• ହୋମ୍
  • »
  • ଓଡ଼ିଶା ନ୍ୟୁଜ୍
  • »
  • ଓଡ଼ିଶା
  • »
  • ରାସନକାର୍ଡଧାରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା; ହିତାଧିକାରୀଙ୍କୁ ମିଳିବ ହଜାର ଟଙ୍କା ଲେଖାଏଁ ସହାୟତା

ରାସନକାର୍ଡଧାରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା; ହିତାଧିକାରୀଙ୍କୁ ମିଳିବ ହଜାର ଟଙ୍କା ଲେଖାଏଁ ସହାୟତା

ପଞ୍ଚାୟତ ନିର୍ବାଚନ ପୂର୍ବରୁ କୋଭିଡ଼ ସହାୟତା ପ୍ରଦାନ କରିବାକୁ ଯାଉଛନ୍ତି ସରକାର । କରୋନା ମହାମାରୀ ସମୟରେ ଲୋକଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଥିବାରୁ ହଜାରେ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରିବେ ।

ରାସନକାର୍ଡଧାରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ ଘୋଷଣା

ରାସନକାର୍ଡଧାରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ ଘୋଷଣା

  • Share this:
News18 Odia Digital

ଭୁବନେଶ୍ବର: ରାସନକାର୍ଡଧାରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା । ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ପ୍ରତ୍ୟେକ ହିତାଧିକାରୀଙ୍କୁ ମିଳିବ ୧,୦୦୦ ଟଙ୍କା ଲେଖାଏଁ ସହାୟତା। ଏଥିପାଇଁ ରାଜ୍ୟ ସରକାର ୩୫୦ କୋଟି ଟଙ୍କା ମଞ୍ଜୁରୀ କରିଛନ୍ତି । ଯାହା ଦ୍ବାରା ରାଜ୍ୟର ୩ କୋଟି ୫୦ ଲକ୍ଷ ହିତାଧିକାରୀ ଉପକୃତ ହେବେ। ଏହାକୁ ନେଇ ରାଜନୀତି ଜୋର ଧରିଛି। ବିରୋଧୀ ଏହାକୁ ପଞ୍ଚାୟତ ନିର୍ବାଚନ ଥୋପ କହୁଥିବା ବେଳେ ବିଜେଡି କହିଛି ନିର୍ବାଚନ ସହିତ ଏହାର କୌଣସି ସମ୍ପର୍କ ନାହିଁ। ରାଜନୈତିକ ସମୀକ୍ଷକ କହିଛନ୍ତି ଯୋଜନା ନିର୍ବାଚନ ପ୍ରୋଣୋଦିତ ନ ହୋଇ ଲୋକାଭିମୁଖୀ ହେଉ।

ପଞ୍ଚାୟତ ନିର୍ବାଚନ ପୂର୍ବରୁ କୋଭିଡ଼ ସହାୟତା ପ୍ରଦାନ କରିବାକୁ ଯାଉଛନ୍ତି ସରକାର । କରୋନା ମହାମାରୀ ସମୟରେ ଲୋକଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଥିବାରୁ ହଜାରେ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରିବେ । ଏଥିପାଇଁ ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି କରାଯାଇଛି ।

୭ ଦିନ ଭିତରେ ହିତାଧିକାରୀଙ୍କୁ ୩୫୦ କୋଟି ଟଙ୍କା ବାଣ୍ଟିବା ପାଇଁ ନିର୍ଦ୍ଦେଶ ରହିଛି । କାଳିଆ ଟଙ୍କା ଭଳି ଏହି ସହାୟତା ସିଧାସଳଖ ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ଼ ଥିବା ହିତାଧିକାରୀଙ୍କୁ ଏହି ଟଙ୍କା ଦିଆଯିବ । ବିଏସକେୱାଇ କାର୍ଡ଼ ନଥିଲେ ଜାତୀୟ ଓ ରାଜ୍ୟ ଖାଦ୍ୟ ସୁରକ୍ଷା କାର୍ଡ଼ ଧାରୀଙ୍କୁ ବି ମିଳିବ ସହାୟତା।

ଏହାକୁ ନେଇ ରାଜ୍ୟସରକାରଙ୍କୁ ସମାଲୋଚନା କରିଛନନ୍ତି ବିରୋଧୀ। ବିଜେପି କହିଛି ଏହା ରାଷ୍ଟ୍ରୀୟ ଜିବିକା ମିଶନ ଟଙ୍କା। କେନ୍ଦ୍ର ସରକାର ଦେଇଥିବା ଟଙ୍କାକୁ କୋଭିଡ ସମୟରେ ନ ବାଣ୍ଟି ଏବେ ନିର୍ବାଚନ ଆଗରୁ ବାଣ୍ଟିବାକୁ ଯାଉଛନ୍ତି। ସରକାର ଯେଉଁ ବ୍ୟବସ୍ଥାରେ ବାଣ୍ଟୁଛନ୍ତି ନିର୍ବାଚନ ସମୟରେ ବି ଟଙ୍କା ବଣ୍ଟା ଚାଲିଥିବ। ନିଜ ସପକ୍ଷରେ ଜନମତକୁ ନେବା ପାଇଁ ବିଜେଡ଼ିର ଉଦ୍ୟମ।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ ସବୁ ନିର୍ବାଚନ ପୂର୍ବରୁ ସରକାର ବିଭିନ୍ନ ଯୋଜନା ନାଁରେ ଟଙ୍କା ବାଣ୍ଟିଥାନ୍ତି। ପୂର୍ବରୁ କାଳିଆ, ପିଠା ଭଳି ଯୋଜନା ଦେଖିବାକୁ ମିଳିଥିଲା। ବିଜେପି ଓ ବିଜେଡି ଅର୍ଥ ଦ୍ବାରା ଜନମତକୁ ପ୍ରଭାବିତ କରୁଥିବା ବେଳେ କଂଗ୍ରେସ ଦ୍ବାର ଦ୍ବାର ବୁଲି ଭୋଟ ମାଗିବ।

ସେପଟେ ମନ୍ତ୍ରୀ ସୁଶାନ୍ତ ସଂ କହିଛନ୍ତି ନିର୍ବାଚନ ସହିତ ଏହାର କୌଣସି ସମ୍ପର୍କ ନାହିଁ।।ଏହା ନିୟମିତ ପ୍ରକ୍ରିୟା। ମୁଖ୍ୟ ମନ୍ତ୍ରୀ ଭୋଟ ପାଇଁ କୌଣସି ଯୋଜନା କରନ୍ତି ନାହିଁ।

ରାଜନୈତିକ ସମୀକ୍ଷକ ଅକ୍ଷୟ ସାହୁ କହିଛନ୍ତି, "କୌଣସି ନିର୍ବାଚନକୁ ନଜରରେ ରଖି ଯୋଜନା ପ୍ରଣୟନ କରି ଲୋକଙ୍କୁ ଟଙ୍କା ଦେବା ବ୍ୟବସ୍ଥା ପାଇଁ ଶୁଭଙ୍କର ନୁହେଁ। ଯୋଜନା ଦୀର୍ଘ ମିଆଦୀ ଲୋକାଭିମୁଖୀ ହେବା ଦରକାର।’’

୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ସରକାର କାଳିଆ ଯୋଜନା କରି ସିଧାସଳଖ ହିତାଧିକାରୀଙ୍କ ଆକାଉଣ୍ଟରେ ଟଙ୍କା ଦେଇଥିଲେ। ଏବେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ପିଡିଏସ ହିତାଧିକାରୀ ଦେବାରୁ ନିଷ୍ପତ୍ତି ନେଇଛନ୍ତି ।
Published by:Lipina Das
First published:
)}