‘ସେ ଚିଠିର ମୂଲ୍ୟ ନାହିଁ,’ କହିଲେ ବିଦ୍ୟା; ହେଲେ ସୌମ୍ୟଙ୍କ ମୃତ୍ୟୁ ତାରିଖ ସେଥିରେ ମେଳ ଖାଉଛି

‘‘ପ୍ଲିଜ୍ ଭଗବାନ, ମୋତେ ମୋ’ର ସବୁ ଭୁଲ୍ ପାଇଁ କ୍ଷମା କରିଦିଅ । କମ୍ ସେ କମ୍ ପ୍ଲିଜ୍ ମୋ’ ଜୀବନ ବରବାଦ୍ କରିଦିଅନି,’’ ପୋଲିସ ଜବତ କରିଥିବା ସେହି ଚିଠିରେ ଲେଖିଥିଲେ ବିଦ୍ୟାଭାରତୀ । ଚିଠିକୁ ନେଇ ତାଙ୍କୁ ସ୍ୱତନ୍ତ୍ର ଜେରା କରାଯାଇପାରେ ।

‘ସେ ଚିଠିର ମୂଲ୍ୟ ନାହିଁ,’ କହିଲେ ବିଦ୍ୟା; ହେଲେ ସୌମ୍ୟଙ୍କ ମୃତ୍ୟୁ ତାରିଖ ସେଥିରେ ମେଳ ଖାଉଛି
ସୌମ୍ୟ ଓ ବିଦ୍ୟାଭାରତୀ; (ଡାହାଣ) କପ୍ତିପଦା ଘରେ ବିଦ୍ୟାଭାରତୀ
  • News18 Odia
  • Last Updated: July 21, 2021, 11:46 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପାରଳାଖେମୁଣ୍ଡି / କପ୍ତିପଦା / ବାଲେଶ୍ୱର: ରହସ୍ୟଜନକ ପରିସ୍ଥିତିରେ ମୃତ୍ୟୁ ବରଣ କରିଥିବା ଯୁବ ବନ ବିଭାଗ ଅଧିକାରୀ ସୌମ୍ୟରଞ୍ଜନ ମହାପାତ୍ରଙ୍କ ପାରଳାଖେମୁଣ୍ଡି ସରକାରୀ କ୍ବାର୍ଟର୍ସରୁ ଜବତ ହୋଇଥିବା ହାତଲେଖା ଚିଠି ଏହି ରହସ୍ୟ ଉନ୍ମୋଚନ କରିବାରେ ବଡ଼ ଭୂମିକା ଗ୍ରହଣ କରିପାରେ । ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କ ହାତଲେଖା ସେହି ଚିଠି ଉପରେ ଏବେ ତଦନ୍ତକାରୀ ପୋଲିସ ଟିମର ଧ୍ୟାନ କେନ୍ଦ୍ରିତ ହୋଇଛି ।

ଏହି ଜବତ ହୋଇଥିବା ଚିଠି ସାମନାକୁ ଆସିବା ପରେ ଏବେ ମୟୂରଭଞ୍ଜ ଜିଲ୍ଲାର କପ୍ତିପଦାରେ ନିଜ ବାପଘରେ ଥିବା ବିଦ୍ୟାଭାରତୀ ଗଣମାଧ୍ୟମକୁ କହିଛନ୍ତି ଯେ ସେହି ଚିଠିର ସୌମ୍ୟଙ୍କ ମୃତ୍ୟୁ ସହିତ କୌଣସି ସମ୍ପର୍କ ନାହିଁ । ମାତ୍ର ଚିଠିରେ ସେ ଲେଖିଥିବା କେତେକ କଥା ଓ ତାରିଖକୁ ଦୃଷ୍ଟିରେ ରଖି ତଦନ୍ତକାରୀ ଦଳ ଚିଠିକୁ ଏକ ପ୍ରମୁଖ ସୁରାଗ ମନେ କରି ତଦନ୍ତକୁ ଆଗେଇନେଉଥିବା ଜଣାପଡ଼ିଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଯୁବତୀ ରାସ୍ତାରେ କାନ୍ଦି କହୁଥିଲେସୋନା ବାବୁ, ସୋନା ବାବୁ…;’ ପ୍ରେମିକ ଆଉ କାହାକୁ ବାହା ହେଉଥିଲା

ଯଦିଓ ଚିଠିଟି ନିର୍ଦ୍ଦିଷ୍ଟ କେବେ ଲେଖାଯାଇଛି ତାହା ସ୍ପଷ୍ଟ ହୋଇନି, ଏହା ଏହି ଜୁଲାଇ ମାସ ଲେଖାଯାଇଛି ବୋଲି ଅନୁମାନ କରାଯାଉଛି । ସୌମ୍ୟଙ୍କ ସହ ମନୋମାଳିନ୍ୟ ଚାଲିଥିବା ବେଳେ ବିଦ୍ୟାଭାରତୀ ଏହାକୁ ଲେଖିଥିଲେ ବୋଲି ସ୍ୱୀକାର କରିଛନ୍ତି । ଚିଠିରେ ସେ ଲେଖିଥିବା ତିନୋଟି ଛୋଟ ବାକ୍ୟ ଉପରେ ତଦନ୍ତକାରୀ ଦଳର ଧ୍ୟାନ କେନ୍ଦ୍ରିତ ହୋଇଛି । ସେହି ତିନୋଟି ବାକ୍ୟ ହେଉଛି: ‘‘କେମିତି ଆଉ ତିନିଟା ଦିନ କଟିବ । At least 12ରୁ 15 । ଶାନ୍ତିରେ ରହିବି ।’’

ପୋଲିସ ଜବତ କରିଥିବା ବିଦ୍ୟାଭାରତୀଙ୍କ ହାତଲେଖା ଚିଠି


‘‘ସେଇ ଚିଠିଟା ବି ସେଇ ସମୟର । ସେଟା ନିଜର ମନର ଦୁଃଖ, ନିଜର ମନ ଭିତରେ ଆସିଥିବା ଯାହା ବି କିଛି, ଏମିତି ସବୁ ଲେଖିଛି । ସେଗୁଡ଼ାକର କିଛି ମୂଲ୍ୟ ନାହିଁ,’’ ନିଜ ବାପଘରେ ଗଣମାଧ୍ୟମ ପ୍ରତିନିଧିମାନଙ୍କ କେତେକ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ବିଦ୍ୟାଭାରତୀ ।

ଏହା ବି ପଢ଼ନ୍ତୁ | ଇଏ ବିଶ୍ୱର ସବୁଠୁ କଞ୍ଜୁସ୍ ମହିଳା; ସାବୁନ୍ ବଞ୍ଚାଇବାକୁ ୱାଶିଂ ମେସିନରେ ଲୁଗା ସହ ଥାଳି ଜୋତା ଧୁଅନ୍ତି

ହେଲେ ପ୍ରଶ୍ନ ଉଠୁଛି ଯେ ଚିଠିରେ ଲେଖାଥିବା ତାରିଖ – ୧୨ରୁ ୧୫ – ସହିତ ସୌମ୍ୟଙ୍କ ମୃତ୍ୟୁ ତାରିଖ ମେଳ ଖାଉଛି । ପାରଳାଖେମୁଣ୍ଡିରେ ନିଜ ସରକାରୀ ବାସଭବନରେ କେବଳ ସୌମ୍ୟ ଓ ବିଦ୍ୟାଭାରତୀ ଘରେ ଥିବା ବେଳେ ଜୁଲାଇ ୧୨ ତାରିଖ ରାତିରେ ସୌମ୍ୟ ରହସ୍ୟମୟ ଢଙ୍ଗରେ ନିଆଁରେ ପୋଡ଼ି ହୋଇଯାଇଥିଲେ । ତା’ ପର ଦିନ, ଅର୍ଥାତ ଜୁଲାଇ ୧୩ ତାରିଖରେ ସେ କଟକର ଘରୋଇ ଅଶ୍ୱିନୀ ହସପିଟାଲରେ ମୃତ୍ୟୁ ବରଣ କରିଥିଲେ । ତାଙ୍କ ମୃତ୍ୟୁ ‘‘୧୨ରୁ ୧୫’’ ମଧ୍ୟରେ ଘଟିଥିବାରୁ ପୂର୍ବରୁ ବିଦ୍ୟାଭାରତୀ ଏହି ଅଘଟଣର ଆଶଙ୍କା କରୁଥିଲେ ବା ଆଭାସ ପାଇଥିଲେ ବୋଲି ଏହି ମାମଲା ଉପରେ ନଜର ରଖୁଥିବା ଅନେକ ବ୍ୟକ୍ତି ମତ ଦେଇଛନ୍ତି ।

ଏହା ବି ପଢ଼ନ୍ତୁ | କରୋନା ପିଲାମାନଙ୍କ ମସ୍ତିଷ୍କ ଉପରେ ବି ପ୍ରଭାବ ପକାଏ କି? ଜାଣନ୍ତୁ ବିଶେଷଜ୍ଞମାନଙ୍କ ମତ

୩୨ ବର୍ଷୀୟ ସୌମ୍ୟଙ୍କ ସହ ମାତ୍ର ଛଅ ମାସ ତଳେ ବିବାହ ହୋଇଥିଲା ବିଦ୍ୟାଭାରତୀଙ୍କର । ସେମାନଙ୍କ ଦାମ୍ପତ୍ୟ ଜୀବନରେ ଉଠିଥିଲା ଝଡ଼ । ବିବାହର ତିନି ମାସ ପରେ ବିଗିଡ଼ି ଯାଇଥିଲା ସ୍ବାମୀ-ସ୍ତ୍ରୀ ସମ୍ପର୍କ । ସୌମ୍ୟଙ୍କ ମୃତ୍ୟୁ ପରେ ତାଙ୍କ ବାପା ଓ ପରିବାର ଲୋକେ ବିଦ୍ୟାଭାରତୀଙ୍କର ପାରଳାଖେମୁଣ୍ଡି ଡି.ଏଫ୍‌.ଓ. ସଂଗ୍ରାମ କେଶରୀ ବେହେରାଙ୍କ ସହ ‘‘ଅନୈତିକ ସମ୍ପର୍କ’’କୁ କାରଣ ଭାବେ ଦର୍ଶାଇବାର ଦୁଇ ଦିନ ପରେ ବିଦ୍ୟାଭାରତୀ ସୌମ୍ୟଙ୍କର ଆଉ ଜଣେ ଯୁବତୀଙ୍କ ସହ ସମ୍ପର୍କ ଥିଲା ବୋଲି ଗଣମାଧ୍ୟମକୁ କହିଥିଲେ ।

ଏହା ବି ପଢ଼ନ୍ତୁ | ପ୍ରତି ପରିବାରରୁ ଜଣେ ଲୋକକୁ କେନ୍ଦ୍ର ସରକାର ଚାକିରି ଦେଉଛନ୍ତି? ଜାଣନ୍ତୁ ଭାଇରାଲ୍ଖବରର ସତ

‘‘ପ୍ଲିଜ୍‌ ଭଗବାନ, ମୋତେ ମୋ’ର ସବୁ ଭୁଲ୍‌ ପାଇଁ କ୍ଷମା କରିଦିଅ । କମ୍‌ ସେ କମ୍‌ ପ୍ଲିଜ୍‌ ମୋ’ ଜୀବନ ବରବାଦ୍‌ କରିଦିଅନି,’’ ସେହି ଚିଠିରେ ଲେଖିଥିଲେ ବିଦ୍ୟାଭାରତୀ । ଏହି ଦୁଇଟି ବାକ୍ୟରେ ସେ କେଉଁ ଭୁଲ୍‌ ବିଷୟରେ କହିଛନ୍ତି ତାହା ସେ ସ୍ପଷ୍ଟ କରି ନ ଥିଲେ ମଧ୍ୟ ସୌମ୍ୟଙ୍କ ପରିବାର ଅନୁସାରେ ଏହା ବିଦ୍ୟାଭାରତୀଙ୍କ ଅନୈତିକ ସମ୍ପର୍କ ଓ ତାହା ବିଷୟରେ ସୌମ୍ୟ ଜାଣିପାରିବା ଉପରେ ଆଧାରିତ ଥିଲା । ସୌମ୍ୟଙ୍କ ମୃତ୍ୟୁର ତଦନ୍ତ କରୁଥିବା ପୋଲିସ ଟିମ୍‌ ଏହି ଚିଠିକୁ ନେଇ ବିଦ୍ୟାଭାରତୀଙ୍କୁ ସ୍ୱତନ୍ତ୍ର ଜେରା କରିବ ବୋଲି ଜଣାପଡ଼ିଛି ।



ସୌମ୍ୟ ଓ ବିଦ୍ୟାଭାରତୀଙ୍କ ମଧ୍ୟରେ ହୋଇଥିବା କଥିତ ଚୁକ୍ତିପତ୍ର, ଯେଉଁଥିରେ ସୌମ୍ୟଙ୍କ ପୂରା ଦରମା ଓ ତାଙ୍କ ସମ୍ପତ୍ତି ଉପରେ ବିଦ୍ୟାଭାରତୀଙ୍କ ଅଧିକାର ରହିବ ବୋଲି ଦୁହିଙ୍କ ମଧ୍ୟରେ ରାଜିନାମା ହୋଇଥିବା ଉଲ୍ଲେଖ ଅଛି, ତା’ର ତାରିଖ ହେଉଛି ଜୁଲାଇ ୯ । ତଦନ୍ତକାରୀ ଟିମ୍‌ ସହ ଜଡ଼ିତ ସୂତ୍ରଙ୍କ ଅନୁସାରେ ବିଦ୍ୟାଭାରତୀଙ୍କ ଚିଠି ସେହି ଚୁ୍କ୍ତିନାମାର ଦିନେ ବା ଦୁଇ ଦିନ ପରେ ଲେଖାଯାଇଥିବା ଅନୁମାନ କରାଯାଉଛି ।
Published by: Anand ST Das
First published: July 21, 2021, 11:46 PM IST