ରାଉରକେଲା: ମନ୍ଦିରରେ ଜାଗର ପୂଜା ଚ଼ାଲିଥିବା ସମୟରେ ପାହାଡ଼ରୁ ଖସିଲା ପଥର; ୨୫ ଆହତ, ୬ ଗୁରୁତର

ପାହାଡ଼ ଉପରୁ ଖସିଥିବା ବଡ଼ ପଥରଟି ତଳେ କିଛି ଭକ୍ତ ଦବି ରହି ଥାଇ ପାରନ୍ତି ବୋଲି ଆଶଙ୍କା କରାଯାଉଛି । ଓଡ୍ରାଫ୍ ଓ ଅଗ୍ନିଶମ ବିଭାଗର କର୍ମୀମାନେ ପଥରକୁ ହଟାଇବାକୁ ଚ଼େଷ୍ଟା କରୁଛନ୍ତି । କେତେକ ଭକ୍ତ ପାହାଡ଼ ତଳକୁ ଖସି ପଡ଼ିଥିବା ସନ୍ଦେହରେ ଖୋଜାଖୋଜି ମଧ୍ୟ ଚ଼ାଲିଛି ।

ରାଉରକେଲା: ମନ୍ଦିରରେ ଜାଗର ପୂଜା ଚ଼ାଲିଥିବା ସମୟରେ ପାହାଡ଼ରୁ ଖସିଲା ପଥର; ୨୫ ଆହତ, ୬ ଗୁରୁତର
ଜଣେ ଗୁରୁତର ଆହତ ମହିଳାଙ୍କୁ ହସ୍ପିଟାଲକୁ ଅଣାଯାଇଛି ।
  • News18 Odia
  • Last Updated: February 21, 2020, 2:34 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ରାଉରକେଲା: ଶିବରାତ୍ରି ଦିନ ପାହାଡ଼ ଉପରେ ଥିବା ଶିବ ମନ୍ଦିରରେ ପୂଜା ଚ଼ାଲିଥିବା ବେଳେ ହଠାତ୍‌ ପାହାଡ଼ରୁ ଏକ ପଥର ଖସିବାରୁ ଅତି କମରେ ୨୫ ଜଣ ଭକ୍ତ ଆହତ ହୋଇଛନ୍ତି । ଘଟଣା ଘଟିଛି ରାଉରକେଲା ହାତିବାରି ଥାନା ଅନ୍ତର୍ଗତ କନ୍ଦରକେଲାର ଜଟିଆ ବାବା ମନ୍ଦିରରେ । ଏହି ମନ୍ଦିରଟି ଓଡ଼ିଶା-ଝାରଖଣ୍ଡ ସୀମାନ୍ତ ଅଞ୍ଚଳରେ ଅବସ୍ଥିତ ।

ଆହତମାନଙ୍କ ମଧ୍ୟରୁ ଛଅ ଜଣ ଗୁରୁତର ଥିବାରୁ ସେମାନଙ୍କୁ ରାଉରକେଲା ସରକାରୀ ହସ୍ପିଟାଲ (ଆର୍‌.ଗି.ଏଚ଼, RGH) କୁ ସ୍ଥାନାନ୍ତର କରାଯାଇଛି । ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବିପଦ ବାହାରେ ବୋଲି କହିଛନ୍ତି ଡାକ୍ତରମାନେ ।

ପାହାଡ଼ ଉପରେ ଥିବା ଏହି ପ୍ରସିଦ୍ଧ ମନ୍ଦିରକୁ ଶହ ଶହ ଭକ୍ତ ଏକ ପଥୁରିଆ ରାସ୍ତା ଦେଇ ଚ଼ଢ଼ି ଚ଼ଢ଼ି ଯାଉଥିବା ବେଳେ ଏହି ଅଘଟଣ ଘଟିଥିଲା । ପଥର ଖସିବାରୁ ଲୋକେ ଡରରେ ଇଆଡ଼େ ସିଆଡ଼େ ଦୌଡ଼ିବା ଆରମ୍ଭ କରିଥିଲେ । କେତେକ ଲୋକ ଏମିତି ଦଉଡ଼ିବା ଯୋଗୁଁ ଆହତ ହୋଇଥିବା ଜଣା ପଡ଼ିଛି । ଆହତଙ୍କ ମଧ୍ୟରୁ ଅନେକ ସାନ ପିଲା ଅଛନ୍ତି ।

ଜଣେ ଆହତ ବାଳିକାକୁ ଫାଷ୍ଟ୍‌ ଏଡ୍‌ ଦିଆଯାଉଛି ।


ଦୁର୍ଘଟଣାର ସୂଚ଼ନା ପାଇବା ପରେ ସେଠାରେ ଓଡ୍ରାଫ୍‌ ଓ ଅଗ୍ନିଶମ ବିଭାଗର ସୂରକ୍ଷାକର୍ମୀମାନେ ଆମ୍ବୁଲାନ୍ସ ସହିତ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଆହତ ଲୋକଙ୍କୁ ସେଇଠି ଫାଷ୍ଟ୍‌ ଏଡ୍‌ ଦେବା ପରେ ସେମାନଙ୍କ ସଧ୍ୟରୁ ଗୁରୁତରଭାବେ ଆହତ ହୋଇଥିବା ଲୋକଙ୍କୁ ଆଇ.ଘି.ଏଚ଼. କୁ ସ୍ଥାନାନ୍ତର କରିଥିଲେ ।

‘‘ଆମେ ମନ୍ଦିରର ଦ୍ୱାର ପାଖରେ ପହଞ୍ଚିବା ସମୟରେ ପଥର ଖସିବା ଜାଣି ସେଠୁ ସମସ୍ତଙ୍କ ସହିତ ଦଉଡ଼ି ପଳେଇବାକୁ ଚ଼େଷ୍ଟା କରିଥିଲୁ । ସେଇଥିରେ ମୁଁ ଓ ମୋ’ ଝିଅ ଆହତ ହୋଇଥିଲୁ,’’ କହିଛନ୍ତି ଜଣେ ଆହତ ମହିଳା ।

ତେବେ କେତେକ ଲୋକଙ୍କ କହିବା ଅନୁସାରେ ଯେଉଁ ବଡ଼ ପଥରଟି ଖସି ଅଟକି ରହିଛି, ତା’ ତଳେ କିଛି ଭକ୍ତ ଦବି ରହି ଥାଇ ପାରନ୍ତି । ଏହି ସୂଚ଼ନା ମିଳିବା ପରେ ଓଡ୍ରାଫ୍‌ ଓ ଅଗ୍ନିଶମ ବିଭାଗର କର୍ମୀମାନେ ସେହି ପଥରକୁ ହଟାଇବା ଚ଼େଷ୍ଟା ଆରମ୍ଭ କରିଛନ୍ତି ।

କେତେକ ଭକ୍ତ ପଥର ଖସିବାର ପ୍ରଭାବରେ ପାହାଡ଼ ତଳକୁ ଖସି ପଡ଼ିଥିବା ସନ୍ଦେହରେ ଘଟଣା ସ୍ଥଳରେ ଖୋଜାଖୋଜି ମଧ୍ୟ ଚ଼ାଲିଛି ।
First published: February 21, 2020, 2:34 PM IST
corona virus btn
corona virus btn
Loading