• ହୋମ୍
  • »
  • ଓଡ଼ିଶା ନ୍ୟୁଜ୍
  • »
  • ଓଡ଼ିଶା
  • »
  • ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗର ନିରପେକ୍ଷ ତଦନ୍ତ ପାଇଁ ମାମଲା ସିବିଆଇକୁ ଦେବାକୁ କହିଲେ ବିଜୟ ମହାପାତ୍ର

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗର ନିରପେକ୍ଷ ତଦନ୍ତ ପାଇଁ ମାମଲା ସିବିଆଇକୁ ଦେବାକୁ କହିଲେ ବିଜୟ ମହାପାତ୍ର

ପ୍ରକଳ୍ପ ଆରମ୍ଭ ହେବା ସମୟରୁ ହିଁ ଏହା ବିବାଦୀୟ ପ୍ରକଳ୍ପ ହୋଇଗଲାଣି। କାରଣ ସରକାରଙ୍କ ଏଥିରେ ଅନେକ ଗୁଡିଏ ଭୁଲ ଭଟକା ରହିଛି। ବିରୋଧୀଙ୍କର ବି ସବୁ ଆଭିମୁଖ୍ୟ ଠିକ ନୁହେଁ। ତେବେ ଘଟଣାର ସ୍ଥାୟୀ ସମାଧାନ ପାଇଁ ତୁରନ୍ତ ସିବିଆଇକୁ ଏହାର ତଦନ୍ତ ଦାୟିତ୍ୱ ଦିଆଯିବା ଉଚିତ୍ କହିଲେ ବିଜୟ ମହାପାତ୍ର।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗର ନିରପେକ୍ଷ ତଦନ୍ତ ପାଇଁ ମାମଲା ସିବିଆଇକୁ ଦେବାକୁ କହିଲେ ବିଜୟ ମହାପାତ୍ର

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗର ନିରପେକ୍ଷ ତଦନ୍ତ ପାଇଁ ମାମଲା ସିବିଆଇକୁ ଦେବାକୁ କହିଲେ ବିଜୟ ମହାପାତ୍ର

  • Share this:
News18 Odia Digital

ଭୁବନେଶ୍ବର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ନିଜ ମନ୍ତବ୍ୟକୁ ନେଇ ପୁଣିଥରେ ଚର୍ଚ୍ଚାରେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର। କହିଛନ୍ତି ଯେ ଏହାକୁ ନେଇ ଦିନକୁ ଦିନ ବିବାଦ ବଢ଼ିବାରେ ଲାଗିଛି। ପ୍ରକଳ୍ପ ଆରମ୍ଭ ହେବା ସମୟରୁ ହିଁ ଏହା ବିବାଦୀୟ ପ୍ରକଳ୍ପ ହୋଇଗଲାଣି। କାରଣ ସରକାରଙ୍କ ଏଥିରେ ଅନେକ ଗୁଡିଏ ଭୁଲ ଭଟକା ରହିଛି। ବିରୋଧୀଙ୍କର ବି ସବୁ ଆଭିମୁଖ୍ୟ ଠିକ ନୁହେଁ। ତେବେ ଘଟଣାର ସ୍ଥାୟୀ ସମାଧାନ ପାଇଁ ତୁରନ୍ତ ସିବିଆଇକୁ ଏହାର ତଦନ୍ତ ଦାୟିତ୍ୱ ଦିଆଯିବା ଉଚିତ ବୋଲି ସେ ସ୍ପଷ୍ଟ କରିଛନ୍ତି।

ବିଜୟ ଆହୁରି କହିଛନ୍ତି, ‘‘ଘଟଣାଟି ବର୍ତ୍ତମାନ ହାଇକୋର୍ଟରେ ବିଚାରାଧୀନ ରହିଛି। ଏଏସଆଇ ମଧ୍ୟ ତା'ର ରିପୋର୍ଟ ଦାଖଲ କରିସାରିଛି। ସେଥିରେ ମୌଳିକ ଭାବେ ଜଗନ୍ନାଥ ମନ୍ଦିରର ପରିକ୍ରମା ୧୦୦ ମିଟର କି ୨୦୦ ମିଟର ହେଉ ତାହା ଏଏସଆଇ ମାଲିକାନାରେ ରହିଛି। ରାଜ୍ୟ ସରକାର ଓ ଏଏସଆଇ ଚୁକ୍ତି ନାମା ସ୍ବାକ୍ଷର କରିଥିଲେ। ମଠ ଗୁଡିକ ଭଙ୍ଗା ଯିବା ସମୟରୁ ବିବାଦ ଆରମ୍ଭ ହୋଇଛି। ଆମସାର ଆକ୍ଟ ୩୦ରେ ଉଲ୍ଲେଖ ରହିଛି ଯେ ଯଦି କୌଣସି ମଠ ମନ୍ଦିର ଭଙ୍ଗା ଯିବ ତାହା ଏଏସଆଇ ଅନୁମତିରେ ହେବ। ମାତ୍ର ପୁରୀରେ ବେଆଇନ ଭାବେ ମଠ ମନ୍ଦିର ଭାଙ୍ଗି ଦିଆଗଲା। ଏହି ଘଟଣା ଲଗାତାର ଭାବେ ଏକ ରାଜନୈତିକ ବୟାନ ବାଜିରେ ପରିଣତ ହୋଇଛି। ପୂର୍ବରୁ ଏଥିପାଇଁ ଗୋଟିଏ ଏକ୍ସପର୍ଟ ଗଠନ କରିବାକୁ ମୁଁ ଦାବି କରିଥିଲି। ଏହି ଏକ୍ସପଟ କମିଟି ଗଠନର ଦାୟିତ୍ୱ ହେଉଛି କେନ୍ଦ୍ର ସରକାର ଓ ଏଏସଆଇର। ମାତ୍ର ସେମାନେ କଲେନି। ଏକାକୀ ରାଜ୍ୟ ସରକାର ବି ଚାହିଁଥିଲେ କରି ପାରିଥାନ୍ତେ। ମାତ୍ର ସେ ବି କଲେନି। ମୁଖ୍ୟତଃ ଏହି ଘଟଣାରେ ଏଏସଆଇ ମୁଖ୍ୟ ଅଭିଯୁକ୍ତ। ବିଡମ୍ବନା ଯେ ହାଇଦ୍ରାବାଦରେ ପ୍ରଧାନମନ୍ତ୍ରୀ ରାମାନୁଜଙ୍କ ମୂର୍ତ୍ତି ଉନ୍ମୋଚିତ କରୁଛନ୍ତି। ଏଠି କିନ୍ତୁ ରାମନୁଜ ମଠ ଭଙ୍ଗା ଯାଉଛି। ମାତ୍ର ସମସ୍ତେ ଚୁପ। ଆଉ ଏଠି ଆସି ଏବେ ଡ୍ରାମା କଲେ କିଛି ହେବନି।’’

ଖାଲି ଏତିକି ନୁହେଁ ଏହା ସହ ସେ ସ୍ପଷ୍ଟ କରିଛନ୍ତି ଯେ ଗତ ୨୦୨୧ ସେପ୍ଟେମ୍ବର ୨୯ରେ ଏକ ସମାନ ଘଟଣା ହୋଇଛି ଗୁଜୁରାଟର ଅହମଦାବାଦରେ। ସେଠି ଏଏସଆଇ ଏକ ଫ୍ଲସ ପରିମିଶନ ଦେଇଥିଲା। ଅବଶ୍ୟ ତାହା ଏକ ମସିଜିଦ ଥିଲା। ସିବିଆଇ ସେହି ଘଟଣାରେ ନିଜ ଆଡୁ ମାମଲା ଦାୟର କରିବା ପରେ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଅଧିକାରୀ ଗିରଫ ହୋଇଥିଲେ। ୨୦୨୧ରେ ସମାନ ଏକ ଘଟଣାରେ ଯେହେତୁ ସିବିଆଇ ତଦନ୍ତ କରିଥିଲା ତେଣୁ ଜଗନ୍ନାଥ ମନ୍ଦିର ଘଟଣାରେ ସିବିଆଇର ପ୍ରାଥମିକ ତଦନ୍ତ କରୁ ବୋଲି ଦାବି କରିଛନ୍ତି ବିଜୟ।

‘‘ଏଏସଆଇ ଚାହିଁଲେ ବି ଘଣ୍ଟାକ ମଧ୍ୟରେ କାମ ବନ୍ଦ କରି ପାରିବ। ମାତ୍ର କଣ ବାଧ୍ୟ ବାଧକତା ଥିବ ମୁଁ କହି ପାରିବିନି। ସିବିଆଇ ତଦନ୍ତ କରୁ ଓ ଯେଉଁମାନେ ଏହି କାର୍ଯ୍ୟ ପଛରେ ରହିଛନ୍ତି ତାଙ୍କୁ ଗିରଫ କରାଯାଉ,’’ କହିଛନ୍ତି ବିଜୟ।

ସେ ଆହୁରି କହିଛନ୍ତି ଯେ ଗଜପତି ନିଜେ ଜଣେ ଆଇନଜ୍ଞ। ମାତ୍ର ସେ ବୁଝି ନାହାଁନ୍ତି ଯେ ତାଙ୍କୁ ଗୋଟେ ଡିଜାଇନ ଦିଆଯାଇଛି ଆଉ ଗୋଟେ ଡିଜାଇନରେ କାମ ହେଉଛି। ୧୯୯୨ରେ ମଧ୍ୟ ଏକ କେନ୍ଦ୍ରୀୟ ଏକ୍ସପର୍ଟ କମିଟି ଗଠନ ହୋଇଥିଲା। ସେମାନଙ୍କ ପରାମର୍ଶ ପରେ ସେ ସମୟର ସରକାର ମନ୍ଦିରର ମରାମତି କରିଥିଲେ। ମାତ୍ର ଏବେ ସେ ସବୁ କୁ ଗୁରୁତ୍ୱ ଦିଆଯାଉନି। ଜିଲ୍ଲା ପ୍ରଶାସନ ଅତ୍ୟନ୍ତ ଦାୟିତ୍ୱହୀନ ଭାବେ କାମ କରୁଛି। ପୁରୀ ମନ୍ଦିରକୁ ସାଧାରଣ ମନ୍ଦିର ଭାବି କାମ କରୁଛି।

‘‘ସମସ୍ତେ ରାଜନୀତି କରିବାରେ ବ୍ୟସ୍ତ। ଫଟୋକୁ ଧରି ରାଜନୀତି ଚାଲିଛି। ଆମ ଜଗନ୍ନାଥ ଠାକୁର ହେଉଛନ୍ତି ଆରାଧ୍ୟ ଦେବତା, ତାଙ୍କୁ ଖେଳନା ଭଳି ବ୍ୟବହାର, ଏହାକୁ ମୁଁ ମଧ୍ୟ ପସନ୍ଦ କରୁନି। ଏ ଘଟଣା ଆଗରୁ କେବେ ହୋଇନଥିଲା। ମୁଁ ପୂର୍ବରୁ କହିଛି ଜଗନ୍ନାଥଙ୍କୁ ନେଇ ରାଜନୈତିକ ବିବାଦ କରିବା ଉଚିତ୍ ନୁହେଁ, ଯିଏ ସରକାରରେ ଅଛନ୍ତି ବା ଯିଏ ବିରୋଧୀ ଦଳରେ ଥାଆନ୍ତୁ ନା କାହିଁକି ବୟାନ ବାଜିରେ ଘଟଣା ଚାଲିଛି। ସେସବୁ ବନ୍ଦ ହେବା ଉଚିତ୍,’’ କହିଛନ୍ତି ବିଜୟ।
Published by:Lipina Das
First published: