ଚାକିରୀ କରୁଥିବା ଲୋକଙ୍କ ପାଇଁ ବଡ଼ ଖବର; ୧ ଏପ୍ରିଲରୁ କରିବାକୁ ପଡିବ ମାତ୍ର ୫ ଘଣ୍ଟା କାମ ଓ PF ମଧ୍ୟ ବୃଦ୍ଧି ପାଇବ

୧ ଏପ୍ରିଲରୁ (1st april 2021) କେନ୍ଦ୍ର ସରକାର ଚାକିରୀ କରୁଥିବା ଲୋକଙ୍କ ପାଇଁ ଏକ ବଡ ପରିବର୍ତ୍ତନ କରିପାରନ୍ତି । ଚାକିରୀ କରୁଥିବା ବ୍ୟକ୍ତିଙ୍କ ଗ୍ରାଚ୍ୟୁଇଟି, ପିଏଫ୍ ଓ କାର୍ଯ୍ୟ ସମୟ ମଧ୍ୟରେ ବଡ଼ ପରିବର୍ତ୍ତନ କରାଯାଇପାରେ । ଏହା ବିଶ୍ୱାସ କରାଯାଉଛି ଯେ କର୍ମଚାରୀଙ୍କ ପିଏଫରେ ମଧ୍ୟ ବୃଦ୍ଧି ହୋଇପାରେ ।

ଚାକିରୀ କରୁଥିବା ଲୋକଙ୍କ ପାଇଁ ବଡ଼ ଖବର; ୧ ଏପ୍ରିଲରୁ କରିବାକୁ ପଡିବ ମାତ୍ର ୫ ଘଣ୍ଟା କାମ ଓ PF ମଧ୍ୟ ବୃଦ୍ଧି ପାଇବ
୧ ଏପ୍ରିଲ ଠାରୁ କରିବାକୁ ପଡିବ ମାତ୍ର ୫ ଘଣ୍ଟା କାମ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ୧ ଏପ୍ରିଲରୁ (1st april 2021) କେନ୍ଦ୍ର ସରକାର ଚାକିରୀ କରୁଥିବା ଲୋକଙ୍କ ପାଇଁ ବଡ ପରିବର୍ତ୍ତନ କରିପାରନ୍ତି । ଚାକିରୀ କରୁଥିବା ବ୍ୟକ୍ତିଙ୍କ ଗ୍ରାଚ୍ୟୁଇଟି, ପିଏଫ୍ ଓ କାର୍ଯ୍ୟ ସମୟ ମଧ୍ୟରେ ବଡ଼ ପରିବର୍ତ୍ତନ କରାଯାଇପାରେ । ଏହା ବିଶ୍ୱାସ କରାଯାଉଛି ଯେ କର୍ମଚାରୀଙ୍କ ପିଏଫରେ ମଧ୍ୟ ବୃଦ୍ଧି ହୋଇପାରେ । ଏହା ସହିତ ୱାର୍କ ଫର୍ମ ହୋମ କରୁଥିବା କର୍ମଚାରୀଙ୍କ ଦରମା ହ୍ରାସ ହୋଇପାରେ । ଏହା ବ୍ୟତୀତ କମ୍ପାନୀଗୁଡିକର ବାଲାନ୍ସ ଶୀଟ୍ ରେ ମଧ୍ୟ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିପାରେ ।

କାହିଁକି ହୋଇପାରେ ପରିବର୍ତ୍ତନ?
ଗତ ବର୍ଷ ସଂସଦରେ ପାରିତ ହୋଇଥିବା ତିନିଟି ବେତନ କୋଡ୍ ବିଲ୍ (Code on Wages Bill) ଯୋଗୁଁ ଏହି ପରିବର୍ତ୍ତନ ହୋଇପାରେ । ଏହି ବିଲ୍ ଚଳିତ ବର୍ଷ ୧ ଏପ୍ରିଲ୍ରୁ ଲାଗୁ ହେବାର ସମ୍ଭାବନା ରହିଛି ।

ଜାଣନ୍ତୁ କେଉଁ ପ୍ରକାରର ପରିବର୍ତ୍ତନ ହୋଇପାରେ-

୧. ବେତନରେ ପରିବର୍ତ୍ତନ ଆସିବ
ସରକାରଙ୍କ ଯୋଜନା ଅନୁଯାୟୀ ୧ ଏପ୍ରିଲରୁ ମୌଳିକ ବେତନ (ସରକାରୀ ଚାକିରିରେ ମୌଳିକ ଦରମା ଓ ପ୍ରିୟତା ଭତ୍ତା) ମୋଟ ବେତନର ୫୦ ପ୍ରତିଶତ କିମ୍ବା ଅଧିକ ହେବା ଉଚିତ୍ । ଏହି ପରିବର୍ତ୍ତନ ଦ୍ୱାରା ଉଭୟ ନିଯୁକ୍ତିଦାତା ଓ ଶ୍ରମିକ ଉପକୃତ ହେବେ ବୋଲି ସରକାର ଦାବି କରିଛନ୍ତି ।

୨. PF ବୃଦ୍ଧି ହୋଇପାରେ
ଏହା ବ୍ୟତୀତ ନୂତନ ନିୟମ ଅନୁଯାୟୀ ଆପଣଙ୍କର PF ରେ ବୃଦ୍ଧି ଘଟିବ ଓ ଆପଣଙ୍କ ହାତର ଦରମା ହ୍ରାସ ପାଇବ । ମୌଳିକ ବେତନ ମୋଟ ବେତନର ୫୦ ପ୍ରତିଶତ କିମ୍ବା ଅଧିକ ହେବା ଉଚିତ୍ । ଏହି ପରିବର୍ତ୍ତନ ପରେ ଅଧିକାଂଶ ଲୋକଙ୍କ ଦରମାରେ ପରିବର୍ତ୍ତନ ହୋଇପାରେ । ମୌଳିକ ବେତନ ବୃଦ୍ଧି କରି ଆପଣଙ୍କ PF ମଧ୍ୟ ବୃଦ୍ଧି ପାଇବ କାରଣ ଏହା ଆପଣଙ୍କ ମୌଳିକ ବେତନ ଉପରେ ଆଧାରିତ ।

୩. ୧୨ ଘଣ୍ଟା କାମ କରିବାର ପ୍ରସ୍ତାବ
ଏହା ବ୍ୟତୀତ ସର୍ବାଧିକ କାର୍ଯ୍ୟ ସମୟକୁ ୧୨ କୁ ବୃଦ୍ଧି କରିବାକୁ ମଧ୍ୟ ପ୍ରସ୍ତାବ ଦିଆଯାଇଛି । ଏହା ବ୍ୟତୀତ ଏକ୍ସଟ୍ରା ସମୟ ମଧ୍ୟରେ ୧୫ ରୁ ୩୦ ମିନିଟ୍ ପର୍ଯ୍ୟନ୍ତ ଓଭର ଟାଇମରେ ଅନ୍ତର୍ଭୁକ୍ତ କରିବାର ବ୍ୟବସ୍ଥା ରହିଛି । ସମ୍ପ୍ରତି ଯଦି ଆପଣ ୩୦ ମିନିଟରୁ କମ୍ ସମୟ ପାଇଁ ଅତିରିକ୍ତ କାର୍ଯ୍ୟ କରନ୍ତି ତେବେ ଏହା ଓଭରଟାଇମରେ ଗଣନା କରାଯାଏ ନାହିଁ ।

୪. ୫ ଘଣ୍ଟା କାମ କରିବା ପରେ ଅଧ ଘଣ୍ଟା ବିରତି
ଏହା ବ୍ୟତୀତ ୫ ଘଣ୍ଟାରୁ ଅଧିକ ସମୟ ଧରି ଲଗାତାର କାମ କରିବା ଉପରେ ପ୍ରତିବନ୍ଧକ ଲଗାଯିବ । ସରକାର ବିଶ୍ୱାସ କରନ୍ତି ଯେ କର୍ମଚାରୀମାନଙ୍କୁ ୫ ଘଣ୍ଟା କାମ କରିବା ପରେ ଅଧ ଘଣ୍ଟା ବିରତି ଦିଆଯିବା ଉଚିତ୍ ।

୫. ଅବସର ରାଶି ବୃଦ୍ଧି ପାଇବ
PF ର ପରିମାଣ ବୃଦ୍ଧି ସହିତ ଅବସର ରାଶି ମଧ୍ୟ ବୃଦ୍ଧି ପାଇବ । ଅବସର ପରେ ଲୋକମାନେ ଏହି ରାଶିରୁ ବହୁତ ସାହାଯ୍ୟ ପାଇବେ । PF ଓ ଗ୍ରାଚ୍ୟୁଇଟି ବୃଦ୍ଧି କରିବା ଦ୍ୱାରା କମ୍ପାନୀଗୁଡିକର ଦର ମଧ୍ୟ ବୃଦ୍ଧି ପାଇବ କାରଣ ସେମାନଙ୍କୁ ମଧ୍ୟ କର୍ମଚାରୀଙ୍କ ପାଇଁ PF ରେ ଅଧିକ ଅବଦାନ ଦେବାକୁ ପଡିବ ।
Published by: Jagdish Barik
First published: March 3, 2021, 1:30 PM IST