ବଜାରରେ ବଢୁଛି ଫ୍ୟାନ୍ସି ଓ ଫରେନ ବ୍ରାଣ୍ଡ ସାଇକେଲର ଚାହିଦା; ସ୍ବାସ୍ଥ୍ୟ ପାଇଁ ଉପଯୋଗୀ

କେବଳ ଗମନାଗମନର ମାଧ୍ୟମ ନୁହେଁ ବରଂ ସ୍ୱାସ୍ଥ୍ୟ ପାଇଁ ହିତକର ସାଇକେଲ। ଯାହାକୁ ନେଇ ଲୋକଙ୍କ ଭିତରେ ବଢୁଛି ସାଇକେଲ ଟ୍ରେଣ୍ଡ।

ବଜାରରେ ବଢୁଛି ଫ୍ୟାନ୍ସି ଓ ଫରେନ ବ୍ରାଣ୍ଡ ସାଇକେଲର ଚାହିଦା

ବଜାରରେ ବଢୁଛି ଫ୍ୟାନ୍ସି ଓ ଫରେନ ବ୍ରାଣ୍ଡ ସାଇକେଲର ଚାହିଦା

  • Share this:
News18 Odia Digital

ଭୁବନେଶ୍ବର: ଯୁଗ ବଦଳିବା ସହ ସାଇକେଲ ଟ୍ରେଣ୍ଡ ବି ବଦଳିଛି। ଆଉ ନାହିଁ ସେଇ ହାତ ଗଣତି କିଛି ସାଇକେଲ। ବଜାରକୁ ଆସିଛି ଭଳିକି ଭଳି ଫ୍ୟାନ୍ସି ସାଇକଲେ। ଲୋକଙ୍କ ଚାହିଦାକୁ ଦେଖି ବଦଳିଛି ସାଇକଲେର ରୂପ ରଙ୍ଗ ଆଉ ଷ୍ଟାଇଲ। ଦମଦାର ଦାମ କୁ କାମ ବି ଦମଦାର। ଏବେ ଯାତାୟାତର ପରିଭାଷା ନୁହେଁ ସୁସ୍ଥ ରହିବାର ନୂଆ ଫର୍ମୁଲା ସାଜିଛି ସାଇକେଲ।

ରାସ୍ତାରେ କାଁ ଭାଁ ଗଡୁଛି ସାଇକେଲ। ଯଦିଓ ସାଇକଲେ ଆବଶ୍ୟକତା କମିଛି ହେଲେ ସାଇକେଲକୁ ନେଇ ବଢୁଛି ସଉକ। ଆଉ ସଉକ ପାଇଁ ବଜାରକୁ ଆସିଛି ଭଳିକି ଭଳି ସୌଖିନ ସାଇକେଲ। ଦେଖିବାକୁ ଯେମିତି ନିଆରା ଦାମ ବି ସେମିତି ଖାସ। ଏବେ ମାର୍କେଟରେ ଉପଲବ୍ଧ ରହିଛି ଚାହିଦା ଦେଖି ସାଇକେଲ। କଚା ଓ ଆବୁଡା ଖାବୁଡା ରାସ୍ତା ପାଇଁ ଖାସ ତିଆରି ହୋଇଛି ମାଉଣ୍ଟନ ଟ୍ରେନ ସାଇକେଲ। ଯାହାର ଚକ ମୋଟା ଓ ଏଭଲି ରାସ୍ତା ଅତି ସହଜରେ ଅତିକ୍ରମ କରି। ସେହିଭଳି ସାଧାରଣ ରାସ୍ତାରେ ଚଳାଇବା ପାଇଁ ପତଳା ଚକ ଥିବା ସିଟି ରାଇଡ଼ ସାଇକେଲ ରହିଛି।

ସାଇକ୍ଳିଷ୍ଟଙ୍କ ପାଇଁ ରହିଛି ରୋଡ଼ ବାଇକ ବା ସାଇକେଲ। ଯାହା ଖୁବ୍ କ୍ଷିପ୍ର ଗତିରେ ଯାଇପାରେ। ଯାହାର ଦାମ ୧ ଲକ୍ଷ ରୁ ଆରମ୍ଭ। ଖାଲି ସେତିକି ନୁହେଁ ପ୍ରିମିୟମ ବ୍ରାଣ୍ଡ ସାଇକେଲ ଚାହିଦା ଏବେ ସବୁଠୁ ଅଧିକ। ସ୍ୱିସ ବ୍ରାଣ୍ଡର ସ୍କଟ ହେଉ କି ୟୁଏସଏ ବ୍ରାଣ୍ଡର ଟ୍ରେକ ସାଇକେଲ ହେଉ, ଦେଖିବାକୁ ଯେତିକି ଷ୍ଟାଇଲିସ ଓ ଚଳେଇବାକୁ ସେତିକି ଆରମ୍ଭ ଦାୟକ। ୫୦ ହଜାରରୁ ୫ ଲକ୍ଷ ରହିଛି ଦାମ। ଏହା ମଧ୍ୟରେ କାର୍ବନ ଫାଇବରରେ ତିଆରି ସାଇକେଲ ସବୁଠୁ ମହଙ୍ଗା ରହିଛି। ଯାହାର ଦାମ ୧ ଲକ୍ଷ ୩୦ ହଜାରରୁ ଆରମ୍ଭ।

କେବଳ ଗମନାଗମନର ମାଧ୍ୟମ ନୁହେଁ ବରଂ ସ୍ୱାସ୍ଥ୍ୟ ପାଇଁ ହିତକର ସାଇକେଲ


"ଦେଖନ୍ତୁ ଆମ ପାଖରେ ବିଶେଷ କରି ଫରେନ ବ୍ରାଣ୍ଡ ସାଇକେଲ ଅଧିକ। ସାଇକ୍ଳିଷ୍ଟମାନେ ବିଶେଷ କରି ଏଠୁ ସାଇକେଲ ଅଧିକ ନିଅନ୍ତି। ଯେତେ ହାଲୁକା ସେତେ ଦାମ। ଯେତେ ଅଧିକ ଫିଚର ସେତେ ଦାମ ଅଧିକ। ଲୋକ ମଧ୍ୟ ବେଶ ପସନ୍ଦ କରୁଛନ୍ତି ଏହି ସାଇକେଲକୁ। ଧୀରେ ଧୀରେ ଲୋକଙ୍କ ଭିତରେ ସାଇକେଲ ସଚେତନତା ଆସୁଛି,’’ କହିଛନ୍ତି ଟ୍ୱେଣ୍ଟି ଟୁ ବାଇକ ଦୋକାନ ଇନଚାର୍ଜ ମନୋରଞ୍ଜନ।

ଏବେ ପିଲା ଠୁ ବୁଢ଼ା ସମସ୍ତଙ୍କ ପାଇଁ ରହିଛି ଭିନ୍ନ ଭିନ୍ନ ସାଇକେଲ। ତେବେ ଗିୟର ସାଇକେଲର କ୍ରେଜ ମଧ୍ୟ ଅଧିକ। ଗିୟର, ନନ ଗିୟର, ରେସିଂ ସାଇକେଲ ସ୍କୁଲ ପିଲାଙ୍କ ଅଧିକ ପସନ୍ଦ। ଏବେ ବାଟେରି ଗାଡି ପରି ବ୍ୟାଟେରୀ ସାଇକେଲ ମଧ୍ୟ ବଜାରରେ ମିଳୁଛି। ଯାହା ପ୍ୟାଡଲ ସାଙ୍ଗକୁ ବିନା ପ୍ୟାଡଲରେ ମଧ୍ୟ ଚାଲି ପାରିବ। ଯାହାର ଦାମ ୩୦ ହଜାରରୁ ଆରମ୍ଭ। ସେହିଭଳି ଫୋଲ୍ଡିଂ ସାଇକଲେ ମଧ୍ୟ ରହିଛି। ଆପଣ ଯଦି ସହରରୁ ସହର ବୁଲୁଛନ୍ତି ତେବେ ଏହି ସାଇକେଲକୁ ସହଜରେ ଫୋଲଡ଼ କରି ବ୍ୟାଗରେ ପୂରାଇ ସାଙ୍ଗରେ ନେଇ ପାରିବେ। ତେବେ ଲୋକଙ୍କ ଡିମାଣ୍ଡକୁ ଦେଖି ସାଇକେଲ ଏବେ ଟ୍ରେଣ୍ଡରେ ରହିଛି। ତେବେ ପୂର୍ବ ଅପେକ୍ଷା ଏବେ ସାଇକେଲ ପ୍ରତି ଲୋକଙ୍କ ଆଗ୍ରହ ବଢ଼ିଛି। ପେଟ୍ରୋଲ ଦର ବୃଦ୍ଧି ପରେ ଲୋକେ ଆଖପାଖକୁ ଯିବା, ସଉଦା କିଣିବା ପାଇଁ ସାଇକେଲ ଲୋଡୁଛନ୍ତି। ଏହା ବ୍ୟତୀତ ସୁନ୍ଦର ଓ ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ଏବେ ସାଇକେଲ ପାଲଟିଛି ଉତ୍ତମ ମାଧ୍ୟମ।

"ଆମ ପାଖେ ସବୁ ବର୍ଗର ପିଲାଙ୍କ ପାଇଁ ସାଇକେଲ ଅଛି। ଭିନ୍ନ ଵର୍ଗ ଓ ପସନ୍ଦକୁ ନେଇ ସାଇକେଲ ଅଛି। ହେଲେ ଗିୟର, ନନ ଗିୟର ଓ ରେସିଂ ସାଇକେଲ ବେୱାଇ ପସନ୍ଦ ଲୋକଙ୍କର। ଏହା ସାଙ୍ଗକୁ ଲାଇଟ ୱେଟ ସାଇକେଲ ବି ଡିମାଣ୍ଡ ଅଧିକ," କହିଛନ୍ତି ଟ୍ରାକ ଆଣ୍ଡ ଟ୍ରେଲ ଦୋକାନ ମାଲିକ ଆଲୋକ ସାମନ୍ତରାୟ।

"ସାଇକେଲିଂ ଏବେ ସ୍ୱାସ୍ଥ୍ୟ ପାଇଁ ଜରୁରୀ ହୋଇପଡ଼ିଛି। ଦିନର କିଛି ସମୟ ସାଇକଲିଂ ଦ୍ୱାରା ଶରୀର ଫୁର୍ତ୍ତି ରହୁଛି। ଫଳରେ ବ୍ୟାୟାମ କରିବା ସହଜ ହେଉଛି। ଘର ପାଖକୁ ଯାଇ କିଣା କିଣି କରିବା ତଥା ସକାଳୁ ଟିକେ ବୁଲି ଆସିଲେ ସାଇକଲେରେ ଫ୍ରେଶ୍ ଲାଗୁଛି। ଏବେ ଆଧୁନିକ ସାଇକେଲ ଯୋଗୁ ସାଇକଲିଂ ଆଉରି ସହଜ ହୋଇଛି," କହିଛନ୍ତି ଗ୍ରାହକ ମନୋଜ ପରିହାରି।

ଯଦିଓ ସାଇକେଲର ବହୁଳ ବ୍ୟବହାର ଆଜି ବି ଦେଖିବାକୁ ମିଳୁନି, କିନ୍ତୁ ଫ୍ୟାସନ ପାଇଁ ଲୋକେ ଧୀରେ ଧୀରେ ସାଇକେଲ ପ୍ରତି ମନ ବଲାଉଛନ୍ତି।
Published by:Lipina Das
First published: