News18 Odia Digital
କଟକ: ଓଡ଼ିଶା ସିନିୟର କ୍ରିକେଟ (Cricket Team) ଟିମରେ ଦକ୍ଷ ସ୍ପିନରଙ୍କୁ ସାମିଲ କରିବା ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନେଇଛି ଓଡ଼ିଶା କ୍ରିକେଟ ଆସୋସିଏସନ (OCA)।
ଏନେଇ ଶୁକ୍ରବାର ଠାରୁ ଓଡ଼ିଶା କ୍ରିକେଟ ଆସୋସିଏସନ (OCA) ବା ଓସିଏ ପକ୍ଷରୁ ଆରମ୍ଭ ହୋଇଛି ସ୍ପିନର ହଣ୍ଟ କ୍ୟାମ୍ପ। ଓଡ଼ିଶା କ୍ରିକେଟ ସଙ୍ଘର ମୁଖ୍ୟ କୋଚ ଭାବେ ଯୋଗ ଦେବା ପରେ ପ୍ରଥମ ଥର ପାଇଁ ଦିନେଶ ମୋଙ୍ଗିଆ ଏଭଳି ଏକ କ୍ୟାମ୍ପ ଆରମ୍ଭ କରିଛନ୍ତି।
ବାରବାଟୀ ଷ୍ଟାଡିୟମ ପରିସରରେ ଥିବା କ୍ରିକେଟ ଏକାଡେମୀ ଠାରେ ଆରମ୍ଭ ହୋଇଥିବା ଏହି କ୍ୟାମ୍ପ ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ଚାଲିବ।
୫ଟି ଜୋନରେ ଏହି କ୍ୟାମ୍ପ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟରେ ଆଜି କ୍ରିକେଟ ଏକାଡେମୀରେ ୬ଟି ଜିଲ୍ଲାର ପ୍ରାୟ ଶତାଧିକ ଖେଳାଳିମାନଙ୍କୁ କ୍ୟାମ୍ପରେ ସାମିଲ କରାଯାଇଛି। ସେହି ଜିଲ୍ଲାଗୁଡ଼ିକ ହେଉଛି କଟକ, ଜଗତସିଂହପୁର, ପୁରୀ, ଢେଙ୍କାନାଳ, ପାରାଦୀପ ଓ ଭୁବନେଶ୍ୱର। ୧୬ ରୁ ୩୦ ବର୍ଷ ବୟସ ଵର୍ଗର ଖେଲାଳିମାନେ ଏହି କ୍ୟାମ୍ପରେ ସାମିଲ ହୋଇ ନିଜ ନିଜର ସ୍ପିନର କଳା ପଦର୍ଶନ କରିଛନ୍ତି।
ଆଗାମୀ ଦିନରେ ଓଡ଼ିଶା କ୍ରିକେଟକୁ ଏକ ନୂଆ ସ୍ତରରେ ପହଞ୍ଚାଇବା ଯୋଜନା ରଖିଥିବା ଓସିଏ ଆଗକୁ ପ୍ରତିଟି ଜିଲ୍ଲାର ଖେଳାଳିଙ୍କୁ ଏହି କ୍ୟାମ୍ପରେ ସାମିଲ କରାଯିବ ବୋଲି କହିଛି ଓସିଏ।
ସେପଟେ ପ୍ରଥମ ଥର ପାଇଁ କାର୍ଯ୍ୟକାରୀ ହେଉଥିବା ଏହି ଯୋଜନାକୁ ସ୍ୱାଗତ କରିଛନ୍ତି ଖେଳାଳି। ଏହା ଦ୍ୱାରା ମୁଖ୍ୟ କୋଚଙ୍କ ଦୃଷ୍ଟି ଆକର୍ଷଣ କରିବା ନୂଆ ନୂଆ ପ୍ରତିଭା ମାନଙ୍କ ପାଇଁ ଏକ ବଡ଼ ସୁଯୋଗ ସୃଷ୍ଟି କରି ବୋଲି ସେମାନେ ଆଶା ବାନ୍ଧିଛନ୍ତି।
ଓଡ଼ିଶା ଟିମରେ ସ୍ପିନରକୁ କିପରି ମଜଭୁତ କରାଯିବ ସେନେଇ ଏହି କ୍ୟାମ୍ପ ଆରମ୍ଭ କରଯାଇଛି। ତେବେ ଆଗମୀ ଦିନରେ ଓସିଏ ଯେଉଁ ଆଶା ରଖିଛି ଓଡ଼ିଆ ଖେଳାଳି ଜାତୀୟ ଦଳରେ ସ୍ଥାନ ଓ ପ୍ରତିଯୋଗିତାରେ କିପରି ନିଜର ଆସିବେ ସେନେଇ ପ୍ରୟାସ ଆରମ୍ଭ ହୋଇଛି ଯାହା ନିଶ୍ଚୟ ସଫଳ ହେବ ବୋଲି କହିଛନ୍ତି ଓସିଏ ର ମୁଖ୍ୟ କୋଚ ଦିନେଶ ମୋଙ୍ଗିଆ।
ପଢ଼ନ୍ତୁ ପୂରା ଖବର: ୫ ବର୍ଷ ପରେ ବଡ଼ ପରଦାକୁ କମବ୍ୟାକ୍ କରୁଛନ୍ତି ଓଲିଉଡର ଭାଇଜାନ; ଉତ୍ସାହିତ ଫ୍ୟାନ୍ସ'ଏହି କ୍ୟାମ୍ପରୁ ଦକ୍ଷ ସ୍ପିନରଙ୍କୁ ଚୟନ କରାଯିବ। ଏହା ପରେ ସେମାନଙ୍କୁ ଏକାଡେମୀରେ ରଖାଯାଇ ଅଧିକ ତାଲିମ ପ୍ରଦାନ କରାଯିବ। ମୋର ଏକ ମାତ୍ର ଲକ୍ଷ ଏହା କି ଓଡ଼ିଶାର କ୍ରିକେଟ ଖେଳାଳିମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ପ୍ରଦାନ କରିବା ସହ ସେମାନଙ୍କ ମନରେ ଆତ୍ମବିଶ୍ବାସ ଭରିବା।
ପଢ଼ନ୍ତୁ ଏହି ଖବର: ସହିଦ ସ୍ବାମୀଙ୍କ ଜୁଇରେ ଶୋଇପଡ଼ିଲେ ସ୍ତ୍ରୀ; କହିଲେ, ‘ମତେ ବି ସାଙ୍ଗରେ ନେଇଯାଅ’ଯାହା ଫଳରେ ଓଡ଼ିଆର କ୍ରିକେଟ ଖେଳାଳିମାନେ ବି ରଣଜୀ ଟ୍ରଫି ସହ ଆଇପିଏଲ ମଧ୍ୟ ଖେଳିବାର ସୁଯୋଗ ପାଇବେ କହିଛନ୍ତି ଓସିଏର ନବନିଯୁକ୍ତ ମୁଖ୍ୟ କୋଚ ଦିନେଶ ମୋଙ୍ଗିଆ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।