ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ନେଇ ରାଜ୍ୟର ୩ ଦଳ ମୁହାଁମୁହିଁ; ପରସ୍ପର ଉପରେ ଦୋଷ ଲଗାଇଲେ BJP ଓ BJD

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଡିଜିଟାଲ ପ୍ରକ୍ରିୟାକୁ ନେଇ ବିଜେଡି ବିଜେପି ବୟାନ ବାଜି ଜାରି ରହିଛି । ଏ ବୟାନ ବାଜି ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ନୁହେଁ ବରଂ ଯୋଜନାର ଶ୍ରେୟ ନେବା ପାଇଁ କୁହାଯାଇପାରିବ ।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ନେଇ ରାଜ୍ୟର ୩ ଦଳ ମୁହାଁମୁହିଁ

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ନେଇ ରାଜ୍ୟର ୩ ଦଳ ମୁହାଁମୁହିଁ

  • News18 Odia
  • Last Updated :
  • Share this:
News18 Odia Digital

ଭୁବନେଶ୍ବର: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବନାମ ନ୍ୟାସନାଲ ହେଲ୍ଥ ଆଇଡି ସିଷ୍ଟମ ଓ ଏନ .ଡି.ଏଚ.ଏମ ଅନ୍ତର୍ଗତ ଦେଶର ପ୍ରତ୍ୟେକ ନାଗରିକଙ୍କ ସ୍ବାସ୍ଥ୍ୟ ଖାତା ପ୍ରସ୍ତୁତ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । ୬ଟି କେନ୍ଦ୍ର ଶାସିତ ଅଞ୍ଚଳରେ ଏହା ଆରମ୍ଭ ହୋଇସାରିଛି । ପର୍ଯ୍ୟାୟ କ୍ରମେ ସବୁ ରାଜ୍ୟରେ ଏହା ଲାଗୁ ହେବ । ଏହି ବ୍ୟବସ୍ଥାରେ ହେଲ୍ଥ ଆଇଡି ଜେନେରେଟ କରାଯାଇ ସବୁ ଲୋକଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ରେକର୍ଡ ସେଥିରେ ଡିଜିଟାଲ ମାଧ୍ୟମରେ ରଖାଯିବ। ସ୍ବାସ୍ଥ୍ୟ ସମସ୍ୟା ନେଇ କୌଣସି ହସ୍ପିଟାଲକୁ ଗଲେ ହେଲ୍ଥ ଆଇଡିରୁ ପୂର୍ବ ଚିକିତ୍ସା ସମ୍ପର୍କୀୟ ସମସ୍ତ ତଥ୍ୟ ମିଳିପାରିବ। କେନ୍ଦ୍ରର ହେଲ୍ଥ ଆଇଡି ଓଡ଼ିଶାରେ ଲାଗୁ ହେବା ପୁର୍ବୃରୁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ବି.ଏସ.କେ.ୱ ସ୍ମାର୍ଟ କାର୍ଡ଼ ।

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଡିଜିଟାଲ ପ୍ରକ୍ରିୟାକୁ ନେଇ ବିଜେଡି ବିଜେପି ବୟାନ ବାଜି ଜାରି ରହିଛି । ଏ ବୟାନ ବାଜି ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ନୁହେଁ ବରଂ ଯୋଜନାର ଶ୍ରେୟ ନେବା ପାଇଁ କୁହାଯାଇପାରିବ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ରାଜ୍ୟ ସରକାର ଲୋକଙ୍କୁ ବାଣ୍ଟୁଛନ୍ତି ସ୍ମାର୍ଟ ହେଲଥ କାର୍ଡ଼ । ଆଉ ଏ ଯୋଜନାକୁ କେନ୍ଦ୍ର ସରକରା କପି କରୁଥିବା ବିଜେଡି କହିଛି । ନବୀନଙ୍କ ଯୋଜନାକୁ କେନ୍ଦ୍ର ସରକାର ଅନୁସରଣ କରିଛନ୍ତି । ରାଜ୍ୟ ସରକାରଙ୍କ ସଫଳ ଯୋଜନାକୁ ଆପଣାଇଛି କେନ୍ଦ୍ର । ବିଜୁ ସ୍ୱସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ଼କୁ କେନ୍ଦ୍ର ଅନୁସରଣ କରୁଛି । ରାଜ୍ୟ ସରକାରଙ୍କ ହେଲ୍ଥ ସ୍ମାର୍ଟ କାର୍ଡ଼ରେ ହିତାଧିକାରୀଙ୍କ ଆଧାର, ଫୋନ ନମ୍ବର ରହୁଥିବା ବେଳେ କେନ୍ଦ୍ର ସରକାରଙ୍କ ଡିଜିଟାଲ ହେଲ୍ଥ କାର୍ଡ଼ରେ ମୋବାଇଲ ନମ୍ବର, ଆଧାର ନମ୍ବର ସହ ଡାଟା ବେଶ ରହୁଛି । ଯାହାକୁ ହେଲ୍ଥ ସ୍ମାର୍ଟ କାର୍ଡ଼ର କପି ବୋଲି କହୁଛି ବିଜେଡି ।

ନ୍ୟାସନାଲ ଡିଜିଟାଲ ହେଲ୍ଥ ମିଶନ ମାଧ୍ୟମରେ ପ୍ରତ୍ୟେକ ଲୋକର ଡିଜିଟାଲ ହେଲ୍ଥ ଆଇଟି ରହିବ । ଆଧାର ନମ୍ବର ଆଧାରରେ ଏହି ଆଇଡି ଖୋଲାଯିବ। ଏହି ହେଲ୍ଥ ଆକାଉଣ୍ଟରେ ସ୍ୱାସ୍ଥ୍ୟ ସମ୍ବନ୍ଧିତ ସମସ୍ତ ତଥ୍ୟ ରହିବ । ଏହା ଦ୍ୱାରା ରୋଗୀ ଯେକୌଣସି ସ୍ଥାନକୁ ଗଲେ ବି ରୋଗ ସମ୍ବନ୍ଧିୟ ସମସ୍ତ କାଗଜପତ୍ର ନେବାକୁ ପଡ଼ିବ ନାହିଁ । ଏହାକୁ ୨୦୨୦ ଅଗଷ୍ଟ ୧୫ ତାରିଖରେ ପ୍ରଧାନ ମନ୍ତ୍ରୀ ଘୋଷଣା କରିଥିଲେ । ଏବେ ଏହା ସମସ୍ତ କେନ୍ଦ୍ର ଶାସିତ ଅଞ୍ଚଳରେ ଲାଗୁ ହୋଇସାରିଥିବା ବେଳେ ପର୍ୟ୍ୟୟ କ୍ରମେ ରାଜ୍ୟରେ ଲାଗୁ ହେବ। ବିଜେପି କହିଛି ପ୍ରଥମେ ଯୋଜନାକୁ ଭଲ ଭାବେ ବୁଝିବା ଦରକାର ଓ କିଭଳି ଲୋକଙ୍କୁ ସୁବିଧା ମିଳିବ ତାକୁ ଗୁରୁତ୍ବ ଦେବା ଦରକାର ।

ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ‘‘ଏନ.ଡି.ଏଚ.ଏମ. ହେଲ୍ଥ ଆଇଡିକୁ କାଉଣ୍ଟର କରିବା ପାଇଁ ବିଜୁ ସ୍ବାସ୍ଥ୍ୟ କାର୍ଡ଼ ଯୋଜନା ଆରମ୍ଭ ହୋଇଛି। ପ୍ରଧାନ ମନ୍ତ୍ରୀ ଦେଶର ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ସୁଗମ କରିବାକୁ ଏହାକୁ ଆରମ୍ଭ କରିଥିଲେ । ରାଜ୍ୟ ସରକାର ନ୍ୟାସନାଲ ଡିଜିଟାଲ ହେଲ୍ଥ ମିଶନ ପ୍ରକ୍ରିୟାକୁ ଆଗକୁ ନେବା ପାଇଁ ଲୋକଙ୍କୁ ସଚେତନ କରନ୍ତୁ । ବିଜୁ ହେଲ୍ଥ ସ୍ମାର୍ଟ କାର୍ଡ଼ ନାଁରେ କାଉଣ୍ଟର କରିବା ବନ୍ଦ କରନ୍ତୁ । ରାଜନୈତିକ ଚାଲ ବାଜି ବନ୍ଦ କରନ୍ତୁ।"

ଏହାର ଜବାବରେ ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା କହିଛନ୍ତି ଯେ ଓଡ଼ିଶାର ସ୍ବାସ୍ଥ୍ୟ କାର୍ଡ଼କୁ କପି କରି କେନ୍ଦ୍ର ବିଜେପି ସରକାର ଏ କାର୍ଯ୍ୟକ୍ରମ ଆରମ୍ଭ କରିଛି। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା କେଉଁ ରାଜ୍ୟରେ ନାହିଁ। ଭାରତର ଓଡ଼ିଶାରେ ପ୍ରଥମେ ଆରମ୍ଭ ହେଲା। ତାକୁ କପି କରୁଛନ୍ତି ।

କଂଗ୍ରେସ ମଧ୍ୟ ଏହା ଉପରେ ପ୍ରତିକ୍ରିୟା ରଖିଛି । କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି, "ସବୁ ଥିରେ ନବୀନ ବାବୁ କପି କରିଛନ୍ତି, କିନ୍ତୁ କାହା କାର୍ଡ଼ର ମୂଲ୍ୟ କିଛି ନାହିଁ। ଲୋକ ଉପକାର ପାଉନାହାଁନ୍ତି । ଉଭୟେ ଉଭୟଙ୍କୁ ଅନୁସରଣ କରୁଛନ୍ତି । ଉଭୟେ ଫେଲ ।’’

ଓଡ଼ିଶାରେ ଏହାକୁ ଲାଗୁ କରିବା ପାଇଁ ସ୍ବାସ୍ଥ୍ୟ ସଚିବଙ୍କ ଅଧକ୍ଷତାରେ ଏକ କମିଟି ଗଠିତ ହୋଇଛି। ଆଇଟି ବିଭାଗରେ ମଧ୍ୟ ଏକ କମିଟି କାମ କରୁଛି । ସ୍ବାସ୍ଥ୍ୟ ବିଶେଷଜ୍ଞ ନିରଜ ମିଶ୍ରଙ୍କ ମତରେ, "ହେଲ୍ଥ ଆଇଡି ଯୋଜନା ଲାଗୁ ହେଲେ ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ଅନେକ ସୁବିଧା ହୋଇପାରିବ । ଅନ୍ୟ ଦେଶରେ ଏହି ବ୍ୟବସ୍ଥା ରହିଛି ଆମ ପାଇଁ ବହୁତ ଭଲ ।’’
Published by:Lipina Das
First published: