News18 Odia Digital
ଭୁବନେଶ୍ୱର/କପ୍ତିପଦା/ପାରଳାଖେମୁଣ୍ଡି: ଯୁବ ବନ ବିଭାଗ ଅଧିକାରୀ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାକୁ ତିନି ସପ୍ତାହ ବିତିବା ପରେ ଏହି ମାମଲାରେ ସନ୍ଦେହର କେନ୍ଦ୍ର ବିନ୍ଦୁରେ ଥିବା ତାଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ ଜେରା କରିଛି ପାରଳାଖେମୁଣ୍ଡିରୁ ଆସିଥିବା ଏକ ତଦନ୍ତକାରୀ ପୋଲିସ ଟିମ୍ । ପାଞ୍ଚ ଘଣ୍ଟା ଧରି ଚାଲିଥିବା ଏହି ମାରାଥନ୍ ଜେରାରେ ପୋଲିସ ତାଙ୍କୁ ଏ ପର୍ଯ୍ୟନ୍ତ ମିଳିଥିବା ବିଭିନ୍ନ ପ୍ରମାଣ ସହ ପ୍ରଶ୍ନ ପଚାରିଛି ଓ କିଛି ଚାଞ୍ଚଲ୍ୟକର ନୂଆ ତଥ୍ୟ ବିଷୟରେ ମଧ୍ୟ ପଚାରିଛି ବୋଲି ଜଣାପଡ଼ିଛି ।
ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଗୌଡ଼ଗାଁରେ ଥିବା ବିଦ୍ୟାଭାରତୀଙ୍କ ବାପଘରେ ଅଗଷ୍ଟ ୩ ତାରିଖରେ ପହଞ୍ଚି ତାଙ୍କୁ ବିଭିନ୍ନ ଦିଗରୁ ଜେରା କରିଥିଲା ପୋଲିସ । ତାଙ୍କ କଲ୍ ଡିଟେଲ୍ସ, ହ୍ବାଟ୍ସ ଆପ୍ ଚାଟ୍ ଓ ଫେସବୁକ୍ ତଥ୍ୟ ସମ୍ପର୍କରେ ତନାଘନା କରିଥିଲା । ବିଦ୍ୟାଙ୍କ ସହ ତାଙ୍କ ବାପାମାଆଙ୍କୁ ମଧ୍ୟ ପୋଲିସ ପଚରାଉଚରା କରିଥିଲା । ବିଦ୍ୟାଙ୍କୁ କଟକରୁ କପ୍ତିପଦା ଆଣିଥିବା ଡ୍ରାଇଭର୍ ବିଦ୍ୟାଧର ମହାପାତ୍ରଙ୍କୁ ମଧ୍ୟ ଖୁବ୍ ଶୀଘ୍ର ଜେରା କରାଯିବ ବୋଲି କହିଛନ୍ତି ତଦନ୍ତର ନେତୃତ୍ୱ କରୁଥିବା ପାରଳାଖେମୁଣ୍ଡି ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁ।
ଏହା ବି ପଢ଼ନ୍ତୁ | କୃଷ୍ଣ ଭକ୍ତିରେ ପାଗଳିନୀ ଏହି ବରିଷ୍ଠ IPS ଅଫିସର୍ ଚାକିରିରୁ ଅବସର ନେବାକୁ ଆବେଦନ କଲେବିଦ୍ୟାଭାରତୀଙ୍କୁ ୧୫ ଦିନ ତଳେ ଜୁଲାଇ ୧୯ ତାରିଖ ଦିନ ପ୍ରଥମେ ଏହି ପୋଲିସ ଟିମ୍ ଏହି ଘରେ ଜେରା କରିଥିଲା । ହେଲେ ସେବେଠାରୁ ତାଙ୍କ ସ୍ୱାମୀଙ୍କ ସହ ତାଙ୍କ ତିକ୍ତ ସମ୍ପର୍କ ବିଷୟରେ ଅନେକ ତଥ୍ୟା ସାମନାକୁ ଆସିବା ପରେ ଅଗଷ୍ଟ ୩ ତାରିଖର ଜେରା ଖୁବ୍ ଅଲଗା ଓ ଶାଣିତ ଥିଲା । ହେଲେ ଏହି ଜେରାରୁ ପୋଲିସକୁ ବିଶେଷ କିଛି ମିଳି ନ ଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ।

ଅଗଷ୍ଟ ୩ରେ ପୋଲିସ ଅଧିକାରୀ ବିବେକାନନ୍ଦ ସ୍ୱାଇଁ (ବାମ) ବିଦ୍ୟାଭାରତୀଙ୍କ ଘରକୁ ଯାଉଛନ୍ତି ।
ଯେହେତୁ ଜୁଲାଇ ୧୨ ତାରିଖ ସନ୍ଧ୍ୟାରେ ପାରଳାଖେମୁଣ୍ଡିରେ ନିଜ ସରକାରୀ ବସାରେ ରହସ୍ୟମୟ ସ୍ଥିତିରେ ସୌମ୍ୟରଞ୍ଜନ ମହାପାତ୍ର ନିଆଁରେ ୯୦ ପ୍ରତିଶତ ଜଳିଯିବା ବେଳେ ସେହି ଘରେ କେବଳ ବିଦ୍ୟାଭାରତୀ ହିଁ ଥିଲେ, ପୋଲିସ ତଦନ୍ତ ଏବେ ମୃତ୍ୟୁର ଅସଲ କାରଣ ଓ ଉପାୟ ଉପରେ କେନ୍ଦ୍ରିତ ହୋଇଛି ।
ଏହା ବି ପଢ଼ନ୍ତୁ | ଦେଶର ୬ କୋଟି ଚାକିରିଜୀବୀ ଲୋକଙ୍କ ପାଇଁ ଖୁସି ଖବର: PF ଖାତାକୁ ଜଲ୍ଦି ଆସିବ ସୁଧ ଟଙ୍କା‘‘ଆମେ ତଦନ୍ତରେ ସାମିଲ୍ ଥିବା ବିଭିନ୍ନ ବିଷୟ ଉପରେ ପ୍ରଶ୍ନ ପଚାରିଥିଲୁ । ଯାହା ବି ନିର୍ଦ୍ଦିଷ୍ଟ ତଥ୍ୟ ଅଛି ତାହା ଆମେ ଗଣମାଧ୍ୟମ ଆଗରେ ତ କହି ପାରିବୁନି । ଏବେ ତଦନ୍ତ ଚାଲିଛି । ଆମେ ସବୁ ତଥ୍ୟ ଉପରେ ପ୍ରଶ୍ନ ପଚାରିଛୁ । ଆମେ ଏ ପର୍ଯ୍ୟନ୍ତ ଯାହା (ସୁରାଗ ବା ପ୍ରମାଣ) ପାଇଥିଲୁ ତା’ ଉପରେ ପଚାରିଛୁ । ଆଗକୁ ତଦନ୍ତରେ ଯଦି କିଛି ଆସିଲା ଆମେ ପଚାରିବୁ । ଡ୍ରାଇଭର୍ ସହ କପ୍ତିପଦା ଥାନାଧିକାରୀ ସମ୍ପର୍କ କରିଛନ୍ତି । ତାକୁ ଆମେ ନିଶ୍ଚୟ ଜେରା କରିବୁ,’’ ବିଦ୍ୟାଭାରତୀଙ୍କୁ ଜେରା କରିସାରିବା ପରେ ଗଣମାଧ୍ୟମକୁ କହିଛନ୍ତି ତଦନ୍ତର ନେତୃତ୍ୱ କରୁଥିବା ପାରଳାଖେମୁଣ୍ଡି ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁ ।

ପାରଳାଖେମୁଣ୍ଡିର ଏହି ଘରେ ବିଦ୍ୟାଭାରତୀଙ୍କ ଉପସ୍ଥିତିରେ ସୌମ୍ୟ ୯୦ ପ୍ରତିଶତ ଜଳିଯାଇଥିଲେ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ଝାଡ଼ଖଣ୍ଡରେ ପ୍ରାତଃ ଭ୍ରମଣ କରୁଥିବା ବେଳେ ଜଜ୍ଙ୍କୁ ଅଟୋରେ ଧକ୍କା ମାରି ହତ୍ୟା କରାଗଲା୩୨-ବର୍ଷୀୟ ସୌମ୍ୟରଞ୍ଜନ ତା’ ପର ଦିନ, ଅର୍ଥାତ ଜୁଲାଇ ୧୩ ତାରିଖରେ, କଟକରେ ଏକ ଘରୋଇ ହସପିଟାଲରେ ମୃତ୍ୟୁ ବରଣ କରିଥିଲେ । ସେଠାରେ ମଧ୍ୟ ବିଦ୍ୟାଭାରତୀଙ୍କ ହାବଭାବ ଓ ଶରୀରର ଭାଷା ଅନେକ ସନ୍ଦେହକୁ ଜନ୍ମ ଦେଇଥିଲା । ଜୁଲାଇ ୧୯ ତାରିଖର ପ୍ରାଥମିକ ଜେରା ବେଳେ ସେ ସୌମ୍ୟରଞ୍ଜନଙ୍କ ଦେହରେ ନିଆଁ କେମିତି ଲାଗିଲା ତାହା ଜାଣି ନ ଥିବା କହିଥିଲେ । ସୌମ୍ୟରଞ୍ଜନଙ୍କ ବାପାଙ୍କ ପକ୍ଷରୁ ଦାୟର ହୋଇଥିବା ଏତାଲାରେ ବିଦ୍ୟାଭାରତୀଙ୍କ ନାଁ ଅଭିଯୁକ୍ତ ରୂପେ ରହିଛି । ଏହି ଏତାଲା ପରେ ପ୍ରଥମେ ରୁଜୁ ହୋଇଥିବା ଅପମୃତ୍ୟୁ ମାମଲାକୁ ହତ୍ୟା ମାମଲାରେ ପପରିବର୍ତ୍ତିତ କରିଥିଲା ପାରଳାଖେମୁଣ୍ଡି ପୋଲିସ । ସୌମ୍ୟରଞ୍ଜନ ଓ ବିଦ୍ୟାଭାରତୀଙ୍କ ବିବାହ ଛଅ ମାସ ତଳେ ହୋଇଥିଲା ।
ଏହା ବି ପଢ଼ନ୍ତୁ | ସାନ ଭାଇର ନିଜ ଭାଉଜ ସହ ପ୍ରେମ ହୋଇଗଲା; ତେଣୁ ବଡ଼ ଭାଇ ଦୁଇ ଜଣଙ୍କ ବିବାହ କରାଇଦେଲାତଦନ୍ତ ସମୟରେ ବିଦ୍ୟାଭାରତୀଙ୍କଠାରୁ ଜବତ ହୋଇଥିବା ମୋବାଇଲ ଫୋନରୁ ମିଳିଥିବା ଦୁଇଟି ଫଟୋ ଓ ତାଙ୍କ ସହ ବିବାହ ପ୍ରସ୍ତାବ ପଡ଼ିଥିବା ଜଣେ ଯୁବକଙ୍କୁ ନେଇ ତଦନ୍ତକାରୀ ଟିମ୍ ତାଙ୍କୁ ଅନେକ ପ୍ରଶ୍ନ ପଚାରିଥିବା ଏକ ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ମିଳିଥିବା ଦୁଇଟି ଫଟୋରୁ ଗୋଟିଏ ହେଉଛି ଉଦଳା ବ୍ଲକ୍ ରାଢ଼ୋ ପଞ୍ଚାୟତର ଜଣେ ଯୁବକଙ୍କର । ସେହି ଯୁବକଙ୍କ ସହ ବିଦ୍ୟାଭାରତୀଙ୍କ ଏକ କଥାବାର୍ତ୍ତାର ରେକର୍ଡ଼ିଂ ବି ତଦନ୍ତକାରୀ ପୋଲିସ ହାତରେ ଲାଗିଥିବା ଜଣାପଡ଼ିଛି ।
ତଦନ୍ତକାରୀ ଟିମର କାର୍ଯ୍ୟର ପ୍ରଗତି ସହ ପରିଚିତ ଏକ ସୂତ୍ର ଅନୁସାରେ ପୋଲିସ ବିଦ୍ୟାଭାରତୀଙ୍କ ସହ ୨୦୧୯ରେ ବିବାହ ପ୍ରସ୍ତାବ ପ୍ରସ୍ତାବ ପଡ଼ିଥିବା ଜଣେ ଯୁବକଙ୍କୁ ମଧ୍ୟ ଏହି ମାମଲାରେ ଜେରା କରିବାକୁ ପ୍ରସ୍ତୁତ ହେଉଛି । ସେହି ଯୁବକ ହେଉଛନ୍ତି ଉଦଳା ଏନ୍.ଏ.ସି.ର ୱାର୍ଡ଼ ନମ୍ବର ୧୦ର ବାସିନ୍ଦା ଜୟପ୍ରକାଶ ପାଣିଗ୍ରାହୀ । ସେ ଏବେ ଜଣେ ବ୍ୟାଙ୍କ ଅଧିକାରୀ ଭାବେ କାର୍ଯ୍ୟରତ । ବିଦ୍ୟାଭାରତୀ ଜେରା ବେଳେ ସନ୍ତୋଷଜନକ ଢଙ୍ଗରେ ଉତ୍ତର ଦେଇ ନ ଥିଲେ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।