News18 Odia Digital
କଟକ: ପାରଳାଖେମୁଣ୍ଡି ଏ.ସି.ଏଫ୍. ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ସପ୍ତାହେ ଧରି ସାରା ରାଜ୍ୟରେ ଜାରି ରହିଥିବା ଚର୍ଚ୍ଚା ମଧ୍ୟରେ ତାଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ଏକ ହାତଲେଖା ଚିଠି ପୂରା ଘଟଣାକ୍ରମକୁ ଆଉ ଏକ ନୂଆ ମୋଡ଼ ଦେଇଛି । ସେହି ଚିଠିରେ ସେ ସୌମ୍ୟରଞ୍ଜନଙ୍କୁ ଘୃଣା କରନ୍ତି ଓ ୧୨ରୁ ୧୫ ତାରିଖ ମଧ୍ୟରେ ସମୟ କେମିତି କଟିଯାଉ ଇତ୍ୟାଦି କଥା ଲେଖିଛନ୍ତି । ଏହା ଏକ ନୂଆ ବିବାଦକୁ ଜନ୍ମ ଦେଇଛି ।
‘‘I hate you the most.. Plz God paradon (sic) me for all my mistakes… Please do not spoil my life plz.. କେମିତି ଆଉ 3ଟା ଦିନ କଟିବ.. ଆଟ ଲିଷ୍ଟ୍ 12-15.. ଶାନ୍ତିରେ ରହିବି,’’ ଲେଖିଛନ୍ତି ବିଦ୍ୟାଭାରତୀ । ‘‘I hate this man. Even hate combine my name with his..’’ ସେ ଆଉ ଏକ ସ୍ଥାନରେ ଲେଖିଛନ୍ତି । ‘‘ଛି..ଛି.. ଗୋଟିଏ ଡିସିସନ୍ କେମିତି ଲାଇଫ ସ୍ପଏଲ୍ କରି ଦିଏ । And I spiolled my life for all my stupid decesion. Plz ମୋତେ ମାଫ କରି ଦିଅ,’’ ସେ ଲେଖିଛନ୍ତି ଆଉ ସ୍ଥାନେ ।
ଏହା ବି ପଢ଼ନ୍ତୁ | ଅଲିମ୍ପିକ୍ସ: ଖେଳାଳିମାନଙ୍କ ପାଇଁ ଥିବା ବିଛଣାଗୁଡ଼ିକ anti-Sex ନୁହେଁ; Video ବନେଇ ଦେଖାଇଲେ ଖେଳାଳିସୌମ୍ୟରଞ୍ଜନଙ୍କ ପାରଳାଖେମୁଣ୍ଡି ସ୍ଥିତ ସରକାରୀ କ୍ବାଟରରୁ ଜବତ ହୋଇଥିବା ଏକ କଥିତ ଚୁକ୍ତିନାମା ପରେ ଏବେ ସେହି କୋଠରୀରୁ ଜବତ ହୋଇଥିବା ବିଦ୍ୟାଭାରତୀଙ୍କ ଏହି ହାତଲେଖା ଚିଠି ଏହି ବହୁଚର୍ଚ୍ଚିତ ଘଟଣାକୁ ଆହୁରି ବିବାଦୀୟ କରି ଦେଇଛି । ଏହି ଚିଠିଟି ବିଦ୍ୟାଭାରତୀ ନିଜେ ଲେଖିଥିବା କଥା ସ୍ବୀକାର କରିଛନ୍ତି ଏବଂ ସ୍ବାମୀଙ୍କ ସହ ମନୋମାଳିନ୍ୟ ପରେ ମନ ଦୁଖଃରେ ସେ ଏହି ଚିଠିଟି ଲେଖିଥିଲେ ବୋଲି କହିଛନ୍ତି । ସେହି ଚିଠିର ସୌମ୍ୟଙ୍କ ମୃତ୍ୟୁ ସହ କିଛି ସମ୍ପର୍କ ନ ଥିବା କଥା ମଧ୍ୟ ସେ କହିଛନ୍ତି ।
ଏହା ବି ପଢ଼ନ୍ତୁ | ମିତାଲି ରାଜ୍ ବିଶ୍ୱ ODI ରାଙ୍କିଙ୍ଗରେ ଟପ୍ରେ ଅଛନ୍ତି; ସ୍ମୃତି ମନ୍ଧାନା T20ରେ କରିଅର୍ ବେଷ୍ଟ୍ ତୃତୀୟ‘‘ଥରେ ଗୋଟିଏ ଅଜଣା ନମ୍ବରରୁ ଗୋଟେ ଫୋନ୍ କଲ୍ ତାଙ୍କ ପାଖକୁ ଆସିଥିବାର ମୁଁ ଦେଖିଦେଲି । ମୁଁ ତାଙ୍କୁ କଲ୍ କରିବା ପାଇଁ ଆଉ ଥରେ କହିଲି । ତା’ ପରେ ସେ ନର୍ଭସ୍ ହୋଇଗଲେ । ସେହି ଚିଠିଟା ବି ସେହି ସମୟର । ନିଜ ମନର ଦୁଃଖ, ମନରେ ଭିତରେ ଆସିଥିବା ଯାହାବି କିଛି ଲେଖିଛି ସେଗୁଡ଼ାକର କିଛି ମୂଲ୍ୟ ନାହିଁ,’’ ଚିଠିଟି ସାର୍ବଜନୀନ ହେବା ପରେ ନିଜ ପ୍ରତିକ୍ରିୟାରେ ଗଣମାଧ୍ୟମକୁ କହିଛନ୍ତି ବିଦ୍ୟାଭାରତୀ ।
ଏହା ବି ପଢ଼ନ୍ତୁ | ୨ରୁ ୬ ବର୍ଷର ପିଲାଙ୍କ ପାଇଁ କରୋନା ଟିକା ପରୀକ୍ଷଣ ଚାଲିଛି; ଆସନ୍ତା ସପ୍ତାହରେ ଦ୍ୱିତୀୟ ଡୋଜ୍ ଦିଆଯିବସେହି ଚିଠି ସେ କେବେ ଲେଖିଥିଲେ ତାହା ସେ ସ୍ପଷ୍ଟ କରି ନ ଥିଲେ ମଧ୍ୟ ସୌମ୍ୟରଞ୍ଜନଙ୍କ ସହ ମନୋମାଳିନ୍ୟ ହେବା ପରେ ପରେ ଏବଂ ତାଙ୍କ ମୃତ୍ୟୁ ଘଟିବାର କିଛି ଦିନ ପୂର୍ବରୁ ସେ ଏହି ଚିଠିଟି ଲେଖିଥିବା ଅନୁମାନ କରାଯାଉଛି । ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଜୁଲାଇ ୧୩ ତାରିଖରେ ହୋଇଥିଲା । ଚିଠିରେ ବିଦ୍ୟାଭାରତୀ ଲେଖିଥିଲେ, ‘‘କେମିତି ଆଉ ୩ଟା ଦିନ କଟିବ.. ଆଟ୍ ଲିଷ୍ଟ୍ ୧୨-୧୫… ଶାନ୍ତିରେ ରହିବି’’ ।
ଏହା ବି ପଢ଼ନ୍ତୁ | ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ୍ କୁନ୍ଦ୍ରାଙ୍କୁ ଗିରଫ କରାଗଲା; ଅଶ୍ଳୀଳ ଫିଲ୍ମ ବନାଉଥିବା ଅଭିଯୋଗ ଥିଲାହେଲେ ବିଦ୍ୟାଭାରତୀଙ୍କ ଏହି ଚିଠି ଏବେ ଅନେକ ଅସାହିତ ପ୍ରଶ୍ନଗୁଡ଼ିକୁ ଜନ୍ମ ଦେଇଛି । କ’ଣ ପାଇଁ ସୌମ୍ୟରଞ୍ଜନଙ୍କୁ ସେ ଏତେ ଘୃଣା କରୁଥିଲେ, ଚିଠିରେ ନିଜର ଯେଉଁ ସବୁ ମିସଟେକ୍ କଥା ସେ କହୁଛନ୍ତି ସେଗୁଡ଼ିକ ତାଙ୍କ ଜୀବନକୁ କେମିତି ନଷ୍ଟ କରିଦେଇଥିଲା, ଓ ଜୁଲାଇ ୧୨ ତାରିଖରୁ ୧୫ ତାରିଖ ମଧ୍ୟରେ କ’ଣ ସବୁ ଘଟିଥାନ୍ତା ଯେ ତାଙ୍କୁ ଶାନ୍ତି ମିଳିଥାନ୍ତା, ଏବଂ କାହାକୁ କ୍ଷମା କରି ଦିଅ ବୋଲି ସେ କହୁଛନ୍ତି ଆଦି ଅସ୍ପଷ୍ଟ ରହିଛି ।
ଏହା ବି ପଢ଼ନ୍ତୁ | ଟାଲିବାନ୍ ଆକ୍ରମଣରେ ପ୍ରାଣ ହରେଇଲେ ପୁରସ୍କାର-ପ୍ରାପ୍ତ ଭାରତୀୟ ଫଟୋ-ସାମ୍ବାଦିକ ଦାନିଶ ସିଦ୍ଦିକିଏହି ଚିଠିଟି ସାର୍ବଜନୀନ ହେବାର ଦୁଇ ଦିନ ପୂର୍ବରୁ ଜୁଲାଇ ୯ ତାରିଖ ଦିନ କରାଯାଇଥିବା ଏକ ଚୁକ୍ତି କଥା ବି ସାମନାକୁ ଆସିଥିଲା । ସେଥିରେ ସୌମ୍ୟରଞ୍ଜନ ନିଜର ସମସ୍ତ ଅର୍ଜିତ ସମ୍ପତ୍ତିକୁ ପତ୍ନୀଙ୍କ ନାମରେ କରିବା ଇଚ୍ଛା ପ୍ରକାଶ କରିଥିବା ଲେଖାଯାଇଛି । କିନ୍ତୁ ଏଥିରେ ପତିପତ୍ନୀଙ୍କ ଦସ୍ତଖତ ନ ଥିଲା । ଏହା ବ୍ୟତୀତ ସୌମ୍ୟରଞ୍ଜନ ବିଦ୍ୟାଭାରତୀଙ୍କୁ ଛାଡ଼ପତ୍ର ଦେବା ପାଇଁ ମଧ୍ୟ ଆଉ ଏକ ଏଗ୍ରିମେଣ୍ଟ ପ୍ରସ୍ତୁତ କରିଥିବା କୁହାଯାଉଛି ।
ଏହା ବି ପଢ଼ନ୍ତୁ | ୧୭ ବର୍ଷୀୟ ଯୁବକର ପାଟି ଭିତରେ ୮୨ଟି ଅଧିକ ଦାନ୍ତ! ଅପରେସନ୍ କରି ବାହାର କଲେ ଡାକ୍ତରମାନେବିଦ୍ୟାଭାରତୀ ନିଜକୁ ଦୋଷମୁକ୍ତ ଥିବା କହୁଥିବା ବେଳେ ତାଙ୍କ ଶାଶୁ କିନ୍ତୁ ଏହାକୁ ଆଦୌ ଗ୍ରହଣ କରିବାକୁ ନାରାଜ । ଏପରିକି ଗତ କାଲି ବିଦ୍ୟାଭାରତୀ ଗଣମାଧ୍ୟମକୁ ସ୍ବାମୀ ସ୍ତ୍ରୀଙ୍କ ଫୋନ୍ ବାର୍ତ୍ତାଳାପର ପୂରା ଅଡି଼ଓକୁ ନ ଦେଇ କଥାବାର୍ତ୍ତାର ମାତ୍ର କିଛି ଅଂଶ କାହିଁକି ଦେଲେ ଓ ବାକି କଥାବାର୍ତ୍ତାରେ କ’ଣ ଥିଲା ବୋଲି ପ୍ରଶ୍ନ କରିଛନ୍ତି । ଯଦି ସୌମ୍ୟଙ୍କର କୌଣସି ଝିଅ ସହ ସମ୍ପର୍କ ଥିଲା ତେବେ ସେ କାହିଁକି ପୂର୍ବରୁ ସେ ବିଷୟରେ ନିଜ ଶାଶୁଶ୍ୱଶୁରଙ୍କୁ କହି ନ ଥିଲେ ବୋଲି ପାଲଟା ଅଭିଯୋଗ କରିଛନ୍ତି ସୌମ୍ୟରଞ୍ଜନଙ୍କ ମା’ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ବିବାହର ମାତ୍ର ତିନି ମାସ ପରେ ମା’ ହେଲେ ବଲିଉଡ୍ ଅଭିନେତ୍ରୀ ଦିଆ ମିର୍ଜା; ପୁତ୍ର ଜନ୍ମ ଦେଲେ‘‘ସେ ସବୁ ମିଛ କଥା । ସେ ତ ଆଗରୁ କହିପାରିଥାନ୍ତା ଯେ ଆଉ କେଉଁ ଝିଅ ସହିତ ତା’ର ସମ୍ପର୍କ ଅଛି ବୋଲି । ସେହି ଅଡିଓଟା ପୂରା ନ ଦେଇ ଅଧା କାହିଁକି ଦେଇଛି?’’ ପଚାରିଛନ୍ତି ସୌମ୍ୟରଞ୍ଜନଙ୍କ ମା' ତୁଳସୀ ମହାପାତ୍ର ।
ସୌମ୍ୟରଞ୍ଜନଙ୍କ ଅନ୍ୟ କୌଣସି ମହିଳାଙ୍କ ସହ କଥିତ ଫୋନ ବାର୍ତ୍ତାଳାପ, ଜୁଲାଇ ୯ ତାରିଖ ଉଲ୍ଲେଖ ଥିବା ଚୁକ୍ତିପତ୍ର, ଛାଡ଼ପତ୍ର ପର୍ଯ୍ୟନ୍ତ କଥା ଯିବା ଓ ଏହି ଏବେ ଚିଠି ସୌମ୍ୟରଞ୍ଜନଙ୍କ ମୃତ୍ୟୁ କେମିତି ହୋଇଥିଲା – ତାହା ଆତ୍ମହତ୍ୟା ନା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ଥିଲା – ତାକୁ ଜଟିଳ କରିଦେଇଛି । ପୋଲିସ ତଦନ୍ତ ପରେ ସତ୍ୟ ବାହାରକୁ ଆସିବ, ହେଲେ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ପଛରେ ଏହି ସବୁ ପ୍ରସଙ୍ଗର ସିଧାସଳଖ ସମ୍ପୃକ୍ତି ରହିଛି ବୋଲି କହିଛନ୍ତି ଏହି ଘଟଣା ଉପରେ ନଜର ରଖୁଥିବା ଆଇନଜୀବୀମାନେ ।
ମୟୂରଭଞ୍ଜ ଜିଲ୍ଲାର କପ୍ତିପଦାରେ ବିଦ୍ୟାଭାରତୀଙ୍କ ପରିବାର ଓ ବାଲେଶ୍ୱର ଜିଲ୍ଲାର ଖଇରାରେ ସୌମ୍ୟରଞ୍ଜନଙ୍କ ପରିବାରର ବୟାନ ରେକର୍ଡ଼ କରିବା ପରେ ଫେରିଯାଇଛି ପାରଳାଖେମୁଣ୍ଡି ପୋଲିସ । ଡି.ଏଫ୍.ଓ. ସଂଗ୍ରାମ କେଶରୀ ବେହେରା ଓ ଗୁରାଣ୍ଡି ଥାନାଧିକାରୀ ତଥା ବିଦ୍ୟାଭାରତୀଙ୍କ ସମ୍ପର୍କୀୟ ଭାଉଜଙ୍କୁ ପାରଳାଖେମୁଣ୍ଡି ପୋଲିସ କ୍ରାଇମ୍ ବ୍ରାଞ୍ଚ୍ ଅଧିକାରୀଙ୍କ ସହ ମିଶି ଜେରା କରିବ ବୋଲି ଜଣାପଡ଼ିଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।