ବୋର୍ଡ଼ର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି; ପୁରୁଣା ଢାଞ୍ଚାରେ ହେବ ମାଟ୍ରିକ ପରୀକ୍ଷା

ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର । ମାଟ୍ରିକ ପରୀକ୍ଷାକୁ ନେଇ ହେଲା ବଡ଼ ପରିବର୍ତ୍ତନ।

ମାଟ୍ରିକ ପରୀକ୍ଷା

ମାଟ୍ରିକ ପରୀକ୍ଷା

  • News18 Odia
  • Last Updated :
  • Other, India
  • Share this:
News18 Odia Digital

10th Board Exam: କରୋନା ମହାମାରୀ ପରେ ପୁଣିଥରେ ପୁରୁଣା ଢାଞ୍ଚାକୁ ଫେରିଲା ମାଟ୍ରିକ ପରୀକ୍ଷା । ପୂର୍ବ ଭଳି ପରୀକ୍ଷା ଦେବେ ମାଟ୍ରିକ ଛାତ୍ରଛାତ୍ରୀ । ଏ ନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଘୋଷଣା କରାଯାଇଛି । ପ୍ରେସମିଟରେ ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି । ପୂର୍ବରୁ କରୋନା ପାଇଁ ପିଲାମାନଙ୍କ ପରୀକ୍ଷା ଢାଞ୍ଚାରେ ପରିବର୍ତ୍ତନ କରାଯାଇଥିଲା । ଏବେ କରୋନା ମହାମାରୀରୁ ଦେଶ ମୁକ୍ତ ହୋଇ ସାରିଥିବାରୁ ଏଭଳି ଏକ ନିଷ୍ପତ୍ତି ନିଆଯାଇଛି । ପିଲାମାନେ ପୁଣିଥରେ ପୂର୍ବ ଢାଞ୍ଚାରେ ପରୀକ୍ଷା ଦେବେ ।

ପୁରୁଣା ଢାଞ୍ଚାରେ ହେବ ମାଟ୍ରିକ ପରୀକ୍ଷା! ମାଟ୍ରିକ ପରୀକ୍ଷାରେ ହେଲା ବଡ଼ ପରିବର୍ତ୍ତନ। ଏନେଇ ବୋର୍ଡ ତରଫରୁ କରାଯାଇଛି ଗୁରୁତ୍ବପୂର୍ଣ୍ଣ ବୈଠକ । ଯେଉଁଥିରେ ପରୀକ୍ଷାକୁ ନେଇ ହୋଇଛି ବଡ଼ ଘୋଷଣା । ପିଲାଙ୍କ ମୁଣ୍ଡରୁ ହଟିବ ସମ୍ମେଟିଭ ଆସେସମେଣ୍ଟ ପରୀକ୍ଷାର ଚିନ୍ତା । ଅର୍ଥାତ୍ ଦଶମ ଶ୍ରେଣୀରେ ପିଲାମାନଙ୍କୁ ସମ୍ମେଟିଭ ଆସେସମେଣ୍ଟ-୧ ଏବଂ ସମ୍ମେଟିଭ ଆସେସମେଣ୍ଟ-୨ ପରୀକ୍ଷା ଦେବାକୁ ପଡିବନି । ମାଟ୍ରିକରେ କେବଳ ପୂର୍ବ ଭଳି ଗୋଟିଏ ବୋର୍ଡ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ଏ ନେଇ କଟକ ବୋର୍ଡ ପକ୍ଷରୁ ବୋର୍ଡ ସଭାପତି ରାଶିଷ ହାଜରା ସୂଚନା ଦେଇଛନ୍ତି । ପୁଣି ଆରମ୍ଭ ହେବ ସପ୍ଲିମେଣ୍ଟାରୀ ପରୀକ୍ଷା ବ୍ୟବସ୍ଥା । ଯାହାଦ୍ବାରା ପିଲାଙ୍କର ଆଉ ଗୋଟିଏ ବର୍ଷ ବେକାର ଯିବ ନାହିଁ ।

କଣ ପରିବର୍ତ୍ତନ ହୋଇଛି?

-ମାଧ୍ୟମିକ ଶିକ୍ଷା ପରିଷଦର ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଥିଲା ।
-୨ଟି ନୁହେଁ, ବର୍ଷ ଶେଷରେ ଗୋଟିଏ ପରୀକ୍ଷା ହେବ ।
-ନବମ ଶ୍ରେଣୀ ପାଇଁ ପ୍ରଶ୍ନପତ୍ର ଯୋଗାଇବ ବୋର୍ଡ
-ଜୁଲାଇ ୩ରୁ ହେବ ସପ୍ଲିମେଣ୍ଟାରୀ ପରୀକ୍ଷା

-ପୁଣି ପୁରୁଣା ପଦ୍ଧତିରେ ମାଟ୍ରିକ ପରୀକ୍ଷା ହୋଇପାରେ
-ସମ୍ମେଟିଭ-୧ ଓ ସମ୍ମେଟିଭ-୨ ପାର୍ଟନରେ ପରୀକ୍ଷା ଦେବାକୁ ପଡିବନି
-କୋଭିଡ୍‌ ପାଇଁ ପରୀକ୍ଷା ପଦ୍ଧତିରେ ହୋଇଥିଲା ପରିବର୍ତ୍ତନ
-ପୁଣି ଆରମ୍ଭ ହେବ ସପ୍ଲିମେଣ୍ଟାରୀ ପରୀକ୍ଷା ବ୍ୟବସ୍ଥା !
Published by:Soumya Das
First published: