digital
ଭୁବନେଶ୍ୱର; ଦ୍ରୌପଦୀ ମୁର୍ମୁ ଭାରତର ୧୫ ତମ ରାଷ୍ଟ୍ରପତି ହୋଇଛନ୍ତି । ଦ୍ରୌପଦୀ ମୁର୍ମୁଙ୍କ ପରିବାର, ଶିକ୍ଷା, ରାଜନ ନୈତିକ କ୍ୟାରିୟର, ପୂର୍ବ କାର୍ଯ୍ୟାଳୟ ଏବଂ ଅନ୍ୟାନ୍ୟ ବିବରଣୀ ବିଷୟରେ ଆସନ୍ତୁ ଜାଣିବା ।
ଦୁଇ ପୁଅ ଏବଂ ସ୍ୱାମୀଙ୍କ ମୃତ୍ୟୁରେ ଦ୍ରୌପଦୀ ମୁର୍ମୁ ଏଭଳି ଭାଙ୍ଗି ଯାଇଥିଲେ ଯେ, ପରବର୍ତ୍ତୀ ସମୟରେ ନିଜ ଘରକୁ ଏକ ବିଦ୍ୟାଳୟରେ ପରିଣତ କରିଥିଲେ । ଦ୍ରୌପଦୀ ମୁର୍ମୁଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟ ବହୁତ ସଂଘର୍ଷମୟ ଥିଲା । ତାଙ୍କର ଦୁଇ ପୁଅ ଏବଂ ସ୍ୱାମୀ ଅକାଳରେ ମୃତ୍ୟୁ ବରଣ କରିଥିଲେ ।

ଦେଶକୁ ମିଳିଛି ନୂଆ ରାଷ୍ଟ୍ରପତି । ନିର୍ବାଚନରେ ଏନଡିଏ ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁ ଜିତିଛନ୍ତି । ସେ ବିରୋଧୀ ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କୁ ପରାସ୍ତ କରିଛନ୍ତି । ମୁର୍ମୁଙ୍କ ପଲ୍ଲା ପୂର୍ବରୁ ଭାରୀ ବୋଲି କୁହାଯାଉଥିଲା ଏବଂ ତାଙ୍କର ବିଜୟ ମଧ୍ୟ ନିଶ୍ଚିତ ଥିଲା । ଦ୍ରୌପଦୀ ମୁର୍ମୁ ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ହୋଇଛନ୍ତି ।
ଦୌପଦୀ ମୁର୍ମୁ କିଏ? (Draupadi Murmu's Biography)ଦୌପଦୀ ମୁର୍ମୁଙ୍କ ରାଜନୈତିକ ଯାତ୍ରା ମଧ୍ୟ କଷ୍ଟପୂର୍ଣ୍ଣ ଥିଲା । ଦୌପଦୀ ମୁର୍ମୁ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ଏକ ସାନ୍ତାଳ ପରିବାରରେ ୨୦ ଜୁନ ୧୯୫୮ ମସିହାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ବିରଞ୍ଚି ନାରାୟଣ ଟୁଡୁ ଏବଂ ଜେଜେବାପା ଦୁହେଁ ନିଜ ଗାଁର ସରପଞ୍ଚ ରହିଥିଲେ । ମୁର୍ମୁଙ୍କର ପ୍ରାଥମିକ ଶିକ୍ଷା ତାଙ୍କ ଗାଁରେ ହୋଇଥିଲା ।

ଏହା ପରେ ସେ ସ୍ନାତକ କରିବା ପାଇଁ ଭୁବନେଶ୍ୱରକୁ ଆସି ରମାଦେବୀ ମହିଳା କଲେଜରେ ଆଡମିଶନ କରିଥିଲେ । ସେ ତାଙ୍କ ଗାଁର ପ୍ରଥମ ଝିଅ ଯିଏ ଗ୍ରାଜୁଏସନ କରିବା ପାଇଁ ଗାଁରୁ ଭୁବନେଶ୍ୱରକୁ ଯାଇଥିଲେ ।
ଦ୍ରୌପଦୀ ମୁର୍ମୁଙ୍କର ଶିକ୍ଷାଦାନ ବୃତ୍ତିରାଜ୍ୟ ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ଦ୍ରୌପଦୀ ମୁର୍ମୁ ସ୍କୁଲ ଶିକ୍ଷକ ଭାବରେ ଆରମ୍ଭ କରିଥିଲେ ବୃତ୍ତି । ଶ୍ରୀମତୀ ମୁର୍ମୁ ଶ୍ରୀ ଅରବିନ୍ଦ ଇଣ୍ଟିଗ୍ରାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍, ରାଇରଙ୍ଗପୁରରେ ସହକାରୀ ପ୍ରଫେସର ଏବଂ ଓଡ଼ିଶା ସରକାରଙ୍କ ଜଳସେଚନ ବିଭାଗରେ ଜୁନିଅର ଆସିଷ୍ଟାଣ୍ଟ ଭାବରେ କାର୍ଯ୍ୟ କରିଥିଲେ ।
ଦୌପଦୀ ମୁର୍ମୁଙ୍କ ରାଜନୈତିକ ବୃତ୍ତି ଜଣେ କାଉନସିଲରରୁ ଆରମ୍ଭ ହୋଇଥିଲାଅଧ୍ୟୟନ ସମାପ୍ତ କରିବା ପରେ ଦୌପଦୀ ମୁର୍ମୁ ଓଡିଶାର ଜଳସେଚନ ଏବଂ ବିଦ୍ୟୁତ୍ ବିଭାଗରେ କିରାଣୀ ଭାବରେ ଚାକିରି ପାଇଲେ । କିଛି ବର୍ଷ କାମ କରିବା ପରେ ରାଜନୀତି ଆଡ଼କୁ ମୁହାଁଈଲେ । ୧୯୯୭ ମସିହାରେ କାଉନସିଲର ନିର୍ବାଚନରେ ଜିତିବା ପରେ ସେ ଆଉ ପଛକୁ ଚାହିଁ ନାହାଁନ୍ତି ୨୦୦୦ ମସିହାରେ ମୁର୍ମୁ ଓଡ଼ିଶା ସରକାରରେ ମନ୍ତ୍ରୀ ହୋଇଥିଲେ । ନିର୍ବାଚନରେ ଜିତିବା ଜାରି ରଖିଥିଲେ, ବିଜେପି ସଂଗଠନରେ ବିଭିନ୍ନ ପଦବୀକୁ ସମ୍ଭାଳି ଥିଲେ । ୨୦୧୫ ରେ, ତାଙ୍କୁ ଝାଡ଼ଖଣ୍ଡର ରାଜ୍ୟପାଳ ଭାବେ ଦାୟିତ୍ଵ ଦିଆଯାଇଥିଲା । ଶ୍ରୀମତୀ ମୁର୍ମୁ ୧୮ ମଇ ୨୦୧୫ ରେ ଝାଡ଼ଖଣ୍ଡର ପ୍ରଥମ ମହିଳା ରାଜ୍ୟପାଳ ଭାବରେ ନିଯୁକ୍ତ ହୋଇଥିଲେ ।
ଦୁଇ ପୁଅ ଏବଂ ସ୍ୱାମୀଙ୍କ ମୃତ୍ୟୁ ଜୀବନ ବଦଳାଇଦେଲା (ଦ୍ରୌପଦୀ ମୁର୍ମୁ କିପରି ସ୍ୱାମୀ ଏବଂ ପୁଅକୁ ହରାଇଲେ?)ଦ୍ରୌପଦୀ ମୁର୍ମୁଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟ ବହୁତ ସଂଘର୍ଷମୟ ଥିଲା । କଲେଜ ସମୟରେ ସେ ଶ୍ୟାମ ଚରଣ ମୁର୍ମୁଙ୍କୁ ଭେଟିଥିଲେ । ପରେ ଦୁହେଁ ଭଲ ପାଇ ବିବାହ କରିଥିଲେ । ତାଙ୍କର ମୋଟ ତିନି ସନ୍ତାନ, ଦୁଇ ପୁଅ ଏବଂ ଗୋଟିଏ ଝିଅ ଥିଲେ । ସବୁକିଛି ଠିକ୍ ଠାକ୍ ଚାଲିଥିଲା, କିନ୍ତୁ ହଠାତ୍ ଯେମିତି କାହାର ନଜର ପଡ଼ିଗଲା ଦ୍ରୌପଦୀ ମୁର୍ମୁଙ୍କ ପରିବାର ଉପରେ । ୨୦୦୯ ମସିହାରେ ତାଙ୍କର ଗୋଟେ ପୁଅର ଦେହାନ୍ତ ହୋଇଥିଲା । ଏହି ଦୁଃଖକୁ ମନରୁ ପଶୋରିନଥିବା ବେଳେ ୪ ବର୍ଷ ପରେ (୨୦୧୩ ରେ) ଦ୍ୱିତୀୟ ପୁଅର ମଧ୍ୟ ଦେହାନ୍ତ ହୋଇଗଲା । ଆଉ ତା ପର ବର୍ଷ ମୁର୍ମୁଙ୍କ ସ୍ୱାମୀ ଶ୍ୟାମ ଚରଣଙ୍କର ବି ଦେହାନ୍ତ ହୋଇ ଯାଇଥିଲା ।
ମାତ୍ର ୫ ବର୍ଷ ମଧ୍ୟରେ ଦୁଇ ପୁଅ ଏବଂ ସ୍ୱାମୀଙ୍କୁ ହରାଇଥିବା ମୁର୍ମୁ ଏହି ଦୁର୍ଘଟଣାରେ ବହୁତ ଭାଙ୍ଗି ଯାଇଥିଲେ । ସେ ତାଙ୍କ ଘର ଦାନ କରି ଏକ ବିଦ୍ୟାଳୟରେ ପରିଣତ କରି ଦେଇଥିଲେ । ଏକ କାର୍ଯ୍ୟକ୍ରମରେ ସେ ଆଖି ଦାନ କରିବାକୁ ମଧ୍ୟ ଘୋଷଣା କରିଛନ୍ତି । ମୁର୍ମୁଙ୍କ ପରିବାରରେ ବର୍ତ୍ତମାନ ତାଙ୍କର ଝିଅ ଇତିଶ୍ରୀ ଏବଂ ଜ୍ବାଇଁ ଗଣେଶ ହେମ୍ବ୍ରମ ଅଛନ୍ତି । ଇତିଶ୍ରୀ ଏବେ ଓଡ଼ିଶାର ଏକ ବ୍ୟାଙ୍କରେ କାମ କରୁଛନ୍ତି ।
ତିନି ପୀଢ଼ୀର ଫଟୋଚିତ୍ର । ଜେଜେମା ଦ୍ରୌପଦୀ ମୁର୍ମୁ, ନାତୁଣୀ (ଝିଅର ଝିଅ), ସାନ ଝିଅ ଇତିଶ୍ରୀ
ଦ୍ରୌପଦୀ ମୁର୍ମୁଙ୍କ ଦୁଇ ପୁଅ ଓ ଝିଅଙ୍କ ଫଟୋଫଟୋରେ ହଳଦିଆ ପୋଷାକରେ ଅଛନ୍ତି ତାଙ୍କ ପୁଅ ଏବଂ ଗୋଲାପି ପୋଷାକରେ ତାଙ୍କ ଝିଅ ଇତିଶ୍ରୀ ମୁର୍ମୁ

ଫଟୋରେ ଦ୍ରୌପଦୀ ମୁର୍ମୁଙ୍କ ପୁରା ପରିବାର

୧୯୯୪ ମସିହାରେ ରାଇରଙ୍ଗପୁର ଶ୍ରୀ ଅରିବିନ୍ଦ ଇଣ୍ଟିଗ୍ରାଲ ସ୍କୁଲରେ ଦ୍ରୌପଦୀ ମୁର୍ମୁଙ୍କୁ ଚାକିରି ଦେଇଥିଲେ ଦିବଂଗତ ପ୍ରିନ୍ସିପାଲ ସୁଶିଲ ଚନ୍ଦ୍ରା ଦାସ ।

ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।