ବିଜୁଳି ଗ୍ରାହକଙ୍କ ପାଇଁ ବଡ଼ ଖବର: OERC ପକ୍ଷରୁ ଜାରି ହେଲା ସୂଚନା
- News18 Odia
- Last Updated :
- Bhubaneswar, India
News 18 Odia Digital
ଭୁବନେଶ୍ୱର: ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଢ଼ିବ ନାହିଁ ବିଜୁଳି ଦର । ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଓଡ଼ିଶା ବିଦ୍ୟୁତ ନିୟମାକ ଆୟୋଗ OERC । ବିଦ୍ୟୁତ ଉତ୍ପାଦନକାରୀ କମ୍ପାନୀ ଓ ଆବଣ୍ଟନକାରୀ କମ୍ପାନୀ ତଥା ଉପଭୋକ୍ତାଙ୍କ ସହ ଆଲୋଚନା କରିବା ପରେ ଏହି ନିଷ୍ପତ୍ତି ନେଇଛନ୍ତି oerc କର୍ତ୍ତୃପକ୍ଷ ।
ତେବେ ଏହାକୁ ମିଶାଇ ଲଗାତର ଦୁଇଥର oerc ଦେୟ ବୃଦ୍ଧି କରିନାହିଁ । oerc ସଚିବ ପ୍ରିୟବ୍ରତ ପଟ୍ଟନାୟକ କହିଛନ୍ତି ଯେ, ପ୍ରଥମ ୫୦ ୟୁନିଟ ପାଇଁ ୟୁନିଟ ପିଛା ୩ ଟଙ୍କା, ୫୦ରୁ ୨୦୦ ୟୁନିଟ ପାଇଁ ୪ ଟଙ୍କା ୮୦ ପଇସା, ୨୦୦ରୁ ୪୦୦ ୟୁନିଟ ପାଇଁ ୫ ଟଙ୍କା ୮୦ ପଇସା, ୪୦୦ରୁ ଅଧିକ ୟୁନିଟ ପାଇଁ ୬ ଟଙ୍କା ୨୦ ପଇସା । ତେବେ ଏଥର ନୂଆ ଟାରିଫରେ କୃଷି କାର୍ଯ୍ୟ ପାଇଁ ରିହାତି ଦିଆଯାଇଛି । ଶୀତଳ ଭଣ୍ଡାର ପାଇଁ ୟୁନିଟ ପିଛା ୧ଟଙ୍କା ୬୦ ପଇସା ରିହାତି ଦିଆଯାଇଛି । ଏବେ ୟୁନିଟ ପିଛା ସେମାନେ ୪ ଟଙ୍କା ଦେବେ । ଡିଜିଟାଲ ପେମେଣ୍ଟ୍ ପାଇଁ ୫ ପ୍ରତିଶତ ରିହାତି ପାଇବେ । ପୂର୍ବରୁ ସେମାନଙ୍କୁ ୪ ପ୍ରତିଶତ ରିହାତି ମିଳୁଥିଲା । ତାଛଡା ଗ୍ରାମାଞ୍ଚଳ ଉପଭୋକ୍ତା ଙ୍କ ପାଇଁ ଅତିରିକ୍ତ ୧୦ ପଇସା ବ୍ୟବସ୍ଥା ହୋଇଛି। ରେଳ ଚଳାଚଳ ପାଇଁ ୟୁନିଟ ପିଛା ୨୫ ପଇସା ଦିଆଯାଇଛି। ଡିଲେ ପେମେଂଟକୁ ଉଠାଇ ଦିଆଯାଇଛି ।
ଏହି ଖବର ପଢ଼ନ୍ତୁ -
ରଦ୍ଦ ହୋଇଯିବ ରାହୁଲଙ୍କ ସଦସ୍ୟତା ? ନିର୍ବାଚନ ଲଢ଼ିପାରିବେ ତ ରାହୁଲ ଗାନ୍ଧି ?Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।