ସମ୍ବଲପୁରରେ ବଡ଼ ଦୁର୍ଘଟଣା: ବରଯାତ୍ରୀ ବୋଲେରୋ ଓଲଟି ୭ ମୃତ
- News18 Odia
- Last Updated :
- Sambalpur, India
News 18 Odia Digital
ସମ୍ବଲପୁର: ଖୁସିର ମୁହୂର୍ତ୍ତରେ ଏକ ବଡ଼ ଦୁର୍ଘଟଣା ସାମ୍ନାକୁ ଆସିଛି । ଶାସନ କେନାଲରେ ବୋଲେରୋ ଓଲଟି ୭ ମୃତ । ମୃତକମାନେ ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ରେଙ୍ଗାଲି ଥାନା ବଡଧରା ଗାଁର ବୋଲି ଜଣାପଡ଼ିଛି । ଝାରସୁଗୁଡ଼ାରୁ (jharsuguda) ଏକ ବରଯାତ୍ରୀ ଗାଡି଼ ପରମାଣପୁର ଆସିଥିଲା । ବରଯାତ୍ରୀ ଫେରୁଥିବା ବେଳେ ଅଘଟଣ ଘଟିଛି । ମୃତକମାନେ ହେଲେ ସୁମନ୍ତ ଭୋଇ, ସୁବଳ ଭୋଇ, ଅଜିତ ଖମାରୀ, ସରୋଜ ସେଠ୍, ରମାକାନ୍ତ ବଂଜର ଏବଂ ଦିବ୍ଯ ଲୁହା । ରାତି ପ୍ରାୟ ୨ଟା ସମୟରେ ଏପରି ଦୁର୍ଘଟଣା ଘଟିଥିବା ଜଣାପଡିଛି ।
ସୂଚନାନୁଯାୟୀ ,ଏକ ବିବାହ (marriage) ବରଯାତ୍ରୀରେ ଯୋଗଦେବା ପାଇଁ ଝାରସୁଗୁଡା ଜ଼ିଲ୍ଲା କନକତୁରା ବଡ଼ଧରା ଅଞ୍ଚଳରୁ ପରମାନପୁରକୁ ଆସିଥିଲେ l ହସ ଖୁସିରେ ବରଯାତ୍ରୀ କନ୍ୟା ଘରେ ପହଞ୍ଚିଥିଲେ ସମସ୍ତେ l ଏହା ପରେ ଭୋଜି ଖାଇ କନ୍ୟା ଘରୁ ବରଯାତ୍ରୀ ଯାଇଥିବା କିଛି ଲୋକେ ନିଜ ଘର ଝାରସୁଗୁଡା ଜ଼ିଲ୍ଲା କନକତୁରା ବଡ଼ଧରା ଗ୍ରାମକୁ ବାହାରିଥିଲେ l ଫେରିବା ବେଳକୁ ପ୍ରବଳ ବର୍ଷା (rain) ହେଉଥିଲା l ଏହି ସମୟରେ ଗୋଟିଏ ବୋଲେରୋ ରେ ପ୍ରାୟ ୧୧ ଜଣ ବାହାରିଥିଲେ l ତେବେ ଶାସନ ଥାନା ଅନ୍ତର୍ଗତ ବିଶାଳଖିଣ୍ଡା ବୁଲାଣିକୁ ପହଞ୍ଚିବା ମାତ୍ରେ ଭାରସାମ୍ୟ ହରାଇ ଗାଡିଟି ସିଧା ଶାସନ କେନାଲ ଭିତରକୁ ପଶିଯାଇ ଓଲଟି ପଡିଥିଲା l ଏହି ଘଟଣାଟି ରାତି ପ୍ରାୟ ୨ ଟା ସମୟରେ ଘଟିଥିଲା l ଗାଡିଟି ଓଲଟି ପଡିବାରୁ ଗାଡି ଭିତରେ ଥିବା ଯୁବକମାନେ ବାହାରକୁ ବାହାରି ପାରିନଥିଲେ l ତେବେ କୌଶଳ କ୍ରମେ ଜଣେ ଯୁବକ ବାହାରି ତାଙ୍କ ସମ୍ପର୍କୀୟ ମାନଙ୍କୁ କଲ୍ କରିଥିଲେ । ପରେ ଘଟଣାସ୍ଥଳରେ ସମସ୍ତେ ପହଞ୍ଚି ଉଦ୍ଧାର (rescue) କାର୍ଯ୍ୟ ଆରମ୍ଭ କରିଥିଲେ l ପରେ ଚେଷ୍ଟା କରାବାରୁ ଗାଡ଼ିରୁ ୩ ଜଣ ବ୍ୟକ୍ତି ବାହାରି ପାରିଥିଲେ । କିନ୍ତୁ ବାକି ୭ ଜଣ ବ୍ୟକ୍ତି ବାହାରି ପାରିନଥିଲେ l ତେବେ ଗାଡ଼ିରେ ପ୍ରକୃତରେ କେତେ ଜଣ ଥିଲେ ତାହା ସ୍ପଷ୍ଟ ହୋଇନାହିଁ l ଖବର ପାଇବା ପରେ ସମ୍ବଲପୁର ହସ୍ପିଟାଲରେ ପୋଲିସ ପହଞ୍ଚି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି ।
ଏହି ଖବର ପଢ଼ନ୍ତୁ -
ଆଖି ପଲକରେ ମାଡିଆସିଲା ବଡ଼ ବିପଦ: ହାତଧରି ଉଦ୍ଧାର କଲା ବନ୍ଧୁ.. ଦେଖନ୍ତୁ ଭିଡିଓPublished by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।