ବାଇକ୍ ଚାଳକ ସାବଧାନ! ହେଲମେଟ୍ ପିନ୍ଧି ନ ଥିଲେ ୩ ମାସ ପାଇଁ DL ସସପେଣ୍ଡ୍ ହେବ

ହେଲମେଟ୍ ସମ୍ବନ୍ଧୀୟ ଏହି ନିୟମକୁ ସମଗ୍ର ରାଜ୍ୟରେ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବାକୁ ରାଜ୍ୟ ପୋଲିସ ମୁଖିଆ ଅଭୟଙ୍କୁ ଏକ ଚିଠି ଲେଖିଛନ୍ତି ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବ ମଧୁସୁଦନ ପାଢ଼ୀ ।

ବାଇକ୍ ଚାଳକ ସାବଧାନ! ହେଲମେଟ୍ ପିନ୍ଧି ନ ଥିଲେ ୩ ମାସ ପାଇଁ DL ସସପେଣ୍ଡ୍ ହେବ
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: November 19, 2020, 11:58 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଆପଣ ଯଦି ହେଲମେଟ୍‌ ନ ପିନ୍ଧି ନିଜ ବାଇକ୍‌ ଚଳାଉଛନ୍ତି ତାହେଲେ ଆପଣଙ୍କ ଡ୍ରାଇଭିଂ ଲାଇସେନ୍‌ସ (DL) ତିନି ମାସ ପାଇଁ ସସ୍‌ପେଣ୍ଡ ହେବ । ରାଜ୍ୟରେ ବାଇକ୍‌ ଦୁର୍ଘଟଣାରେ ବୃଦ୍ଧି ହେଉଥିବାରୁ ଚିନ୍ତିତ ହୋଇ ସରକାର ଏହି ନିୟମ କଡ଼ାକଡ଼ି ଲାଗୁ କରିବାକୁ ଯାଉଛନ୍ତି ।

ଏହି ନିୟମକୁ ସମଗ୍ର ରାଜ୍ୟରେ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବାକୁ ରାଜ୍ୟ ପୋଲିସ ମୁଖିଆ (ଡିଜିପି) ଅଭୟଙ୍କୁ ଏକ ଚିଠି ଲେଖିଛନ୍ତି ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବ । ଡ୍ରାଇଭିଂ ଲାଇସେନ୍ସ ସସପେଣ୍ଡ କରାଯିବାର ଜିଲ୍ଲାୱାରି ରିପୋର୍ଟ ସାତ ଦିନରେ ଦାଖଲ କରିବା ପାଇଁ ବି ପୋଲିସକୁ ଚିଠି ଲେଖାଯାଇଛି । ୨୦୧୯ ଓ ୨୦୨୦ ଅକ୍ଟୋବର ଯାଏଁ ହେଲମେଟ ପିନ୍ଧୁ ନ ଥିବାରୁ ଧରାପଡ଼ିଥିବା ଲୋକଙ୍କ ବିଷୟରେ ରିପୋର୍ଟ ଦେବେ ଡିଜିପି । ସୁପ୍ରିମ୍‌ କୋର୍ଟ କମିଟିରେ ଦାଖଲ ହେବ ଡ୍ରାଇଭିଂ ଲାଇସେନ୍‌ସ ସସ୍‌ପେନ୍‌ସନର ବିସ୍ତୃତ ରିପୋର୍ଟ ।

ଏହା ବି ପଢ଼ନ୍ତୁ ମାବାପା ଅଫିସରେ ଥିବା ବେଳେ ଚାକରାଣୀ ଶିଶୁକୁ ଖୁବ୍ ମାଡ଼ ମାରୁଥିଲା; CCTV କ୍ୟାମେରାରେ ଧରା ପଡ଼ିଲା; ଦେଖନ୍ତୁ VIDEO

ଗତ ବର୍ଷ ଓଡ଼ିଶାରେ ସାଢ଼େ ଆଠ ଲକ୍ଷ ଲୋକ ହେଲମେଟ ଆଇନ ଉଲ୍ଲଙ୍ଘନ କରିଥିବା ଲୋକଙ୍କୁ ପୋଲିସ ଓ ଓଡିଶା ମୋଟର ଯାନ ବିଭାଗ (OMVD) ଅଧିକାରୀମାନେ ଚିହ୍ନଟ କରିଥିଲେ ।

ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ମଧୁସୁଦନ ପାଢ଼ୀ ଡିଜିପିଙ୍କୁ ଲେଖିଥିବା ଚିଠିରେ ହେଲମେଟ ନିୟମର ଉଲ୍ଲଙ୍ଘନ କରୁଥିବା ଲୋକଙ୍କ DL ସସପେଣ୍ଡ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ପୋଲିସକୁ ଅନୁରୋଧ କରିଛନ୍ତି । ଏହି ନିୟମର କାର୍ଯ୍ୟକାରିତା ଉପରେ ତୀକ୍ଷ୍ଣ ନଜର ରଖିବାକୁ ବି ସେ ପୋଲିସକୁ ଅନୁରୋଧ କରିଛନ୍ତି ।

ଏହା ବି ପଢ଼ନ୍ତୁ କି ସାହସ! ରାସ୍ତାରେ ମୋବାଇଲ୍ ଛଡ଼ାଳିଙ୍କ ସହ ଜବରଦସ୍ତ ଲଢ଼େଇ କରି ଝିଅଟି ଜଣକୁ ଧରିଲା; ଦେଖନ୍ତୁ VIDEO

ହେଲମେଟ ନ ପିନ୍ଧି କୌଣସି ପ୍ରକାର ମୋଟର ସାଇକେଲ୍‌ ଚଳାଉଥିବା ବେଳେ ଧରାପଡ଼ିଲେ ସେଥି ପାଇଁ ଡ୍ରାଇଭିଂ ଲାଇସେନ୍ସ ସସପେଣ୍ଡ ହେବାର ନିୟମ ଆଗରୁ ଅଛି । ଏହା ଓଡ଼ିଶାରେ କଡ଼ାକଡ଼ି ପାଳନ ହେଉ ନ ଥିଲା । ମୋଟର୍‌ ଭେହିକ୍ଲ ଆଇନର (Motor Vehicle Act ବା MV Act) ଧାରା ୧୯୪-ଡି କହୁଛି, “ଯେକୌଣସି ବ୍ୟକ୍ତି ଏହି ଆଇନର ଧାରା ୧୨୯ର ଅବମାନନା କରି ମୋଟର ସାଇକେଲ୍‌ ଚଲାଉଥିବା ବା ଚଳାଇବାକୁ ଅନୁମତି ଦେଇଥିବା ଜଣାପଡ଼ିଲେ ତାଙ୍କୁ ୧,୦୦୦ ଟଙ୍କା ଜରିମାନା କରାଯିବ ଓ ତାଙ୍କ ଡ୍ରାଇଭିଂ ଲାଇସେନ୍ସ ତିନି ମାସର ଅବଧି ପାଇଁ ସସପେଣ୍ଡ୍‌ କରାଯିବ ।’’



ଗତ ବର୍ଷ (୨୦୧୯ରେ) ରାଜ୍ୟରେ ୪,୬୮୮ଟି ସଡ଼କ ଦୁର୍ଘଟଣାରେ ଦୁଇଚକିଆ ଯାନ ସମ୍ପୃକ୍ତ ଥିଲେ । ସାରା ଦେଶରେ ସେହି ଅବଧିରେ ୧୧,୦୬୪ଟି ସେ ପ୍ରକାର ଦୁର୍ଘଟଣା ଘଟିଥିଲା । ଗତ ବର୍ଷ ଓଡ଼ିଶାରେ ବିଭିନ୍ନ ସଡ଼କ ଦୁର୍ଘଟଣାରେ ୨,୩୯୮ ଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା । ସେମାନଙ୍କ ମଧ୍ୟରୁ ୨,୧୫୬ ଜଣ ଲୋକ ଦୁର୍ଘଟଣା ସମୟରେ ହେଲମେଟ ପିନ୍ଧି ନ ଥିଲେ ।
Published by: Anand Shankar Thankur Das
First published: November 19, 2020, 11:58 PM IST
corona virus btn
corona virus btn
Loading