News 18 Odia Digital
ଭୁବନେଶ୍ୱର; ସଜେଇ ହେଉଛି ରମାଦେବୀ ମହିଳା ବିଶ୍ଵ ବିଦ୍ୟାଳୟ (Ramadevi womans university ) । ମହାମହିମ ରାଷ୍ଟ୍ରପତିଙ୍କୁ (President ) ସ୍ୱାଗତ କରିବା ପାଇଁ ପୁରା ପ୍ରସ୍ତୁତ। ନିଜର ଉଚ୍ଚ ଶିକ୍ଷା ଯେଉଁଠି ଶେଷ କରିଥିଲେ ସେଠାକୁ ଆସୁଥିବାରୁ ପାରମ୍ପରିକ ଢଙ୍ଗରେ ସ୍ୱାଗତ (Wellcome) କରିବା ପାଇଁ ବଡ ପ୍ରସ୍ତୁତି ଓ ଭବ୍ୟ ଆୟୋଜନ କରୁଛି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ। ମହାମହିମ ରାଷ୍ଟ୍ରପତିଙ୍କୁ ଏହିଭଳି ଢଙ୍ଗରେ ସମ୍ମାନ ସହିତ ସ୍ୱାଗତ କରାଯିବ । ସେଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ଇନ୍ଦିରା ଗାନ୍ଧି ହଷ୍ଟେଲ ଛାତ୍ରୀ ଜସ୍ମିନ ଓ ରୁକ୍ମିଣୀ ।
ରାଷ୍ଟ୍ରପତି ପାଦ ଦେଉ ଦେଉ ବୁରୁ ( ସମ୍ମାନ) ଦିଆଯିବ। ସାନ୍ତାଳୀ ଜୋହାର କରିବା ପାଇଁ ପୁରା ପ୍ରସ୍ତୁତ ହୋଇ ରହିଛନ୍ତି ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟର ଛାତ୍ରୀମାନେ। ପାଦରେ ଘୁଙ୍ଗୁର, ଝେଲ ଶାଢ଼ୀ, କାଚା ପିନ୍ଧି ସାନ୍ତାଳୀ ଗୀତ, ସାନ୍ତାଳୀ ନାଚ ମାଧ୍ୟମରେ ରାଷ୍ଟ୍ରପତିଙ୍କୁ କରାଯିବ ସ୍ୱାଗତ। ରାଷ୍ଟ୍ରପତିଙ୍କ ସହିତ ଭାବ ବିନିମୟ କରିବା ପାଇଁ ଇନ୍ଦିରା ଗାନ୍ଧି ହଷ୍ଟେଲ ଛାତ୍ରୀ ପୁରା ପ୍ରସ୍ତୁତ ହୋଇ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । କାରଣ ୪୫ ବର୍ଷ ପୂର୍ବେ ଏଇ ହଷ୍ଟେଲରେ ରହୁଥିଲେ ଦ୍ରୌପଦୀ । ଏଇଠି ପଢି ସେ ଆଜି ଦେଶର ପ୍ରଥମ ନାଗରିକ । ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟକୁ ଆସନ୍ତା ୧୦ ତାରିଖରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମିଳିଥିବା ସୂଚନା ଅନୁସାରେ ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟ ପରିସରରେ ଆୟୋଜିତ ଦ୍ୱିତୀୟ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ ରାଷ୍ଟ୍ରପତି । ଯେହେତୁ ରମାଦେବୀ ବିଶ୍ଵବିଦ୍ୟାଳୟ ଛାତ୍ରୀ ଥିଲେ ଓ ଇନ୍ଦିରା ଗାନ୍ଧି ହଷ୍ଟେଲରେ ରହୁଥିଲେ ସେ ଦୃଷ୍ଟିରୁ ରାଷ୍ଟ୍ରପତି ନିଜ ଅନୁଷ୍ଠାନକୁ ଆସିବେ ଅତିଥି ହୋଇ ଏହା ବେଶ୍ ଆନନ୍ଦ ଦାୟକ ବିଷୟ । ଶୁକ୍ରବାର ସନ୍ଧ୍ୟା ୪.୧୫ ରୁ ୫.୧୫ । ମାତ୍ର ଘଣ୍ଟାକର କାର୍ଯ୍ୟକ୍ରମ ରହିଛି। ଏଥିରେ ବିଭିନ୍ନ ବିଶ୍ଵବିଦ୍ୟାଳୟର କୁଳପତି, ପୂର୍ବତନ କୁଳପତି, ବୁଦ୍ଧିଜୀବୀ, ଶିକ୍ଷାବିତ୍ ଓ ରାଷ୍ଟ୍ରପତିଙ୍କ ସହପାଠୀ ସମସ୍ତେ ଯୋଗ ଦେବେ।
ଏହି ଖବର ପଢ଼ନ୍ତୁ -
http://ନିଜ ପକେଟରୁ ସାହାଯ୍ୟ ପରେ.. ଲୋକଙ୍କ ଆଗରେ ହାତ ଯୋଡିଲେ... ନିଶା ମହାରଣା୧୭ କୋଟି ୯ ଲକ୍ଷ ଟଙ୍କାରେ ନିର୍ମିତ ହୋଇଥିବା ରମାଦେବୀ ପ୍ରେକ୍ଷାଳୟରେ ଅତ୍ୟାଧୁନିକ ଷ୍ଟେଜ, ଲାଇଟ୍, ସାଉଣ୍ଡ, ଗ୍ରିନ ରୁମ୍, ପ୍ରୋଜେକ୍ସନ୍ ଆଦି ରହିଛି। ୧ହଜାର ଜଣ ବସିବା ପାଇଁ ପ୍ରେକ୍ଷାଲୟରେ ବ୍ୟବସ୍ଥା ହୋଇଛି । ଛାତ୍ରୀମାନେ ରମାଦେବୀ ପରିସରରେ ଏଲଇଡି ଜରିଆରେ କାର୍ଯ୍ୟକ୍ରମ ଦେଖିବେ। ୨୮ ଜଣଙ୍କୁ ଗୋଲ୍ଡ ମେଡାଲ, ୨ ଜଣଙ୍କୁ ପିଏଚଡି, ୪ ଜଣଙ୍କୁ ସମ୍ମାନ ସୂଚକ ଉପାଧି ପ୍ରଦାନ କରାଯିବ। ରାଷ୍ଟ୍ରପତି ଆସିବେ , ନିଜର ସହପାଠୀଙ୍କ ସହିତ ଭାବ ବିନିମୟ କରିବେ, ହଷ୍ଟେଲ ଯିବା ସହ ପିଲାଙ୍କୁ ଭେଟିବେ । ଏହି ମୁହୂର୍ତ୍ତକୁ ଅପେକ୍ଷା କରିଛନ୍ତି ଅନ୍ତେବାସୀ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।