ବିଜୁ ଏକ୍ସପ୍ରେସ ୱେ ରାସ୍ତା ନୁହେଁ ଜୀବନରେଖା: ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଜୁ ଏକ୍ସପ୍ରେସ ୱେ ରାସ୍ତା ନୁହେଁ ଜୀବନରେଖା । ବିକାଶର ନୂଆ ଇତିହାସ ଲେଖିବ ବିଜୁ ଏକ୍ସପ୍ରେସ ।

ବିଜୁ ଏକ୍ସପ୍ରେସ ୱେ ରାସ୍ତା ନୁହେଁ ଜୀବନରେଖା: ମୁଖ୍ୟମନ୍ତ୍ରୀ

ବିଜୁ ଏକ୍ସପ୍ରେସ ୱେ ରାସ୍ତା ନୁହେଁ ଜୀବନରେଖା: ମୁଖ୍ୟମନ୍ତ୍ରୀ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ (chief minister) ଫୋକସ୍‌ରେ ପଶ୍ଚିମ ଓଡ଼ିଶା । ବରଗଡ଼, କଳାହାଣ୍ଡି, ନୂଆପଡ଼ା ଜିଲ୍ଲା ଗସ୍ତରେ ନବୀନ । ପ୍ରଥମେ ବରଗଡ଼ (baragarh) ଜିଲ୍ଲା ସୋହେଲା ଗସ୍ତ କରିଛନ୍ତି ନବୀନ । ସେଠାରେ ୫୬ କୋଟି ୬୭ ଲକ୍ଷ ଟଙ୍କାର ୧୪୯ଟି ବିଭିନ୍ନ ପ୍ରକଳ୍ପକୁ ଉଦଘାଟନ କରିଛନ୍ତି । ସେହିପରି ୧୬୦ କୋଟି ୩୩ ଲକ୍ଷ ଟଙ୍କାର ୮୬ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଅବସରରେ ସାଧାରଣ ସଭାକୁ ସମ୍ବୋଧନ କରିବା ସହ ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଜୁ ଏକ୍ସପ୍ରେସ ୱେ (biju express way) ରାସ୍ତା ନୁହେଁ ଜୀବନରେଖା । ବିକାଶର ନୂଆ ଇତିହାସ ଲେଖିବ ବିଜୁ ଏକ୍ସପ୍ରେସ । ପ୍ରକଳ୍ପରେ ଲୋକଙ୍କ ସହଯୋଗ ପାଇଁ ଧନ୍ୟବାଦ । ମୁଁ କଥାରେ ନୁହେଁ କାମରେ ବିଶ୍ୱାସ କରେ । ଏକ୍ସପ୍ରେସ ୱେ କାମ ବିଜୁ ବାବୁ ଆରମ୍ଭ କରିଥିଲେ । ବିଜୁ ବାବୁଙ୍କ ସ୍ବପ୍ନ ଥିଲା ସୁସ୍ଥ ଓଡ଼ିଶା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ୧୯୯୩ ମସିହାରେ ଆରମ୍ଭ କରିଥିଲେ ରାସ୍ତା କାମ । ସମ୍ବଲପୁର-ରାଉରକେଲା ରାସ୍ତା କାମ ଆରମ୍ଭ ହୋଇଥିଲା ।

ଏହା ପରେ ମୁଖ୍ୟମନ୍ତ୍ରୀ ସୋହେଲାରୁ ଘେଁସ ପର୍ଯ୍ୟନ୍ତ ୨୦ କିଲୋମିଟର ପର୍ଯ୍ୟନ୍ତ ସ୍ୱତନ୍ତ୍ର ବସ୍‌ରେ ରୋଡ୍‌ ସୋ (road show) କରିଛନ୍ତି । ଏହା ପରେ ମୁଖ୍ୟମନ୍ତ୍ରୀ ନୂଆପଡ଼ାରେ (nuapada) ପହଞ୍ଚିଛନ୍ତି । ବରଗଡ଼ ପରେ ନୂଆପଡ଼ା ଯିବେ ମୁଖ୍ୟମନ୍ତ୍ରୀ । ସେଠାରେ ବିଜୁ ଏକ୍ସପ୍ରେସ ୱେର ଲୋକାର୍ପଣ ସହ ୭୬୫ କୋଟି ଟଙ୍କାର ୧୭ ଟି ପ୍ରକଲ୍ପ ଉଦଘାଟନ ସହ ଶିଳାନ୍ୟାସ କରିବେ । ପରେ କଳାହାଣ୍ଡି (kalahandi) ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ପ୍ରଥମେ ଗୋଲାମୁଣ୍ଡା ବ୍ଲକର ବୃନ୍ଦାବାହାଲଠାରେ ଏକ ସାଧାରଣ ସଭାକୁ ଉଦବୋଧନ ଦେବେ । ସେଠାରୁ ସ୍ବତନ୍ତ୍ର ବସ୍‌ (bus) ଯୋଗେ ବିଜୁ ଏକ୍ସପ୍ରେସ ଓ୍ବେ ରାସ୍ତାରେ ଧର୍ମଗଡ଼ ଆସିବେ ।

ଏହି ଖବର ପଢ଼ନ୍ତୁ - http://ବଢୁଛି ତାତି! କାକୁଡ଼ି ଓ ତରଭୁଜ ବାଣ୍ଟିଲେ କଂଗ୍ରେସ ନେତା ସୁର ରାଉତରାୟ

ସେଠାରୁ ଧର୍ମଗଡ ସ୍ମାର୍ଟ ପାର୍କ (smart park) ପଡ଼ିଆକୁ ଯାଇ କିଛି ସମୟ ପାଇଁ ରହିବା ପରେ ହେଲିକପ୍ଟର (helicopter) ଯୋଗେ କୋକସରା ବ୍ଲକର ଆମପାଣିକୁ ଯିବେ । ଆମପାଣିରେ ୧୮୨ କୋଟି ଟଙ୍କାରେ ନିର୍ମିତ ବିଜୁ ଏକ୍ସପ୍ରେସ ଓ୍ବେର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ । ସେହିପରି ଧର୍ମଗଡ଼ଠାରେ ୭ କୋଟି ୮୪ ଲକ୍ଷ ବ୍ୟୟରେ ନବନିର୍ମିତ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ (stadium) ଏବଂ ପ୍ରାୟ ୩ କୋଟିରେ ନିର୍ମିତ ଧର୍ମଗଡ଼ ବସଷ୍ଟାଣ୍ଡକୁ (bus stand) ଲୋକାର୍ପିତ କରିବେ ମୁଖ୍ୟମନ୍ତ୍ରୀ ।
Published by:Soubhagya Mishra
First published: