ବିଜୁ ଏକ୍ସପ୍ରେସ ୱେ ବଦଳାଇଲା ଚାଷୀଙ୍କ ଭାଗ୍ୟ: କ୍ଷତି ବଦଳରେ ଏବେ ମିଳୁଛି ଲାଭ
- News18 Odia
- Last Updated :
- Nuapada, India
News 18 Odia Digital
ବରଗଡ଼: ପଶ୍ଚିମ ଓଡ଼ିଶାର ଚାଷୀଙ୍କ ପାଇଁ ଇକୋନୋମିକାଲ କରିଡର ସାଜିଛି ବିଜୁ ପକ୍କା ସଡ଼କ । ମାର୍ଚ୍ଚ ୫ ତାରିଖରେ ସୋହେଲା-ନୂଆପଡ଼ା ବିଜୁ ଏକ୍ସପ୍ରେସ ଓ୍ବେ (biju express way)କୁ ଲୋକାର୍ପଣ କରିବା ସମୟରେ ଏଭଳି କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (cm naveen patnaik) । ଆଉ ଏହାର ଉଦାହରଣ ଦେଖିବାକୁ ମିଳିଛି ଚାଷୀଙ୍କ କ୍ଷେତ୍ରରେ । ପୂର୍ବରୁ ଏଠାରେ ଚାଷ କରି କ୍ଷତି ସହୁଥିଲେ ଚାଷୀ (farmer) । ଆଉ ଏବେ ବିଜୁ ଏକ୍ସପ୍ରେସ ୱେ ହେବା ପରେ ଚାଷୀ ଲାଭବାନ ହୋଇଥିବା କହିଛନ୍ତି । ଦିନେ ମାଇଲ ମାଇଲ ଦୂରକୁ ଯାଇ ପନିପରିବା (vegetable) ବିକ୍ରି କରୁଥିବା ଚାଷୀ ଏବେ ରାସ୍ତା କଡ଼ରେ ବସି କରୁଛନ୍ତି ବ୍ୟବସାୟ (business) । ପୂର୍ବରୁ କ୍ଷତି ସହୁଥିବା ଚାଷୀ ଏବେ କରୁଛନ୍ତି ଲକ୍ଷାଧିକ ଟଙ୍କା ରୋଜଗାର ।
ବିଜୁ ଏକ୍ସପ୍ରେସ ଓ୍ବେ ପକ୍କା ସଡ଼କ ଚାଷୀଙ୍କ ମୁହଁରେ ହସ ଫୁଟାଇଛି । ଲୋକାର୍ପଣ ହେବା ପରେ ଏହି ରାସ୍ତା ଏବେ ପାଲଟିଛି ଲୋକଙ୍କ ଜୀବନ ଜୀବିକାର ବାଟ । ପୂର୍ବରୁ ରାସ୍ତା ନଥିଲା କାରଣରୁ ଚାଷ ପରେ ବିକ୍ରି କରିବାରେ ଚାଷୀ ସଫଳ ହେଉନଥିଲେ । ଆଉ ବ୍ୟାପକ କ୍ଷତି ସହୁଥିଲେ । ତେବେ ବିଜୁ ଏକ୍ସପ୍ରେସ ୱେ ହେବା ପରେ ଏବେ ବଦଳିଛି ଚାଷୀଙ୍କ ଜୀବନ ଜୀବିକା । ପୂର୍ବରୁ ତରଭୁଜ ଚାଷ ପରେ ବିକ୍ରି ପାଇଁ ମାଇଲ ମାଇଲ ଦୂରକୁ ନେଉଥିବା ଚାଷୀ ଏବେ ରାସ୍ତା କଡ଼ରେ ହିଁ ବିକ୍ରି (sale) କରୁଛନ୍ତି । ପ୍ରତିଦିନ ଏହି ରାସ୍ତା ଦେଇ ଶହ ଶହ ଲୋକ ଯାତାୟତ କରୁଥିବାରୁ ଏଠାରେ ଭଲ ବ୍ୟବସାୟ ହେଉଥିବା ଚାଷୀ ବ୍ରଜମୋହନ କହିଛନ୍ତି ।
ଏହି ଖବର ପଢ଼ନ୍ତୁ -
http://ସିଙ୍ଗଡ଼ା ବିକି ଦିନକୁ ରୋଜଗାର ୧୨ ଲକ୍ଷ ଟଙ୍କା: ବ୍ୟବସାୟ ଆରମ୍ଭ ପାଇଁ ଘର ବିକିଥିଲେ ଦମ୍ପତ୍ତିବିଜାଡିହି ଗାଁର ୬୨ବର୍ଷୟୀ ଚାଷୀ ବ୍ରଜମୋହନ ସାହୁ । ନିଜ ଗାଁରେ ବ୍ରଜମୋହନଙ୍କ ରହିଛି ୫ ଏକର ପୈତୃକ ଜମି । ପୂର୍ବରୁ ସେହି ଜମିରେ ଧାନ ଓ ପନିପରିବା ଚାଷ କରି କ୍ଷତି ସହୁଥିଲେ ବ୍ରଜମୋହନ । ୨୦୧୮ ମସିହାରେ ପାରମ୍ପାରିକ ଚାଷ ଛାଡ଼ି ବିଜାଡିହି ଛକ ବିଜୁ ଏକ୍ସପ୍ରେସ ରୋଡ଼ ସଂଲଗ୍ନରେ ଥିବା ଜମିରେ ତରଭୁଜ (watermelon) ଚାଷ କଲେ । ରାସ୍ତା କଡରେ ଫଳମୂଳ ଦୋକାନ ଖୋଲିଲେ । ଆଉ ଏହାପରେ ବିଜୁ ପକ୍କା ସଡ଼କ ବଦଳାଇ ଦେଇଛି ଚାଷୀ ବ୍ରଜମୋହନ ସାହୁଙ୍କ ଭାଗ୍ୟ । ପ୍ରତିଦିନ ଏଠାରେ ବ୍ୟବସାୟ କରି ହଜାର ହଜାର ଟଙ୍କା ରୋଜଗାର କରୁଥିବା କହିଛନ୍ତି ଚାଷୀ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।