ଜାତୀୟ ସ୍ତରରେ ରାଜ୍ୟପାଇଁ ଗୌରବ ଆଣିଲେ ବାଇକ ରାଣୀ ଅମିତା ସିଂ

ସ୍ୱାଧୀନତାର ୭୫ତମ ଆଜାଦି କା ଅମୃତ ମହୋତ୍ସଵ ଅବସରରେ ଆୟୋଜିତ 'ଫ୍ରିଡମ ମୋଟୋ ରାଇଡ' କାର୍ଯ୍ୟକ୍ରମରେ ଓଡିଶାରୁ ଏକମାତ୍ର ମହିଳା ବାଇକ ରାଇଡ଼ର ଭାବେ ଅମିତା ପ୍ରତିନିଧିତ୍ୱ କରିଥିଲେ ।

ବାଇକରାଣୀ ଅମିତା ସିଂ

ବାଇକରାଣୀ ଅମିତା ସିଂ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନେଶ୍ୱର: ଓଡିଶା ଫେରିଲେ ଓଡ଼ିଆ ବୋହୂ ତଥା ଓଡିଶାର ପରିଚିତ ବାଇକରାଣୀ ଓ ସମାଜସେବୀକା ଅମିତା ସିଂ। ଜାତୀୟ ସ୍ତରରେ ରାଜ୍ୟ ପାଇଁ ସୁନାମ କରି ସେ ଓଡିଶା ଫେରିଛନ୍ତି । ଓଡିଶାରେ ପହଞ୍ଚିବା ପରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।

ଗତ ସେପ୍ଟେମ୍ବର ୬ ତାରିଖରୁ ଓଡିଶାରୁ ବାହାରି ଦିଲ୍ଲୀରେ ପହଞ୍ଚିବା ପରେ ୯ ତାରିଖରୁ ଆରମ୍ବ ହୋଇଥିବା ସ୍ୱାଧୀନତାର ୭୫ତମ ଆଜାଦି କା ଅମୃତ ମହୋତ୍ସଵ ଅବସରରେ ଆୟୋଜିତ  'ଫ୍ରିଡମ ମୋଟୋ ରାଇଡ' କାର୍ଯ୍ୟକ୍ରମରେ ଓଡିଶାରୁ ଏକମାତ୍ର ମହିଳା ବାଇକ ରାଇଡ଼ର ଭାବେ ପ୍ରତିନିଧିତ୍ୱ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ସାରା ଦେଶରୁ ୭୫ ଜଣ ବାଇକ ରାଇଡ଼ର ସାମିଲ ହୋଇଥିବା ବେଳେ ସେମାନେ ଦେଶର ମୋଟ ୨୯ଟି  ରାଜ୍ୟ ଓ ୫ଟି କେନ୍ଦ୍ର ଶାସିତ ଅଞ୍ଚଳରେ ଥିବା ୭୫ଟି ଐତିହ୍ୟ ସ୍ଥଳ ଓ ପର୍ଯ୍ୟଟନ ସ୍ଥଳୀ ପରିଦର୍ଶନ କରିଥିଲେ। ଓଡ଼ିଆ ବୋହୂ ହିସାବରେ ଏଥିରେ ଅମିତା ଭାଗ ନେଇଥିଲେ।

ବାଇକରାଣୀ ଅମିତା ସିଂଙ୍କୁ ସମ୍ୱର୍ଦ୍ଧନା କରାଯାଇଛି


ଏଭଳି କାର୍ଯ୍ୟକ୍ରମରେ ସାମିଲ ହୋଇ ଉଭୟ ଦେଶ ଓ ରାଜ୍ୟ ପାଇଁ ଗୌରବ ଅର୍ଜନ କରିଛନ୍ତି ଅମିତା। ପୂର୍ବରୁ ସେ ଦିଲ୍ଲୀରୁ ଲଦାଖ ପ୍ରାୟ ୫ ହଜାର କିଲୋମିଟର ବାଇକ ଚଳାଇ ଓଡିଶା ପାଇଁ  ସୁନାମ ହାସଲ କରିଥିଲେ। ଚଳିତ ବର୍ଷ ଏହି କ୍ୟାମ୍ପେନର ମୁଖ୍ୟ ଥିମ ଥିଲା 'ଗୋ ମୋଟିଭେଟ ଦି ପିପୁଲ ଫର ଫିଟନେସ'। ଅର୍ଥାତ ଲୋକଙ୍କ ଭିତରେ ସ୍ୱାସ୍ଥ୍ୟ ନେଇ  ସଚେତନତା ସୃଷ୍ଠି କରିବା। ଏହାର ଅନ୍ୟଏକ ଥିମ ଥିଲା ୟୁନିଟି ଇନ ଡାଇଭରସିଟି ବା 'ବିବିଧତା  ଭିତରେ ଏକତା "।

ଏ ନେଇ ଅମିତା ଓଡିଶା ଫେରିବା ପରେ ତାଙ୍କୁ ଭୁବନେଶ୍ୱର ବିମାନ ବନ୍ଦରରେ ଜଜବା ଟ୍ରଷ୍ଟ ସମେତ ବିଭିନ୍ନ ଅନୁଷ୍ଠାଜ ଓ ନିଜର ଶୁଭେଚ୍ଛୁଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜଜଵା ଅଧ୍ୟକ୍ଷ ସଫଦର ହାସୀମଙ୍କ ନେତୃତ୍ୱରେ ଏକ ଟିମ ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଅମିତାଙ୍କୁ ଉତ୍ତରୀୟ, ଫୁଲ ତୋଡ଼ା ଦେଇ ସ୍ୱାଗତ କରାଯାଇଛି।ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅମିତାଙ୍କ ବହୁ ଶୁଭେଚ୍ଛୁ ଓ ସମ୍ପର୍କୀୟ ଉପସ୍ଥିତ ଥିଲେ।

ସମ୍ବର୍ଦ୍ଧନା ପାଇ ଖୁସି ଥିବା ଅମିତା କହିଛନ୍ତି ଯେ, ନିଜ ରାଜ୍ୟ ପାଇଁ ଜାତୀୟ ସ୍ତରର କାର୍ଯ୍ୟକ୍ରମରେ ସେ ସାମିଲ ହୋଇଥିବାରୁ ସେ ଗର୍ବିତ। ଆଗକୁ ଏହି ଉଦ୍ୟମ ସେ ଜାରୀ ରଖିବେ। ସେହିଭଳି ସଫଦର ହାସୀମ, ଅଧ୍ୟକ୍ଷ, ଯଜବା କହିଛନ୍ତି ଆଗକୁ ଅମିତା ରାଜ୍ୟପାଇଁ ଅନେକ ଗୌରବ ଆଣିବେ ବୋଲି ଆମ ଆଶା।
Published by:Soumya Das
First published: